ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ସର୍ବମୋଟ ମତଦାନ: ୧୮୨୮ Back to Vote Screen

ଲେଖକ ଓ ଲେଖିକା

ବରେନ୍ଦ୍ର କୃଷ୍ଣ ଧଳ
ମନୋରଞ୍ଜନ ପାଣିଗ୍ରାହୀ
ବିଜୟ ମିଶ୍ର
ଭୂପେନ୍‌ ମହାପାତ୍ର
ଆଶିଷ କୁମାର କର
ଗୋପୀନାଥ ମହାନ୍ତି

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ଯାତ୍ରା-ମଙ୍ଗଳ
 |- ରାଜକିଶୋର ରାୟ
 
 
ତା: ଫେବୃଆରୀ ୨୦, ୨୦୧୧  
 

ଏଇ ପ୍ରସଙ୍ଗର ଚର୍ଚ୍ଚା ସେଦିନ ଭାଗବତ ଘରେ ବୈଦରାଜ ଭଟ୍ଟ ମିଶ୍ର, ସଣ୍ଡୁଆସୀ ପ୍ରଧାନ, ବୃଦ୍ଧ ଯୁଗଳ ମିଶ୍ର ଆଉ ଜଳଧର କମାର ଭିତରେ ଚାଲିଥିଲା୤
ଦୂରରୁ ଅଭିରାମ ବାବୁଙ୍କର ପାଟି ଶୁଭିଲା୤ ଭାଗବତଘର ପିଣ୍ଡା ଉପରକୁ ଚଢିଯାଇ ସାଆନ୍ତେ କହିଲେ – ‘ପ୍ରଣାମ ଯୁଗଳ ମିଶ୍ରେ୤ ଗାଁ ଖବର ସବୁ ଭଲ ତ ?’
ଗାଁ ମାଟିରେ ବୃଦ୍ଧଙ୍କର ଶରୀର ଜନ୍ମ ପାଇଛି, ସେଇଥିରେ ମିଳେଇ ଯିବାକୁ ବସିଲାଣି; ଅଥଚ ସେ ବୁଝି ପାରିଲେ ନାହିଁ ଅଭିରାମବାବୁଙ୍କର ଗାଁର କୁଶଳ ପଚାରିବା କଥା୤

ସେଦିନ ଥିଲା ଧାରା ଶ୍ରାବଣର ରାତ୍ରି୤ ଶ୍ବାସର ପ୍ରକୋପ କଷ୍ଟ ଦେଉଥିଲା ତାଙ୍କୁ୤ ସେହି ବର୍ଷାପାତରେ କଟକ ଦଉଡିଯାଇ ମିଶ୍ରେ ଅଭିରାମ ବାବୁଙ୍କୁ ଜଣେଇଥିଲେ –
‘ବାବୁ, ସାରା ବ୍ରାହ୍ମଣକୁଳକୁ ଏ ଅପବାଦ ଢାଙ୍କିଦେଉଛି୤ ରକ୍ଷାକରନ୍ତୁ୤ କଣ୍ଠ ମିଶ୍ରଙ୍କର ବିଧବା ଝିଅ ଘରୁ ଗୋଡ କାଢି ଦେଇଛି ଗାଁ ଫାଣ୍ଡି କନେଷ୍ଟବଲର କୁଶିକ୍ଷାରେ୤ ଆପଣ ଗାଁର ମୁଣ୍ଡ, ପୁଣି ଓକିଲ୤’

କିନ୍ତୁ କାହିଁ୤ ସାହାଯ୍ୟ ପରିବର୍ତ୍ତେ ବୃଦ୍ଧ ଶୁଣିଲେ – ‘ବିଧବାଗୁଡାଙ୍କୁ ଘରେ ସାଇତି ରଖିଲେ ଏଇଆ ହୁଏ୤ ଏଥିରେ ନିୟମକାନୁନ କିଛି ଖାଟିବ ନାହିଁ୤’

ବୃଦ୍ଧଙ୍କର ଆଖି ଜଳପୂର୍ଣ୍ଣ ହୋଗଲା୤ ଜଳଧର କମାର ସାଆନ୍ତଙ୍କୁ ବସିବାକୁ ଦେଖେଇ ଦେଇ କହିଲା – ‘ସାଆନ୍ତେ, ପନ୍ଦର ବରଷ ହେଲା ଗାଁ କୁ ଆସିନଥିଲେ; ଭଲ କଲେ ଆସିଲେ୤’

ଅଭିରାମ ବାବୁ ଟିକିଏ ଇତସ୍ତତଃ ହୋଇ କହିଲେ, ‘ହଁ’ ଆଛା ଗାଁରେ ଡାକଘର କରିବା ପ୍ରସ୍ତାବ କଣ ହେଲା? ଡାକଘର ପାଇଁ ମୁଁ ଚେଷ୍ଟା କରିବି୤ ମୁଁ ଆସିଲାବେଳେ ଦେଖିଲି ମହାଦେବ ପୋଖରୀଟା ବିଲାତୀଦଳରେ ଭରି ରହିଛି ! ଏଥିରେ କିପରି ସ୍ବାସ୍ଥ୍ୟ ଭଲ ରହିବ ? କି ବୈଦ୍ୟରାଜେ, ନୁହେଁ ? ହେଇଟି, ମୁଁ କୋଡିଏ ଟଙ୍କା ଦେଉଛି୤ କାଲି ଗାଁ ବାଲା ସବୁ ମିଳିଯିବା, ପୋଖରୀ ସଫାହେବ୤’

ଶ୍ରୋତା ଭିତରେ ଏପରି କେହି ନଥିଲେ ଯେ ତାଙ୍କର ବକ୍ତୃତା ଖୁବ୍‌ ଶିଘ୍ର ବୁଝି ନେଇ ଗୋଟାଏ ମନ୍ତବ୍ୟ ଦେବେ୤ କେବଳ ବୃଦ୍ଧ ଅଗାଧୁ ମିଶ୍ରେ ‘ନାରାୟଣ’ କହି ହାତଯୋଡିଲେ୤ ଆଉ କହିଲେ – ‘ପ୍ରଭୁ ଏ କି ପରୀକ୍ଷା !’

ଯୋଡିଏ ଦିନ ବିତି ଯାଇଛି୤ ଯମୁନା ବେତକୋଳି ବାଉଁଶିଆଏ ଧରି ଫେରି ଆସୁଛି ଗାଁ ଦାଣ୍ଡରେ୤ ଦିନ ଗୋଟାକଯାକର ଖରା ଖାଇ ମୁହଁ ତାର କଇଁଥା ପଡିଯାଇଛି୤ ବୈଦ୍ୟରାଜେ ପିଣ୍ଡା ଉପରେ ବସିଥିଲେ୤ କହିଲେ, – ‘କିଲୋ ଯମୁନା ! ଏତେ ଖରାରେ କୁଆଡେ ଯାଇଥିଲୁ ? ଟିକିଏ ପାହାଚ ଉପରେ ବସିଯା୤ ପାଣି ପିଇବୁ ?’

ଏମିତି କଥା ଗୋସେଇଁଠୁ ସେ କେବେ ଶୁଣି ନାହିଁ୤ ପାଣି ଚଳେ ଟେକିଦେବା ତ ଦୂରର କଥା, ଗୋସେଇଁ ଯେ ତାକୁ ପାଟି ଫିଟେଇ ଆଜି କଥା କହିଲେ ସେ ତା ବିଶ୍ବାସ କରି ପାରିଲା ନାହିଁ୤ ଯମୁନା ଚଳେ ପାଣି ପିଇଛି କି ନାହିଁ ମୁହଁ କାଢି ଆଣିଲା; କହିଲା – ‘ସାଆନ୍ତେ, ଏ ପାଣି କିଆଁ ଏମିତି ଗନ୍ଧଉଛି ?’ ବୃଦ୍ଧ ମିଶ୍ରେ ହସି ହସି ବୁଝେଇ ଦେଲେ –

‘ଆଲୋ, ଏ ପରା ପରିତୋଷ ବାବୁଙ୍କର ଭିଆଣ୤ ବ୍ଲିଚିଂ ବୋଲି ଗୋଟାଏ ଓଷଧ ସବୁ ଗାଁ କୂଅରେ ପକାଇ ଦେଇଛନ୍ତି୤ କୁଆଡେ ପୋକଯୋକ – ରାମ, ରାମ- ମରିଯିବେ୤’
ଯମୁନାକୁ ସବୁ ନୂଆ ଲାଗୁଥାଏ୤ ଓଢଣାଟି ଟାଣି ଦେଇ ବାଟ କାଟି ସେ ଚାଲିଗଲା୤

ଆଉ ଯୋଡିଏ ଦିନ ବିତିଯାଇଛି୤ ଡାହାଣିଆ ଖରା ମଉଳି ଯାଇନି୤ ଯମୁନା ମୁଣ୍ଡରେ କାଠ ଗୋଛାଟିଏ ମୁଣ୍ଡେଇ ଦୁଃଖରୁ ଫେରୁଛି୤ ଭାଇ ଦିଅ ସେ କେନ୍ଦୁ ଦିଇଟା- ସେଇ ଯେ ଉପର ଡାଳରେ ଅଛି୤’ ନିର୍ମଳାର ଅଳି ପରିତୋଷ ଭାଙ୍ଗି ନପାରି ଯୋଡିକଯାକ ବଢେଇଦେଲା ନିର୍ମଳା ଆତକୁ୤ ବେଶୀ ପାକଲାଟିକୁ ନିର୍ମଳା ତୁଣ୍ଡକୁ ପକେଇ ଦେଇଛି, ଯମୁନା ମୁଣ୍ଡରୁ ଭୁସ୍‌କିନା କାଠ ଗୋଛାଟା ତଳେ କଚାଡି ଦେଇ ନିଜ ଆଙ୍ଗୁଠିରେ ନିର୍ମଳା ମୁହଁରୁ ଦରଚୋବା ବିଷାକ୍ତ କୋଚିଳା ଫଳ ବାହାର କରି ଆଣିଲା୤ ନିହାତି ଅପରାଧି ଭଳି ପରିତୋଷ ହାଁ କରି ଗଛ ଉପରେ ଚାହିଁରହିଥାଏ୤ ଯମୁନା ଦୁଃଖ କରି କହିଲା – ‘ଦେଈ, କଅଣ କରୁଥିଲ ? ଏ ଯେ କୋଚିଲା, ବିଷ୤ ଜୀବନରେ ଆଉ ଥାଆନ୍ତ ?’

ସେହିଦିନଠାରୁ ଯମୁନା ନିର୍ମଳାର ସାଙ୍ଗ୤ ଗାଁର ମହିଳା ସମିତିର ହେଲା ଯମୁନା ପ୍ରଧାନ କର୍ମୀ୤

ଦୋଳଯାତ୍ରା ପର୍ବରେ ଦୁଇଶ’ କାଙ୍ଗାଳ ଭୋଜନ ତଦାରଖ କରୁ କରୁ ବୃଦ୍ଧ ଅଗାଧୁ ମିଶ୍ରେ ଅଭିବାବୁଙ୍କ ହାତ ଧରି ପକେଇ କହିଲେ – ‘ଆପଣଙ୍କର ଏଇ ମନ ଯଦି ନିଜ ଜନ୍ମଭୂମୀ ପ୍ରତି ଦଶବର୍ଷ ଆଗରୁ ଆମେ ଦେଖିଥାଆନ୍ତୁ ତେବେ ଆଜି ଏ ଗାଁ ସୁନା ପାଲଟି ଯାଆନ୍ତାଣି୤’

ଅଭିରାମବାବୁ ହସି ହସି କହିଲେ – ‘ମିଶ୍ରେ, ମୋର ବାହାଦୂରୀ ଏଥିରେ କିଛି ନାହିଁ୤ ଯୁଦ୍ଧ ଆଜି ଗାଁ ଆଡକୁ ସଭିଁଙ୍କର ମୁହଁ ଫେରାଇ ଦେଇଛି୤’
ବୈଦ୍ୟରାଜ ଭଟ୍ଟ ମିଶ୍ରେ ଭଣିତା କରିଦେଲେ – ‘ଗାଁକୁ ଆପଣଙ୍କର ଏ ଯାତ୍ରା ଅତି ମଙ୍ଗଳ ହୋଇଛି…’

ପୃଷ୍ଠା ସଂଖ୍ୟା : 1 2 3

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ରାଜକିଶୋର ରାୟ
ରାଜକିଶୋର ରାୟ
ଜଣେ ଅଧ୍ୟାପକ ଭାବେ କର୍ମମୟ ଜୀବନ ଆରମ୍ଭ କରିଥିବା ରାଜକିଶୋର ରାୟ(୧୯୧୪-୧୯୯୮) ଓଡ଼ିଆ ସାହିତ୍ୟରେ ସୁପରିଚିତ, ସୁପଠିତ ଓ ସୁପ୍ରିୟଲେଖକ୤ ତାଙ୍କ ରଚିତ ପ୍ରତ୍ୟେକ କ୍ଷୁଦ୍ରଗଳ୍ପର ବିଷୟବସ୍ତୁ ସାମାଜିକ ଘଟଣାବଳୀ ଉପରେ ପର୍ଯ୍ୟବେଶିତ ଥିଲେ ହେଁ ପ୍ରତ୍ୟେକଟି ଲେଖା ଅନ୍ୟଠାରୁ ସ୍ବତନ୍ତ୍ର୤ ଗଳ୍ପର ବିଷୟବସ୍ତୁ ନିର୍ବାଚନରେ, ତାହାର ଆରମ୍ଭ ଓ ଶେଷରେ ଉତ୍କଣ୍ଠା, ବାସ୍ତବତା,ଆକସ୍ମିକତାର ପରିବେଷଣ କୌଶଳ ବିଚାରରୁ ପୁଣି ସମସ୍ୟା ଉପସ୍ଥାପନ କରି ତାହାର ସମାଧାନକୁ ପାଠକଙ୍କ ହାତରେ ଛାଡ଼ି ଦେଇଥିବା ସିଦ୍ଧାନ୍ତ ପାଇଁ ଗାଳ୍ପିକ ଶ୍ରୀ ରାୟ ବେଶ୍ ପରିଚିତ୤... [ କ୍ରମେ ସବିଶେଷ ]
ରାଜକିଶୋର ରାୟଙ୍କ ଅନ୍ୟାନ୍ୟ ଲେଖା →
 

ମତାମତ ସଂଖ୍ୟା - ୫ ଆପଣଙ୍କ ମତାମତ ?

  • ୧. bijan ray |  ମାର୍ଚ୍ଚ୍ ୪, ୨୦୧୧ - ୬:୨୩ ପୂର୍ବାହ୍ନ

    Bahuta bhala lagila.

  • ୨. Kalinga Nayak |  ମାର୍ଚ୍ଚ୍ ୧୫, ୨୦୧୧ - ୩:୦୧ ପୂର୍ବାହ୍ନ

    Bhala Lekhatie

  • ୩. Manas |  ମାର୍ଚ୍ଚ୍ ୩୧, ୨୦୧୧ - ୧୧:୨୯ ପୂର୍ବାହ୍ନ

    the wordings not easy to understand

  • ୪. ଜନାର୍ଦ୍ଦନ ଜେନା |  ଏପ୍ରିଲ୍ ୨୮, ୨୦୧୧ - ୫:୧୦ ପୂର୍ବାହ୍ନ

    ମୋତେ ଓଡିଆ ପଢିବାକୁ ଭଲଲାଗେ । ଇଣ୍ଟେର୍ନେଟରେ ଓଡିଆ ଗପ ଉପଲବ୍ଧ କରାଇଥିବାରୁ ବହୁତ ଧନ୍ୟବାଦ ।

  • ୫. Priya Ranjan Biswal |  ମେ ୨୯, ୨୦୧୧ - ୧୨:୦୮ ଅପରାହ୍ନ

    Bahut bhala lagila..Asa kare ahuri padhibaku miliba…
    Best of luck……..

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤