ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ସୁବ୍ରତ ପ୍ରିୟବ୍ରତ ମହାନ୍ତି
ବରେନ୍ଦ୍ର କୃଷ୍ଣ ଧଳ
ସହଦେବ ସାହୁ
ଡ.ହରେକୃଷ୍ଣ ମହତାବ
ମନମୋହନ ମିଶ୍ର
କାମାକ୍ଷୀ ପ୍ରସାଦ ଦାଶ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ଯାତ୍ରା-ମଙ୍ଗଳ
 |- ରାଜକିଶୋର ରାୟ
 
 
ତା: ଫେବୃଆରୀ ୨୦, ୨୦୧୧  
 

ମକରନ୍ଦ ବଟୁଆରୁ ଗୁଆକାତି ଖଣ୍ଡି ବାହର କରୁ କରୁ କହିଲା –

‘ଯମୁନା ଆଜି ଅଭି ସାଆନ୍ତେ ଅଇଲେ ଲୋ୤’

‘ସତେ?’

‘ହଁ ଦେଖୁନୁ ଦଶ ଦଶ ଖଣ୍ଡ ଗାଡି୤ ଗାଈ, ବାଛୁରୀ, ହାଣ୍ଡି, ପଥୂଲି, ଗୁଡ ମାଠିଆ, ପାରା ଭାଡି, ମେଜ, ଚଉକି, ଖଟ, ପଲଙ୍କ, ପିଲାଙ୍କ ଠେଲାଗାଡି ଇମିତି କେତେ କଅଣ୤’

ଯମୁନା ଆବାକାବା ହୋଇ କହିଲା – ‘ଇଲୋ ମାଆ, ଇୟେ କଅଣ ଘରଭାଙ୍ଗି ପଳେଇ ଆସିଲେ କି ? ଆମ ଗାଁରେ ଆଉ ପୁଣି କୁନି ମାଉସୀ ଝିଅ, ମୋ ବଉଳ ନାଁ କେମିତି କହିବି ମ, ସେ ଯୋଉ ଗାଁରେ ବାହା ହେଇଚି ସେ ଗାଁରେ ସିନା ବାଡି-ଠାକୁରାଣୀ ଉଭାହେଲେ ଲୋକେ ଗାଁ ଛାଡି ପଳେଇ ଯାଆନ୍ତି, ଆଉ ଇଏ କଅଣ ମ ! କଟକ ସହରରେ କଣ ଠାକୁରାଣୀ ହୁଅନ୍ତି ?’

ମକରନ୍ଦ ସତକୁ ସତ ଭାବୁଛି କଥାଟା କଣ ? ଅଭି ସାଆନ୍ତେ ପନ୍ଦର ବରଷ ହେଲା ଗାଁ ମାଡି ନଥିଲେ ! କହିଲା –

‘ଆଲୋ, ସେ ତ ପନ୍ଦର ବରଷ ହେଲା ଗାଁ ମାଡି ନାହାନ୍ତି୤ ଯେତେବେଳେ ମତେ ପନ୍ଦର ଷୋହଳ ବର୍ଷ ହୋଇଥିଲା, ରଥପୁର ପୋଖରୀ ଗୋଳିରେ ମୁଁ ମାଛ ଧରୁଥିଲି, ସେତେବେଳେ ତାଙ୍କୁ ଦେଖିଥିଲି୤ ସେତିକି ତ ଦେଖା୤ ନୂଆ ବାହାହେଇ ତ ଯାଇଛନ୍ତି କଟକ, ଆଉ ଫେରି ନଥିଲେ୤’

ବିଲହୁଡାତଳ ଚୁଲିରୁ ଜାଉ ଆଟିକା ଖଣ୍ଡିକ ଓହ୍ଲେଇ ଆଣୁ ଆଣୁ ଯମୁନା କହିଲା –

‘ତାଙ୍କ ଭାରିଯା କେମିତି ମ ? ’

‘ତୁ କଅଣ ବୋହୂ ହେଇ ସେତେବେଳକୁ ଆସିଥିଲୁ ଯେ ଜାଣିବୁ ? ପଠାଣ-ପିଟା ଜାମୁଗଛ ଉପରେ ଚଢି ପିଲାବେଳେ ତତେ କିଏ କୋଳି ପାରିଦେଉଥିଲା ? ପରିହାସରେ ପରା ମତେ ବାହା ହେବୁ କି ନାହିଁ ପଚାରିବାରୁ ମତେ କହିଥିଲୁ – ‘ବାଡିପଡା !’

ଯମୁନା ଜିଭ କାଢି ପକାଇଲା୤

‘କିମିତି ଅଲକ୍ଷଣା ମଣିଷ ମ, ମୁଁ ଏଇଆ କହିଥିଲି ?’

ସରାଗରେ ମକରନ୍ଦ ଧରି ପକେଇଲା, ଯମୁନାର ହାତଟି୤

ଅଭିରାମବାବୁଙ୍କୁ ପ୍ରଦକ୍ଷିଣ କରି ଯେଉଁ କେତୋଟି ପ୍ରାଣୀ ଗାଁ ସହିତ ସବୁ ସଂସର୍ଗ ଛିଣ୍ଡେଇ ସହରରେ ପ୍ରତିପାଳିତ ହୋଇ ଆସୁଥିଲେ, ସେମାନଙ୍କ ଭିତରେ

ଅଭିରାମବାବୁଙ୍କର ସହଧର୍ମିଣୀ କୁନ୍ତୀ ଦେବୀ, ବଡପୁଅ ପରିତୋଷ, ଝିଅ ନିର୍ମଳା୤ ପରିତୋଷ ବି.ଏ. ପାଶ୍‌, ତେଣୁ ବେକାର୤ କୁନ୍ତୀ ଦେବୀ ଗୋପୀଭାଷାରୁ ଡେଇଁ ବଜାର ସଉଦା ପାଇଁ ଚିଠା ଲେଖିବାରେ ହାତ ପଇଠ କରିଛନ୍ତି; ତେଣୁ ସାହିତ୍ୟ ଓ ଗଣିତ ମଧ୍ୟରେ ଉପଯୁକ୍ତ ଯୋଗାଯୋଗ ସେ ଆଣି ପାରିଛନ୍ତି୤ ଝିଅ ନିର୍ମଳା ହେଉଛନ୍ତି ସାମାଜିକ ମହିଳା୤ ତେଣୁ ମହିଳା ସଂଘର ଉନ୍ନତି ତାଙ୍କ ଭାବନାର ବସ୍ତୁ ହୋଇ ପଡିଛି୤ କିନ୍ତୁ ଏ ଦୁର୍ଲଭ ଜୀବ ସବୁ ଆଜିସରିକି ଗାଁ ଆଡକୁ ମୁହଁ ଫେରାଇଛନ୍ତି କାହିଁକି ?
( ପରବର୍ତ୍ତୀ ପୃଷ୍ଠା ଦେଖନ୍ତୁ → )

ପୃଷ୍ଠା ସଂଖ୍ୟା : 1 2 3

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ରାଜକିଶୋର ରାୟ
ରାଜକିଶୋର ରାୟ
ଜଣେ ଅଧ୍ୟାପକ ଭାବେ କର୍ମମୟ ଜୀବନ ଆରମ୍ଭ କରିଥିବା ରାଜକିଶୋର ରାୟ(୧୯୧୪-୧୯୯୮) ଓଡ଼ିଆ ସାହିତ୍ୟରେ ସୁପରିଚିତ, ସୁପଠିତ ଓ ସୁପ୍ରିୟଲେଖକ୤ ତାଙ୍କ ରଚିତ ପ୍ରତ୍ୟେକ କ୍ଷୁଦ୍ରଗଳ୍ପର ବିଷୟବସ୍ତୁ ସାମାଜିକ ଘଟଣାବଳୀ ଉପରେ ପର୍ଯ୍ୟବେଶିତ ଥିଲେ ହେଁ ପ୍ରତ୍ୟେକଟି ଲେଖା ଅନ୍ୟଠାରୁ ସ୍ବତନ୍ତ୍ର୤ ଗଳ୍ପର ବିଷୟବସ୍ତୁ ନିର୍ବାଚନରେ, ତାହାର ଆରମ୍ଭ ଓ ଶେଷରେ ଉତ୍କଣ୍ଠା, ବାସ୍ତବତା,ଆକସ୍ମିକତାର ପରିବେଷଣ କୌଶଳ ବିଚାରରୁ ପୁଣି ସମସ୍ୟା ଉପସ୍ଥାପନ କରି ତାହାର ସମାଧାନକୁ ପାଠକଙ୍କ ହାତରେ ଛାଡ଼ି ଦେଇଥିବା ସିଦ୍ଧାନ୍ତ ପାଇଁ ଗାଳ୍ପିକ ଶ୍ରୀ ରାୟ ବେଶ୍ ପରିଚିତ୤... [ କ୍ରମେ ସବିଶେଷ ]
ରାଜକିଶୋର ରାୟଙ୍କ ଅନ୍ୟାନ୍ୟ ଲେଖା →
 

ମତାମତ ସଂଖ୍ୟା - ୫ ଆପଣଙ୍କ ମତାମତ ?

  • ୧. bijan ray |  ମାର୍ଚ୍ଚ୍ ୪, ୨୦୧୧ - ୬:୨୩ ପୂର୍ବାହ୍ନ

    Bahuta bhala lagila.

  • ୨. Kalinga Nayak |  ମାର୍ଚ୍ଚ୍ ୧୫, ୨୦୧୧ - ୩:୦୧ ପୂର୍ବାହ୍ନ

    Bhala Lekhatie

  • ୩. Manas |  ମାର୍ଚ୍ଚ୍ ୩୧, ୨୦୧୧ - ୧୧:୨୯ ପୂର୍ବାହ୍ନ

    the wordings not easy to understand

  • ୪. ଜନାର୍ଦ୍ଦନ ଜେନା |  ଏପ୍ରିଲ୍ ୨୮, ୨୦୧୧ - ୫:୧୦ ପୂର୍ବାହ୍ନ

    ମୋତେ ଓଡିଆ ପଢିବାକୁ ଭଲଲାଗେ । ଇଣ୍ଟେର୍ନେଟରେ ଓଡିଆ ଗପ ଉପଲବ୍ଧ କରାଇଥିବାରୁ ବହୁତ ଧନ୍ୟବାଦ ।

  • ୫. Priya Ranjan Biswal |  ମେ ୨୯, ୨୦୧୧ - ୧୨:୦୮ ଅପରାହ୍ନ

    Bahut bhala lagila..Asa kare ahuri padhibaku miliba…
    Best of luck……..

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤