ଯୋଗାଯୋଗ
/  ଅନ୍‌ଲାଇନ୍ ଓଡ଼ିଆ
/  
/  

Loading...

ଭାବିଛି ସମସ୍ତ ପଥ ମୁଖ ଛବି ତାର
କେମନ୍ତେ ମୋ ପାଶେ ପୁଣି, ତାର ଅଭିସାର
ହୋଇବ ବିରହ ପରେ; ଭାଷି ମୁଁ କି ବାଣୀ
ଡାକିବି ପ୍ରଥମେ ତାରେ; ଅଭିମାନେ ରାଣୀ
ନ ଶୁଣିଲେ ମୋ ଆଦର, ନ ବସିଲେ ପାଶେ
ମୋ ବ୍ୟଥା ବ୍ୟକତ ମୁହିଁ କରିବି କି ଭାଷେ?

ଏହି ସେହି ଦ୍ୱାରଦେଶ, ରଖ ରଖ ଯାନ
ଓହ୍ଲାଏ ମୁଁ-ଥରିଲାଣି ମୋ ନିଖିଳ ପ୍ରାଣ
ପୁଲକିତ ଆଶଙ୍କାରେ। ଗୃହ-ଲକ୍ଷ୍ମୀ କାହିଁ?
ଗୃହେ ମୁଁ ଯେ ହେଲି ଏବେ-କେହି କ’ଣ ନାହିଁ?

ସହସା ଚରଣ ପାତ ଶୁଭିଲା କାହାର,
ପଣନ୍ତର ସଞ୍ଚାନଳ; ଦିଗ ବାରୁ ତାର,
ସମ୍ମୁଖେ ହୋଇଲେ ଉଭା ଶିରୀ କୁଟୀରର
ନେତ୍ର ମିଳୁ ମିଳୁ ବକ୍ଷ ମିଳିଲା ସତ୍ୱର।
-୦-

ଉକ୍ତ କବିତାଟି ବିଦ୍ୟା ପ୍ରକାଶନ ଦ୍ୱାରା ପ୍ରକାଶିତ ତଥା ଯତୀନ୍ଦ୍ର ମୋହନ ମହାନ୍ତିଙ୍କ ସଂକଳିତ ଓ ସମ୍ପାଦିତ- ‘ଆଧୁନିକ ଓଡ଼ିଆ କବିତା ସମ୍ଭାର’ (୨୦୦୬), ପୁସ୍ତକରୁ ଆନୀତ।

ପାଠକୀୟ ଆଦୃତି

୨୪ ଦୃଷ୍ଟି ଆକର୍ଷଣ
ମତାମତ ସଂଖ୍ୟା

ତୁଣ୍ଡ ବାଇଦ

୰ ମାୟାଧର ମାନସିଂହ

ଓଡ଼ିଆ ସାହିତ୍ୟରେ ପ୍ରେମ ଓ ପ୍ରଣୟର କବି ଭାବେ ପରିଚିତ ମାୟାଧର ମାନସିଂହ(୧୯୦୫-୧୯୭୩) ଜଣେ ବହୁମୁଖୀ ପ୍ରତିଭାଶାଳୀ ବ୍ୟକ୍ତିତ୍ବ। ବିପୁଳ କାବ୍ୟକୃତି ବ୍ୟତୀତ ବହୁ ନାଟକ ନାଟିକା, ମନନଶୀଳ ପ୍ରବନ୍ଧ, ସାହିତ୍ୟ ସମାଲୋଚନା, ଜୀବନୀ, ଆତ୍ମଜୀବନୀ, ଭ୍ରମଣବୃତ୍ତାନ୍ତ ଇତ୍ୟାତି ରଚନା କରି ସେ ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିଛନ୍ତି।

କବିଙ୍କ ଦ୍ବାରା ରଚିତ ‘ଧୂପ’, ‘ହେମପୁଷ୍ପ’, ‘ହେମଶସ୍ୟ’, ‘କୋଣାର୍କ’ ଆଦି କାବ୍ୟ ଗୋଟିଏ ଗୋଟିଏ ଚର୍ଚ୍ଚିତ ସୃଷ୍ଟି୤ ଓଡ଼ିଶା ବାହାରେ ଓଡ଼ିଆସାହିତ୍ୟ ଓ ସଂସ୍କୃତିକୁ ପରିଚିତ କରିବା ନିମନ୍ତେ କବିଙ୍କ ଇଂରାଜୀ ଭାଷାରେ ଲେଖନୀ ଚାଳନା ଉଦ୍ୟମ ବେଶ୍ ପ୍ରଶଂସନୀୟ ହୋଇପାରିଥିଲା।

କ୍ରମେ ସବିଶେଷ →
-: ଆଉ କେତୋଟି କବିତା :-
-: ପାଠକୀୟ ମତାମତ :-

ଆପଣଙ୍କ ମତାମତ କ’ଣ?

କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡ଼ିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ପୃଷ୍ଠାର ଶୀର୍ଷ ଭାଗରେ ପ୍ରଦତ୍ତ ଓଡ଼ିଆ କି-ବୋର୍ଡ୍ ନିର୍ଦ୍ଧାରଣ କରି ଲେଖନ୍ତୁ। ଓଡ଼ିଆରେ ଲେଖିବା ପାଇଁ, ଏହି ବ୍ୟବସ୍ଥା କେବଳ କମ୍ପ୍ୟୁଟର ଓ ଲାପ୍‌ଟପ୍ ରେ ଉପଲବ୍ଧ।

ଆପଣଙ୍କ ନାମ *

ଇ-ମେଲ୍ *

ସହର ଓ ରାଜ୍ୟ/ଦେଶର ନାମ

ଉପରୋକ୍ତ ଲେଖା ଉପରେ ଆପଣଙ୍କ ମନ୍ତବ୍ୟ *

ପାକ୍ଷିକ ସାହିତ୍ୟ ଇ-ପତ୍ର
ads
ସର୍ବାଧିକ ଦୃଷ୍ଟି ଆକର୍ଷଣ
ବିଦେଶରେ ସାହିତ୍ୟ
ଓଡ଼ିଶାର ମହାମନିଷୀ
ଆମ ଠିକଣା

ଓଡ଼ିଆସାହିତ୍ୟ
ଘର ନଂ.- S3H1-2, ଆର୍-ଡି-ଏ କଲୋନୀ
କଳିଙ୍ଗ ବିହାର, ଛେଣ୍ଡ୍
ରାଉରକେଲା-୭୬୯୦୧୫
ଟେଲିଫୋନ୍ ନଂ : ୮୭୬୩୨-୫୪୫୫୭

ଲେଖା ପଠାନ୍ତୁ  
ଶୀର୍ଷପୃଷ୍ଠା TOP