ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର
-ଉତ୍କଳଗୌରବ ମଧୁସୂଦନ ଦାସ
ମାଛିକୁ ବି ମର ନ କହୁଥିବା ବିଜୁର ଆଜି ମନଦୁଃଖ ଏକଥା ଭାବିଲେ ସୁନନ୍ଦାର ଛାତି ଫାଟି ପଡ଼ୁଛି ସୁନନ୍ଦା ଭାବୁଥିଲେ ସତରେ ବିଜୁ ଅସୁବିଧାରେ ଅଛି ? ହେଲେ ଦୁଃଖ ରହିଲା କେଉଁଠି ? ସଲିମା ସହିତ ତା’ ସଂପର୍କ ଆରମ୍ଭ ହେବା ଦିନଠାରୁ ସୁନନ୍ଦା ଜାଣିପାରିଥିଲେ, କିଛି ଗୋଟିଏ ଅଘଟଣ ଆସିପାରେ ହରି ଗୋସେଇଁ କହୁଥିଲେ ମଝିରେ ତା’ର ଘାଟ ଗୋଟିଏ ଆସିବ ସେଥିରୁ ରକ୍ଷା ପାଇଲେ ଆଉ ଜୀବନସାରା ପାଇଁ ଚିନ୍ତାନାଇଁ ଏଇଟା କ’ଣ ଆଉ ବିଜୟ ପାଇଁ ଘାଟ କି ? ମାଁ ମଙ୍ଗଳାକୁ ମନେ ମନେ ସ୍ମରଣ କଲେ, ମା’ ମଙ୍ଗଳା ମୋ ପୁଅକୁ ଘଣ୍ଟ ଘୋଡ଼େଇ ରଖ ଘଣ୍ଟ ଘୋଡ଼େଇ ରଖ ମା’ ! ବିଜୁର ସଲିମା ସହ ସମ୍ପର୍କ ଜାଣିବା ପରେ ସୁନନ୍ଦା ଆଉ ପ୍ରଶାନ୍ତ ଆପତ୍ତି କରି ନଥିଲେ କିନ୍ତୁ ଆପତ୍ତି କରିଥିଲେ, ସଲିମାର ବାପା ଓ ମାଆ ଛୋଟ ମଫସଲ, ପୁଣି ନିର୍ଦ୍ଧନ ଘରେ ସଲିମାକୁ ଜମା ବିବାହ ଦେବେନି ଏପଟେ ପୁଅ ଝିଅ ଉଭୟେ ବିବାହ ପାଇଁ ଜିଦ୍ ଧରି ବସିଛନ୍ତି ଆଉ କ’ଣ କରାଯାଇପାରେ, ବାଧ୍ୟହୋଇ ସରଳ ନିରାଡ଼ମ୍ବର ଭାବରେ ନିଜ ଘରେ ବିବାହର ଆୟୋଜନ କଲେ ପ୍ରଶାନ୍ତ ସମସ୍ତେ ଭୟ କରୁଥିଲେ ବିବାହ ସମୟରେ ହୁଏତ ସଲିମାର ବପା ଓ ମାଆ କୌଣସି ପ୍ରତିରୋଧ କରିବେ ନାଁ, ସେପଟୁ କୌଣସି ପ୍ରକାର ପ୍ରତିକ୍ରିୟା କି ପ୍ରତିରୋଧ ସୃଷ୍ଟି ହୋଇ ନଥିଲା ଗାଁରେ ଯେ ଏ ବିବାହରେ ସମସ୍ତେ ଖୁସିଥିଲେ ତାହା ମଧ୍ୟ ନୁହେଁ କିନ୍ତୁ ପ୍ରଶାନ୍ତ ଓ ସୁନନ୍ଦାଙ୍କ ମୁହଁକୁ ଚାହିଁ ସେମାନେ ସମସ୍ତେ ମନରେ ଯାହା ଥାଉ ଆସି ବାହାଘରେ ଏକାଠି ହୋଇଥିଲେ ଗାଁ ଲୋକଙ୍କ ସାହାଯ୍ୟ ସହଯୋଗରେ ହିଁ ଏ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଥିଲା ମାସେ ଛୁଟି ନେଇ ବିଜୁ ଆସିଲା, ଛୁଟି ଶେଷ ପରେ ପୁଅବୋହୂ ବାହାରିଗଲେ କର୍ମସ୍ଥଳୀକୁ ସୁନନ୍ଦାଙ୍କ ଘର ପୂରି ଉଠୁଥିଲା ପୁଅ ଓ ବୋହୂକୁ ନେଇ ବାହାଘର କାର୍ଯ୍ୟ ସୁରୁଖୁରୁରେ ସମ୍ପନ୍ନ ହେଲା ସିନା, ଗୋଟିଏ ଦୁଃଖ ରହିଲା ବାହାଘରେ ପ୍ରଶାନ୍ତଙ୍କ ବଡ଼ଭଉଣୀ ଜମା ସନ୍ତୁଷ୍ଟ ନଥିଲେ ତାଙ୍କର ଏକା ଜିଦ୍ ଏ ବାହାଘର ନ କରିବା ପାଇଁ ବ୍ରାହ୍ମଣ ପରିବାରରେ ଖ୍ରୀଷ୍ଟିୟାନ୍ ଝିଅ ବୋହୂ ହେଲେ ସାତପୁରୁଷ ପାଣି ପାଇବେ ତ ? ମନେ ମନେ କହିଲେ ସୁନନ୍ଦା, ସାତ ପୁରୁଷ ପାଣି ପାଇବେ କି ନ ପାଇବେ, ସେ କଥା ଚିନ୍ତା କରିବାକୁ ଏଇନେ ବେଳ କାହିଁ
ଗାଁରେ ଅଳ୍ପଦିନ ରହଣି ଭିତରେ ସଲିମା ସମସ୍ତଙ୍କୁ ଆପଣାର କରିପାରିଥିଲା ଯେତେ କଷ୍ଟ ହେଲେ ବି ଗାଁର ଚାଲିଚଳଣିରେ ନିଜକୁ ସାମିଲ କରିନେଇଥିଲା ଆଶ୍ଚର୍ଯ୍ୟ ହେଲେ ସୁନନ୍ଦା ତା’କୁ ଦେଖିଲେ କେହି କହିବେନି ଯେ, ସେ ଜଣେ ଉଗ୍ର ଆଧୁନିକ ପରିବାରର ସନ୍ତାନ ଦେଖୁ ଦେଖୁ ଛୁଟି ଶେଷ ହେଲା ଏମିତିରେ କୌଣସି ଦିନ ସଲିମାର ବପା ଘରୁ କିଛି ଖବର କି ଫୋନ୍ ବି ଆସି ନଥିଲା ସଲିମା ଆଉ ବିଜୟ ଚେନ୍ନାଇ ଫେରିଗଲେ ଚେନ୍ନାଇରେ ପହଞ୍ଚିବା ପରେ, ଥରେ କି ଦିଥର ଫୋନ୍ ଆସିଥିଲା ସେ ଫୋନ୍ରେ କୁହେ, ଭଲରେ ଅଛନ୍ତି, ନୂଆ ଘର ସଜଡ଼ାସଜଡ଼ି କରୁଛନ୍ତି ଅନେକ ଦିନ ହେଲା ଫୋନ୍ ଆସିନି ସୁନନ୍ଦା ଭାବୁଥିଲେ ଘରକାମ ଆଉ ଅଫିସ କାମରେ ବୋଧହୁଏ ବ୍ୟସ୍ତଥିବେ କିନ୍ତୁ କାହିଁକି ଫୋନ୍ କରିନି ? ସୁନନ୍ଦା ବ୍ୟସ୍ତ ହୋଇଉଠିଥିଲେ, ପ୍ରଶାନ୍ତ ନିଜ ଆଡ଼ୁ ଫୋନ୍ କଲେ ବହୁତ ରିଙ୍ଗ୍ ପରେ ବିଜୁ ଫୋନ୍ ଧରିଥିଲା କିନ୍ତୁ ତା’ କଥାବାର୍ତ୍ତାରୁ ପ୍ରଶାନ୍ତ ଅନୁମାନ କରିନେଲେ ସେଠିକା ପରିସ୍ଥିତି ଜମା ଭଲ ନୁହେଁ
ପାଞ୍ଚ ଦିନ ତଳେ ବିଜୁ ନିଜେ ଫୋନ କରିଥିଲା, ଗାଁକୁ ସେ ଫେରି ଆସୁଛି ଛାତି ଫାଟିପଡ଼ିଲା ସୁନନ୍ଦାଙ୍କର ଦୁଃଖ କ’ଣ ଅଭାବ କ’ଣ, କିଛି ହେଲେ ବିଜୁକୁ ଦିନେ ଜାଣିବାକୁ ଦେଇ ନଥିଲେ ଆଜି ତା’ଉପରେ ଏବେ ବଡ଼ ଦୁଃଖର ପାହାଡ଼! ଏସବୁ ସମ୍ମୁଖୀନ ସେ କେମିତି ହେବ ? ବିଜୁ କହୁଥିଲା, ଗାଁରୁ ଯିବା ଦଶଦିନ ପରେ ସଲିମାର ବପା ଓ ମାଆ ଆସି ସଲିମାର ଅନିଚ୍ଛା ସତ୍ତ୍ବେ ତାକୁ ଜୋର୍କରି ଘରକୁ ନେଇ ଚାଲିଗଲେ ତଥାପି ସେମାନଙ୍କ ମନ ଶାନ୍ତି ହେଲାନାହିଁ ବିଜୁକୁ ଯେଉଁଠାରେ ଦେଖିଲେ ଅପମାନିତ କରିବାକୁ ଲାଗିଲେ ମାନସିକ ଅତ୍ୟାଚାରରୁ ରକ୍ଷା ପାଇବା ପାଇଁ ସେ ଚାକିରୀ ଛାଡ଼ି ଗାଁକୁ ଫେରିଆସୁଛି
ସୁନନ୍ଦା ଭାବୁଥିଲେ ଗାଁର ପୁଅକୁ ସହରର ଯାନ୍ତ୍ରିକ ସଭ୍ୟତା ପାଦରେ ଦଳିଚକଟି ତଳିତଳାନ୍ତ କରିଦେଲା ସୁନନ୍ଦାଙ୍କର ମନ ବିସ୍ମୟ ଆଉ ଆଶଙ୍କାର ଦୋଛକିରେ ଦୋଳାୟମାନ ବିଜୁ ବର୍ତ୍ତମାନ କେମିତି ଥିବ? ମାନସିକ ଯନ୍ତ୍ରଣାରେ ସନ୍ତୁଳିତ ହେଉଥିବ ? କେତେଟା ବର୍ଷ ବା ତାକୁ ହୋଇଛି, ଏଇ ଆଷାଢ଼ ପୁନେଇ ଆସିଲେ ଛବିଶି ପୁରି ସତେଇଶି ଚାଲିବ ଏଇ ଦିନରୁ କେତେ କଷ୍ଟ ଭୋଗିଲାଣି ନାଁ, ଗାଁକୁ ଆସିଲେ ଆଉ ତାକୁ ଛାଡ଼ିବେନି, ଚେନ୍ନାଇ ଗାଁରେ ରହୁ କେତେ ଦିନ ଗଲେ ମନ ଆପେ ଭଲ ହେଲେ ଯିବ, ତା’ପରେ ଆଉ କୁଆଡ଼େ ଚାକିରୀ ଖୋଜିବ ଏଇନା ତ ଚାକିରୀ ଅଭାବ ନାହିଁ ଯେତେ କମ୍ପାନୀ ସେତେ ଚାକିରୀ ହଁ ଚେନ୍ନାଇରେ ଭଲ ପୋଷ୍ଟ୍ରେ ଥିଲା, କିନ୍ତୁ ସଲିମାର ବପା ପରା ଚେନ୍ନାଇର ସମ୍ପନ୍ନଶାଳୀ ଲୋକ ଯାହା ଇଚ୍ଛା ତାହା କରିଦେବେ ସେ ଦିନ ବିଜୟର ବାହାଘରେ ବିଜୟର ସାଙ୍ଗ ତନ୍ମୟ କହୁଥିଲା ବୁଝିଲ ମାଉସୀ, ସଲିମାର ବାପା ଗୋଟିଏ ସିଂହ ! ଏମାନଙ୍କ ସମ୍ପର୍କରେ ସେ ଆଦୌ ଖୁସୀ ନଥିଲା ଝିଅକୁ ଭଲ ପାଉଥିଲା ତ, କିଛି କହିଲାନି, ଛାଡ଼ିଦେଲା ନହେଲେ ସେ ଖୋଜାଖୋଜି କରି ଏଠି ପହଞ୍ଚି ଯାଇଥା’ନ୍ତା ବାହାଘରେ କାଳେ ଅସୁବିଧା ହେବ ଏଇ ଭୟ ଥିଲା ସମସ୍ତଙ୍କର ଯାହା ହେଉ ଏମିତି କିଛି ହେଲାନି, ହେଲେ ବାହାଘର ମାସେ ନ ଯାଉଣୁ ସେ ଦେଖାଇ ଦେଲା ତା’ର ପ୍ରକୋପ ବିଜୁର ମୁହଁଟା ଖାଲି ନାଚି ଉଠୁଛି ଅନ୍ୟାୟ ଅନୀତିର ପ୍ରତିରୋଧ କରିବା ଶକ୍ତି ବିଜୁର ନାହିଁ ବିଜୁର ବହିପଢ଼ା ଭଲ ତ ସେ ଭଲ ଆଜି କେମିତି ଏତେ ବଡ଼ ପରିସ୍ଥିତିର ସମ୍ମୁଖୀନ ହେଉଥିବ ?
ବିଜୁ ଫୋନ୍ କରିଥିଲା, ଆଜି ଆସି ପହଞ୍ଚିବ, ଚେନ୍ନେଇ ହାବଡ଼ା ମେଲ୍ରେ କାଳେ ପ୍ରଶାନ୍ତଙ୍କୁ କହିଥିବ ? ପ୍ରଶାନ୍ତ ତ ଅଧାକଥା କହିବେ ଅଧା ଭିତରେ ରଖିବେ ପ୍ରଶାନ୍ତ ଆର ଘରେ ଟି.ଭି. ଦେଖୁଛନ୍ତି ଦିନରାତି ନ୍ୟୁଜ୍, କେମିତି ବିରକ୍ତ ଲାଗେନି କେଜାଣି ? ହାତରେ ଚା’କପ୍ ଧରି ସୁନନ୍ଦା ପ୍ରଶାନ୍ତଙ୍କ ପାଖକୁ ବାହାରିଲେ ପ୍ରଶାନ୍ତଙ୍କ ହାତକୁ ଚା’କପ୍ଟି ଦେଉ ଦେଉ ଶୁଣିଲେ ଚେନ୍ନାଇରୁ ଆସୁଥିବା ଚେନ୍ନାଇ ମେଲ୍ ଟ୍ରେନ୍ରେ ଜଣଙ୍କର ଦୁର୍ଘଟଣାରେ ମୃତ୍ୟୁ ବ୍ୟକ୍ତିର ଶବ ଚିହ୍ନଟ କରାଯାଇପାରୁନି ହାତରୁ ଚା’କପ୍ଟା ଖସିପଡ଼ିଲା ରକ୍ଷା ହୋଇଛି ପ୍ରଶାନ୍ତଙ୍କ ଗୋଡ଼ରେ ପଡ଼ିନି ଓଢ଼ଣାଟିକୁ ମୁଣ୍ଡ ଉପରକୁ ଟାଣିନେଇ ସର୍ବମଙ୍ଗଳାକୁ ସ୍ମରଣ କଲେ ସୁନନ୍ଦା ବିଜୁ ମୋର ଭଲରେ ଫେରିଆସୁ
ମତାମତ ସଂଖ୍ୟା - ୮ ଆପଣଙ୍କ ମତାମତ ?
୧. Raju, Bhubnewar | ଜାନୁଆରୀ ୨୨, ୨୦୧୩ - ୬:୦୦ ପୂର୍ବାହ୍ନ
As usual story. Nothing new. I love to read story. Please ma’am write something new. Son fall in love with a rich girl and her father kill him ,70’s story.
୨. ଦୀପଂକର ଦାସ, ଭୁବେନଶ୍ବର | ଏପ୍ରିଲ୍ ୨୦, ୨୦୧୩ - ୩:୪୯ ପୂର୍ବାହ୍ନ
ଅତି ସୁନ୍ଦର
୩. ରୂପଧର, HYDERABAD | ଅକ୍ଟୋବର୍ ୨୪, ୨୦୧୩ - ୨:୨୫ ଅପରାହ୍ନ
ପ୍ରେମକୁ ନେଇ ଅନେକ କାହାଣୀ ଲେଖା ଯାଇଛି କିନ୍ତୁ ଜାତି ବ୍ୟବସ୍ଥା ଉପରେ କିମ୍ବା ଧର୍ମ କୁ ନେଇ ପ୍ରେମ କାହାଣୀ ର ରଚନା କମ ହୋଇଛି । ଉକ୍ତ କାହାଣୀ ର କେନ୍ଦ୍ରୀୟ ସମସ୍ୟା ପ୍ରେମ ଏବଂ ଧନ । ଆଉ ଅନ୍ୟ ପାଖେ ମା’ ର ମନ – “ସଲିମାର ଆଭିଜାତ୍ୟ ବିଷୟ ଜାଣିବା ପରଠାରୁ ମନେ ମନେ ପ୍ରମାଦ ଗଣିଥିଲେ ସୁନନ୍ଦା ସେ ଜାଣନ୍ତି ପ୍ରେମରେ ଧନୀ, ଗରିବ, ଜାତି-ଅଜାତିର ହିସାବ ନିକାସ ନାହିଁ ତଥାପି ଜାତି-ଅଜାତି ତିଆରି କରିଥିବା ମଣିଷ କେବେହେଲେ ଏ ସତ୍ୟକୁ ଗ୍ରହଣ କରିପାରିବନି” କାହାଣୀରେ ପ୍ରଶାନ୍ତ ଙ୍କ ପରି ତ୍ୟାଗବାନ ପୁରୁଷ ଏବଂ ଅନ୍ୟ ପାଖେ ସଲିମାଙ୍କ ପିତାଙ୍କ ଭଳି ସ୍ଵାର୍ଥୀ ମଣିଷ । ବିଜୁ ଙ୍କ ମାନସିକ ଭାରସାମ୍ୟ ହରାଇବା ଏବଂ ରହସ୍ୟ ଜନକ ମୃତ୍ୟୁ, ପୁଣି ମା’ ମନରେ ପ୍ରଶ୍ନ ସୃଷ୍ଟି କରେ- “ଏ ନିଶ୍ଚୟ ସଲିମାର ବାପାଙ୍କ କାମ ହୋଇଥିବ ପଇସା ବଳରେ ସେ ନିଶ୍ଚିହ୍ନ କରିଦେଇଥିବେ ବିଜୁକୁ ।” ପ୍ରେମ ବି ଏଠି ବଳି ଚଢିଯାଏ, ଧନ କୁ ମଣିଷ ଭଲ ପାଏ ।
୪. SUSHREE DALAI, Hyderabad | ଜୁନ୍ ୧୮, ୨୦୧୪ - ୯:୩୦ ପୂର୍ବାହ୍ନ
Excellent story.I enjoyed reading.Keep it up.
୫. rasmi, noida | ମାର୍ଚ୍ଚ୍ ୧୯, ୨୦୧୫ - ୯:୦୨ ଅପରାହ୍ନ
ଯଦିବା କିଏ କହିପାରଂତି ଏଇ ଗପଟି ପୁରୁଣା ଧାରାର, ମାତ୍ର ଏବେତ ଏହି ପୃଷ୍ଠଭୂମି ବର୍ତ୍ତମାନର ସମାଜରେ ବହୁତ ଦେଖାଦେଉଛି.. ତେଣୁ ଏହା ପୁରୁଣା ନୁହେଁ…। ଅବଶ୍ୟ ଗାଳ୍ପିକା ମୁଖ୍ୟ ଚରିତ୍ରକୁ ବହୁତ ଭଲ (ideal) ଦେଖାଇଛଂତି…।
୬. ଅମରେଶ ବଳବନ୍ତରାୟ, ସାଲେପୁର, କଟକ | ଡିସେମ୍ବର୍ ୨୬, ୨୦୧୫ - ୨:୨୫ ପୂର୍ବାହ୍ନ
ଭଲ ହୋଇଛି
୭. SANTOSH KUMAR NAYAK, BALASORE | ଜାନୁଆରୀ ୨୯, ୨୦୧୮ - ୬:୫୨ ଅପରାହ୍ନ
It is a significant step for the improvement of the Odia language. Thanks and congratulations to all the founder members and specially to the Editor-in-chief.
Faithfully yours
Santosh Kumar Nayak, OES-I
Assistant Professor and Head
P.G. Department of Odia language and literature
Government College, Koraput, Odisha, India
୮. ଜଗନ୍ନାଥ ତରେଇ, ମୟୂରଭଞ୍ଜ | ମେ ୨୨, ୨୦୧୮ - ୪:୦୧ ପୂର୍ବାହ୍ନ
ସୁନ୍ଦର ଗଳ୍ପ। ବର୍ତ୍ତମାନ ସମାଜର ଏକ ଜ୍ୱଳନ୍ତ ଚିତ୍ରକୁ ଚିତ୍ରିତ କରିଛନ୍ତି । ଧନ୍ୟବାଦ ଏ ସୁନ୍ଦର ଗଳ୍ପ ପାଇଁ ।