ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ଆଶିଷ କୁମାର କର
ନନ୍ଦ କିଶୋର ବଳ
କାହ୍ନୁଚରଣ ମହାନ୍ତି
ପ୍ରଦୀପ ନାୟକ
ସାର୍‌ ବାସୁଦେବ ସୁଢ଼ଳଦେବ
ସୀତାକାନ୍ତ ମହାପାତ୍ର

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ଶୀତ
 |- ଭାନୁଜୀ ରାଓ
 
 
ତା: ନଭେମ୍ବର୍ ୨୯, ୨୦୧୨  
 

ଏଥର ଆସିଚି କାଳ ପରିପୂର୍ଣ୍ଣ ଜରା ଓ ମୃତ୍ୟୁର
ଏଥର ଆସିଚି ଋତୁ ଲୋଳଚର୍ମା ବୁଢ଼ୀମାନଙ୍କର
କତରା କାଖେଇ କୋଳେ, ଇଷତ୍‌ ଉଷ୍ଣତା ପାଇଁ
ଉହ୍ମେଇରେ ସ୍ବରଗ ଖୋଜିବା୤

ପବନ ପନିକି ଧରି କେଳଉଛି ରାତିର ଦେହକୁ,
ଏ ବର୍ଷ ବୁଢ଼ା ଯିବେ ଚାଲି ଅପର ପୁରକୁ,
ପାକୁ ପାକୁ ପାଟି କରି ସେ ହିସାବ ସେମାନେ କରନ୍ତି,
ଆମ ଗାଁର ବୁଢ଼ାକୁଳ, ଦନ୍ତହୀନ ମାଢ଼ି ଖାଲି ହଲେ,
ପାହାଡ଼ର ଶିଖ ପରି ଦୁଇପଟେ ଜାଗରିତ ହନୁ୤

ଏ ବର୍ଷ ଭାରି ଶୀତ
ଛପି ଛପି ଶୀତ ଋତୁ କେତେବେଳେ ପଶିଛି ଗାଁଆରେ !
ନିଶ୍ଚଳ ଆମ୍ବ ତୋଟା, ଖରାର ଉଷୁମ ଟାଣେ
ଡାଳ ଅଗେ ଘୁମୁରି କପୋତ୤

ନଈ ଆଜି କାଲି ବାଲି,
ଦିଗ୍‌ବଳୟ ଢାଙ୍କିଛି କୁହେଳି,
ଦୂରର ପାହାଡ଼ ସବୁ ଧୂସର ସ୍ବପନ ଭଳି
କୁହୁଡ଼ିରେ ମ୍ଳାନ୤

ବେଳଗତ ହେଲେ ପୁଣି ଘୋଟିଆସେ ପାଣ୍ଡୁର ରଜନୀ,
ସୂର୍ଯ୍ୟଟା ମରିଯାଏ ଝଟ୍‌ କରି, ନିଜ ରକ୍ତେ ଖେଳୁ ଖେଳୁ ହୋରି,
ନିଷ୍ଠୁର ବ୍ୟାଧ ପରି ଲୁଚି ରାତିର ଉହାଡ଼େ,
ଶୀତ ଆସେ ଦୁର୍ନିବାର ଅନ୍ଧାରର ଦେହରେ ବିହରି୤

ସେ ଆସିଚି ଦେଖିବାକୁ ଜରତୀଙ୍କ ଏ ଯେଉଁ ଯନ୍ତ୍ରଣା
ଏଥର ଆସିଚି ଶୀତ-ମାସର ଏ ଅସହ୍ୟ ତୁହିନ
ଏଥର ଆସିଚି ଦିନ ନିର୍ମଳ ଅବକ୍ଷୟତାର
ଏଥର ଆସିଚି ରାତି କରିବାକୁ ଘୋର ଉତ୍‌ପୀଡ଼ନ୤

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ଭାନୁଜୀ ରାଓ
ଭାନୁଜୀ ରାଓ
ଓଡ଼ିଆ କବିତା କ୍ଷେତ୍ରରେ ଏକ ନୂତନ ଧାରା ଆରମ୍ଭ କରିଥିଲେ କବି ଭନୁଜୀ ରାଓ(୧୯୨୬-୨୦୦୧)୤ ବିଂଶ ଶତାବ୍ଦୀର ୫୦ ଓ ୬୦ ଦଶକରେ ନିଜର ଅନୁପମ କାବ୍ୟଭାବନା ଓ ଚାତୁରୀ ଯୋଗୁଁ ଭାନୁଜୀ ରାଓ ତାଙ୍କ ସମୟର କବିମାନଙ୍କ ମଧ୍ୟରେ ଏକ ସ୍ବତନ୍ତ୍ର ସ୍ଥାନର ଅଧିକାରୀ ଥିଲେ୤ ନିଜର ଛୋଟ ଛୋଟ କବିତା ମାଧ୍ୟମରେ ମର୍ମସ୍ପର୍ଶୀ ଓ ଚେତନାଦିପ୍ତ ଭାବଧାରାକୁ ଭାଷାବିନ୍ୟାସ ଦେଇ ସେ ପାଠକମାନଙ୍କ ନିକଟରେ ପରିବେଷଣ କରିବାରେ ସିଦ୍ଧହସ୍ତ ଥିଲେ୤ କେନ୍ଦ୍ର ଓ ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାରପ୍ରାପ୍ତ ଏହି... [ କ୍ରମେ ସବିଶେଷ ]
 

ମତାମତ ସଂଖ୍ୟା - ୧ ଆପଣଙ୍କ ମତାମତ ?

  • ୧. Abhisekh sahoo, bhubaneswar |  ଡିସେମ୍ବର୍ ୩, ୨୦୧୨ - ୮:୫୦ ପୂର୍ବାହ୍ନ

    Bahuta bhala kabita.

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤
 
 
 

♦ ନିକଟରେ ପ୍ରକାଶିତ

♦ ପାଠକୀୟ ମତାମତ

  • ଭାରି ଭଲ ଲାଗିଲା।
    ( ଘନଶ୍ୟାମ ସାହୁ )
  • ଗଳ୍ପଟି ପଢି ଭାରି ଭଲ ଲାଗିଲା। ଅନ୍ୟାନ୍ୟ ଲେଖା ରଖିବାକୁ ଅନୁରୋଧ। ଧନ୍ୟବାଦ।
    ( ଘନଶ୍ୟାମ ସାହୁ )
  • କି ସୁନ୍ଦର ଗପ। ଯେତେଥର ପଢିଲେ ବି ସବୁବେଳେ ସୁନ୍ଦର ଲାଗେ। ଏ ଗପଟି ମୋତେ ମୋ ସନଭଉଣୀ କଥା ମନେ ପକେଇ ଦିଏ। ଓଡ଼ିଆ ସାହିତ୍ୟ.କମ…
    ( Santosh Kumar Mohapatra )