ନବ ପ୍ରତିଭା

ମନେପଡ଼େ
|- ରାଜେଶ କୁମାର ବାରିକ, ଦେବେନ୍ଦ୍ର ପୁର, ଅଭଣା,ବାଲେଶ୍ୱର
ରଫ୍ ଖାତା
|- ମନ୍ମଥ କୁମାର ଦଳେଇ, କଣିହା, ତାଳଚେର, ଓଡ଼ିଶା
ଲୁଡୁ ଖେଳ
|- ବିଭୁ ସାମନ୍ତ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ଶରତ୍‌
 |- ଭକ୍ତକବି ମଧୁସୂଦନ ରାଓ
 
 
ତା: ସେପ୍ଟେମ୍ବର୍ ୧୫, ୨୦୧୨  
 

(ରାଗ-ମଙ୍ଗଳ)
ରୁଚିର ଶରଦକାଳ ବିରାଜିଲା ଆସି,
ହସିଲା ଧରଣୀରାଣୀ ଶୋଭା ପରକାଶି୤
କାଶତଣ୍ଡୀ ଫୁଲେ ମହୀଦିଶଇ ଧବଳ,
ସରୋବରେ ଫୁଟିଛନ୍ତି କୁମୁଦ କମଳ୤
ସୁନ୍ଦର ମାଳତୀ ଗଙ୍ଗ-ଶିଉଳୀ ଟଗରେ,
ଧବଳିତ ଉପବନ ଜନମନ ହରେ୤

ଖଣ୍ଡ ଖଣ୍ଡ ଧଳାମେଘ ସୁନୀଳ ଅମ୍ବରେ,
ଭାସଇ ବୋଇତ ଯଥାନୀଳ ସମୁଦ୍ରରେ୤
ରଜନୀରେ ନୀଳାକାଶେ ଚନ୍ଦ୍ରମା ଉଜ୍ଜ୍ବଳ,
ବିରାଜଇ ଦଶଦିଶ କରିଣ ଧବଳ୤
ଉଜ୍ଜ୍ବଳ ନକ୍ଷତ୍ରମାଳା ଚନ୍ଦ୍ର ସଙ୍ଗତରେ,
ଶୋଭନ୍ତି ପ୍ରଫୁଲ୍ଲ ପୁଷ୍ପ ପରାୟେ ଅମ୍ବରେ୤

ନଦୀ ପୁଷ୍କରିଣୀ ଜଳଏବେ ସୁନିର୍ମଳ,
କ୍ରୀଡ଼ନ୍ତି ହରଷେ ତହିଁ ଧଳା ହଂସଦଳ୤
ଧାନ୍ୟକ୍ଷେତ୍ରେ ପକ୍ବଶାଳି ଦିଶଇ ସୁନ୍ଦର,
ଦରଶନେ ଆନନ୍ଦିତ ମନ କୃଷକର୤

ସୁନୀଳ ଅପରାଜିତା ଫୁଟିଅଛି ବନେ,
ବଧୂଲୀ କୁସୁମ ରଙ୍ଗ ତୋଷଇ ଲୋଚନେ୤
ଧରିଛି ଅଗସ୍ତି ଦ୍ରୁମ କୁସୁମ-ମଞ୍ଜରୀ,
ବଙ୍କିମ ଦିଶଇ ଯାହା ବାଳ ଇନ୍ଦୁ ପରି୤
ପ୍ରଦୋଷେ ଫୁଟଇ ଜହ୍ନିଫୁଲ ଘରେ ଘରେ,
ବାଳକେ ତୋଳନ୍ତି ତାହା ମହା ଆନନ୍ଦରେ୤
ପ୍ରଫୁଲ୍ଲ କୁସୁମବନୁ ପୁଷ୍ପଗନ୍ଧ ହରି,
ଶୀତଳ ସୁରଭି ପଦ୍ମ-କାନନେ ସଞ୍ଚରି୤

ନଚାଇ ତରଙ୍ଗେ ନଦୀ-ସରୋବର-ନୀର,
ନଚାଇଣ ଶସ୍ୟାବଳୀ ବହଇ ସମୀର୤
ରଜନୀରେ କୁମାରୀଏ ମହା ଆନନ୍ଦରେ,
ମଣ୍ଡିଣ ସୁନୀଳ କେଶ ଶୁଭ୍ର କୁସୁମରେ୤
ତାରାବିମଣ୍ଡିତ ନୀଳ-ଗଗନକୁ ଚାହିଁ,
ହରନ୍ତି ମାନସ ନାନା-ରଙ୍ଗେ ଗୀତ ଗାଇ୤

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ଭକ୍ତକବି ମଧୁସୂଦନ ରାଓ
ଭକ୍ତକବି ମଧୁସୂଦନ ରାଓ
ବିଶେଷତଃ ଭକ୍ତିରସାତ୍ମକ ରଚନାରେ ପରାକାଷ୍ଠା ପ୍ରଦର୍ଶନ କରିଥିବାରୁ ମଧୁସୂଦନ ରାଓଙ୍କୁ ଭକ୍ତ କବି ଭାବେ ମାନ୍ୟତା ପ୍ରଦାନ କରାଯାଇଛି୤ ଜଣେ ଋଷିପ୍ରତିମ ସାହିତ୍ୟିକ ଭାବେ ପରିଚିତ ମଧୁସୂଦନଙ୍କ ଦ୍ବାରା ଲିଖିତ ବର୍ଣ୍ଣବୋଧ ଓଡ଼ିଆ ଭାଷାର ପ୍ରାରମ୍ଭିକ ଶିକ୍ଷା ନିମନ୍ତେ ଆଜି ମଧ୍ୟ ଏକ ପ୍ରମୁଖ ଭୂମିକା ଗ୍ରହଣ କରୁଛି୤ ଏହା ବ୍ୟତୀତ ତାଙ୍କ ଦ୍ବାରା ଲିଖିତ କବିତା, ଛାନ୍ଦ, ସ୍ତୁତି ସମେତ ପିଲାମାନଙ୍କ ପାଇଁ ଛୋଟ ଛୋଟ ଗପ ସମେତ ମନୁଷ୍ୟର ବିଭିନ୍ନ ଅବସ୍ଥା ଏବଂ ପ୍ରକୃତିର ସୌନ୍ଦର୍ଯ୍ୟ ଉପରେ ଲେଖାଗୁଡ଼ିକ ଆଜି... [ କ୍ରମେ ସବିଶେଷ ]
ଭକ୍ତକବି ମଧୁସୂଦନ ରାଓଙ୍କ ଅନ୍ୟାନ୍ୟ ଲେଖା →
 

ମତାମତ ସଂଖ୍ୟା - ୨ ଆପଣଙ୍କ ମତାମତ ?

  • ୧. akshaya kumar rout |  ସେପ୍ଟେମ୍ବର୍ ୨୭, ୨୦୧୨ - ୫:୩୮ ପୂର୍ବାହ୍ନ

    khub sundara kabitati

  • ୨. Trilochan Patel, BRAJARAJNAGAR |  ଫେବୃଆରୀ ୫, ୨୦୧୯ - ୧:୩୮ ପୂର୍ବାହ୍ନ

    ମୋ ମନ ସୁମନ ଦେଇ ହରପଦ ପୂଜିବି ରେ ।

    ଅଧମତାରଣ ହରି ଏ ଅଧମେ କୃପା କରି
    ଆସିବେ ହୃଦକୁଟୀରେ, ମହାନନ୍ଦେ ମଜିବି ରେ ।

    ସେ ବିଶ୍ୱମୋହନ ମୁଖ, ଦେଖି ପାସୋରିବି ଦୁଃଖ,
    ନରକର କୀଟ ମୁହିଁ ଦେବଭାବ ଭଜିବି ରେ ।

    ଅନାଇ ଥିବି ତାହାଙ୍କୁ, କହିବି ପ୍ରାଣନାହାଙ୍କୁ
    ସେ ପଦରାଜୀବ ଛାଡ଼ି କାହିଁ ଆଉ ନ ଯିବି ରେ ।

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤
 
 
 

♦ ନିକଟରେ ପ୍ରକାଶିତ

♦ ପାଠକୀୟ ମତାମତ