ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ସର୍ବମୋଟ ମତଦାନ: ୧୮୨୮

ଲେଖକ ଓ ଲେଖିକା

ଫକୀରମୋହନ ସେନାପତି
ବୈକୁଣ୍ଠନାଥ ପଟ୍ଟନାୟକ
କିଶୋରୀକିଙ୍କର ଦାସ
କେ.ଶ୍ୟାମବାବୁ ଦୋରା
ବିରଜା ବଳ
ଲକ୍ଷ୍ମୀଧର ନାୟକ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ଯାତ୍ରା-ମଙ୍ଗଳ
 |- ରାଜକିଶୋର ରାୟ
 
 
ତା: ଫେବୃଆରୀ ୨୦, ୨୦୧୧  
 

ଗାଁ ନାଁ କହି ଲାଭ ନାହିଁ୤

ଜନବସତିର ପରିମଳ ଓ ସ୍ବାସ୍ଥ୍ୟତାର ବାସନ୍ତୀ ମଳୟ, ଦିନାର୍ଦ୍ଧ ସୂର୍ଯ୍ୟ, ଶ୍ରାବଣର ନୀରଧାରା, କୋଇଲିର କୁହୁବେଣୁ ଗୋଟିଏ ଅପ୍ରତିହତ ନାଗରିକ ନିଷ୍ଠୁରତାରେ କେଉଁକାଳରୁ ଅଚଳ ହୋଇଯାଇଛି୤ ବୁଲା ଫକୀର କିମ୍ବା ବାରବୁଲା ଯୋଗୀର ଗୀତିରେ ପଲ୍ଲୀର ଶ୍ରୀହୀନତାର କୋହ – ମୂର୍ଚ୍ଛନା ପ୍ରତିଫଳି ଯାଇଛି୤ କିଏ ବା ଶୁଣୁଛି ? କିଏ ବା ବୁଝୁଛି ?

ସହର – ! ସହର -! ବ୍ରଣସ୍ବାଦ ଚାଖିବା ପାଇଁ ମାଛିପଲର ଆନନ୍ଦରୁ ବଳି ଆନନ୍ଦ ପାଇବାକୁ ସେହି ସହରକୁ ଧାଇଁଛି ଧନୀ, ଧାଇଁଛି ମାନୀ୤ ଜୀବନର କ୍ଷୀରାବ୍ଧି ଉପରେ ଶୋଇ ମୃତ୍ୟୁର ତପସ୍ୟା କରିବାକୁ ବି ଚାଲିଛି ରୂପସୀ ବାରବନିତା ସେହି ସହରକୁ୤ ସେଠି ହସୁଛି ହର୍ମ୍ୟଶାଳା, ରହିଛି ପୂର୍ଣ୍ଣ ବିପଣୀ୤

ଗହଳିଆ ଆଖୁକ୍ଷେତ, ପୁଣି ଅତି ସୁନ୍ଦର ଗାଁର ଉପାନ୍ତରେ ଦିମାଣ ଜମିରେ ଆଖୁ ଫଳେଇଛି ମକରନ୍ଦ୤ ମକରନ୍ଦ ଜାତିରେ ଅଛବ; କିନ୍ତୁ ଯେତେବେଳେ ଛାତି ଉପରେ ଦୁଇଟା ବୁଦାଳିଆ ମାଂସପେଶୀ ନଚେଇ ନାକ ଫୁଲେଇ ଦି’ପୁଡା ହାବୁକିଆ ପବନଟାଣି ନେଇ ଆଖୁକ୍ଷେତ ମଝିରେ ସେ ଛିଡା ହୋଇଯାଏ ସେତେବେଳେ ଆଖୁଛୁଏଁ ମକରନ୍ଦକୁ, ମକରନ୍ଦ ଛୁଏଁ ଆଖୁବୁଦାକୁ୤ ଏ ମିଳନରେ ବାରଣ କରିବାକୁ ନଥାଏ ସମାଜର ସ୍ଥାନାଧିପତି୤ ମଣିଷ ମକରନ୍ଦକୁ ଛୁଏଁ ନାହିଁ ସତ; କିନ୍ତୁ ଗେଣ୍ଡା କୋଚିଆର ଗାଲିସି ପରାପାକରେ ଯାହାର ରକ୍ତର ବର୍ଣ୍ଣ ସରପୁଳି ଭୋଜ୍ୟରେ ନିତିନ୍ରତି ରସାୟିତ ଭଦ୍ରଲୋକର ରକ୍ତର ବର୍ଣ୍ଣ ସହିତ ସାମ୍ୟ ରଖିପାରିଛି, ତାର ସଂସ୍ରବ ପାଏ ଶ୍ୟାମଳା ପୃଥିବୀ୤ ସେଇ ତାର ଉପାସକ, ନିତି ପୂଜାରୀ୤

ମକରନ୍ଦ ଉପରକୁ ଚାହିଁଲା୤ ନିରାଟ ଖରା୤ ତାକୁ ଭୋକ କରୁଛି୤ ହୁଡା ଉପରୁ ଡାକିଲା –

‘-ଯମୁନା, ଜାଉ ହେଲା ? ’

ଗଛଗହଳିରେ ହୁଡାର ଅନ୍ୟପ୍ରାନ୍ତ ଅଦୃଶ୍ୟ ରହିଯାଇଛି୤ ଦୃଶ୍ୟମାନ ଚକ୍ରବାଳର ଗୋଟାଏ ପ୍ରାନ୍ତରେ ଲାଖି ରହିଛି ଦୁଇ ଶୁଣ୍ଢରେ ଯୁଦ୍ଧ୍ୟମାନ ମତ୍ତକରୀ ରୂପର ଦୁଇଖଣ୍ଡ ମେଘ୤
ଯମୁନା ! ସେ ତ ଅଠରରେ ଅଟକି ରହିଛି୤ ବୟସ ଯେମିତି ତାକୁ ଛାଡିବାକୁ ଚାହେଁନା୤ ଯେଉଁ ତନୁରେ ଲାବଣ୍ୟର କାନ୍ତିପାଟବ ଆହୁରି ଖର ହୋଇ ଉଠିଛି, ସେଠୁ ବୟସ ଖସିଯିବ କିପରି ? ପୁଣି ଅଛି ନାକରେ ଖଣ୍ଡିଗୁଣାଟିଏ୤ ବାହିରେ ବାହୁଏ ପିତ୍ତଳ ସଜ, ନଖରେ ନଖପଚା ଲାକ୍ଷା, କପାଳରେ ଗୁଞ୍ଜପୋକର ଟିକିଲି୤

‘-ମତେ ଏ ପବନ କଣ ରଖେଇ ଥୋଇ ଦଉଛି ? ତମେ ଆସ, ଏଇନାଗେ ହେଇଯିବ ଯେ୤’

ଆଜି କ୍ଷେତଜାଉର ପର୍ବ୤ ନୂଆ ଆଖୁ ଦୋରୁଅରେ ରନ୍ଧା କ୍ଷେତଜାଉ ଖାଇବେ ଦୁହେଁ୤ ଆଉ ଶୁଭମନାସିବେ ଯେମିତି ବରଷ ବରଷ ଧରି ଏଇଭଳି କ୍ଷେତହେଉ୤ ମା ଲକ୍ଷ୍ମୀ ସୁଦୟା କରନ୍ତୁ୤

ପ୍ରଥମେ ଶୁଭିଲା ମଇଁଷି ବେକର ଟିପେଇ ଶବ୍ଦଭଳି୤ ପରେ ଟିକିଏ ନିକଟ ହୋଇ ଆସିବାରୁ ମକରନ୍ଦ ବୁଝି ପାରିଲା ଏ ଟିପେଇ ନୁହେଁ, ବଳଦ ବେକର ଘଣ୍ଟି୤ ଗାଡି ପଛେ ଗାଡି୤ ଛୋଟରାୟ ଆମ୍ବତୋଟା ଶଗଡଗୁଳା ଉପରେ ବେକ ହଲେଇ ଚାଲିଛନ୍ତି ବଳଦ୤ ଆଗ ଗାଡି ଦିଖଣ୍ଡ ତାଟ, ପଛ ଦଶଖଣ୍ଡ ଗାଡି ଓଦର୤
( ପରବର୍ତ୍ତୀ ପୃଷ୍ଠା ଦେଖନ୍ତୁ → )

ପୃଷ୍ଠା ସଂଖ୍ୟା : 1 2 3

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ରାଜକିଶୋର ରାୟ
ରାଜକିଶୋର ରାୟ
ଜଣେ ଅଧ୍ୟାପକ ଭାବେ କର୍ମମୟ ଜୀବନ ଆରମ୍ଭ କରିଥିବା ରାଜକିଶୋର ରାୟ(୧୯୧୪-୧୯୯୮) ଓଡ଼ିଆ ସାହିତ୍ୟରେ ସୁପରିଚିତ, ସୁପଠିତ ଓ ସୁପ୍ରିୟଲେଖକ୤ ତାଙ୍କ ରଚିତ ପ୍ରତ୍ୟେକ କ୍ଷୁଦ୍ରଗଳ୍ପର ବିଷୟବସ୍ତୁ ସାମାଜିକ ଘଟଣାବଳୀ ଉପରେ ପର୍ଯ୍ୟବେଶିତ ଥିଲେ ହେଁ ପ୍ରତ୍ୟେକଟି ଲେଖା ଅନ୍ୟଠାରୁ ସ୍ବତନ୍ତ୍ର୤ ଗଳ୍ପର ବିଷୟବସ୍ତୁ ନିର୍ବାଚନରେ, ତାହାର ଆରମ୍ଭ ଓ ଶେଷରେ ଉତ୍କଣ୍ଠା, ବାସ୍ତବତା,ଆକସ୍ମିକତାର ପରିବେଷଣ କୌଶଳ ବିଚାରରୁ ପୁଣି ସମସ୍ୟା ଉପସ୍ଥାପନ କରି ତାହାର ସମାଧାନକୁ ପାଠକଙ୍କ ହାତରେ ଛାଡ଼ି ଦେଇଥିବା ସିଦ୍ଧାନ୍ତ ପାଇଁ ଗାଳ୍ପିକ ଶ୍ରୀ ରାୟ ବେଶ୍ ପରିଚିତ୤... [ କ୍ରମେ ସବିଶେଷ ]
ରାଜକିଶୋର ରାୟଙ୍କ ଅନ୍ୟାନ୍ୟ ଲେଖା →
 

ମତାମତ ସଂଖ୍ୟା - ୫ ଆପଣଙ୍କ ମତାମତ ?

  • ୧. bijan ray |  ମାର୍ଚ୍ଚ୍ ୪, ୨୦୧୧ - ୬:୨୩ ପୂର୍ବାହ୍ନ

    Bahuta bhala lagila.

  • ୨. Kalinga Nayak |  ମାର୍ଚ୍ଚ୍ ୧୫, ୨୦୧୧ - ୩:୦୧ ପୂର୍ବାହ୍ନ

    Bhala Lekhatie

  • ୩. Manas |  ମାର୍ଚ୍ଚ୍ ୩୧, ୨୦୧୧ - ୧୧:୨୯ ପୂର୍ବାହ୍ନ

    the wordings not easy to understand

  • ୪. ଜନାର୍ଦ୍ଦନ ଜେନା |  ଏପ୍ରିଲ୍ ୨୮, ୨୦୧୧ - ୫:୧୦ ପୂର୍ବାହ୍ନ

    ମୋତେ ଓଡିଆ ପଢିବାକୁ ଭଲଲାଗେ । ଇଣ୍ଟେର୍ନେଟରେ ଓଡିଆ ଗପ ଉପଲବ୍ଧ କରାଇଥିବାରୁ ବହୁତ ଧନ୍ୟବାଦ ।

  • ୫. Priya Ranjan Biswal |  ମେ ୨୯, ୨୦୧୧ - ୧୨:୦୮ ଅପରାହ୍ନ

    Bahut bhala lagila..Asa kare ahuri padhibaku miliba…
    Best of luck……..

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤