ନବ ପ୍ରତିଭା

ତୁମେ ଚାଲିଗଲା ପରେ
|- ଉମେଶ ପାତ୍ର,ରାଉରକେଲା
ନିଃସଙ୍ଗ-ବନର କବିତା
|- ବିପିନ ବିହାରୀ ସାହୁ, ବଲାଙ୍ଗୀର
ସ୍ମୃତି
|- ସନ୍ତୋଷ ଜଗତ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ହରପ୍ରସାଦ ପରିଚ୍ଛା ପଟ୍ଟନାୟକ
ହରପ୍ରସାଦ ପରିଚ୍ଛା ପଟ୍ଟନାୟକ ଇଂରାଜୀ ଭାଷା ସାହିତ୍ୟର ପ୍ରାଧ୍ୟାପକ ଏବଂ ପ୍ରବୀଣ ଅନୁବାଦକ-ସମାଲୋଚକ ହରପ୍ରସାଦଙ୍କ ଜନ୍ମ ୧୯ ଅକ୍ଟୋବର ୧୯୫୩ରେ ଗଞ୍ଜାମ ଜିଲ୍ଲାର ବିକ୍ରମପୁର ଗାଁରେ ହୋଇଥିଲା। ୧୯୭୫ରୁ ଇଂରାଜୀ ଅଧ୍ୟାପକ ଭାବେ କର୍ମମୟ ଜୀବନ ଆରମ୍ଭ କରି ସେ ସୁନ୍ଦରଗଡ଼ ସରକାରୀ ମହିବିଦ୍ୟାଳୟ ଓ ବିଜେବି କଲେଜ ସମେତ ରାଜ୍ୟର ବିଭିନ୍ନ ମହାବିଦ୍ୟାଳୟ‌େର ଶିକ୍ଷାଦାନ କରିଥିଲେ। ସେ ଉଭୟ ଓଡ଼ିଆ ଏବଂ ଇଂରାଜୀରେ ଲେଖାଲେଖି କରୁଥିଲେ। ସେ ଇଂରାଜୀ ପତ୍ରିକା ‘ପ୍ରୋବିଟାସ୍’ ଓ ‘ଭର୍ଟେକ୍ସ’ ଏବଂ ସାହିତ୍ୟ ପତ୍ରିକା ‘ଆବର୍ତ୍ତ’ର ସଂପାଦନା କରିଥିଲେ। ମାନବିକ ସମ୍ବେଦନଶୀଳତା ଏବଂ ଗଭୀର ଜୀବନବୋଧ ତାଙ୍କର ପ୍ରତ୍ୟେକ କବିତା‌ରେ ପ୍ରତିଫଳିତ ହୋଇଥାଏ। କବିତା ପାଇଁ ସେ ଓଡ଼ିଶା ସାହିତ୍ୟ ଏକାଡେମି ପୁରସ୍କାର, ଉତ୍କଳ ସାହିତ୍ୟ ସମାଜର ଗଙ୍ଗାଧର ମେହେର କବିତା ସମ୍ମାନ ଏବଂ ଭାନୁଜୀ ରାଓ ସ୍ମାରକୀ ପୁରସ୍କାର ଆଦି ଅନେକ ପୁରସ୍କାର ଲାଭ କରିଥିଲେ। ଉତ୍ତର ସତୁରୀରେ ଆଧୁନିକ ଓଡ଼ିଆ କବିତାର ଏକ ବଳିଷ୍ଠ, ସମ୍ବେଦନଶୀଳ ବୌଦ୍ଧିକ ଉଚ୍ଚାରଣ ଡକ୍ଟର ହରପ୍ରସାଦ ପରିଛା ପଟନାୟକ୤ ଓଡ଼ିଆ ସାହିତ୍ୟ ଜଗତରେ ସେ’ ନିଜେ ହିଁ ନିଜର ବିକଳ୍ପ୤ ଆଧୁନିକତାର ଭୂମିରେ ଛିଡାହୋଇ ପରମ୍ପରାକୁ ଆଲିଙ୍ଗନ କରିବା କଳାରେ ଡକ୍ଟର ପରିଛା ପଟନାୟକ ଅନନ୍ୟ, ଯାହାଙ୍କ ଗଭୀର ଭଲପାଇବା ଭିତରୁ ବି ବାଦ୍‌ ଯାଇନାହାଁନ୍ତି ମାନବେତର ଚରିତ୍ରମାନେ୤ ଆପଣାର କାବ୍ୟଚେତନାରେ ଜହ୍ନରାତି, କୀଟ, ଫୁଲ, ପ୍ରଜାପତି, ସମୁଦ୍ର, ନଈ, ଆକାଶ, ପକ୍ଷୀ, ନକ୍ଷତ୍ର ଇତ୍ୟାଦିଙ୍କ ସାମିଲ୍ ହିଁ ଜୀବନ ଓ ପୃଥିବୀ ସମ୍ପର୍କରେ ତା’ଙ୍କ ନିବିଡ଼ତା ଓ ଅନ୍ତର୍ଦୃଷ୍ଟିକୁ ପ୍ରତିପାଦିତ କରେ୤ ସାଧରଣ ନିସ୍ପେଷିତ ଚରିତ୍ର ଭିତରେ ପ୍ରତିରୋଧର ସ୍ବର ତିଆରିକରି ସେ ସେମାନଙ୍କୁ ଠିଆ କରାଇଛନ୍ତି ସମାଜର ବଡ଼ଦାଣ୍ଡରେ ଅପରାଜେୟ ମୁଦ୍ରାରେ୤ ଚାରି ଦଶନ୍ଧି ଧରି ସାହିତ୍ୟର ବିଭିନ୍ନ ବିଭାଗ ତଥା କଳା ଓ ସଂସ୍କୃତି କ୍ଷେତ୍ରରେ ସେ ନିରନ୍ତର ସୃଜନଶୀଳ ଥିଲେ୤ ସମକାଳୀନ ଓଡ଼ିଆ ସାହିତ୍ୟରେ ହରପ୍ରସାଦ ପରିଛା ପଟନାୟକଙ୍କ ଅବଦାନ ବେଶ ସ୍ବୀକୃତ ଓ ସମାଦୃତ୤ ଉତ୍କଳୀୟ ପରମ୍ପରା, ମିଥ୍ ଓ ଇତିହାସ ପ୍ରତି ପ୍ରବଳ ଅନୁରକ୍ତି ତାଙ୍କ ରଚନାଗୁଡ଼ିକରେ ବେଶ୍‌ ସୁନ୍ଦର ଭାବେ ଉତ୍କୀର୍ଣ୍ଣ୤ ଗଭୀର ମନନଶୀଳ କବିତା ରଚନା ସହିତ ପ୍ରବନ୍ଧ ଏବଂ ଅନୁବାଦରେ ମଧ୍ୟ ଡକ୍ଟର ପରିଛା ପଟନାୟକଙ୍କ ଉତ୍କର୍ଷତା ଲକ୍ଷ୍ୟ କରାଯାଏ୤ ତାଙ୍କ ରଚନାରେ ମାନବୀୟ ଚେତନା ଓ ମାନବିକ ସମ୍ବେଦନା ହିଁ ପାଠକ ମାନଙ୍କୁ ଏତେ ବେଶୀ ଅନ୍ତରଙ୍ଗତାରେ ବାନ୍ଧିରଖେ୤ ସଂସାରର ଯାବତୀୟ ସଂଘାତକୁ ଏଡ଼ିଯାଇ ଆଗକୁ ମାଡ଼ିଚାଲିବାର ସଂଗ୍ରାମୀ ସତ୍ତାଟିଏ ହେଲେ କବି ପରିଛା ପଟନାୟକ୤ ସାମ୍ପ୍ରତିକ ଅବକ୍ଷୟୀଷ୍ଣୁ ସାଂସ୍କୃତିକ ଜୀବନଧାରାକୁ ସୁଗମ କରିବାର ସ୍ବପ୍ନ ଓ ସଂଗ୍ରାମ ହିଁ ତାଙ୍କ କବିତାର ପ୍ରାଣ୤ ସେଇଥିପାଇଁ ତ କବି କେତେବେଳେ ଭାଗ୍ୟବାଦୀ,ତ କେତେବେଳେ ମୁକ୍ତିପ୍ରୟାସୀ୤ ସମାଜରେ ଦେଖାଦେଉଥିବା ବହୁବିଧ ସମସ୍ୟା ଓ ମଣିଷ ହୃଦୟରେ ସୃଷ୍ଟି ହେଉଥିବା ଚେତନାପ୍ରବାହୀ ଭାବ ସମ୍ବେଗ ଓ ମନନଶୀଳତାକୁ କବି ଯଥାର୍ଥ ଭାବେ ନିଜ କବିତାରେ ଚିତ୍ରଣ କରିଛନ୍ତି୤ ଜୀବନ ଓ ଜଗତର ବାହ୍ୟ ଓ ଅନ୍ତଃ ପରିବେଷକୁ ସୁଚାରରୂପେ ପରଖିଥିବାରୁ ତାଙ୍କର କୃତିଗୁଡ଼ିକ କାଳଜୟୀ ପ୍ରତିପାଦିତ ହୋଇଛନ୍ତି୤ କବିତାରେ ଭାବ ସହ ମାନବିକ ମୂଲ୍ୟବୋଧ,ସାମାଜିକ ଅଙ୍ଗିକାରବଦ୍ଧତା ଓ ସମ୍ବେଦନଶୀଳ ମନୋଭାବର ମଧୁର ସମନ୍ନୟ ହିଁ ହରପ୍ରସାଦଙ୍କ ସାର୍ଥକତା୤ ଆପଣାର ପ୍ରତିଟି କବିତାରେ ନିଜର ସ୍ବତନ୍ତ୍ର ଭାଷା ଶୈଳୀର ପରିଚୟ ଦେବାସହ ଛନ୍ଦ, ଉପମା, ପ୍ରତୀକ, ଚିତ୍ରକଳ୍ପ ଆଦିର ବହୁଳ ପ୍ରୟୋଗକରି ସମସାମୟିକ କବିମାନଙ୍କ ମଧ୍ୟରେ ନିଜ ପାଇଁ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟିକରିପାରିଛନ୍ତି୤ ଡକ୍ଟର ପରିଛା ପଟନାୟକଙ୍କ କବିତା ସ୍ଥଳବିଶେଷରେ ସରଳଭାଷୀ ଓ ସ୍ବାଭାବିକ ଅଥଚ ଅନ୍ତରୀଣ ଛନ୍ଦରେ ଗୀତିମୟ ଓ ବ୍ୟଞ୍ଜନାଧର୍ମୀ୤ ତାଙ୍କ କବିତାରେ ପରମ୍ପରା ଓ ଆଧୁନିକତା ସବୁବେଳେ ହାତ ଧରାଧରି ହୋଇ ଚାଲନ୍ତି୤ ଉଭୟ ଗ୍ରାମ୍ୟ ଓ ସାଧୁଶବ୍ଦର ପ୍ରୟୋଗ ମାଧ୍ୟମରେ ଓଡ଼ିଆ ମାଟିର ସାଂସ୍କୃତିକ ଜୀବନ ନିର୍ଯ୍ୟାସକୁ ପରିବେଷଣ କରିବାରେ କବି ହରପ୍ରସାଦଙ୍କର ଏକ ସ୍ବତନ୍ତ୍ରତା ରହିଛି୤ ସାହିତ୍ୟ କୃତ୍ତି: ‘ଏକା ଏକା ସନ୍ନ୍ୟାସୀ’, ‘ଅଥୟ ସୂର୍ଯ୍ୟ’, ‘ଆୟୁଷ୍ମାନ୍ ସମୟ’, ‘ସବୁ ଅନ୍ଧାର ଆଜି ରାତିରେ’, ‘ଜୀବନଜଂଘା’, ‘ଅରଣ୍ୟରେ ଯେତେଦିନ’ ଏବଂ ‘ନଷ୍ଟ ହୋଇଯିବାର ମୋହ’ ଇତ୍ୟାଦି। ତାଙ୍କ ଦ୍ବାରା ଅନୁଦିତ ପୁସ୍ତକ ହେଉଛି ‘ନିରବତାର ସ୍ବର୍ଗ’, ‘ସୂର୍ଯ୍ୟତୃଷ୍ଣା’, ‘ସୋଲ୍‌ଜର ଇନ୍ ଏକ୍‌ଜାଇଲ୍‌’ ଏବଂ ‘ହକ୍ ଏଣ୍ଡ ଅଦର ଷ୍ଟୋରିଜ୍’ ଇତ୍ୟାଦି। ତାଙ୍କର ଅନ୍ୟ ପ୍ରକାଶିତ ପୁସ୍ତକ ହେଲା ‘ସଙ୍ଗ୍‌ସ ଅଫ୍ କାହ୍ନା’, ‘କୋରାଲ୍ସ ଅଫ୍ ଟାଇମ୍’ ଏବଂ ‘ସରୋ ଅଫ୍ କସ୍‌ମସ୍’।
ପ୍ରକାଶିତ ଲେଖା