ନବ ପ୍ରତିଭା

ତୁମେ ଚାଲିଗଲା ପରେ
|- ଉମେଶ ପାତ୍ର,ରାଉରକେଲା
ନିଃସଙ୍ଗ-ବନର କବିତା
|- ବିପିନ ବିହାରୀ ସାହୁ, ବଲାଙ୍ଗୀର
ସ୍ମୃତି
|- ସନ୍ତୋଷ ଜଗତ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

→ ସ୍ମରଣୀୟ ଲେଖା

 ୧ତାରକାର ଲୁହ

ରବି ସିଂ

ଦିନେ ବି ଆଖିରେ ଦେଖିନି ତୁମକୁ
ପାଇଛି ତମର ମାଳା ଗୋ,
ହେ ଦୂରଭାଷିନୀ, କୁସୁମ ହାସିନୀ
ଦୂର ଜନପଦ ବାଳା ଗୋ !

ହେବ କି ନହେବ କେବେ ଆମ ଦେଖା
ତା ବି ତ ଜାଣେନା ପଥୁକୀ ମୁଁ ଏକା
ଜୀବନ ମୋ ଏକ ରକ୍ତ ତାରକା
ବିଦ୍ରୋହ ତପେ ଭରା ଗୋ!

ରବି ସିଂ  ( ମତାମତ ଦିଅନ୍ତୁ →

 ୨ଛୋଟ ମୋର ଗାଆଁ ଟି

ସଚ୍ଚି ରାଉତରାୟ

ଛୋଟ ମୋର ଗାଆଁଟି
ଭୂଗୋଳ ପୋଥି-ପତରେ ପଛେ ନ ଥାଉ ତାର ନାଆଁଟି
ମାଟିର ସେଇ ସରଗ ମୋର,
ସେଇଠି ଅଛି ମୋ ଷଠୀଘର।
ଜଳିବ ପୁଣି ସେଇଠି ଶେଷେ
ମୋହରି ଚିତା ନିଆଁଟି।
ଛୋଟ ମୋର ଗାଆଁଟି।

ସଚ୍ଚି ରାଉତରାୟ  ( ମତାମତ ଦିଅନ୍ତୁ →

 ୩କୋକିଳ ଓ ଖଦ୍ୟୋତ

ପଲ୍ଲି ଚୂତତରୁ ଶାଖେ ରାବେ ବସି ପିକ
ଶୁଣନ୍ତି ସାନନ୍ଦମନେ, ବହୁଳ କୃଷକ।
ନିଶୀଥେ କ୍ଷୂଧାର୍ତ୍ତେ ଦିନେ କୋକିଳ ଦୁଃଖିତ,
ଗାଢ଼ ଅନ୍ଧକାରେ ବସି ରାବେ ଅତୃପତ।
ନିମ୍ନଦେଶେ ନିରେଖିଣ କି ଏକ ଆଲୋକ,
ଜାଣିଲା ନିଜ ବୁଦ୍ଧିରେ ଏ ଖଦ୍ୟୋତ ଏକ।

ଚନ୍ଦ୍ରଶେଖର ନନ୍ଦ  ( ମତାମତ ଦିଅନ୍ତୁ →

 ୪ଚତୁର ବିନୋଦ କଥା

କ୍ଷେତ୍ରପାଳ ନାମକ ଏକ ଭୂମିଜ ଥିଲା। ସେ ଅତ୍ୟନ୍ତ ବଳବନ୍ତ ଅଟଇ। ତା’ ଧନୁରେ ଗୁଣ ଦେଇ ଆମଞ୍ଚନ କରିବାକୁ ସଂସାରେ କେହି ନଥିଲେ। ସେ ଶର ବିନ୍ଧିଲେ ମତ୍ତ ହସ୍ତୀ ପ୍ରାଣ ହରଇ। ସେ କ୍ଷେତ୍ରପାଳ ଅହିପୁର ନାମେ ପର୍ବତରେ ଘର କରିଥାଏ। ସେ ବାଟରେ ଯିବା ଆସିବା ମହାଜନମାନଙ୍କଠାରୁ ଧନରତ୍ନ ଲୁଟ କରି ନେଇ ରାଜା ସମାନ ସମ୍ପଦ କରିଥାଇ। ପାଞ୍ଚଶ ଲୋକ ଯାଉଥିଲେ ମୃଗ ପଲରେ ସିଂହ ପଶି ମନ୍ଥିଲା ପରି ଲୁଟ କରଇ। ଏରୂପେ ଅନ୍ୟାୟ କରିବାରୁ ସେ ପଥ ନଚଳିଲା। ବାଣିଜ୍ୟ ନଚଳିବାରୁ ମହାଜନମାନେ ବଡ଼ ଦୁଃଖ ପାଇଲେ। କିଛି ଜିନିଶ ନ ମିଳିବା ଯୋଗୁଁ ପ୍ରାଣୀମାନଙ୍କର କାର୍ଯ୍ୟ ଅଚଳ ହେଲା। ସେ ତ ମଧ୍ୟ ସ୍ଥାନ। ଯେଉଁ ଦିଗରେ ଅଇଲେ ସେଇ ବାଟରେ ମିଳିବ। ଆନ ଦିଗରେ ଆତଯାତ କରିବା ସହଜ ନୁହଇ। କେମନ୍ତେ ସେ ବାଟ ଗତାଗତ ହେବା ମହାଜନମାନେ ବସି ବିଚାର କଲେ, ଚାଲ କ୍ଷେତ୍ରପାଳ ସଙ୍ଗେ ଆମ୍ଭେ ପ୍ରୀତି କରିବା, ନୋହିଲେ ଚଳି ପାରିବା ନାହିଁ।

ବ୍ରଜନାଥ ବଡ଼ଜେନା  ( ମତାମତ ଦିଅନ୍ତୁ →

 ୫ବାରମାସୀ କୋଇଲି

ଆରେ ବାବୁ ଚାପଧାରୀ
କି ଦଣ୍ଡ ଦେଲା ତୋହରି
କାନ୍ଦି କଉଶଲ୍ୟା ବୋଲନ୍ତି କୈକେୟୀ ଅରଜିବ କେଉଁ ଶିରୀ ଲୋ।
କୋଇଲି ଶୁଣ ଲୋ।(୧)
ଏହି ମଗୁଶିର ମାସ
କାକର ପଡ଼େ ବିଶେଷ
ଶୀତଳ ପବନ ବହେ ଘନ ଘନ ମୋ ପୁତ୍ର କରିବ କିସ ଲୋ
କୋଇଲି ଶୁଣ ଲୋ (୨)

ଶଙ୍କର ଦାସ  ( ମତାମତ ଦିଅନ୍ତୁ →

 ୬ତୁମ ଗାଁ

ମନୋଜ ଦାସ

ମାଟିର ପ୍ରଦୀପ ଯେବେ ଲିଭି ଆସେ ଗହନ ରାତିରେ
କ୍ଷୀଣ କ୍ଷୀଣତର ହୋଇ ସବୁ ଜହ୍ନ ଲୁଚିଯାଏ ଧୀରେ
କେତେ କଥା ଭୁଲି ହୁଏ ସେହିଭଳି ତୁମ ଗାଁ ଛୁଇଁଲେ
ଭୁଲି ହୁଏ ଅକାତରେ ତୁମ ଗାଁ ନଈ ପାରି ହେଲେ।

ମନୋଜ ଦାସ  ( ମତାମତ - 1ଟା )

 ୭ଉଧାରଶୁଝା

ଚିତ୍ତରଞ୍ଜନ ଦାସ

ଫ୍ରାନ୍‌ସ୍‌ ଦେଶର ରାଜଧାନୀ ପାରିସ୍‌‌। ରାସ୍ତାରେ କେତେ ମଣିଷଙ୍କର ଯାତାୟାତ ଲାଗିରହିଛି। ଦୁଇକଡ଼ରେ ସୁନ୍ଦର ବଡ଼ବଡ଼ କୋଠାମାନ। ଫୁଲବଗିଚାରେ କେତେ କିସମର ଫୁଲ ଫୁଟିଛି।
ସଞ୍ଜ ବୁଡ଼ି ଆସୁଛି। ସହରର ଗୋଟିଏ ବଡ଼ ହୋଟେଲରେ ସଞ୍ଜଭିଡ଼ ଲାଗିଗଲାଣି।

ଚିତ୍ତରଞ୍ଜନ ଦାସ  ( ମତାମତ ଦିଅନ୍ତୁ →

 ୮ବୋତଲ ଅଧିବେଶନ

ଏମିତି ଗୋଟିଏ ଭଙ୍ଗାକାଚ ବ୍ୟବସାୟୀର ଘର ସାମ୍ନାରେ ଅନେକ କାଚ ଶିଶି ବୋତଲକୁ ମୁଁ ଏକ ନିଝୁମ ସନ୍ଧ୍ୟାରେ ଦେଖିଥିଲି। ସହକାର ବୃକ୍ଷରେ ସେତେବେଳେ ପେଚକ ସୁମଧୁର ସ୍ୱରରେ ବସନ୍ତ ବିରହ ଗାଉଥିଲେ। ତୁମକୁ ମିଛ ମତେ ସତ ସେମାନେ କଥାବାର୍ତ୍ତା କରୁଥିଲେ, ମୁଁ ବେତାଲ ସାଧିନି ଯେ ପଶୁପକ୍ଷୀଙ୍କ କଥା ବୁଝିପାରିବି କିନ୍ତୁ ତମ ରାଣ ପାଠକେ, ମୁଁ ବୋତଲ ସାଧିଛି ତେଣୁ ତାଙ୍କ କଥା ବୁଝିପାରେଁ।

ସୁନୀଲ ମିଶ୍ର  ( ମତାମତ ଦିଅନ୍ତୁ →

 ୯ଅଷ୍ଟକ ବିହାରୀ ଗୀତା

ସନ୍ଥକବି ଭୀମ ଭୋଇ

କଳି ଘୋଟିଲା ଚାରିଦିଗେ
ମୁଖେ ପ୍ରଭୁଙ୍କୁ ଡାକ ସର୍ବେ॥
କଥା ହେଲାଣି ଅସମ୍ଭାଳ
ଏ ପିଣ୍ଡ ପ୍ରାଣକୁ ସମ୍ଭାଳ॥
କାଳ ଯେ ଗୃହେ ପଶିଲାଣି
ରୋଗ ପରାୟ ଗ୍ରାସିଲାଣି॥

ସନ୍ଥକବି ଭୀମ ଭୋଇ  ( ମତାମତ ଦିଅନ୍ତୁ →

୧୦ତୁମ ପରି ଛୋଟ ପିଲାଟିଏ

ଜଗନ୍ନାଥ ମହାନ୍ତି

ତୁମ ପରି ଛୋଟ ପିଲାଟିଏ
ଗାଆଁ ଚାହାଳୀର ଚାଟ ସିଏ
ଚେହେରାଟି ତାର ଡଉଲ ଡାଉଲ
ବୁଦ୍ଧିରେ ତାହାର ସରି କିଏ ?

ଜଗନ୍ନାଥ ମହାନ୍ତି  ( ମତାମତ ଦିଅନ୍ତୁ →

ପୃଷ୍ଠା :  ୧୦ ...୧୨ ୧୩ ୧୪
 
 
 

♦ ପାଠକୀୟ ମତାମତ