ନବ ପ୍ରତିଭା

ତୁମେ ଚାଲିଗଲା ପରେ
|- ଉମେଶ ପାତ୍ର,ରାଉରକେଲା
ନିଃସଙ୍ଗ-ବନର କବିତା
|- ବିପିନ ବିହାରୀ ସାହୁ, ବଲାଙ୍ଗୀର
ସ୍ମୃତି
|- ସନ୍ତୋଷ ଜଗତ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ଅନନ୍ତ ପଟ୍ଟନାୟକ
ଅନନ୍ତ ପଟ୍ଟନାୟକ ଜଣେ ପ୍ରଗତିଶୀଳ ଓ ବୈପ୍ଳବିକ ଚେତନାଧାରୀ କବି, ଗାଳ୍ପିକ, ଅନୁବାଦକ, ନାଟ୍ୟକାର ଓ ଶିଶୁ ସାହିତ୍ୟିକ ଭାବେ ଅନନ୍ତ ପଟ୍ଟନାୟକ(୧୯୧୪-୧୯୮୭) ପରିଚିତ୤ ତାଙ୍କର ସମସ୍ତ ଲେଖାରେ ଗରିବ ଓ ଖଟିଖିଆ ତଥା ସମାଜର ତଳ ଶ୍ରେଣୀର ଲୋକମାନଙ୍କର ବେଦନା ପ୍ରତିଫଳିତ ହୋଇଛି୤ ସେତେବେଳର ସୋଭିଏତ୍ ଋଷିଆର ପ୍ରତିଷ୍ଠିତ ସାହିତ୍ୟିକ ମାକ୍ସିମ୍ ଗର୍କୀଙ୍କର ‘ଦି ମଦର୍’ ଉପନ୍ୟାସର ଓଡ଼ିଆ ଅନୁବାଦ କରି ବେଶ୍ ପ୍ରଶଂସିତ ହେବା ସହିତ ଏଥିପାଇଁ ସେ ସୋଭିଏତ୍ ଋଷିଆ ନେହେରୁ ପୁରସ୍କାର ପାଇଥିଲେ୤ ୧୯୮୦ ମସିହାରେ କବିତା ସଙ୍କଳନ ‘ଅବାନ୍ତର’ ପାଇଁ ସେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ୤ ତାଙ୍କର ସାହିତ୍ୟ କୃତି ମଧ୍ୟରେ କବିତା ସଙ୍କଳନ- ‘ରକ୍ତଶିଖା’, ‘ଛାଇର ଛିଟା’, ‘ଅଲୋଡ଼ା ଲୋଡ଼ା’, ‘ଶାନ୍ତି ଶିଖା’ ଓ ‘ତର୍ପଣ କରେ ଆଜି’ ଇତ୍ୟାଦି, ଗଳ୍ପ ସଙ୍କଳନ – ‘ଛାଡ଼ ଉତ୍ତର’, ଅନୁବାଦ – ‘ଭାଗ୍ୟରୁ ଖିଏ’ ନାଟକ – ‘ରାବଣ’, ‘ଚିର ଅନ୍ଧାର ରାତି’ , ଶିଶୁ ସାହିତ୍ୟ – ‘ଛବିଟିଏକୁ ଗପଟିଏ’ ଓ ‘କଷରା ଘୋଡ଼ା’ ଆଦି ଅନ୍ୟତମ୤
ପ୍ରକାଶିତ ଲେଖା
 
 
 

♦ ପାଠକୀୟ ମତାମତ