ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର
-ଉତ୍କଳଗୌରବ ମଧୁସୂଦନ ଦାସ
(୧)
ସୁଖିରାମ ଭାରି ଗରିବ ତାର ଜମିବାଡ଼ି କିଛି ନାହିଁ ଦିନ ମଜୁରି କରି ଚଳେ ସେ ପ୍ରତିଦିନ ସକାଳେ ସେ ଗାଁରୁ ଚାଲି ଚାଲି ଆସି ସହର ଛକରେ ଠିଆ ହୁଏ ଯାହାର ଦରକାର ସେ ଆସି ତାକୁ କାମ କରିବା ପାଇଁ ନେଇଯାଏ ସେଦିନ ବନ୍ଦ ବୋଲି ତାକୁ ମାଲୁମ ବି ନଥିଲା ସେ ତାର ସବୁଦିନ ଭଳି ସକାଳୁ ତା ଗାଁରୁ ଚାଲି ଆସିଛି ଦେଖିଲାବେଳକୁ ଦୋକାନବଜାର ସବୁ ବନ୍ଦ କରିବ କଣ? ବିଚରା ଚୁପ୍ଚାପ ଛକମୁଣ୍ଡ ତାରିଣୀ ମନ୍ଦିର ବାହାର ପାହାଚରେ ବସିଥିଲା ମୋଟର ସାଇକେଲ୍ରେ ଦୁଇଜଣ ଲୋକ ଆସି ପହଞ୍ଚିଲେ ଜଣକ ଆଖିରେ କଳା ଚଷମା, ଜଣକ ହାତରେ ଷ୍ଟିଲ୍ ବଳା ଚଷମା ବାଲା ଆସି ତାକୁ କହିଲା, କାମ କରିବୁ?
-କି କାମ?
-କିଛି ଭିଡ଼ କାମ ନୁହଁ ମ! ରାସ୍ତାରେ ଟାୟାର ପକେଇ ନିଆଁ ଜାଳିବୁ, ଗାଡ଼ିମଟର ଯାଉଥିଲେ ତା ଉପରକୁ ଢେଲା ପକେଇବୁ, ଯେଉଁ ଲୋକ ସ୍କୁଟର ମଟରସାଇକେଲ୍ରେ ଯାଉଥିବ- ସେମାନଙ୍କୁ ବାଡ଼େଇବୁ
-ଏଟା କଣ କାମ?
-ସେଥିରୁ ମୋତେ କଣ ମିଳିବ? ତୋତେ ଟଙ୍କା ମିଳିବ
ସୁଖରାମ ଟଙ୍କା ନେଲା, ଏବଂ ତାକୁ ଯାହା କୁହାଗଲା, ତାହା କଲା ରାସ୍ତାରେ ନିଆଁ ଜାଳିଲା, ସ୍କୁଟର ମୋଟରସାଇକଲ୍ରେ ଯାଉଥିବା ଲୋକଙ୍କୁ ବାଡ଼େଇଲା, କାର୍ ର କାଚ ଭାଙ୍ଗିଲା
କିଛି ସମୟ ଭିତରେ ପୋଲିସ ତାକୁ ଗିରଫ କରିନେଇଥିଲା ଜାମିନରେ ଯିବା, ମକଦ୍ଦମା ଲଢ଼ିବା- ଏ ସବୁର କ୍ଷମତା ସୁଖିରାମର ନଥିଲା ତେଣୁ ତା‘କୁ ସଜା ହୋଇଗଲା ସୁଖିରାମ ପ୍ରଥମ ଥର ଜେଲ୍ ଗଲା ଜେଲ୍ରେ ସୁଖିରାମ ମାଗଣା ଖାଇବାକୁ ପାଇଲା ଗରମ ଭାତ, ଡାଲି ଓ ତରକାରି ଜେଲ୍ଟା ତାକୁ ଭଲ ଲାଗିଲା ସେ ଠିକ୍ କରିନେଲା, ଏଣିକି ସେ ଜେଲ୍ରେ ହିଁ ରହିବ
(୨)
ପ୍ରତ୍ୟେକ ଲୋକର କିଛି ନା କିଛି ଇଚ୍ଛା ଥାଏ, କିଛି ଲୋକଙ୍କର ଇଚ୍ଛାଟା ଅବ୍ସେସନ୍ ପର୍ଯ୍ୟାୟକୁ ଚାଲିଯାଏ ସେତେବେଳେ ମନେହୁଏ- ଏଇଟା ନ ହେଲେ ବା ଏଇଟା ନ ପାଇଲେ ବଞ୍ଚିବାରେ କିଛି ଲାଭ ନାହିଁ ତାକୁ ପାଇବା ପାଇଁ ସେମାନେ ପାଗଳ ପ୍ରାୟ ହୋଇଉଠନ୍ତି
ସେମିତି ଜଣେ ହେଲା ସଞ୍ଜୟ ତାର ଇଚ୍ଛା: ଟେଲିଭିଜନରେ ତା ମୁହଁଟା ଦିଶନ୍ତା ଯେତେବେଳେ ସେ ଟେଲିଭିଜନ ଦେଖେ, ଟିଭି ପରଦାରେ ଚାଲବୁଲ କରୁଥିବା ଚରିତ୍ର ଭିତରେ ସେ ନିଜକୁ ଖୋଜିପାଏ
ଟିଭିରେ ମୁହଁ ଦେଖଇବା ପାଇଁ ବହୁ ଚେଷ୍ଟା କରିଛି ସଞ୍ଜୟ ଟେଲିଭିଜନ ଧାରାବାହିକରେ ଏତେ ଚରିତ୍ର, ତାକୁ ଗୋଟେ ଚରିତ୍ର ମିଳନ୍ତାନି!
ହେଲେ ତାକୁ କେହି କୌଣସି ଚରିତ୍ରରେ ଅଭିନୟ ପାଇଁ ଡାକି ନାହଁନ୍ତି ଯେତେ ରିୟାଲିଟି ଶୋ ହୁଏ, ସବୁଥିରେ ସେ ଆବେଦନ କରିଛି କେଉଁଥିରେ ତା‘ର ହୋଇନି ଭୁବନେଶ୍ବରରେ ଟେଲିଭିଜନ ଚ୍ୟାନେଲଗୁଡ଼ିକର ଅଫିସ୍କୁ କମ୍ ଥର ଯାଇନି ସେ ତାର ଏ ଅବ୍ସେସନ୍ ବିଷୟରେ ତାଙ୍କ ସାହିରେ ସମସ୍ତେ ଜାଣନ୍ତି ବେଳେବେଳେ ତାକୁ ଏଥିପାଇଁ ଥଟ୍ଟା ବି କରନ୍ତି
ସେଦିନ ବନ୍ଦ ଥିଲା ବନ୍ଦ ପୂର୍ବଦିନ ତାଙ୍କ ସାହିର ବୁଲାଦାଦା କହିଲେ- ଆବେ ସଞ୍ଜୟ, ଗୋଟେ କାମ କରିପାରିବୁ- ତୋ ମୁଁହ ଟିଭିରେ ଦେଖେଇବା ପୂରା ପକ୍କା
-କ‘ଣ?
ବୁଲାଦାଦା ଯାହା କାମ କହିଲା, ତାକୁ କରିବା ପାଇଁ ତା ଆତ୍ମା ଡାକୁ ନଥିଲା କିନ୍ତୁ ଟିଭିରେ ମୁହଁ ଦେଖେଇବାର ଲୋଭରେ ସେ ହଁ କହିଦେଲା
ବନ୍ଦ ବେଳେ ନିଆଁ ଜାଳିଲା ସେ ବସ୍ ଉପରକୁ ଟେକା ଫୋପାଡ଼ିଲା ପୋଲିସ ଆସିଲା ପୋଲିସ ପଛରେ ଥିଲେ ବିଭିନ୍ନ ଟେଲିଭିଜନ ଚ୍ୟାନେଲ୍ର କ୍ୟାମେରାମ୍ୟାନ୍ମାନେ ଅନେକଗୁଡ଼ିଏ କ୍ୟାମେରା ସଞ୍ଜୟକୁ ଲାଗିଲା, ତାରି ଫଟୋ ଉଠଉଛନ୍ତି ସେମାନେ ସଞ୍ଜୟ ସାମ୍ନାକୁ ଆସି ପୋଲିସ ଉପରକୁ ଟେକାପଥର ଫୋପାଡ଼ିଲା ପୋଲିସ ଗୁଳି ଚଳେଇଲା ଗୁଳି ବାଜିଲା ସଞ୍ଜୟ ଛାତିରେ ଟଳି ପଡ଼ିଲା ସେ
ସାରା ଭାରତ ଦେଖିଲା ତା‘ର ମୃତ ଦେହର ଚିତ୍ର
(୩)
ଅଫିସରଙ୍କ କଡ଼ା ତାଗିଦ୍: ବନ୍ଦ ଦିନ ସମସ୍ତଙ୍କୁ ନିହାତି ଅଫିସ ଆସିବାକୁ ପଡ଼ିବ ଅଫିସ୍ରେ ହାଜିରା ପକେଇ ତେଣିକି ଯିଏ ଯାହା କର କାମ କର ନ କର କିଛି କଥା ନାହିଁ, ହାଜିରା ପକେଇବା ନିହାତି ଜରୁରି ତେଣୁ ବନ୍ଦବାନ୍ଦ ଆରମ୍ଭ ହେବା ପୂର୍ବରୁ ଚଞ୍ଚଳ ଚଞ୍ଚଳ ଅଫିସ୍ ପହଞ୍ଚଯିବ ସମସ୍ତେ
ବନ୍ଦ କିଛି ନୂଆ ହେଉନି ଓଡ଼ିଶାରେ ସମସ୍ତେ ଜାଣନ୍ତି ବନ୍ଦ ଦିନ ସମସ୍ତେ ଚଞ୍ଚଳ ପହଞ୍ଚନ୍ତି ହାଜିରା ପକାନ୍ତି ଅଳ୍ପ କିଛି ସମୟ ରହନ୍ତି ତାପରେ ମଉକା ଦେଖି ଗୋଟିଏ ଗୋଟିଏ ଖସିଯାଆନ୍ତି ସେଦିନ ଅଫିସ୍ କାମ ଦାମ କିଛି ହୁଏନି ଅଫିସ୍ ବି ପ୍ରାୟ ଫାଙ୍କା ଥାଏ
ପୃଷ୍ଠା ସଂଖ୍ୟା : 1 2
ମତାମତ ସଂଖ୍ୟା - ୧୨ ଆପଣଙ୍କ ମତାମତ ?
୧. ରବିନ୍ଦ୍ର ନାଥ ନାୟକ | ଏପ୍ରିଲ୍ ୨୬, ୨୦୧୨ - ୧୦:୪୩ ଅପରାହ୍ନ
ବହୁତ ବଢିଆ !!!!
୨. ସରୋଜ କାନ୍ତି ମିଶ୍ର | ମେ ୧୨, ୨୦୧୨ - ୧:୫୯ ଅପରାହ୍ନ
ଏକ ନିତିଦିନିଆ କଥା- କିନ୍ତୁ କି ଚମତ୍କାର ପରିପ୍ରକାଶ – ବହୁତ ସୁନ୍ଦର ଅଣୁ ଗଳ୍ପ . Congratulations!
୩. ରବୀନ୍ଦ୍ର କୁମାର ସାମନ୍ତରାୟ | ମେ ୧୩, ୨୦୧୨ - ୩:୫୭ ପୂର୍ବାହ୍ନ
ଅତ୍ୟନ୍ତ ମର୍ମସ୍ପର୍ଶୀ ହୋଇଛି
୪. ଅଶୋକ କୁମାର ସାହୁ | ମେ ୧୯, ୨୦୧୨ - ୬:୩୫ ପୂର୍ବାହ୍ନ
ବନ୍ଦ, ଗଳ୍ପ ଗୁଡିକ ଖୁବ୍ ମନଲାଖି ହୋଇଛି
୫. ଅତ୍ୟନ୍ତ ଭଲ ହେଇଛ | ଜୁଲାଇ ୧୪, ୨୦୧୨ - ୯:୪୬ ପୂର୍ବାହ୍ନ
ଖୁବ୍ ଭଲ
୬. papu | ଜୁଲାଇ ୨୦, ୨୦୧୨ - ୩:୩୭ ପୂର୍ବାହ୍ନ
So nice.
୭. ବିରଞ୍ଚି ନାରାୟଣ ବେହେରା, ଲଣ୍ଡନ୍, ଇଂଲଣ୍ଡ | ଏପ୍ରିଲ୍ ୧୭, ୨୦୧୩ - ୧୦:୦୬ ପୂର୍ବାହ୍ନ
ବହୁତ ଭଲ ଲଗିଲା ବନ୍ଦ ଟି ପଢ଼ି ସବୁଠାରୁ ଭଲ ଲଗିଲା ବନ୍ଦ କରୁଥିବା ନେତା ବିଷୟ ରେ ପଢ଼ି
୮. ରୂପଧର, ହାଇଦ୍ରାବାଦ | ନଭେମ୍ବର୍ ୧୭, ୨୦୧୩ - ୧୧:୪୩ ପୂର୍ବାହ୍ନ
‘ବନ୍ଦ’ ରାଜନୀତିର ଖେଳ କିନ୍ତୁ ଏଥିଦ୍ୱାରା ଦିନ ମଜୁରିଆ ଠାରୁ ନେତା ପର୍ଯ୍ୟନ୍ତ ଅସୁବିଧାର ସମ୍ମୁଖୀନର ହେଉଛନ୍ତି ଏଥିରେ ସନ୍ଦେହ ନାହିଂ । କାହାଣୀ ଜ୍ଵଳନ୍ତ ଉଦାହରଣ, ହୃଦୟସ୍ପର୍ଶୀ ।
୯. ଅରବିନ୍ଦ ଭୋଇ, ଭଦ୍ରକ | ମେ ୩୧, ୨୦୧୪ - ୧୨:୨୦ ପୂର୍ବାହ୍ନ
ସତରେ ଗପ ଗୁଡିକ ଖୁବ୍ ସୁନ୍ଦର. ଏବଂ ଶାଣିତ ହୋଇ ଅଛି ଆପଣଙ୍କୁ. ଅଶେଷ ଧନ୍ୟବାଦ୍ .
୧୦. ତରୁଣ, ଆଇ.ଆଇ.ଟି. ଦୀଲ୍ଲି | ସେପ୍ଟେମ୍ବର୍ ୧୨, ୨୦୧୪ - ୮:୨୭ ପୂର୍ବାହ୍ନ
୪ ଆଉ ୫ ଟା ବଢିଆ ହୋଇଛି
୧୧. ଗୋବିନ୍ଦ, ବାରିପଦା | ଜାନୁଆରୀ ୨୭, ୨୦୧୬ - ୯:୩୫ ପୂର୍ବାହ୍ନ
ବହୁତ ସୁନ୍ଦର ଏବଂ ହୃଦୟ ସ୍ପର୍ଶୀ ଗଳ୍ପ ।।
୧୨. jagat pattnaik, puri | ନଭେମ୍ବର୍ ୧, ୨୦୧୭ - ୧:୫୮ ପୂର୍ବାହ୍ନ
classic writting. Thanks for this type of story.Genuine,truthful,hearttouching