ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ବିଜୟ ମିଶ୍ର
ସନତ୍‌ ରାୟ
ଫନି ମହାନ୍ତି
ରବି ଶତପଥୀ
ମହାପାତ୍ର ନୀଳମଣି ସାହୁ
ଭକ୍ତକବି ମଧୁସୂଦନ ରାଓ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ଶରୀରତତ୍ତ୍ୱ ଜ୍ଞାନ
 |- ସନ୍ଥକବି ଭୀମ ଭୋଇ
 
 
ତା: ଅକ୍ଟୋବର୍ ୩୧, ୨୦୧୬  
 

ଶୁଣ ସୁଧିରେ ଭକ୍ତବୀର।
କହିବା ଶରୀରାର୍ଥ ସାର॥
ବ୍ରହ୍ମା ଯେ ନାଭି କମଳରେ।
ବାସ ତା ହୃଦୟ ମଣ୍ଡଳେ॥
ସେଠାରୁ ଝରୁଛି କଳ୍ପଣା।
ମନ ପବନ ଯୋଗ ସିନା॥
ଘଟରେ ବ୍ରହ୍ମାଙ୍କୁ ଚିହ୍ନିଲେ।
ଫଳ ସଂପୂର୍ଣ୍ଣ ହୋଏ ଭଲେ॥
ଶରୀରାର୍ଥକୁ କେ ନ ଜାଣି।
ବାହାରେ ଭ୍ରମି ମରେ ପ୍ରାଣୀ॥
ହୃଦ-କମଳେ ଜଗନ୍ନାଥ।
ସ୍ୱରୁପ ବୁଝ ହେ ଭଗତ॥
ଲକ୍ଷ୍ମୀଙ୍କୁ ସଂଗତରେ ଘେନି।
ବାସ ତା ହୃଦୟ ମୂର୍ଦ୍ଧନି॥
କଳ୍ପବଟରେ ଅଛି ରହି।
ନୀଳକନ୍ଦର ତାକୁ କହି॥
ଷାଠିଏ ଗୁଣ୍ଡା ଭୁଞ୍ଜୁଅଛି।
ସେହିଟି ଷାଠିଏ ପଉଟି॥
ଏହି ପ୍ରକାରେ ଭକ୍ତବୀର।
ଏହି ଶରୀରେ ଭେଦକର॥

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ସନ୍ଥକବି ଭୀମ ଭୋଇ
ସନ୍ଥକବି ଭୀମ ଭୋଇ
ଭୀମ ଭୋଇ (୧୮୫୫-୧୮୯୫) ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଅଞ୍ଚଳରେ ଜନ୍ମଗ୍ରହଣ କରିଥିବାର ଜଣାପଡ଼େ୤ କିମ୍ବଦନ୍ତୀ ଓ ଜନଶ୍ରୁତି ମୁତାବକ ଭୀମ ଭୋଇ ବାଲ୍ୟକାଳରୁ ଅନାଥ ଥିବା ସହିତ ଅନ୍ଧ ମଧ୍ୟ ଥିଲେ ଏବଂ ବଡ଼ ଦୁଃଖ ଓ କଷ୍ଟରେ କାଳାତିପାତ କରୁଥିଲେ୤ ଏହା ସତ୍ତ୍ବେ ମହିମା ଧର୍ମର ପ୍ରଚାର ଓ ପ୍ରସାର ପାଇଁ ତାଙ୍କ ଦ୍ବାରା ରଚିତ ସ୍ତୁତି ଚିନ୍ତାମଣି, ନିର୍ବେଦ ସାଧନା, ଆଦି ଅନ୍ତଗୀତା, ଅନାଦି ସଂହିତା, ଭୀମ ଭୋଇ ମାଳିକା ଆଦି ଗ୍ରନ୍ଥ ଆଜି ମଧ୍ୟ ବେଶ୍‌ ଆଦୃତ ଲାଭ... [ କ୍ରମେ ସବିଶେଷ ]
ସନ୍ଥକବି ଭୀମ ଭୋଇଙ୍କ ଅନ୍ୟାନ୍ୟ ଲେଖା →
 

ମତାମତ ସଂଖ୍ୟା - ୩ ଆପଣଙ୍କ ମତାମତ ?

  • ୧. Pabitra das, Cuttack |  ମାର୍ଚ୍ଚ୍ ୪, ୨୦୧୭ - ୫:୨୪ ପୂର୍ବାହ୍ନ

    ଲେଖା ସବୁ ଉନ୍ନତ ଓ ତତ୍ତ୍ବପୂର୍ଣ..

  • ୨. Pabitra das, Cuttack |  ମାର୍ଚ୍ଚ୍ ୪, ୨୦୧୭ - ୫:୨୪ ପୂର୍ବାହ୍ନ

    ଲେଖା ସବୁ ଉନ୍ନତ ଓ ତତ୍ତ୍ବପୂର୍ଣ..

  • ୩. ଅକ୍ଷୟ କୁମାର ରଥ, ଗୁଣପୁର, ଜିଲ୍ଲା-ରାୟଗଡ, ଓଡିଶା |  ଏପ୍ରିଲ୍ ୧୪, ୨୦୧୭ - ୬:୨୭ ପୂର୍ବାହ୍ନ

    ଅନଳ ବୈଶ୍ୱାନର ରୂପୀ
    ତନୁରେ ବ୍ରହ୍ମ ଅଛି ବ୍ୟାପୀ ॥
    ସେ ବହ୍ନି ଅଟେ ଏକ ଭୂତ
    ସଙ୍ଗରେ’ଛନ୍ତି ଚାରି ଭୂତ ॥
    ପଞ୍ଚରେ ଚାଲଇ ନିଃଶ୍ୱାସ
    ପିଞ୍ଜରେ ଜ୍ୟୋତିହଂସ ବାସ ॥
    ଏକ ଭୂତର କାଳରୂପ
    ପ୍ରଭାବେ ଜ୍ୟୋତିହଂସ ଲୋପ ॥
    ପ୍ରକୃତି ଭୂତର ଜନନୀ
    ତା’ ରକ୍ଷା ତୋର ସଂଜୀବନି ॥

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤
 
 
 

♦ ନିକଟରେ ପ୍ରକାଶିତ

♦ ପାଠକୀୟ ମତାମତ

  • ଭାରି ଭଲ ଲାଗିଲା।
    ( ଘନଶ୍ୟାମ ସାହୁ )
  • ଗଳ୍ପଟି ପଢି ଭାରି ଭଲ ଲାଗିଲା। ଅନ୍ୟାନ୍ୟ ଲେଖା ରଖିବାକୁ ଅନୁରୋଧ। ଧନ୍ୟବାଦ।
    ( ଘନଶ୍ୟାମ ସାହୁ )
  • କି ସୁନ୍ଦର ଗପ। ଯେତେଥର ପଢିଲେ ବି ସବୁବେଳେ ସୁନ୍ଦର ଲାଗେ। ଏ ଗପଟି ମୋତେ ମୋ ସନଭଉଣୀ କଥା ମନେ ପକେଇ ଦିଏ। ଓଡ଼ିଆ ସାହିତ୍ୟ.କମ…
    ( Santosh Kumar Mohapatra )