ନବ ପ୍ରତିଭା

ତୁମେ ଚାଲିଗଲା ପରେ
|- ଉମେଶ ପାତ୍ର,ରାଉରକେଲା
ନିଃସଙ୍ଗ-ବନର କବିତା
|- ବିପିନ ବିହାରୀ ସାହୁ, ବଲାଙ୍ଗୀର
ସ୍ମୃତି
|- ସନ୍ତୋଷ ଜଗତ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

→ ସ୍ମରଣୀୟ ଲେଖା

୫୧ସର୍ବହରା

ଅନନ୍ତ ପଟ୍ଟନାୟକ

ଜୀବନ ଧରି ହେ ଢାଳିଲୁ ରକ୍ତ, ତୋଳିଲୁ ସଉଧମାଳା
ଆମରି ଲାଗିରେ ଶାସନ ଶକ୍ତ, ଆମେଇ ସର୍ବହରା୤
ଝାଞ୍ଜି ପବନ ସହିରେ ସଘନ, ଗହିରେ ରୋଇଲୁ ଧାନ
ବରଷା କାଦୁଅ ଚକଟି କେତେରେ ଖିନ୍ନ କରିଲୁ ପ୍ରାଣ ୤

ଅନନ୍ତ ପଟ୍ଟନାୟକ  ( ମତାମତ - 1ଟା )

୫୨ନୀରବ

ଉତ୍କଳମଣି ଗୋପବନ୍ଧୁ ଦାସ

ନୀରବେ ପ୍ରସରେ କ୍ଷଣେ ଦିବ୍ୟ ଜ୍ୟୋତିଧାରା,
ନୀରବେ ଆକାଶେ ଉଦେ ରବି-ଶଶୀ-ତାରା,
ନୀରବେ ବଢ଼ଇ ତରୁଲତା-ମହୀଧର
ନୀରବ ନିଖିଳ ବିଶ୍ବ ନିଗୂଢ଼ ମନ୍ତର୤

ଉତ୍କଳମଣି ଗୋପବନ୍ଧୁ ଦାସ  ( ମତାମତ - 2ଟି )

୫୩ଅଭିଯୋଗ

କୁନ୍ତଳା କୁମାରୀ ସାବତ

ସବୁଦେଇ ଶୂନ୍ୟ କରିଅଛ ମୋତେ
ପୂରାଅ ସକଳ ଦେଇଣ
ନେଲ ମୋତେ ହରି
ନେଲ ମୋତେ ଧରି

କୁନ୍ତଳା କୁମାରୀ ସାବତ  ( ମତାମତ - 1ଟା )

୫୪ଉତ୍ତରଣ

ଜଗଦୀଶ ମହାନ୍ତି

ଶମ୍ଭୁଚରଣ କବି ବନିଯିବା ଆମ ପାଖରେ ଯେତିକି ଆଶ୍ଚର୍ଯ୍ୟଜନକ ଘଟଣା ନଥିଲା, ତା’ଠୁ କାହିଁକି କେତେଗୁଣ ବିସ୍ମୟକର ଘଟଣା ଥିଲା ଶମ୍ଭୁଚରଣ ଦାତାକର୍ଣ୍ଣ ବନିଯିବା୤ ଏମିତିରେ ବନ୍ଧୁ ମହଲରେ ଶମ୍ଭୁଚରଣର ଭାରି ଦୁର୍ନାମ, କୃପଣ ବୋଲି୤ ପେଟ୍ରୋଲ ଖର୍ଚ୍ଚ ହେଇଯିବ ବୋଲି ସେ ଦିନେହେଲେ ସ୍କୁଟର୍‌ ଚଳେଇ ବି କୁଆଡ଼େ ଯିବାର କେହି ଦେଖିନି୤ ଚାଲିଲେ ବ୍ୟାୟମ ହୁଏ ଓ ରକ୍ତସଂଚାଳନ ଭଲହୁଏ ବୋଲି ସେ କେବେ ବି ରିକ୍ସା କରେନାହିଁ୤ ଅଫିସ୍‌ରେ କେବେ ଦିନେ ଚା’ କପେ କି ସିଗାରେଟ୍‌ ଖଣ୍ଡେ ପିଇବାର କି କାହାରିକୁ ଯାଚିବାର କେହି ଦେଖିନାହିଁ୤

ଜଗଦୀଶ ମହାନ୍ତି  ( ମତାମତ - 3ଟି )

୫୫ଭଲପାଏ ମୁହିଁ

ଭଲପାଏ ମୁହିଁ କଅଁଳ ଫୁଲେ
କାକର ଟୋପି ଟୋପି
ପତର ଆଖି ପତାର ଲୁହ
ବରଷା ଥୋପି ଥୋପି୤

କୁଞ୍ଜବିହାରୀ ଦାଶ  ( ମତାମତ ଦିଅନ୍ତୁ →

୫୬ସାହିତ୍ୟର ଗୁଣ

ଉତ୍କଳ ସାହିତ୍ୟର ଧାରାବାହିକ ପୂର୍ଣ୍ଣାଙ୍ଗ ଇତିହାସ ଏପର୍ଯ୍ୟନ୍ତ ପ୍ରକାଶିତ ହୋଇନାହିଁ୤ ତଥାପି ଯେଉଁମାନେ ଏହି ସାହିତ୍ୟର ଅନୁଶୀଳନରେ ବ୍ରତୀ, ସେମାନେ ଜାଣନ୍ତି, ଆମ୍ଭମାନଙ୍କ ମାତୃଭାଷାର ସାହିତ୍ୟରେ କ’ଣ ଅଛି ଏବଂ କି ଅଭାବ ଅଛି୤ ଅଭାବ କାହିଁକି, ବହୁତ ଅଭାବ ଯେ ଅଛି, ଏଥିରେ ଅଣୁ ମାତ୍ର ସନ୍ଦେହ ନାହିଁ୤

ଚନ୍ଦ୍ରମୋହନ ମହାରଣା  ( ମତାମତ ଦିଅନ୍ତୁ →

୫୭କିଣିଖିଆ ଗୁହାରି

ମନମୋହନ ମିଶ୍ର

ଘେନାକର ସରକାର
କିଣିଖିଆ ଗୁହାରି
କିଣିଖିଆ ଗୁହାରି୤ ଘୋଷା୤

ମନମୋହନ ମିଶ୍ର  ( ମତାମତ ଦିଅନ୍ତୁ →

୫୮ଦେବୀ

ମଦନ ଯେତେବେଳେ ଧୀରେ ଧୀରେ ଆଖି ଖୋଲି ଯନ୍ତ୍ରଣାରେ ଦୀର୍ଘ ‘ଉଃ’ ଶବ୍ଦ କଲା, ସେ ଜାଣିପାରିଲା ନାହିଁ ସେ କେଉଁଠି ଅଛି୤ ଡେବିରି ଆଣ୍ଠୁ ତଳକୁ ଗୋଡ଼ରେ ତା’ର ଜଳନ୍ତା ନିଆଁ ରଖାଗଲା ପରି ଦାରୁଣ ଯନ୍ତ୍ରଣା ବୋଧ ହେଉଥାଏ୤ ମୁଣ୍ଡ ପର୍ବତ ପ୍ରମାଣ ବୋଝ ଲାଗୁଥାଏ୤ ଅଜଣା ଔଷଧ ତୀବ୍ର ଗନ୍ଧ ତାକୁ ଅନୁଭୂତ ହେଉଥାଏ୤ ଅର୍ଧଚେତନ ଅବସ୍ଥାରେ ଭାବୁଥାଏ କେଉଁଠି ଅଛି ସେ? ଆଖିପତା ଖୁବ୍‌ ଭାରି ଲାଗୁଥାଏ୤ କାହିଁକି ଏତେ ଯନ୍ତ୍ରଣା? ଅସ୍ଫୁଟ, ଧୀର ଆର୍ତ୍ତନାଦ ତା’ର କଣ୍ଠରୁ ବାହାରିଲା ବେଳେ ତା’ର ମନେହେଲା ପାଟି କରିବାର ଶକ୍ତି ମଧ୍ୟ ତା’ର ନାହିଁ୤

ଶ୍ରଦ୍ଧାକର ସୂପକାର  ( ମତାମତ - 2ଟି )

୫୯ଏବେ ମଧ୍ୟ ବଞ୍ଚିଛି

ଗୋଦାବରୀଶ ମହାପାତ୍ର

ବେଣୁଧର କ’ଣ କରିବ କିଛି ଠିକ୍‌ କରିପାରିଲା ନାହିଁ୤
ଯେତେବେଳେ ଗାଁ ଯାକ ବାହାରନ୍ତି ସାହାଯ୍ୟ କେନ୍ଦ୍ରକୁ ସାହାଯ୍ୟ ପାଇଁ, ବେଣୁଧର ପିଣ୍ଡାରେ ତୁନି ହୋଇ ଠିଆହୁଏ୤ ଭାବେ, ଏତେ ଲୋକ ଯାଉଛନ୍ତି, ସମସ୍ତଙ୍କ ଆଗରେ ମୁଁ ହାତ ପତେଇ ଠିଆହୋଇ ମାଗିବାଟା ସୁନ୍ଦର ହେବ ନାହିଁ୤

ଗୋଦାବରୀଶ ମହାପାତ୍ର  ( ମତାମତ - 2ଟି )

୬୦ଜହ୍ନମାମୁଁ

ସାର୍‌ ବାସୁଦେବ ସୁଢ଼ଳଦେବ

ଅମ୍ବର ସର ଦିଶଇ ମଞ୍ଜୁଳ୤ ମାମୁଁ ତହିଁରେ ତ ପଙ୍କଜ ଫୁଲ୤
ଉଜ୍ଜ୍ବଳ କୁମୁଦ ତାରା ସଙ୍କୁଳ୤ ଗ୍ରହ ଗ୍ରାହରେ ହୋଇଛି ଆକୁଳ୤
ଚନ୍ଦିକ୍ରା ଲହରୀ୤ ଘନ ଘନ ତହିଁ ଅଛି ବିହରି ୤ ୧୤

ସାର୍‌ ବାସୁଦେବ ସୁଢ଼ଳଦେବ  ( ମତାମତ - 3ଟି )

ପୃଷ୍ଠା :  ୧୦ ...୧୨ ୧୩ ୧୪
 
 
 

♦ ପାଠକୀୟ ମତାମତ