ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ରାଜକିଶୋର ରାୟ
ଫତୁରାନନ୍ଦ
ବିଷ୍ଣୁପ୍ରିୟା ମହାପାତ୍ର
ଶାରଦା ପ୍ରସାଦ ମିଶ୍ର
ସନ୍ୟାସୀ ନାୟକ
କୁନ୍ତଳା କୁମାରୀ ସାବତ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ସୂର୍ଯ୍ୟ ଓ ଅନ୍ଧକାର
 |- ରାଧାମୋହନ ଗଡ଼ନାୟକ
 
 
ତା: ନଭେମ୍ବର୍ ୧୪, ୨୦୧୨  
 

ସୂର୍ଯ୍ୟ ଓ ଅନ୍ଧକାର
କିଏ କହେ ?
ସୂର୍ଯ୍ୟ ତା’ର ଆଲୋକର ଉଜ୍ଜ୍ବଳ ଉଦ୍‌ଭାସେ
ସୃଷ୍ଟିର ରହସ୍ୟ ଯାହା ଖୋଲିଦେଇ
ବିବୃତ୍ତି ପ୍ରକାଶେ୤

ସୂର୍ଯ୍ୟ ବରଂ ସୃଷ୍ଟିର ହୃଦୟ
ବେଶୀ ଅବରୁଦ୍ଧ କରେ,
ବେଶୀ ଗୋପନୀୟ ପରେ;
ସୃଷ୍ଟି କରେ ସଘନ ସଂଶୟ୤

କିଏ କହେ ?
ଅନ୍ଧକାର
ସୃଷ୍ଟିକୁ ଆବୃତ୍ତ କରି
ସକଳ ପ୍ରଚ୍ଛନ୍ନ ରଖେ
ଦୃଷ୍ଟି ସମ୍ମୁଖରେ

ଅନ୍ଧକାର ବରଂ ଏ ସୃଷ୍ଟିକୁ
ଘଟାଟୋପେ ତା’ର
ବେଶୀ ଅନାବୃତ କରେ
ବେଶୀ ନଗ୍ନ କରେ୤

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ରାଧାମୋହନ ଗଡ଼ନାୟକ
କବି ରାଧାମୋହନ ଗଡ଼ନାୟକ(୧୯୧୧-୨୦୦୦) ଓଡ଼ିଆ ଭାଷା ସାହିତ୍ୟର ଅନ୍ୟତମ ସଫଳ, ପ୍ରତିଭାଶାଳୀ, କାଳଜୟୀ ସ୍ରଷ୍ଟା୤ ଛନ୍ଦର ଲାଳିତ୍ୟ, କବିତାର ଗାମ୍ଭୀର୍ଯ୍ୟ, ଭାଷା ଚାତୁରୀ, ବିଷୟ ଚୟନରେ ସେ ଅନନ୍ୟ୤ ‘ଉତ୍କଳିକା’, ‘ସ୍ମରଣିକା’, ‘କାବ୍ୟ ନାୟିକା’, ‘ଶାମୁକାର ସ୍ବପ୍ନ’, ‘ମୌସୁମୀ’, ‘ଧୂସର ଭୂମିକା’, ‘ସୂର୍ଯ୍ୟ ଓ ଅନ୍ଧକାର’, ‘ମାଳିନୀ ନଦୀର ଢେଉ’ ଆଦି କବିତା ସଙ୍କଳନ ତାଙ୍କ କବିପ୍ରାଣ, ପ୍ରତିଭା, ସର୍ଜନାର ଜ୍ବଳନ୍ତ ସ୍ବାକ୍ଷର ବହନ କରେ୤ ଓଡ଼ିଶା ସାହିତ୍ୟ ଏକାଡ଼େମୀ ସହିତ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ଦ୍ବାରା ସେ ପୁରସ୍କୃତ ଓ ସମ୍ମାନିତ୤... [ କ୍ରମେ ସବିଶେଷ ]
 
ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤
 
 
 

♦ ନିକଟରେ ପ୍ରକାଶିତ

♦ ପାଠକୀୟ ମତାମତ

  • ଭାରି ଭଲ ଲାଗିଲା।
    ( ଘନଶ୍ୟାମ ସାହୁ )
  • ଗଳ୍ପଟି ପଢି ଭାରି ଭଲ ଲାଗିଲା। ଅନ୍ୟାନ୍ୟ ଲେଖା ରଖିବାକୁ ଅନୁରୋଧ। ଧନ୍ୟବାଦ।
    ( ଘନଶ୍ୟାମ ସାହୁ )
  • କି ସୁନ୍ଦର ଗପ। ଯେତେଥର ପଢିଲେ ବି ସବୁବେଳେ ସୁନ୍ଦର ଲାଗେ। ଏ ଗପଟି ମୋତେ ମୋ ସନଭଉଣୀ କଥା ମନେ ପକେଇ ଦିଏ। ଓଡ଼ିଆ ସାହିତ୍ୟ.କମ…
    ( Santosh Kumar Mohapatra )