ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର
-ଉତ୍କଳଗୌରବ ମଧୁସୂଦନ ଦାସ
ମାଟିର ପ୍ରଦୀପ ଯେବେ ଲିଭି ଆସେ ଗହନ ରାତିରେ
କ୍ଷୀଣ କ୍ଷୀଣତର ହୋଇ ସବୁ ଜହ୍ନ ଲୁଚିଯାଏ ଧୀରେ
କେତେ କଥା ଭୁଲି ହୁଏ ସେହିଭଳି ତୁମ ଗାଁ ଛୁଇଁଲେ
ଭୁଲି ହୁଏ ଅକାତରେ ତୁମ ଗାଁ ନଈ ପାରି ହେଲେ।
ହୁ-ହୁ ବତାସ ଯେମିତି ଯୁଗଯୁଗାନ୍ତର ପାତାଳପୁରୀର ଏକ ନିଷିଦ୍ଧ ଅଞ୍ଚଳରେ ଯାଦୁଫରୁଆଟିଏ ଭିତରେ ସେ ରହିଥିଲା ବନ୍ଦୀ ହୋଇ, ହଠାତ୍ ମୁକ୍ତି ପାଇ ତା’ର ଅସୀମ ଗନ୍ତବ୍ୟମାର୍ଗରେ ବରାବର ବିଶ୍ବର ସମସ୍ତ କିଛିକୁ ଚୂର୍ଣ୍ଣୀଭୂତ କରି ଉଡ଼ାଇ ନେଇଯିବାକୁ ଚାହେଁ