ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ସର୍ବମୋଟ ମତଦାନ: ୧୮୨୮ Back to Vote Screen

ଲେଖକ ଓ ଲେଖିକା

ସୁବ୍ରତ ପ୍ରିୟବ୍ରତ ମହାନ୍ତି
ସନତ୍‌ ରାୟ
ସୀତାକାନ୍ତ ମହାପାତ୍ର
ସଦାନନ୍ଦ ତ୍ରିପାଠୀ
ଭକ୍ତକବି ମଧୁସୂଦନ ରାଓ
ଜଗଦୀଶ ମହାନ୍ତି

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ସପନ
 |- ଅଖିଳମୋହନ ପଟ୍ଟନାୟକ
 
 
ତା: ଫେବୃଆରୀ ୨୦, ୨୦୧୧  
 

ଜୋକ ମୁହଁରେ ଲୁଣ ଦେଲାପରି ଏଇ କଥା ପଦକରେ ସମସ୍ତେ ତଳକୁ ମୁହଁ ପୋତି ଖାଇବାରେ ଲାଗିଯାଆନ୍ତି୤

ଥରେ ସନିଆ ରିକ୍‌ସାବାଲା ଚାରିଅଣାର ଖାଇ ଚମ୍ପାହାତରେ ଟଙ୍କାଟିଏ ଗୁଞ୍ଜି ଦେଇ କହିଲା, ”ଚମ୍ପା ଲୋ, ରଖିଥା, ବାଲିଯାତରେ ଖରଚ କରିବୁ୤” ଚମ୍ପାକୁ ଏଗୁଡା ପସନ୍ଦ ଆସିଲାନି୤ ସେ ଜୋର ଦେଇ କହିଲା, ”ନାଇଁ, ମୁଁ କାହିଁକି ତୁମର ଧାରୁଆ ହୋଇ ରହିବି୤” ସନିଆ ଚାଲିଯାଇଛି, ଚମ୍ପା ଦୁଆର ମୁହଁରେ ଡାକୁଛି୤ ବନ୍ଧୁଆ ଫେରୁଚି ଆସାନ୍‌ସୋଲ ଗାଡି ସବାର ନେଇ, ଯନ୍ତ୍ର ଚାଳିତ ପରି ସେ ଅଟକି ଗଲା୤ ସନିଆକୁ ଧରି ପକେଇ କହିଲା, ”କିରେ, ମଗରା ହେଲୁଣିକି, ଅଣ୍ଟାରେ ତ ବଡ ପଇସା ଜୋର ହେଲାଣି, ” ସନିଆ ଦବି ଯାଇଥିଲା, ବନ୍ଧୁଆ କହି ଚାଲିଲା ”କିରେ , ଏ ହାତରେ କେତେ ରୋଜଗାର କରିଚି୤ ତୁ କ’ଣ ଆଜି ବାରଅଣା ପଇସାରେ ମୋ ଭଉଣୀ ଆଗରେ ନାଗର ହଉଚୁ୤ ଆଉ ଥରେ ସେମିତି କଲେ ଦେଖିଥା୤”

ସନିଆ ଚାଲିଗଲା୤ ମନେମନେ ଗୁଣି ହେଲା, ”ଓହୋରେ ଭାଇ , ଏକା ମା’ ପେଟର ହୋଇତ ଏତେ ସିନିହ ଦେଖା ନାହିଁ୤” କେତେକ ଅହନ୍ତା ରଖିଲେ, ”ହଁ, ଦେଖିଲା କାମ କରି ଦବାନି”- ବେଳ ଗଡିଯିବା ସାଥିରେ ସେଇ ଅହନ୍ତା ରୂପନେଲା୤

ଦିନକର କଥା, ରାତି ପ୍ରାୟ ଏଗାରଟା ହେବ, ମେଲ୍‌ରୁ ସବାର ନେଇ ରିକ୍‌ସାବାଲା ସବୁ ଫେରି ନାହାନ୍ତି୤ ଚମ୍ପା ଦୋକାନ ଖୋଲା ରଖି ବସିଚି୤ ଗରାଖ ଫେରିଲେ ଖାଇବେ୤ ଡିବିରିଟା ମିଞ୍ଜିମିଞ୍ଜି ହୋଇ ଜଳୁଛି୤ ଚମ୍ପା, ଆଉଜି ପଡିଚି ଛିଣ୍ଡା ହେଂସ ଖଣ୍ଡକ ଉପରେ-ଅନେଇ ସପନ ଦେଖୁଚି୤ ଚୋରଙ୍କ ପରି ଦୁଇଟା ଲୋକ ଭିତରକୁ ପଶିଆସିଲେ୤ ଚମ୍ପା ନୀରବରେ ସେମାନଙ୍କ ପାଇଁ ଖାଇବାକୁ ଥୋଇଦେଲା୤ ସନିଆ କହିଲା, ”ଆମେ ଖାଇବାକୁ ଆସିନୁ ଲୋ ଚମ୍ପା, ଖାଇବାକୁ ଆସିନୁ୤” ଚମ୍ପା ଜଳ ଜଳ କରି ଅନାଇ ରହିଲା୤ ତା ମନରେ ପାପ ଛୁଇଁଲା୤ ପାଖରେ ତ କେହି ନାହିଁ, ଡାକିବ କାହାକୁ ?

ସନିଆର ପିଶାଚର ଆଖି ଦୁଇଟା ତାକୁ ଭୟ ଦେଲା୤ ସେ ଅନାଇ ପାରିଲା ନାହିଁ, ରହି ରହି କହିଲା, ”ଆଉ ମୋଠିଁ କଅଣ କାମ ?”

ବହୁତ ଅଛିଲୋ ଟୋକି-ବହୁତ ଅଛି, ଆଜିଯାଏ ଠକି ଠକି ଆସିଚୁ, ଆଉ କେତେଦିନ ଠକିବୁ ୤ ସବୁ ଦିନ ତ ବନ୍ଧୁଆ ପାଖରେ ନଥିବ୤” ସନିଆ ଗୁଲି ନିଶାରେ କହିଲା୤

ବାହାର କବାଟରେ ଠକ୍‌ଠକ୍‌ଶୁଣାଗଲା-ଏମାନେ ଟିକିଏ ସଂଯତ ହେଲେ, ଚମ୍ପା ଯାଇ କବାଟ ଖୋଲିଲା୤ ବନ୍ଧୁଆ ୤ ଚମ୍ପା ପିଣ୍ଡରେ ପ୍ରାଣ ପଶିଲା, ବନ୍ଧୁଆ ଆସିବାରୁ ଚମ୍ପା ବନ୍ଧୁଆ ଆଡକୁ ଆଡ ହୋଇଗଲା, ”କିବେ ସନିଆ, ଫେର୍‌ତୁ ଏଠି” ବନ୍ଧୁଆ ଆରମ୍ଭ କଲା୤ ”ମୁଁ କାହାର ବୋପା ପଇସାରେ ଖାଇବାକୁ ଆସିନି” ସନିଆ ଜବାବ ଦେଲା୤

ପଛପଟୁ ବନ୍ଧୁଆ ମୁଣ୍ଡ ଉପରେ ଏକ ଶକ୍ତ ପାହାର ବସିଲା୤ ବନ୍ଧୁଆ ମାଟି ଉପରେ ଢଳି ପଡିଲା୤ ତା ସାଙ୍ଗେ ସାଙ୍ଗେ ନଇଁ ଆସିଲା ଚମ୍ପାର ବିରସ ମୁର୍ତ୍ତିଟି ବନ୍ଧୁଆ ମୁଣ୍ଡ ଉପରକୁ ୤ ଚମ୍ପାର ସେତେବେଳକୁ ଆଉ ଜ୍ଞାନ ନଥିଲା୤ କେବଳ ଯାହା ସେ ଦୁଇଟା ଶକ୍ତ ହାତର ସ୍ପର୍ଶ ଅନୁଭବ କଲା ତାକୁ ଯେପରି କିଏ ବଳ ପ୍ରୟୋଗକରି ନେଇଯାଉଚି୤ ତାର ଶେଷ ଅସ୍ଫୁଟ ଚିତ୍କାର ‘ବନ୍ଧୁ ଭାଇ’ ବାୟୁମଣ୍ଡଳରେ ଯାହା ଟିକିଏ ସ୍ପନ୍ଦନ ଆଣିଲା୤

ବନ୍ଧୁଆ ସ୍ବପ୍ନରୁ ଉଠିଲା ପରି ଦେଖିଲା, ସେ ରହିଚି ଗୋଟାଏ ହାସପାତାଳରେ୤ ନାଲିପଗଡିଆ ତାଠୁ ଜମାନବନ୍ଦୀ ନବାକୁ ଚେଷ୍ଟା କରିଥିଲେ୤ ସେ ଦେଲା ନାହିଁ, ଖାଲି ବଲବଲ କରି ଅନାଇ ରହିଲା୤ ତା କାନ ପାଖକୁ ଝୁଙ୍କିପଡି ନାଲିଆ ପଗଡିଆ ଟିକେ ଜୋରରେ କହିଲା ”ତୋ ମୁଣ୍ଡ ଫାଟି ଯାଇଥିଲା୤ ଆସିଥିଲୁ ଭଲ ହେବାକୁ୤”

ଗୋଧୂଳିର ଅନ୍ଧାରେ ଗୋଟିଏ ଲୋକ ପହଞ୍ଚିଲା ଚମ୍ପା କୁଡିଆ ପାଖରେ୤ ଦାଢି ଗୁଡାକ ବଢି ଯାଇଚି୤ ମନେ ହୁଏ କ୍ଳାନ୍ତ ଅବସନ୍ନ ଶରୀର, ଫୁଙ୍କି ଦେଲେ ପଡିଯିବ୤ ସେ ଘର ଭିତରେ କାହାକୁ ଖୋଜୁଥିଲା୤

ଚମ୍ପା ନାହିଁ ୤ ତାର ବୁଢୀ ମା’ ନାହିଁ, ଘର ଦେଖିଲେ ମନେ ହେଉଚି ଯେପରି କିଛି ଦିନ ହେଲା କେହି ଏଠାରେ ନାହିଁ୤ ଠାଏ ଠାଏ ଚାଳ କଣା ହୋଇ ଯାଇଛି ହନୁ ଡେଇଁ୤ ସଞ୍ଜ ପବନରେ ଦଦରା ବାଉଁଶଗୁଡାକ ବଇଁଶୀ ବଜାଉଛନ୍ତି୤ ଦୂରରୁ ଘର୍‌ଘର୍‌କରି ସଇନ ମଟରଟାଏ ଆସୁଥିଲା୤ ସେ, ପାଖ ଲାଇଟ ଖୁଣ୍ଟଟାକୁ ଧରି ସଂଧ୍ୟାର ଶିଉଳିରେ ମିଶିଗଲା୤ ତାର ବୋଧେ ମନେ ପଡୁଥିଲା, ”ରାମା ଏଇ ମଟର ତଳେ ଚାପା ପଡି ମରିଥିଲା-ଆଉ ଚମ୍ପା…

ପୃଷ୍ଠା ସଂଖ୍ୟା : 1 2 3 4

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ଅଖିଳମୋହନ ପଟ୍ଟନାୟକ
ଅଖିଳମୋହନ ପଟ୍ଟନାୟକ
ଓଡ଼ିଆ କଥା ସାହିତ୍ୟ ଜଗତର ଜଣେ ନିଆରା କଥାକାର ଥିଲେ ଅଖିଳମୋହନ ପଟ୍ଟନାୟକ୤ ୧୯୨୭ ମସିହା ଡିସେମ୍ବର ୧୮ ତାରିଖରେ ଖୋର୍ଦ୍ଧାରେ ଜନ୍ମିତ ଅଖିଳମୋହନ ଥିଲେ ବୃତ୍ତିରେ ଆଇନଜୀବି ଆଉ ପ୍ରବୃତ୍ତିରେ ବିଦଗ୍ଧ ସାହିତ୍ୟ ଶିଳ୍ପୀ୤ ୧୯୮୧ ମସିହାରେ ତାଙ୍କର କ୍ଷୁଦ୍ରଗଳ୍ପ ସଞ୍ଚୟନ “ଓ ଅନ୍ଧଗଳି” ପାଇଁ ସେ କେନ୍ଦ୍ର ସାହିତ୍ୟ ଏକାଡମୀ ପୁରସ୍କାରରେ ସମ୍ମାନିତ ହୋଇଥିଲେ୤ ୧୯୮୨ ମସିହା ନଭେମ୍ବର ୨୯ ତାରିଖ ଦିନ ଏହି ମହାନ କଥାଶିଳ୍ପୀଙ୍କର ପରଲୋକପ୍ରାପ୍ତି ଘଟିଥିଲା୤
ଅଖିଳମୋହନ ପଟ୍ଟନାୟକଙ୍କ ଅନ୍ୟାନ୍ୟ ଲେଖା →
 

ମତାମତ ସଂଖ୍ୟା - ୬ ଆପଣଙ୍କ ମତାମତ ?

  • ୧. Manas |  ମାର୍ଚ୍ଚ୍ ୧୧, ୨୦୧୧ - ୨:୧୬ ଅପରାହ୍ନ

    Though the story might be reflecting todays incidence but we should find out some positive sense, hope, happiness from these mud.

  • ୨. ଜ୍ଞାନରଞ୍ଜନ ସ୍ବାଇଁ |  ମାର୍ଚ୍ଚ୍ ୧୭, ୨୦୧୧ - ୧୧:୦୭ ପୂର୍ବାହ୍ନ

    ବହୁତ ଭଲ ହୋଇଛି ଲେଖାଟି| ଧନ୍ୟବାଦ|

  • ୩. Manoj |  ଏପ୍ରିଲ୍ ୧୯, ୨୦୧୧ - ୬:୧୩ ପୂର୍ବାହ୍ନ

    Bahut Badhia heichhi
    Dhanyabad.

  • ୪. BISIKESAN NAYAK |  ଏପ୍ରିଲ୍ ୨୩, ୨୦୧୧ - ୫:୪୩ ପୂର୍ବାହ୍ନ

    ଭାରୀ ଚମତକାର୍,ଭାରି ସୁନ୍ଦର୍ ହୋଇଛି

  • ୫. ପ୍ରତାପ ଚନ୍ଦ୍ର ଭଞ୍ଜ, ଖୋର୍ଦ୍ଧା |  ନଭେମ୍ବର୍ ୩, ୨୦୧୧ - ୮:୧୪ ପୂର୍ବାହ୍ନ

    ଏ କାହାଣୀକୁ ନେଇ ଗୋଟେ ବଢିଆ ନାଟକ ବା ଚଳଚ୍ଚିତ୍ର ତିଆରି କରିହେବ ୤ ଓଡିଶାର ଚଳଚ୍ଚିତ୍ର ନିର୍ଦ୍ଦେଶକମାନେ ଖାଲି ଅନ୍ଧ ଭାବରେ ଅନ୍ୟ ଭାଷାକୁ ଅନୁକରଣ କରିଚାଲିଛନ୍ତି ୤

  • ୬. ଘନଶ୍ୟାମ ସାହୁ, ବ୍ରହ୍ମପୁର, ଓଡ଼ିଶା |  ଅଗଷ୍ଟ୍ ୧୫, ୨୦୧୮ - ୧୦:୩୪ ଅପରାହ୍ନ

    ଗଳ୍ପଟି ପଢି ଭାରି ଭଲ ଲାଗିଲା। ଅନ୍ୟାନ୍ୟ ଲେଖା ରଖିବାକୁ ଅନୁରୋଧ। ଧନ୍ୟବାଦ।

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤