ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ଦେବେନ୍ଦ୍ର ମହାନ୍ତି
ଅନନ୍ତ ପଟ୍ଟନାୟକ
ରମାକାନ୍ତ ରଥ
ତରୁଣକାନ୍ତି ମିଶ୍ର
ଗୋପାଳ ଚନ୍ଦ୍ର ପ୍ରହରାଜ
ତ୍ରିନାଥ ସିଂହ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ସରୀସୃପ
 |- ବିନୋଦ ନାୟକ
 
 
ତା: ନଭେମ୍ବର୍ ୧୪, ୨୦୧୨  
 

ସନ୍ଧ୍ୟାର ଆକାଶ
ଗୁଜରାଟୀ ରମଣୀର ପାଲଟା ଶାଢ଼ୀପରି ସଫେଦ ଛାୟାପଥ
ଅତିପରିଚ୍ଛନ୍ନ,
ଦିଗତଳେ ବାଇଗଣୀ ସ୍ୟାହିପରି ସ୍ବଳ୍ପ ମେଘ ଛାୟା କଫି ଓ ବାଦାମ ବନ
ପରିବ୍ୟାପ୍ତ ଗୋଦାବରୀ ତଟ ଯାଏ୤

ବହୁଦୂରେ ସ୍ଲେଟ୍‌ଖଣିରୁ
ମାନ୍ଦ୍ରାଜୀ କୁଲିର ବସ୍ତିରୁ
ନୀଳ ଲଣ୍ଠନର
ଈଷତ୍‌ ଆଲୋକ ଆସେ୤

ହଠାତ୍‌ ଦେଖିଥିଲି ସଖୀ
ତୁମ ପୃଷ୍ଠ ତଟର ସଫଳ ଗୌରବ
ତୈଲଙ୍ଗୀ ଖୋଷାର ତଳେ ଗ୍ରୀବାଚୁମ୍ବୀ ବିରଳ କୁଞ୍ଚିତ କେଶ
ଋଜୁ ବାହୁଲତା ଫାଙ୍କେ ପରିପୁଷ୍ଟ ସ୍ତନର ସୁସ୍ପଷ୍ଟ ଆଭାସ,
ଗୁରୁ ନିତମ୍ବର ଆମନ୍ତ୍ରଣ୤

ଉପରେ ରିଠାବୃକ୍ଷର ପରିଣତ ଶାଖା
ତଳେ ସାଜି ମାଟିର ନୀଳ ଆସ୍ତରଣ,
ଏଇ ପରିସ୍ଥିତି ମଧ୍ୟେ
ଆଦିମ ସରୀସୃପର ସାନ୍ନିଧ୍ୟ କ୍ଷୁଧା ନେଇ
ପରସ୍ପରର ପରିଚୟ ହେଲା୤
ତୁମ ନଗ୍ନ ସ୍ବାସ୍ଥ୍ୟର ସ୍ବାଦ ନିବିଡ଼ ତୁମର
ମସୃଣ ଉଗ୍ରତା
ଦେଇଥିଲା ଗଭୀରତା ଆଉ ପରିତୃପ୍ତି୤

ନିଷ୍କାଷିତ କାମନା ଏ ତନୁତଟ ସଖୀ
ବୋଧକଲି ଆଦ୍ୟ ଥରପାଇଁ
ଲଘୁସ୍ପଷ୍ଟ ଆଉ ଚିରନ୍ତନ
ଉପରେ ସଫେଦ ଜହ୍ନ ପରି ଅତି ପରିଚ୍ଛନ୍ନ୤

ତୁମରି ଖୋଷାର
ଶୀତକାଳୀନ କୌଣସି ରଙ୍ଗୀନ ଫୁଲର ଗଭା
ଦେଇଥିଲା ମଧୁର ଗନ୍ଧର ମାଦକତା୤
ହୁଏ ତ ମୁଁ ଦେଖିନାହିଁ ବିରଳ ଆଲୋକେ
ଓଷ୍ଠ ଗାତ୍ରେ ନୟନ ଯୁଗ୍ମରେ
ସାବଲୀଳ ଶୋଭାଯାତ୍ରା

ସେଇ ଆଦିମ କ୍ଷୁଧାର ସ୍ପର୍ଶ
ଅବହେଳା କରିଥିଲା
ଉଭୟର ବାହ୍ୟିକ ଓ ସାମାଜିକ ପରିଚୟ
ପ୍ରଥମ ପୃଥିବୀର ଅବିଭାଜ୍ୟ ଶ୍ରେଣୀ ସରୀସୃପର ପରି
କେଉଁ ସମ୍ଭାବ୍ୟ ଭ୍ରୂଣର ବିକାଶ ଆକାଂକ୍ଷା
ଉଭୟ ମାଂସ ଆଉ ରକ୍ତ ପଲସ୍ତରା ତଳେ
ଅଙ୍କୁରିତ ହେଲା୤

ତାହାର ପ୍ରତିଧ୍ବନି
ସେଇ ଜୈବିକ ପ୍ରକୃତିର ଉଦଗ୍ର ପ୍ରକାଶ ଆକାଂକ୍ଷା
ନିଜ ମଧ୍ୟେ କରିଥିଲି ଅନୁଭବ
ଲଘୁ ସ୍ପଷ୍ଟ ଆଉ ଚିରନ୍ତନ
ଆଦିମ ପୃଥିବୀ ପରି ଅତି ପରିଚ୍ଛନ୍ନ୤

ଆଜି ପୁଣି ଆକାଶରେ ଅନୁରାଧା ନକ୍ଷତ୍ରର ଜହ୍ନ ଅତି ପରିଚ୍ଛନ୍ନ୤
ଦୂର ବାର୍ଲି କ୍ଷେତେ ପୁଷ୍କର ମେଘର ଛାୟା୤
ମନେ ପ୍ରଶ୍ନ ଆସେ
ଏଇ ଯେ ସମ୍ଭାବ୍ୟ ଭ୍ରୂଣର ସଂସ୍ଥାନ ହୋଇଲା
ତାର ପରିଣତି କଣ ଅତି ମାନବର ଆବିର୍ଭାବ ?

ଏଇ ପ୍ରଶ୍ନ
ସମାଧାନ ହୀନ, ଏ ପ୍ରଶ୍ନ ହୁଏତ ସମ୍ପର୍କ ବିହୀନ୤
ପ୍ରାଗୈତିହାସିକ ସରୀସୃପର ଯୌନ ପ୍ରକାଶ ଆକାଂକ୍ଷା
ଆଜି ଆନୁଭବ କରେ
ନିଜ ମେରୁଦଣ୍ଡ ତଳେ,
ଆଉ ଖୋଜି ବୁଲେ-

ତୁମ ନଗ୍ନ ଆଭରଣ ହୀନ ଅଙ୍ଗ
ତରୁ ତଳେ ନଦୀକୂଳେ
ସେଇ ନଗ୍ନ ସ୍ବାସ୍ଥ୍ୟବତୀ ଅଙ୍ଗ
ତାହାରେ ମୁଁ କରେ ନମସ୍କାର
ସେଇ ସ୍ପଷ୍ଟ ସେଇ ଚିରନ୍ତନ
ଉପରେ ସଫେଦ୍‌ ଜହ୍ନ ପରି ଅତି ପରିଚ୍ଛନ୍ନ୤

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ବିନୋଦ ନାୟକ
ଜଣେ ଅଧ୍ୟାପକ ଭାବେ କର୍ମମୟ ଜୀବନ ଆରମ୍ଭ କରି ପରବର୍ତ୍ତୀ ସମୟରେ ନିଜର ସାହିତ୍ୟ ସାଧନା ପାଇଁ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର ସହିତ ଓଡ଼ିଶା ସାହିତ୍ୟ ଏକାଡ଼େମୀ ତରଫରୁ ଅତିବଡ଼ି ଜଗନ୍ନାଥ ଦାଶ ପୁରସ୍କାରରେ ସମ୍ମାନୀତ ହୋଇଥିଲେ କବି ବିନୋଦ ଚନ୍ଦ୍ର ନାୟକ(୧୯୧୯-୨୦୦୩)୤ ସୁନ୍ଦରଗଡ଼ ଜିଲ୍ଲାରେ ଜନ୍ମ ହୋଇଥିବା ଶ୍ରୀ ନାୟକ ନିଜର ରୋମାଣ୍ଟିକ୍‌ ଓ ପ୍ରକୃତି ପ୍ରେମୀ କାବ୍ୟଧାରା ପାଇଁ ପ୍ରତିଷ୍ଠା ଲାଭ କରିଥିଲେ୤ ତାଙ୍କର ପ୍ରତ୍ୟେକଟି କବିତାର ଶବ୍ଦ ସଂଯୋଜନା, ଭାଷାର ବଳିଷ୍ଠତା ଓ ଅନୁଭୂତିର ଗଭୀରତା ତାଙ୍କୁ... [ କ୍ରମେ ସବିଶେଷ ]
 

ମତାମତ ସଂଖ୍ୟା - ୧ ଆପଣଙ୍କ ମତାମତ ?

  • ୧. ଡାକ୍ତର କୈଳାଶ୍ ଚନ୍ଦ୍ର ଦେହୁରୀ, Bhubaneswar,odisha |  ମେ ୧୪, ୨୦୧୪ - ୪:୦୭ ପୂର୍ବାହ୍ନ

    ସ୍ମରଣିୟ କବିତା ,,,,,,,ଆପଣ ଅମର ରୁହନ୍ତୁ

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤
 
 
 

♦ ନିକଟରେ ପ୍ରକାଶିତ

♦ ପାଠକୀୟ ମତାମତ

  • ଭାରି ଭଲ ଲାଗିଲା।
    ( ଘନଶ୍ୟାମ ସାହୁ )
  • ଗଳ୍ପଟି ପଢି ଭାରି ଭଲ ଲାଗିଲା। ଅନ୍ୟାନ୍ୟ ଲେଖା ରଖିବାକୁ ଅନୁରୋଧ। ଧନ୍ୟବାଦ।
    ( ଘନଶ୍ୟାମ ସାହୁ )
  • କି ସୁନ୍ଦର ଗପ। ଯେତେଥର ପଢିଲେ ବି ସବୁବେଳେ ସୁନ୍ଦର ଲାଗେ। ଏ ଗପଟି ମୋତେ ମୋ ସନଭଉଣୀ କଥା ମନେ ପକେଇ ଦିଏ। ଓଡ଼ିଆ ସାହିତ୍ୟ.କମ…
    ( Santosh Kumar Mohapatra )