ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର
-ଉତ୍କଳଗୌରବ ମଧୁସୂଦନ ଦାସ
କିଛି ରାସ୍ତା ଚୁପ୍ଚାପ୍ ଅତିକ୍ରମ ହେବା ପରେ ରାୟବାହାଦୁର କହିଲେ, ‘ତିଲୁଆ ! ଗାଁକୁ ଗଲା ପରେ ଘରକୁ ନ ଯାଇ ଆଗ ଦାରୋଗା ବାବୁଙ୍କ ପାଖକୁ ଯିବା|’ ତିଲୁଆ ‘ହଁ’ରେ ମୁଣ୍ଡ ଟୁଙ୍ଗାରିଲା ରାୟବାହାଦୁର କହି ତ ଦେଲେ, ହେଲେ ପର କ୍ଷଣରେ ଭାବିଲେ, ଦାରୋଗା କ’ଣ ସତରେ ଡକାୟତଙ୍କ ସନ୍ଧାନ କରିପାରିବେ, ନା ତା’ଙ୍କୁ ତା’ଙ୍କ ଲୁଣ୍ଠିତ ଧନ ମିଳିପାରିବ ? ଅଯଥାରେ ଚାରିଆଡ଼େ କଥା ପ୍ରଘଟ ହେବ ଦଶ ଖଣ୍ଡ ଜମିଦାରୀରେ ତା’ଙ୍କ ଭୀରୁତାର ଉପାଖ୍ୟାନ ପ୍ରଚାର ହେବ ଧନ ତ ଗଲା ଗଲା, ଯାହା ଟିକିଏ ମାନସମ୍ମାନ ଅଛି ତା’ ବି ଯିବ
ଏପରି ଚିନ୍ତନ କରି ତିଲୁଆକୁ କହିଲେ, ‘ନା’ ଥାଉ, ଦାରୋଗା ବାବୁଙ୍କ ପାଖକୁ ଯିବା ଦରକାର ନାହିଁ ଆଉ ଯାହା କିଛି ହେଲା ସେ କଥା ବି ତୋ ଛଡ଼ା କେହି ଯିମିତି ନ ଜାଣନ୍ତି କ’ଣ ବୁଝୁଛୁ ତ ଯାହା କହୁଛି ?’
ତିଲୁଆ ସମ୍ମତି ଜଣାଇଲା ଏପରି ମାମଲାଗୁଡ଼ିକ ସମ୍ବନ୍ଧରେ ଚିର ମୌନ ରହିବା ତା ଦାୟିତ୍ବ ବୋଲି ସେ ଜାଣଥିଲା ରାୟବାହାଦୁର ମଧ୍ୟ ଏପରି କ୍ଷେତ୍ରରେ ତା’ଙ୍କ ଦାୟିତ୍ବ କ’ଣ ତାହା ଭଲ ଭାବେ ଜାଣିଥିଲେ ସେ ତୁରନ୍ତ ତିଲୁଆକୁ କହିଲେ,‘ତୁ କହୁଥିଲୁ ପରା ତୋ ଝିଅ ବିଭାଘର ପାଇଁ କିଛି ଟଙ୍କା ଦରକାର କାଲି ସକାଳେ ଆସି ନେଇଯିବୁ ତୋ ଝିଅ କ’ଣ ମୋ ଝିଅ ନୁହଁ?’ ତିଲୁଆ କୃତଜ୍ଞତାପୂର୍ବକ ରାୟବାହାଦୁରଙ୍କ ଉଦ୍ଦେଶ୍ୟରେ ହାତ ଯୋଡ଼ିଲା ପରିଶେଷରେ ଯାତ୍ରା ଶେଷ ହେଲା ଏବଂ ରାୟବାହାଦୁର ହତାଶାରେ ଭାରାକ୍ରାନ୍ତ ହୃଦୟ ନେଇ ସ୍ବଗୃହରେ ପଦାର୍ପଣ କଲେ ତିଲୁଆ ନିଜ ଘରକୁ ବାହୁଡ଼ି ଗଲା ଝିଅ ପଖାଳ ଓ ସଜନା ଶାଗ ରାଇ ଆଣି ପରଷି ଦେଲା ବେଳକୁ ତିଲୁଆ ସ୍ନେହରେ ତା’ ମୁଣ୍ଡରେ ହାତ ବୁଲାଇ ଆଣି କହିଲା, ‘ତୋ ବିଭାଘର ହବ ଲୋ ଝିଅ’
ରାୟବାହାଦୁରଙ୍କୁ ଆଜି ନିଦ ନ ହେବା ସ୍ବାଭାବିକ ଥିଲା କିନ୍ତୁ କୌଣସି କାରଣବଶତଃ ତିଲୁଆ ଆଖିକୁ ବି ଆଜି ନିଦ ନ ଥିଲା ରାତି ଅଧ ବେଳକୁ ଯେବେ ଅନ୍ଧକାରର କୋଳରେ ସମଗ୍ର ଗ୍ରାମ ସୁଖନିଦ୍ରାରେ ଥିଲା, ତିଲୁଆର କବାଟରେ କାହାର ମୃଦୁ କରାଘାତ ହେଲା ତିଲୁଆ ଦେଖିଲା ଝିଅ ଗାଢ଼ ନିଦରେ ଅଛି ସେ ତତ୍କ୍ଷଣାତ୍ ପଦାକୁ ବାହାରି ଆସିଲା ବାହାରେ କମ୍ବଳ ଘୋଡ଼ି ହୋଇ ଛିଡ଼ା ହୋଇଥିବା ତିନି ବ୍ୟକ୍ତିଙ୍କ ସହିତ ନିକଟସ୍ଥ ଆମ୍ବ ତୋଟାକୁ ଦ୍ରୁତ ପଦକ୍ଷେପରେ ପ୍ରସ୍ଥାନ କଲା ତୋଟାରେ ପ୍ରବେଶ କଲା ପରେ ସମୟ ନଷ୍ଟ ନ କରି ତିନି ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ଗୋଟାଏ ମୁଣା ଖୋଲି ତହିଁରୁ ରାୟବାହାଦୁରଙ୍କଠାରୁ ଲୁଣ୍ଠିତ ଯାବତୀୟ ଗହଣାଗାଣ୍ଠି ବାହାର କଲା ବିନା ଦ୍ବନ୍ଦ୍ବରେ ତିଲୁଆ ସମେତ ଚାରି ଜଣଙ୍କ ମଧ୍ୟରେ ଯଥାଶୀଘ୍ର ଭାଗବଣ୍ଟା ସମ୍ପନ୍ନ ହୋଇଗଲା
ଚାରି ଜଣଯାକ ସ୍ବ ସ୍ବ ଗୃହକୁ ବାହୁଡ଼ିବାର ଉପକ୍ରମ କଲାବେଳକୁ ତିଲୁଆ କହିଲା, ‘ଜାଣିଛ ! ସାଆନ୍ତେ ମୋ ପାଟି ବନ୍ଦ କରିବାକୁ ମୋତେ ଝିଅ ବିଭାଘର ସକାଶେ କାଲି ଟଙ୍କା ଦେବେ ବୋଲି କହିଛନ୍ତି ଯଦି ତିନି ଦିନ ତଳେ ସେତକ ଦେଇ ଦେଇଥାନ୍ତେ ମୋତେ ତମମାନଙ୍କ ସହ ମିଶି ଏ ପାପ କରିବାକୁ ପଡ଼ି ନ ଥାଆନ୍ତା’
ମତାମତ ସଂଖ୍ୟା - ୧୧ ଆପଣଙ୍କ ମତାମତ ?
୧. Lipika Mohapatra, Hayward | ଜୁଲାଇ ୧୮, ୨୦୧୩ - ୨:୧୨ ଅପରାହ୍ନ
ଆପଣଙ୍କ ଗଳ୍ପଟି ଭଲ ହୋଇଚି….
୨. ପ୍ରଭାକର | ଅଗଷ୍ଟ୍ ୨୪, ୨୦୧୩ - ୧୦:୩୧ ପୂର୍ବାହ୍ନ
ଆପଣଙ୍କ ଗଳ୍ପ ଟି ଭଲ ଲାଗିଲା ……..
୩. siva kota, Riyadh, Saudi Arabia | ସେପ୍ଟେମ୍ବର୍ ୪, ୨୦୧୩ - ୬:୨୧ ପୂର୍ବାହ୍ନ
He was a brilliant writer and shown his keen interest and talent in the field of Literature since i know him. Good indeed and go ahead zooming……………
୪. ପ୍ରଦ୍ୟୁତ ମୋହନ ଦାଶ, ଭୁବନେଶ୍ବର | ସେପ୍ଟେମ୍ବର୍ ୨୫, ୨୦୧୩ - ୧୦:୫୨ ଅପରାହ୍ନ
ଗଲ୍ପ ଟି ପଢି ଖୁବ୍ ଖୁସି ଲାଗିଲା.
୫. ବିଶ୍ଵଜିତ, BHUBANESWAR | ଅକ୍ଟୋବର୍ ୨୪, ୨୦୧୩ - ୧:୧୭ ଅପରାହ୍ନ
କାହାଣୀରେ ବର୍ଣନା ଶୈଳୀ ଅତି ମାତ୍ରାରେ ପ୍ରୟୋଗ କରାଯାଇଛି-1)”ଚାଲିରେ ଏପରି ବୀର ସୁଲଭ ଠାଣି ଯେ ଅରଣା ମଇଁଷି ମଧ୍ୟ ବାଟ ଓଗାଳିବାକୁ ସାହସ କରିବ ନାହିଁ”2)”ଆଦର୍ଶ ଭୃତ୍ୟ ପରି ସେ ରାୟବାହାଦୁରଙ୍କ ଅର୍ଥ ଓ ସମ୍ମାନ ରକ୍ଷା ଦିଗରେ ସଦା ଚେଷ୍ଟାରତ ଥିଲା” କିନ୍ତୁ କାହାଣୀ କିଛି ଭିନ୍ନ ମୋଡ ନିଏ । ରାୟ ବାହାଦୁରଙ୍କ ବ୍ୟକ୍ତିତ୍ବ କୁ ହାସ୍ୟାସ୍ପଦ ରୂପେ ଚିତ୍ରିତ କରାଯାଇଛି-“ଫମ୍ପା ମାଟିଆର ଶବଦ ବେଶୀ” ସଦୃଶ୍ୟ । । ରାୟ ସାହାବ ବାଘକୁ ଡରନ୍ତି କିନ୍ତୁ ସେ କୌଣସି ବାଘ ଠାରୁ କମ ନୁହନ୍ତି-ପ୍ରସଙ୍ଗ- “ଯଦିଓ ସେ ସୁଧମୂଳର ହିସାବ କିତାବ ଜାଣି ନ ଥିଲା, ହେଲେ ଏତିକି ବୁଝି ପାରୁଥିଲା ଯେ, ତା’ ସାଆନ୍ତଙ୍କୁ ସେ ଆଜି ପର୍ଯ୍ୟନ୍ତ ସୁଧ ବାବଦକୁ ଯେତିକି ଟଙ୍କା ସୁଝି ସାରିଲାଣି ତାହା ସୁଧ ଓ ମୂଳର ସମୁଦାୟ ପରିମାଣଠାରୁ ଯଥେଷ୍ଟ ଅଧିକ ହେବଣି” । ପରିଣାମ କାହାଣୀ ର ତିଲୁଆ ର ଆଦର୍ଶ ଚରିତ୍ର ଭିତରେ ପ୍ରତିଶୋଧ ଭାବନା ଜାଗିଉଠେ । ଇଂରେଜ ସାହେବ ପାଖରେ ବାଘ ଟିଏ ମାରିବା ପାଇଁ ସାହସ ନାହିଂ କିନ୍ତୁ ଯାହା ପାଖରେ ସାହସ ଅଛି ସେ ଯେ ଗୁଲାମ । କାହାଣୀରେ ଶୋଷିତ ବର୍ଗ ଏବଂ ଶୋଷକ ବର୍ଗ ଅଛନ୍ତି । କିନ୍ତୁ କିଛି ନବୀନତା ନାହିଂ ।
୬. ରୂପଧର, HYDERABAD | ଅକ୍ଟୋବର୍ ୩୧, ୨୦୧୩ - ୧:୩୩ ଅପରାହ୍ନ
ଭୋକିଲା କୁ ମୁଠେ ଭାତ ଆଉ ରୁଟି, ତରକାରୀ ପରି ସାହିତ୍ୟ ସୃଜନ ନ ହେଉ ବଂର କିଛି ସ୍ଵାଦିଷ୍ଟ ଏବଂ ପୁଷ୍ଟିକର ରଚନା ହେଉ । କାହାଣୀ କୁ ଆଜି ମନୋରଞ୍ଜନ ପାଇଁ ଲେଖିବା ହାସ୍ୟାସ୍ପଦ ।
୭. ନମିତା ଦାଶ, ବ୍ରହ୍ମପୁର୍. ଗଞ୍ଜାମ୍. | ମାର୍ଚ୍ଚ୍ ୫, ୨୦୧୪ - ୧୦:୪୫ ପୂର୍ବାହ୍ନ
ଭଲ ଲାଗିଲା ଗପଟି……
୮. ସୁନିଲ୍ କୁମାର୍ ବାଘସିଂହ, ଭୁବନେଶ୍ୱର,ଓଡିଶା | ଅଗଷ୍ଟ୍ ୨୩, ୨୦୧୪ - ୪:୧୩ ପୂର୍ବାହ୍ନ
ଗଳ୍ପ ଟି ବହୁତ୍ ଭଲ ହୋଇଛି
୯. Resonance, bengaluru | ଫେବୃଆରୀ ୮, ୨୦୧୫ - ୧:୫୭ ପୂର୍ବାହ୍ନ
Excellent narratives, may god bless you to keep your creativity flourish.
୧୦. ପ୍ରତାପ କୁମାର, ଧେଙ୍କନଲ୍ | ଫେବୃଆରୀ ୨୨, ୨୦୧୫ - ୨:୨୦ ପୂର୍ବାହ୍ନ
କାହାନୀ ସୁନ୍ଦର ଲାଗିଲା
୧୧. Upendranath paramaguru, Nayagarh,odisha | ଜୁନ୍ ୧୪, ୨୦୨୧ - ୨:୩୯ ପୂର୍ବାହ୍ନ
ଗଳ୍ପ ବହୁତ ସୁନ୍ଦର ଲାଗିଲା l ଭାଷା ,ଉପସ୍ଥାପନା ଶୈଳୀ ଉଚ୍ଚ କୋଟିର ଧନ୍ୟବାଦ