ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର
-ଉତ୍କଳଗୌରବ ମଧୁସୂଦନ ଦାସ
ଠନ୍ ଠନ୍ ଠନ୍
ସାରା ସଂସାରଟା ଶୋଇଗଲା ପରେ ଦରୱାନ ରାତି ଅଧରେ ସମୟ ଅନୁଯାୟୀ ବାରଥର ଆଉ ଏଗାରଥର କରି ଘଣ୍ଟା ବାଡ଼ାଏ ଓ! କି ବିରକ୍ତିକର ଆଉ ଭୟାନକ ଶବ୍ଦ ସିଏ ରେସିଡ଼େନ୍ସିଆଲ ସ୍କୁଲ
ମୁଁ ରାତି ଅଧରେ ବରାବର ଏଇ ଶବ୍ଦରେ ଡରେ ସତେକି ଛାତିରୁ ଅତଡ଼ା ଖସି ଯାଉଛି ନିଦ ନହେଲେ ଲାଗେ ମତେ କିଏ ଡାକୁଛି କିନ୍ତୁ କି ଉଦ୍ଦେଶ୍ୟ ରଖି, ମୋ ପ୍ରତି କାହାର ବା କି ଉଦ୍ଦେଶ୍ୟ ଥାଇପାରେ ! ମୁଁ ବିରକ୍ତ ହୋଇଯାଏ ରାଗିଯାଏ, କ୍ରୋଧ ପରମଶତ୍ରୁ ଏକଥା ଜାଣି ସୁଦ୍ଧା ମୋ ନିଦ ପୁରାପୁରି ଭାଙ୍ଗିଯାଏ କାନ ଡେରି ଭଲ କରି ଶୁଣେ ମୁଁ ଆଉ ଦୁଃସ୍ବପ୍ନ ଦେଖୁନାହିଁ ତ ! ନାଁ ଶବ୍ଦଟା ସ୍ପଷ୍ଟ ଶୁଭୁଛି ତକିଆରେ ମୁହଁ ଗୁଞ୍ଜି ଶୋଇପଡ଼େ
ଅତି ସାନବେଳେ ରାତି ଅଧରେ ବଗିଚାର ବଡ଼ ପଣସ ଗଛର ଡାଳ ବିନା କାରଣରେ ଦୋହଲିଗଲେ ନିଦ ଭାଙ୍ଗିଯାଏ ମୁଁ ସେତେବେଳେ ଜେଜିମା’କୁ ଉଠେଇ ପକାଏ ସିଏ ରାଗିମାଗି ହେଲେ, କହେ କେହିଜଣେ ଆସି ମୋତେ ମାଡ଼ିବସୁଛି ଜେଜିମା‘ ଦିନେ ମୁଁ ହାଉଳି ଖାଇଲି ଜେଜିମା କହିଲା ‘ଇଲୋ କ’ଣ ହେଲା’ ଘରସାରା ଲୋକ ଉଠିଆସି ଦେଖିଲେ ମୁଁ ନାଚୁଛି ମତେ ଟେକି ନେଇ ଅନେକ କଥା ପଚରାଉଚୁରା କଲେ ସକାଳେ ଜଣେ ଗୁଣିଆ ଆସି ମତେ ଝାଡ଼ଫୁଙ୍କା କଲା ହେତୁ ହେଲା ଦିନରୁ ମୋର ଭୂତ ପ୍ରେତ ପ୍ରତି ଅଗାଢ଼ ବିଶ୍ବାସ ଏହି ଘଟଣା ପରଠୁ ମୁଁ ଏକୁଟିଆ ରହିବାକୁ ପ୍ରବଳ ଡରେ
ବିସ୍ମିତା ଆଜିକାଲି ସବୁଠି ନିଜକୁ ଅସୁରକ୍ଷିତ ମନେ କରୁଛି କ୍ଲାସ୍ରୁମରେ ଏମିତିକି ଡର୍ମିଟାରୀରେ ବି ତା’ର ବଢ଼ନ୍ତା ଯୌବନ କ’ଣ ତା’ର ଶତ୍ରୁ ହେଲେ ସିଏ କ’ଣ କରିପାରିବ ସମସ୍ତେ ଯେମିତି ତାକୁ ଲୋଲୁପ ଆଖିରେ ଚାହିଁ ରହିଛନ୍ତି ତାକୁ ନେଇ ଘରେ ବାହାରେ ସମସ୍ତେ ବ୍ୟସ୍ତ କୁଆଡ଼େ ତା’ର ବୟସ ବଢ଼ିଯାଇଛି, ସିଏ ବଡ଼ ହୋଇଯାଇଛି ସେଇଥିଲାଗି ତ ସିଏ ରେସିଡ଼େନ୍ସିଆଲ୍ ସ୍କୁଲରେ ପଢୁଛି ବାପାଙ୍କର ଯେତେସବୁ କଥା, କାଳେ ସିଏ ଶୃଙ୍ଖଳିତ ହେବ
ଘରେ ଥିଲାବେଳେ ତାକୁ ବାପା ଗୋଡ଼େ ଗୋଡ଼େ ଜଗୁଥିଲେ କାଳେ ତା’ର ପାଦ ଖସିଯିବ
ଆଇସ୍କ୍ରିମ ବାଲା, ଘରପାଖ ପାନ ଦୋକାନୀ, କ୍ଷୀରବାଲା, ପଡ଼ୋଶୀ ଘରର ଲିଟୁ, ଗାଁର ଲେଖାଜୋଖା ଦାଦା, ମାମୁଁ ସମସ୍ତେ ତା’ପାଖରେ ଯେମିତି କିଛି ଗୋଟେ ଖୋଜୁଥାଆନ୍ତି ସେମାନଙ୍କ ଆଖି ସବୁବେଳେ ତା’ରି ଉପରେ ପହଁରି ବୁଲେ ଟାଇଟ୍ ଫିଟିଙ୍ଗ୍ ଜାମା ଦେହରୁ କେଉଁଠି କିଛି ଅନାବୃତ ଜିନିଷକୁ ସେମାନେ ସବୁବେଳେ ଟାକି ବସିଥାଆନ୍ତି ଦେଖିବାକୁ
ବହୁ ସମୟରେ କଲୋନୀର ଯୁବକମାନେ ଆମ ଘରକୁ ବିନା କାରଣରେ ଆସନ୍ତି ସେମାନେ ସୁଯୋଗ ଉଣ୍ଡୁଥାନ୍ତି ମୁଁ ଯେମିତି ଟିକେ ଦର୍ଶନ ଦିଏ ଆସିବାର କାରଣଟା ପଚାରି ଦେଇ ମୁଁ ଧଡ଼୍ କରି କବାଟ ପକାଇ ଦିଏ ମୋ ଛାତିରେ ବିଜୁଳି ଖେଳିଯାଏ ଝାଳ ସରସର୍ ହେଇଯାଏ
ବାପାଙ୍କର ସରକାରୀ ଚାକିରି ବହୁ ଝିନଝଟ୍ ବଦଳି ପାଲାରେ ଆମେ ଓଡ଼ିଶାର ଅଧେଯାଗା ବୁଲି ସାରିଲୁଣି ପୁରୀରେ ଥିଲାବେଳେ ଭାରି ଭଲ ଲାଗୁଥିଲା ଜଗନ୍ନାଥଙ୍କ ଦର୍ଶନ ତା’ ସାଙ୍ଗକୁ ମନୋରମ ସମୁଦ୍ର ବେଳା ହେଲେ ସବୁବେଳେ ଭିଡ଼ ମନ୍ଦିର ଭିତରେ ଭିଡ଼ ହେଲେ ତ ଭାରି ପ୍ରବ୍ଲେମ ଲୋକଗୁଡ଼ାକ ଦେହରେ ଘଷି ହେଇଯାଆନ୍ତି ତାକୁ ଆକ୍ତାମାକ୍ତା ଲାଗେ ଥରେ ସିଏ ଭିଡ଼ ଭିତରେ ଫସି ଯାଇଥିଲା ଘରକୁ ଫେରିଲା ବେଳକୁ ତା’ ଦେହ ଭାରି ଦରଜ ଳାଗୁଥିଲା ଗୋରା ଦେହରେ ଠାଏ ଠାଏ ନାଲି ଦାଗ
ସୁନ୍ଦରଗଡ଼ରେ ମୁଁ ଭାରି ଖୁସିରେ ଥିଲି
କିନ୍ତୁ ସେଠି ବି ସେଇ ନାଟ ମୋ ଆଡ଼କୁ ସମସ୍ତେ ଚାହାଁନ୍ତି
ଭୋର୍ରୁ ଫୁଲ ଆଣି ଯିବାଥିଲା ଗୋଟେ ବହୁଦିନର ଅଭ୍ୟାସ ଷ୍ଟାଣ୍ଡାର୍ଡ଼ ସିକ୍ସ୍ରେ ପଢୁଥିଲି ଘରପାଖ ଆମ ମନ୍ଦିର ନନାଙ୍କୁ ମୁଁ ସବୁଦିନ ଫୁଲ ଦିଏ ଦିନେ ସିଏ ମୋ ହାତ ଧରିଲେ ମୁଁ ଛାଡ଼ କହିଲାରୁ ଛାଡ଼ିଲେ ନାହିଁ ବହୁ ସମୟଧରି ମୋ ମୁହଁକୁ ଚାହିଁ ରହିଲେ ଦିଶୁଥିଲେ ସିଏ ଭାରି ଭୟଙ୍କର ମୁଁ ସେଠୁ ଦୌଡ଼ି ପଳେଇ ଆସିଲି ବୋଉ ମତେ ସେଇ ଦିନରୁ ଫୁଲ ତୋଳିବାକୁ ଛାଡ଼େ ନାହିଁ
ଟିଟିଲାଗଡ଼ରେ ଥିଲାବେଳେ ମୁଁ ଥିଲି ସେ ଅଞ୍ଚଳରେ ସବୁଠୁ ପପୁଲାର ନଗେନ ବାବୁଙ୍କ ଝିଅ ବିସ୍ମିତା କହିଲେ ସମସ୍ତଙ୍କ ଆଖି ଖୋସି ହେଇଯାଉଥିଲା ବୁଢ଼ୀମାନେ କହୁଥିଲେ ଗୋଟିଏ ଚାଉଳରେ ଗଢ଼ା ଟୋକାମାନେ କହୁଥିଲେ ମାଷ୍ଟର ପିସ୍ ମୁଁ ରାସ୍ତାରେ ଗଲେ ଶୁଶୁରୀ ବାଜୁଥିଲା ମୁଁ କିନ୍ତୁ ଟିଉସନ୍ ପଢ଼ିବାକୁ ଖାଲି ଯାହା ଘରୁ ବାହାରେ ପରିଡ଼ା ସାର୍ଙ୍କ ଆଖି ଓଃ କି ଭୟଙ୍କର ସତରେ ! ସେ ସବୁବେଳେ ମତେ ଏମିତି ଚାହିଁଥାନ୍ତି କାହିଁକି କେଜାଣି ? ସମସ୍ତେ ଭାବୁଛନ୍ତି ମୋ ସୁନ୍ଦରପଣ ଯୋଗୁଁ ଏତେ ସବୁ ଘଟଣା ଦୁର୍ଘଟଣା ଘଟୁଛି ମୁଁ କିନ୍ତୁ ନିରୁପାୟ
ପୃଷ୍ଠା ସଂଖ୍ୟା : 1 2
ମତାମତ ସଂଖ୍ୟା - ୧୩ ଆପଣଙ୍କ ମତାମତ ?
୧. Biswaranjan mishra | ଏପ୍ରିଲ୍ ୨୮, ୨୦୧୨ - ୧୦:୪୬ ଅପରାହ୍ନ
Nice…
୨. Saroj Biswal | ମେ ୩, ୨୦୧୨ - ୩:୨୩ ପୂର୍ବାହ୍ନ
Every where this scavengers are there, we need to recognise the beats of the child else they will fall from roof top.
୩. Debapriya Priyadarshi Chakra | ମେ ୮, ୨୦୧୨ - ୨:୦୭ ପୂର୍ବାହ୍ନ
thanx Biswajit babu & saroj babu for ur valuable words.
୪. Gyanaranjan Mohanty | ମେ ୧୦, ୨୦୧୨ - ୨:୧୫ ପୂର୍ବାହ୍ନ
I read this story in a flow. no bound to stay, language & narration impress me a lot.
୫. pradyumna rout | ମେ ୧୨, ୨୦୧୨ - ୧୦:୪୬ ପୂର୍ବାହ୍ନ
bahut bhala gapatia hoichhi
୬. ଆଦିତ୍ୟ | ମେ ୨୯, ୨୦୧୨ - ୭:୩୯ ଅପରାହ୍ନ
It is nice
୭. abhimanyu behera | ଜୁନ୍ ୮, ୨୦୧୨ - ୪:୧୧ ପୂର୍ବାହ୍ନ
very good story….. i like this type of story
୮. Bibhu prasad Mohaptra | ଜୁନ୍ ୧୩, ୨୦୧୨ - ୨:୦୮ ପୂର୍ବାହ୍ନ
kemiti achi jhia realy one of the best narrted story
୯. Aditya Mishra | ଜୁନ୍ ୧୩, ୨୦୧୨ - ୨:୧୦ ପୂର୍ବାହ୍ନ
nice one, I enjoyed a lot.
୧୦. ଅଶୋକ କୁମାର ସାହୁ | ଅଗଷ୍ଟ୍ ୪, ୨୦୧୨ - ୧୦:୩୧ ପୂର୍ବାହ୍ନ
ତୋ ଗପଟିକୁ ପଢିଲି, ଭଲ ଲାଗିଲା
୧୧. sudhansu pati, Bangalore | ଡିସେମ୍ବର୍ ୨୦, ୨୦୧୨ - ୩:୨୯ ପୂର୍ବାହ୍ନ
Nice story , enjoyed a lot
୧୨. sriyanshu, sriharikota | ଡିସେମ୍ବର୍ ୨୦, ୨୦୧୨ - ୩:୩୬ ପୂର୍ବାହ୍ନ
sir gapata bhala lagila
୧୩. debendra lenka, cuttack,odisha | ମେ ୧୧, ୨୦୧୩ - ୧୨:୫୨ ପୂର୍ବାହ୍ନ
that’s a very reallistic story.