ନବ ପ୍ରତିଭା

ତୁମେ ଚାଲିଗଲା ପରେ
|- ଉମେଶ ପାତ୍ର,ରାଉରକେଲା
ନିଃସଙ୍ଗ-ବନର କବିତା
|- ବିପିନ ବିହାରୀ ସାହୁ, ବଲାଙ୍ଗୀର
ସ୍ମୃତି
|- ସନ୍ତୋଷ ଜଗତ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ମନମୋହନ ମିଶ୍ର
ମନମୋହନ ମିଶ୍ର ପରାଧୀନ ଭାରତକୁ ସ୍ବାଧୀନ କରିବା ପାଇଁ ଏବଂ ତତ୍କାଳୀନ ସାମନ୍ତବାଦୀ ଓ ଔପନିବେଶିକ ସମାଜରେ ଏକ ବୈପ୍ଳବିକ ପରିବର୍ତ୍ତନ ହାସଲ କରିବା ଲକ୍ଷ ନେଇ ମନମୋହନ ମିଶ୍ର(୧୯୨୦-୨୦୦୦) କବିତା ଲେଖିବା, ସ୍ବର ସଂଯୋଜନା କରିବା ଏବଂ ସ୍ବରଚିତ କବିତାଗୁଡ଼ିକୁ ଆବୃତ୍ତି କରି ଦେଶର ଅଗଣିତ ଖଟିଖିଆ, ମୁକ୍ତିକାମୀ ଜନତାଙ୍କୁ ମନ୍ତ୍ରମୁଗ୍ଧ କରିପାରୁଥିଲେ୤ କବି ମନମୋହନ ଦୀର୍ଘ ୬୬ ବର୍ଷ ଧରି ଅସଂଖ୍ୟ ବିଳ୍ପବୀ କବିତା ରଚନା କରି ଯାଇଛନ୍ତି୤ ପୀଡ଼ିତ ଲୋକର ପ୍ରାଣର ସ୍ବର, ମର୍ମବେଦନା ତାଙ୍କ କବିତାର ଏକ ପ୍ରମୁଖ ଉପାଦାନ୤ ଜଣେ ବାମପନ୍ଥୀ ନେତା, ସ୍ବାଧୀନତା ସଂଗ୍ରାମୀ ସହିତ ଆଜୀବନ ଶୋଷଣ, ଅତ୍ୟାଚାର ଓ ଅବିଚାର ବିରୋଧରେ ଲଢ଼େଇ କରିଥିବା ନିଜ ଜୀବନର ଅଭିବ୍ୟକ୍ତିକୁ ହିଁ ସେ କବିତାରେ ରୂପ ଦେଉଥିଲେ୤ କବିତା ବ୍ୟତୀତ ‘ଚଳନ୍ତି ଭାଷାର ପ୍ରୟୋଗ’ ଓ ‘ଚଳନ୍ତି ଭାଷାର ବିଜ୍ଞାନ’ ହେଉଛି ତାଙ୍କ ରଚିତ ଓଡ଼ିଆ ଭାଷାର ଦୁଇ ଉପାଦେୟ ପୁସ୍ତକ୤
ପ୍ରକାଶିତ ଲେଖା
 
 
 

♦ ପାଠକୀୟ ମତାମତ