ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର
-ଉତ୍କଳଗୌରବ ମଧୁସୂଦନ ଦାସ
ବନ୍ଧାପଡ଼ିଛି ମୁଁ ଛନ୍ଦା ପାଖରେ କରିଛି ସପଥ ଧରିବି ତା ହାତ ଦେଇଛି ମୋ ମନ ନେଇଛି ତା ମନ କରିବି ତା’କୁ ମୋ ଜୀବନ ଧନ | ସରିଛି ଆମର ଦେଖା ଜାତକ ପଡ଼ିଛି ଆମର ରାଜଜୋଟକ ଫଗୁଣ ‘ଆଠ’କୁ…
ବିଜନ ରାୟ ( ମତାମତ - 19ଟି )
ଗୋଟେ ବୁଢ଼ୀ ଗାଈର କଙ୍କାଳ ପରି ଏବେ ପଡ଼ିଚି ବଗିଚା ! ଗାଈ : ଯା’ର କ୍ଷୀରରୁ ତିଆରି ଦହି, ଛେନା, ଲହୁଣି ଓ ଘିଅ ଖାଇ ବଢ଼ିଚି ଆମର ଫୁଟାଣି ସେଇ ଗାଈଟି ବୁଢ଼ୀ ହେଲାପରେ ଆମର ନଗାନାଇଁ କି…
ସେନାପତି ପ୍ରଦ୍ୟୁମ୍ନ କେଶରୀ ( ମତାମତ - 20ଟି )
ଗଲା କାଲି ରାତିଅଧରୁ ସାଉଁଟି ଆଣିଥିବା ଆଞ୍ଜୁଳାଏ ଅନ୍ଧାରକୁ ନେଇ ତିଆରିଛି ଗୋଟେ ଘର ସକାଳ ନରମ ଖରାରୁ ଖଣ୍ଡେ କାଟି ଆଣି ତିଆରିଛି କବାଟ ଝରକା ପ୍ରେମିକାର ଟିକେ ଭଲ ପାଇବାକୁ ମାଗିଆଣି ସାଇତିଛି ତା’ଭିତରେ କେତେ ପରିଚିତ ଅପରିଚିତଙ୍କୁ…
ରବି ଶତପଥୀ ( ମତାମତ - 8ଟି )
ଏଡ଼େ ବିରାଟ ସେ, ପାଏ କି ଭାଷା, ହାୟ ରେ ତରୁଣ କବିର ଆଶା ! ଭାବିଥିଲି ଯିବି ଅସୀମ ପଥେ ସୁରଭି-ଶୀତଳ-ମଳୟରଥେ କୁସୁମ-ଫଗୁଳ ଫଗୁଣ-ପୁରେ ବାହି ଗୋ ଦୂରେ ! ଅଶୋକକଳିକା ଶ୍ରବଣେ ଗୁଞ୍ଜି ଚରମେ ଝୁଲାଇ ବଉଳ-ପୁଞ୍ଜି ପରିମଳ…
ଡକ୍ଟର ମାୟାଧର ମାନସିଂହ ( ମତାମତ - 3ଟି )
ରେ ଆତ୍ମନ୍! ନିଦ୍ରା ପରିହରି ଫେଡି ଚିନ୍ତାର ଲୋଚନ କର କର ନିରୀକ୍ଷଣ, ନିଃଶବ୍ଦେ ଜୀବନସ୍ରୋତ ଧାଉଁଛି କିପରି ଭେଟିବାକୁ ମୃତ୍ୟୁ-ସିନ୍ଧୁ-କରାଳ-ଲହରୀ୧ କି ବେଗରେ ଯାଉଅଛି ଚାଲି ସେହି ସ୍ରୋତ ସଙ୍ଗେ ଭାସି ଜୀବନର ସୁଖରାଶି, ଯାହାର ସ୍ମରଣେ ନର ଶୋକଶ୍ବାସ…
ଭକ୍ତକବି ମଧୁସୂଦନ ରାଓ ( ମତାମତ - 5ଟି )
ପ୍ରେମ ବଦଳି ଯାଉଚି ଗୀତରେ ଗୀତ ବଦଳି ଯାଉଚି ପ୍ରେମରେ ଗଛରେ ଗଛେ ପକ୍ଷୀ ଗଛେ ଗୀତ ଗଛେ ପ୍ରେମ ମଣିଷ ପକ୍ଷୀଠୁ ଶିଖିଥିଲା ଘରତୋଳା ମଣିଷ ପକ୍ଷୀଠୁ ଶିଖିଥିଲା ଗୀତ ମଣିଷ ପକ୍ଷୀଠୁ ଶିଖିଥିଲା ସବୁ ବିଫଳତାରେ ସଫଳ ହବାର…
ବିରଜା ବଳ ( ମତାମତ - 3ଟି )
ମୋ ମୁଣ୍ଡ, ମୋ ଧମନୀ ମୋ ଛାତି, ମୋ ଉଲ୍ଲାସର ରକ୍ତରେ ଗାଧୋଇ ଫେରିଛ ତ? କାଇଁ ଟିକେବି ବିଭତ୍ସ ଦିଶୁନ! ଏଇ ଟିକକ ଆଗରୁ କେତେ କେତେ ଆଲୋକ, ନକ୍ଷତ୍ରମାଳା ପିନ୍ଧି ଶୁଭ୍ର ଦିଶୁଥିଲେ ମୁଁ ବାଟ ଦେଖେଇ ଦେଲି…
ସୁନୀଲ କୁମାର ପୃଷ୍ଟି ( ମତାମତ - 4ଟି )
ତୁମ ନଈ ପଠା ସୋରିଷ କିଆରୀ ପଉଷ ସକାଳ ଖରା, ମୋ ଗାଁର ଯେତେ ମଧୁମକ୍ଷୀଙ୍କର ସରାଗ ସେଥିରେ ଭରା ସଂଜ ଗଲେ ନଇଁ ତୁମ ଗାଁ କଇଁ ଆମ ଗାଁ ଚାନ୍ଦକୁ ଦେଖେ, ଆମ ଗାଁ ଚାନ୍ଦ ଭୁଲି ଅପବାଦ…
ବିପିନ୍ ମହାନ୍ତି, ବାଲିପାଟଣା, ଖୋର୍ଦ୍ଧା ( ମତାମତ - 17ଟି )
ଘର ଛାଡ଼ି ଦିନସାରା ଅରଣ୍ୟମୁହାଁ ହାତ ଠାରି ଆ’ ଆ’ ବୋଲି ଡାକିଲା ଏ ଅରଣ୍ୟର ମୋହ ଏତେ ବାଟ ଚାଲିଆସିଲି ଯେ ଚିହ୍ନି ହେଉନି ପଛକୁ, ପଥପ୍ରାନ୍ତର ଡାକମାନଙ୍କୁ, ବିସ୍ମୟର ମୀନାରମାନଙ୍କୁ ଲାଗୁଛି ପଛ ବୋଲି କିଛି ନଥିଲା ବୋଧେ…
ହରପ୍ରସାଦ ପରିଛା ପଟନାୟକ, ଭୁବନେଶ୍ବର ( ମତାମତ - 16ଟି )
ଯୀଶୁ ଛାତିକୁ ବିଦ୍ଧ କରୁଥିବା କଣ୍ଟାକୁ କେମିତି ଫିଙ୍ଗିବି ? ଯୁଆଡ଼େ ଫିଙ୍ଗିଲେ ବି କେହି ନା କେହି ତ ରକ୍ତାକ୍ତ ହେବ କିମ୍ଭୀରିଣୀ ମୁଁ ମୂର୍ଖ ମାଙ୍କଡ଼ ଲୁଚେଇପାରିନି କଲିଜାକୁ ଗଛ କୋରଡ଼ରେ ଏଡ଼େଇପାରିନି ଆମନ୍ତ୍ରଣକୁ ବନ୍ଧୁତାର ନିଘୋଡ଼ ମୋହରେ…
ବିପିନ୍ ନାୟକ, ଭୁବନେଶ୍ବର ( ମତାମତ - 8ଟି )