ନବ ପ୍ରତିଭା

ତୁମେ ଚାଲିଗଲା ପରେ
|- ଉମେଶ ପାତ୍ର,ରାଉରକେଲା
ନିଃସଙ୍ଗ-ବନର କବିତା
|- ବିପିନ ବିହାରୀ ସାହୁ, ବଲାଙ୍ଗୀର
ସ୍ମୃତି
|- ସନ୍ତୋଷ ଜଗତ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ରାଧାମୋହନ ଗଡ଼ନାୟକ
କବି ରାଧାମୋହନ ଗଡ଼ନାୟକ(୧୯୧୧-୨୦୦୦) ଓଡ଼ିଆ ଭାଷା ସାହିତ୍ୟର ଅନ୍ୟତମ ସଫଳ, ପ୍ରତିଭାଶାଳୀ, କାଳଜୟୀ ସ୍ରଷ୍ଟା୤ ଛନ୍ଦର ଲାଳିତ୍ୟ, କବିତାର ଗାମ୍ଭୀର୍ଯ୍ୟ, ଭାଷା ଚାତୁରୀ, ବିଷୟ ଚୟନରେ ସେ ଅନନ୍ୟ୤ ‘ଉତ୍କଳିକା’, ‘ସ୍ମରଣିକା’, ‘କାବ୍ୟ ନାୟିକା’, ‘ଶାମୁକାର ସ୍ବପ୍ନ’, ‘ମୌସୁମୀ’, ‘ଧୂସର ଭୂମିକା’, ‘ସୂର୍ଯ୍ୟ ଓ ଅନ୍ଧକାର’, ‘ମାଳିନୀ ନଦୀର ଢେଉ’ ଆଦି କବିତା ସଙ୍କଳନ ତାଙ୍କ କବିପ୍ରାଣ, ପ୍ରତିଭା, ସର୍ଜନାର ଜ୍ବଳନ୍ତ ସ୍ବାକ୍ଷର ବହନ କରେ୤ ଓଡ଼ିଶା ସାହିତ୍ୟ ଏକାଡ଼େମୀ ସହିତ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ଦ୍ବାରା ସେ ପୁରସ୍କୃତ ଓ ସମ୍ମାନିତ୤ ଯୋଗଜନ୍ମା କବି ରାଧାମୋହନଙ୍କୁ ଭାରତ ସରକାର ପଦ୍ମଶ୍ରୀ ଉପାଧିରେ ଭୂଷିତ କରିଥିଲେ୤ ଶହ ଶହ ସାହିତ୍ୟ, ସାଂସ୍କୃତିକ ଅନୁଷ୍ଠାନ ଦ୍ବାରା ସେ ସମ୍ବର୍ଦ୍ଧିତ୤ ବିଭିନ୍ନ ସମ୍ବାଦପତ୍ର, ପତ୍ରପତ୍ରିକା ଏପରିକି ବଙ୍ଗଳା ଭାଷାରେ ପ୍ରକାଶିତ ଆଜ୍‌କାଲ, ଶ୍ଳୋକ ଓ ଏକକ ପତ୍ରିକାରେ ମଧ୍ୟ ଶ୍ରୀ ଗଡ଼ନାୟକଙ୍କର କବିତା ନିୟମିତ ପ୍ରକାଶ ପାଉଥିଲା୤
ପ୍ରକାଶିତ ଲେଖା
 
 
 

♦ ପାଠକୀୟ ମତାମତ