ନବ ପ୍ରତିଭା

ତୁମେ ଚାଲିଗଲା ପରେ
|- ଉମେଶ ପାତ୍ର,ରାଉରକେଲା
ନିଃସଙ୍ଗ-ବନର କବିତା
|- ବିପିନ ବିହାରୀ ସାହୁ, ବଲାଙ୍ଗୀର
ସ୍ମୃତି
|- ସନ୍ତୋଷ ଜଗତ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ଲକ୍ଷ୍ମୀନାରାୟଣ ମହାନ୍ତି
ଲକ୍ଷ୍ମୀନାରାୟଣ ମହାନ୍ତି(୧୯୧୯-୨୦୦୫) ଏକାଧାରରେ ଔପନ୍ୟାସିକ, କବି, ନାଟ୍ୟକାର, ଅନୁବାଦକ, ଜୀବନୀକାର ଓ ଗାଳ୍ପିକ। ସଂଯତ ଓ ସୁନିର୍ବାଚିତ ଶବ୍ଦ ସଂଯୋଜନା ଓ ଭାବବ୍ୟଞ୍ଜକ ଅତିକ୍ଷୁଦ୍ର କାହାଣୀର ସ୍ରଷ୍ଟାଭାବେ ତାଙ୍କର ଖ୍ୟାତି ସୁବିଦିତ। ତାଙ୍କ ଗଳ୍ପରେ ନୂତନ ଶୈଳୀ, ଭାଷା ଓ ଭାବର ଢଙ୍ଗ ନିଆରା। ତାଙ୍କର ଗଳ୍ପ ସଙ୍କଳନ ମଧ୍ୟରେ ‘ମଳୟ ବହିଲାଣି’, ‘ଉଡ଼ନ୍ତା ବୋମା’, ‘ଓଢଣା ଖୋଲ’, ‘ଦେହ ନିଲାମ’, ‘ଅନ୍ଧଦେଶକୁ ଗଲି’, ‘ମଙ୍ଗଳ ଘଟ’, ଉପନ୍ୟାସ ମଧ୍ୟରେ ‘ହାତକଡ଼ି’, ‘ମାୟାପୁରୀ’, ‘ପିଶାଚ’ ଓ ‘ଚକ୍ରବ୍ୟୁହ’, ଅନୁବାଦ ଗ୍ରନ୍ଥ ମଧ୍ୟରେ ‘ଅପରିଚିତାର ପୁତ୍ର’, ‘ଦୁଇଟି ନଗରୀର କାହାଣୀ’, ‘ସଙ୍ଗମ’ , ‘ବତିଘର’ ,‘ପତିତା’, ‘ପ୍ରେୟସୀ’ ଓ ‘ବନଫୁଲ’ ଆଦି ଅନ୍ୟତମ। ଅନୁବାଦ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ଓ ସୋଭିଏତ୍‌ ଦେଶ ନେହେରୁ ପୁରସ୍କାର ଆଦିରେ ସେ ସମ୍ମାନୀତ ହୋଇଥିଲେ।
ପ୍ରକାଶିତ ଲେଖା
 
 
 

♦ ପାଠକୀୟ ମତାମତ