ଭାବିଛି ସମସ୍ତ ପଥ ମୁଖ ଛବି ତାର
କେମନ୍ତେ ମୋ ପାଶେ ପୁଣି, ତାର ଅଭିସାର
ହୋଇବ ବିରହ ପରେ; ଭାଷି ମୁଁ କି ବାଣୀ
ଡାକିବି ପ୍ରଥମେ ତାରେ; ଅଭିମାନେ ରାଣୀ
ନ ଶୁଣିଲେ ମୋ ଆଦର, ନ ବସିଲେ ପାଶେ
ମୋ ବ୍ୟଥା ବ୍ୟକତ ମୁହିଁ କରିବି କି ଭାଷେ?
ଏହି ସେହି ଦ୍ୱାରଦେଶ, ରଖ ରଖ ଯାନ
ଓହ୍ଲାଏ ମୁଁ-ଥରିଲାଣି ମୋ ନିଖିଳ ପ୍ରାଣ
ପୁଲକିତ ଆଶଙ୍କାରେ। ଗୃହ-ଲକ୍ଷ୍ମୀ କାହିଁ?
ଗୃହେ ମୁଁ ଯେ ହେଲି ଏବେ-କେହି କ’ଣ ନାହିଁ?
ସହସା ଚରଣ ପାତ ଶୁଭିଲା କାହାର,
ପଣନ୍ତର ସଞ୍ଚାନଳ; ଦିଗ ବାରୁ ତାର,
ସମ୍ମୁଖେ ହୋଇଲେ ଉଭା ଶିରୀ କୁଟୀରର
ନେତ୍ର ମିଳୁ ମିଳୁ ବକ୍ଷ ମିଳିଲା ସତ୍ୱର।
-୦-
ଉକ୍ତ କବିତାଟି ବିଦ୍ୟା ପ୍ରକାଶନ ଦ୍ୱାରା ପ୍ରକାଶିତ ତଥା ଯତୀନ୍ଦ୍ର ମୋହନ ମହାନ୍ତିଙ୍କ ସଂକଳିତ ଓ ସମ୍ପାଦିତ- ‘ଆଧୁନିକ ଓଡ଼ିଆ କବିତା ସମ୍ଭାର’ (୨୦୦୬), ପୁସ୍ତକରୁ ଆନୀତ।
