ନବ ପ୍ରତିଭା

ତୁମେ ଚାଲିଗଲା ପରେ
|- ଉମେଶ ପାତ୍ର,ରାଉରକେଲା
ନିଃସଙ୍ଗ-ବନର କବିତା
|- ବିପିନ ବିହାରୀ ସାହୁ, ବଲାଙ୍ଗୀର
ସ୍ମୃତି
|- ସନ୍ତୋଷ ଜଗତ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ବୈଷ୍ଣବ ଚରଣ ମହାନ୍ତି
ସାମ୍ପ୍ରତିକ ସମୟର ଅନ୍ୟତମ ପାଠକପ୍ରିୟ ପ୍ରାବନ୍ଧିକ ହେଉଛନ୍ତି ବୈଷ୍ଣବ ଚରଣ ମହାନ୍ତି୤ ସମାଜର ଅଶିକ୍ଷା, ଅନୀତି, ଅନାଚାର ଓ ଅପସଂସ୍କୃତି ବାବଦରେ ନିଜ ଲେଖା ମାଧ୍ୟମରେ ସମାଜକୁ ସଜାଡ଼ିବା ହେଉଛି ତାଙ୍କର ଲକ୍ଷ୍ୟ୤ ନାଟକ, ନିବନ୍ଧ, କବିତା, ଶିଶୁ ସାହିତ୍ୟ ଓ ପ୍ରୌଢ଼ ସାହିତ୍ୟଠାରୁ ଆରମ୍ଭ କରି ଭାଷା ସଂସ୍କୃତି ବିଷୟକ ପର୍ଯ୍ୟାଲୋଚନା ପର୍ଯ୍ୟନ୍ତ ତାଙ୍କ ସାରସ୍ବତ ସର୍ଜନାର ସରହଦ ସମ୍ପ୍ରସାରିତ୤ ନିଜର ନିଆରା ରଚନା ଶୈଳୀ ମାଧ୍ୟମରେ ପାଠକକୁ ନିଜ ଲେଖା ପଢ଼ିବା ନିମନ୍ତେ ଆକୃଷ୍ଟ କରିବାରେ ଶ୍ରୀ ମହାନ୍ତି ସିଦ୍ଧହସ୍ତ୤ ତାଙ୍କର ରଚିତ କେତେକ ରମ୍ୟରଚନା ଓ ପ୍ରବନ୍ଧ ସଙ୍କଳନ ମଧ୍ୟରେ ‘ଶ୍ରୀମତୀଙ୍କ ସୁବିଧା ପାଇଁ’, ‘ନିଶରୁ ନମସ୍କାର ପର୍ଯ୍ୟନ୍ତ’, ‘ପାନ ଓ ପ୍ରିୟତମା’ ଓ ‘ଠେଙ୍ଗା ଥେସିସ୍‌’ ଆଦି ଅନ୍ୟତମ୤ ପ୍ରବନ୍ଧ ଓ ସମାଲୋଚନା ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ସହିତ ଅନ୍ୟ ବହୁ ପୁରସ୍କାର ଓ ସମ୍ମାନ ପାଇଛନ୍ତି ଶ୍ରୀ ମହାନ୍ତି୤
ପ୍ରକାଶିତ ଲେଖା
 
 
 

♦ ପାଠକୀୟ ମତାମତ