ନବ ପ୍ରତିଭା

ତୁମେ ଚାଲିଗଲା ପରେ
|- ଉମେଶ ପାତ୍ର,ରାଉରକେଲା
ନିଃସଙ୍ଗ-ବନର କବିତା
|- ବିପିନ ବିହାରୀ ସାହୁ, ବଲାଙ୍ଗୀର
ସ୍ମୃତି
|- ସନ୍ତୋଷ ଜଗତ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

→ ସ୍ମରଣୀୟ ଲେଖା

୧୧ପରଦା ତଳେ

କିଶୋରୀ ଚରଣ ଦାସ

ରୂପେଲି ପରଦାରେ ଫୁଟି ଉଠିଲା କେତେ ରକମର ଛବି-କେତେ ହସକାନ୍ଦର ଅସରନ୍ତି କଥା। ଭିକାରୁଣୀ ରୂପରେ କେତେ ରୂପସୀ ‘ତାରକା’ଙ୍କ ରକ୍ତିମ ଅଧରରେ ଖେଳିଗଲା ମନ ଭୁଲାଣିଆ ହସ, କଣ୍ଠରୁ ବାହାରିଲା ସ୍ୱରର ଝଙ୍କାର, କଜଳ-କଳା ଆଖିରୁ ଝରି ପଡ଼ିଲା ବୁକୁଫଟା ଲୁହର ଧାର। ଭିକାରୀ ରାଜଦ୍ୱାରରେ ଗାଇଲା ବାଦ୍ୟ ସମ୍ବଳିତ ଭଜନ।

କିଶୋରୀ ଚରଣ ଦାସ  ( ମତାମତ ଦିଅନ୍ତୁ →

୧୨ଗୁପ୍ତ ଭୋଟ

ଭାଇ ଭୋଟର, ଗୁପ୍ତ ଭୋଟ ଦେ ନ ଯା’ରେ;
କ୍ଷମତାଭିଳାଷୀ ପଦବୀଲାଳସୀ
ଦେଲେ ହେଲେ ତତେ ହଜାରେ। (ଘୋଷା)।

ଖଗେଶ୍ୱର ଶେଠ  ( ମତାମତ ଦିଅନ୍ତୁ →

୧୩ଦେବଲୋକରେ ପରୀକ୍ଷା ପାଲା

ଦେବଲୋକରେ ଅଫିସରମାନେ ନୂଆ ନୂଆ ଆଇନ୍‌କାନୁନ୍‌ ବିଷୟରେ କିଛି ଖବର ରଖିଲେ ନାହିଁ। ସେହି ମାନ୍‌ଧାତା ଅମଳର ଆଇନ୍‌କୁ ଧରି ଦେଶ ଶାସନ କଲେ। ଫଳରେ ଦେବଲୋକରେ ବିକାଶମୂଳକ କାର୍ଯ୍ୟର ଅଗ୍ରଗତି ହେଲାନାହିଁ।

ଏକଥା ଅନୁଭବ କଲା ପରେ-ରାଷ୍ଟ୍ରପତି ବିଷ୍ଣୁ ଉପାୟ ଚିନ୍ତା କଲେ। ଗଣେଶ ତାଙ୍କୁ ପରାମର୍ଶ ଦେଇ କହିଲେ-“ ଅଫିସରମାନଙ୍କର ଆଇନ-ଜ୍ଞାନ ପରୀକ୍ଷା କରିବା ପାଇଁ, ଥରେ ବିଭାଗୀୟ ପରୀକ୍ଷା ହେଉ। ପରୀକ୍ଷାରେ ଯେଉଁମାନେ ଶତକଡ଼ା ଷାଠିଏ ନମ୍ବରରୁ କମ୍‌ ରଖିବେ, ସେମାନଙ୍କୁ ଚାକିରିରୁ ବାହାର କରିଦିଆଯାଉ।”

ହରେକୃଷ୍ଣ ଦାସ  ( ମତାମତ ଦିଅନ୍ତୁ →

୧୪କବି ଭାଗ୍ୟରେ ଅଭିଶାପ

ଉତ୍କଳ କବିଙ୍କ ଭାଗ୍ୟେ ଏ କି ଅଭିଶାପ
ନାହିଁ ଆନ ଲାଭ, ଲାଭ ଦୁଃଖ ମନସ୍ତାପ।
ଦେଇଛନ୍ତି ଏ ଦେଶକୁ ଶାପ କେଉଁ ଦେବ
ଯେ ସେବିବ ବାଣୀପଦ ସେ ହେବ ଦରିଦ୍ର।

ଚିନ୍ତାମଣି ମହାନ୍ତି  ( ମତାମତ ଦିଅନ୍ତୁ →

୧୫ରବିବାର

ସୌରୀନ୍ଦ୍ର ବାରିକ

ରବିବାର ଦିନ କେମିତି ସକାଳୁ ହେବାକୁ ଡେରି ଡେରି ହୁଏ।
ଡେରିରେ ବି ଘଣ୍ଟାବାଜେ ଚା’ ଶୋଷ ଖୁବ୍‌ ବଢ଼ିଯାଏ

ସକାଳଟା ବଡ଼ ମିଠା, ବଡ଼ ମିଠା ଚାହିଁ ଚାହିଁ ଶୋଇ ରହିଥିବା।
ଦୁଃସ୍ୱପ୍ନ ପରି ହାକିମ, ଫାଇଲ୍‌ ସବୁ କିଛି ଭୁଲିଯିବା ।
ବଡ଼ ମିଠା ଶୋଇ ଶୋଇ ଖାଲି ଅନାଇ ରହିବା॥

ସୌରୀନ୍ଦ୍ର ବାରିକ  ( ମତାମତ - 1ଟା )

୧୬ଧର୍ମନିରପେକ୍ଷ ରାଜନୀତି

ମହାପାତ୍ର ନୀଳମଣି ସାହୁ

ଗୋଟିଏ ବାପର ଥିଲେ ତିନିପୁଅ। ସେମାନେ ସବୁ ବଡ଼ ହୋଇଗଲେ। ବାହାହେଲେ। ଘରକୁ ଆସିଲେ ତିନିବୋହୂ। ତିନି ବୋହୂଙ୍କର ମଧ୍ୟ ଗୋଟିଏ ଗୋଟିଏ ପିଲା ଜନ୍ମ ହେଲେ। କ୍ରମେ ଘରଟି ହୋଇଗଲା ଗୋଟିଏ ଏକାନ୍ନବର୍ତ୍ତୀ ପରିବାର। ସବୁ ଭାଇଙ୍କ ଭିତରେ ସାଧାରଣ ଭାବେ ସ୍ନେହ ସୌହାର୍ଦ୍ଦ୍ୟ ଥିଲା। ବୋହୂମାନେ ମଧ୍ୟ ମିଳିମିଶି ଚଳୁଥିଲେ। ସୌଭାଗ୍ୟର କଥା ଯେ- ପରିବାରଟିରେ କୌଣସି ମନୋମାଳିନ୍ୟ ନଥିଲା।

ମହାପାତ୍ର ନୀଳମଣି ସାହୁ  ( ମତାମତ ଦିଅନ୍ତୁ →

୧୭ବେଦନା ନାଶକ

ଘରେ ଶାଶୂବୁଢ଼ୀ, ପୁଅ ଆଉ ବୋହୂ, ଘର ଗୋଟାକର କାମରୁ ଗୁରାଏ ଗୁରାଏ କାମ ବୋହୂ କରେ, ଅଳ୍ପ କାମ ଶାଶୂବୁଢ଼ୀ କରେ। ଶାଶୂବୁଢ଼ୀର ହାତ କାମ ବନ୍ଦ ହେଲେ, ମୁହଁ କାମ କରେ, ଅର୍ଥାତ୍‌ ବକରବକର ହେଉଥାଏ, ପାଟି ବନ୍ଦ ହୁଏନା।

ପୁଅ ବଜାରରେ ଥାଏ, ତା’ର ପାନ ଦୋକାନ, ଲୁଚା ଚୋରାରେ ଦେଶୀ ମଦ ବିକ୍ରି କରେ। ପୁଅ କିଛି ଘରକଥା ବୁଝେ ନାହିଁ, ଘରକୁ ଆସିଲେ ଖାଏ, ପିଏ, ଚାଲିଯାଏ। ରାତି ହେଲେ ଘରକୁ ଆସେ।

ପୁଲିନ୍ ବିହାରୀ ରାୟ  ( ମତାମତ ଦିଅନ୍ତୁ →

୧୮କମଳ ଲୋଚନ ଚଉତିଶା

କମଳ ଲୋଚନ ଶ୍ରୀହରି । କରେଣ ଶଙ୍ଖ ଚକ୍ର ଧାରୀ ॥
ଖଗ ଆସନେ ଖଗପତି । ଖଟନ୍ତି ଲକ୍ଷ୍ମୀ ସରସ୍ୱତୀ ॥
ଗରୁଡ଼ ଆସନେ ମୁରାରି । ଗୋପରେ ରଖିଲେ ବାଛୁରୀ॥
ଘନ କଠିନ କଳେବର । ଘଟଣ ଶ୍ରୀମୁଖ ସୁନ୍ଦର ॥

ବଳରାମ ଦାସ  ( ମତାମତ - 2ଟି )

୧୯କ୍ଷମତା ସଙ୍ଗେ ଭେଟ

ଫଗୁବାବୁ ଯେ ଦିନେ କ୍ଷମତାବାନ୍‌ ହୋଇଯିବେ ତାହା କେହି କେବେ ଅନୁମାନ କରି ନ ଥିବ। ଇତିହାସ ଏହିପରି କାହାକୁ ଉପରକୁ ଉଠାଏ, କାହାକୁ ବା ଅତଳାନ୍ତ ଖାତକୁ ଠେଲି ଫୋପାଡ଼ିଦିଏ। ହଠାତ୍‌ କେଉଁ ଏକ ଅଖ୍ୟାତ ଅଞ୍ଚଳରୁ ଠିଆ ହୋଇ ସେ ନିର୍ବାଚିତ ହେଲେ ଏବଂ ଦଳ ଭିତରେ ଷଣ୍ଢା ଷଣ୍ଢା ନେତାଙ୍କ କନ୍ଦଳ ହେତୁ ତାଙ୍କ କପାଳରେ ଶିକା ଛିଣ୍ଡିଗଲା। ଫଳରେ ‘ମିଡିଅମ୍‌ ଧୋତି ଆଉ ଇସ୍ତ୍ରିକରା ଅଧା କାମିଜ୍‌ର’ (ରମାକାନ୍ତ ରଥଙ୍କ ଲଣ୍ଡନ ଶୀର୍ଷକ କବିତା ଦ୍ରଷ୍ଟବ୍ୟ) ସେହି ଅତି ସାଧାରଣ ବ୍ୟକ୍ତିଙ୍କ ଉପରେ ଆଜି ମାଳମାଳ କୃପାପ୍ରାର୍ଥୀ କରଯୋଡ଼ି ଛିଡ଼ା ହୋଇଛନ୍ତି।

ଚୌଧୁରୀ ହେମକାନ୍ତ ମିଶ୍ର  ( ମତାମତ ଦିଅନ୍ତୁ →

୨୦ବସନ୍ତ ବହିଲା

ବସନ୍ତ ବହିଲା ଚୂତ ପଲ୍ଲବିଲା ବୃକ୍ଷେ ଦେଲେ ପତ୍ର ଝଡ଼ା
ଅଶେଷ କୋଟି ବ୍ରହ୍ମାଣ୍ଡର ଠାକୁର ଦୋଳମଣ୍ଡପରେ ଉଭା ଗୋ।
ଆମ୍ବକେରି ଘେନିଯିବା ଗୋ ସଜନୀ ଦେଖିବା ବସନ୍ତ ଚାଚେରୀ
ବୃନ୍ଦାବନେ କୃଷ୍ଣ ଦୋଳି ଖେଳୁଛନ୍ତି ଉଡ଼ାଇ କ୍ରପୂର ଧୂଳି ଗୋ।

ରଘୁ ଅରକ୍ଷିତ  ( ମତାମତ ଦିଅନ୍ତୁ →

ପୃଷ୍ଠା :  ୧୦ ...୧୨ ୧୩ ୧୪
 
 
 

♦ ପାଠକୀୟ ମତାମତ