ନବ ପ୍ରତିଭା

ତୁମେ ଚାଲିଗଲା ପରେ
|- ଉମେଶ ପାତ୍ର,ରାଉରକେଲା
ନିଃସଙ୍ଗ-ବନର କବିତା
|- ବିପିନ ବିହାରୀ ସାହୁ, ବଲାଙ୍ଗୀର
ସ୍ମୃତି
|- ସନ୍ତୋଷ ଜଗତ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ଗୋଦାବରିଶ ମିଶ୍ର
ଗୋଦାବରିଶ ମିଶ୍ର ପଣ୍ଡିତ ଗୋଦାବରିଶ ମିଶ୍ର(୧୮୮୬-୧୯୫୬) ତାଙ୍କ ସମୟର ଜଣେ କାଳଜୟୀ ସାହିତ୍ୟିକ ଭାବେ ପ୍ରତିଷ୍ଠିତ ଥିଲେ୤ ସେ ଏକାଧାରରେ ଜଣେ ରାଜନେତା, କବି, ନାଟ୍ୟକାର, ଔପନ୍ୟାସିକ ଓ ଗାଳ୍ପିକ ଭାବେ ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିଯାଇଛନ୍ତି୤ ତାଙ୍କ ସମୟର ଓଡ଼ିଶାର ବିଭିନ୍ନ ସାମାଜିକ ଓ ରାଜନୈତିକ ବିଷୟ ଉପରେ ତାଙ୍କର ସମସ୍ତ ଲେଖାଗୁଡ଼ିକ ବେଶ୍‌ ଜୀବନ୍ତ ଓ ଶାଣିତ ଥିଲା୤ ଗୋଦାବରିଶ ଜଣେ ଗାଳ୍ପିକ ଭାବେ ଅଧିକ ପରିଚିତ ହୋଇଥିଲାବେଳେ ତାଙ୍କର ‘ଅର୍ଦ୍ଧଶତବ୍ଦୀର ଓଡ଼ିଶା ଓ ତହିଁରେ ମୋ ସ୍ଥାନ’ ନାମକ ଆତ୍ମଜୀବନୀ ଏକ ପ୍ରତିକାତ୍ମକ ପୁସ୍ତକ ଭାବେ ପରିଗଣିତ ହୋଇଥାଏ୤ କାରଣ ଏହି ପୁସ୍ତକ ମାଧ୍ୟମରେ ଗୋଦାବରିଶ ତାଙ୍କ ସମୟର ସାମାଜିକ ଓ ସାସ୍କୃତିକ ପରିବେଶ ଓ ଜୀବନ ବାବଦରେ ବିସ୍ତୃତ ଆଲୋଚନା କରିଛନ୍ତି୤ ତାଙ୍କ ରଚନା ମଧ୍ୟରେ ‘କଳିକା’, ‘କିଶଳୟ’ ଓ ‘ଆଲେଖିକା’ ଆଦି କବିତା ଗ୍ରନ୍ଥ, ‘ ପୁରୁଷୋତ୍ତମ ଦେବ’, ‘ ମୁକୁନ୍ଦଦେବ’ ଆଦି ନାଟକ, ‘ ଅଠରଶହ ସତର’, ‘ଘଟାନ୍ତର’ ଓ ‘ଅଭାଗିନୀ’ ଆଦି ଉପନ୍ୟାସ ସମେତ ‘ନଅଟି ଗଳ୍ପ’, ‘ଗଳ୍ପମାଳା’ ଓ ‘ପୁଆଣି ଘର’ ଆଦି କ୍ଷୁଦ୍ରଗଳ୍ପ ସଙ୍କଳନ ଅନ୍ୟତମ୤
ପ୍ରକାଶିତ ଲେଖା
 
 
 

♦ ପାଠକୀୟ ମତାମତ