ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର
-ଉତ୍କଳଗୌରବ ମଧୁସୂଦନ ଦାସ
ଜୋକ ମୁହଁରେ ଲୁଣ ଦେଲାପରି ଏଇ କଥା ପଦକରେ ସମସ୍ତେ ତଳକୁ ମୁହଁ ପୋତି ଖାଇବାରେ ଲାଗିଯାଆନ୍ତି
ଥରେ ସନିଆ ରିକ୍ସାବାଲା ଚାରିଅଣାର ଖାଇ ଚମ୍ପାହାତରେ ଟଙ୍କାଟିଏ ଗୁଞ୍ଜି ଦେଇ କହିଲା, ”ଚମ୍ପା ଲୋ, ରଖିଥା, ବାଲିଯାତରେ ଖରଚ କରିବୁ” ଚମ୍ପାକୁ ଏଗୁଡା ପସନ୍ଦ ଆସିଲାନି ସେ ଜୋର ଦେଇ କହିଲା, ”ନାଇଁ, ମୁଁ କାହିଁକି ତୁମର ଧାରୁଆ ହୋଇ ରହିବି” ସନିଆ ଚାଲିଯାଇଛି, ଚମ୍ପା ଦୁଆର ମୁହଁରେ ଡାକୁଛି ବନ୍ଧୁଆ ଫେରୁଚି ଆସାନ୍ସୋଲ ଗାଡି ସବାର ନେଇ, ଯନ୍ତ୍ର ଚାଳିତ ପରି ସେ ଅଟକି ଗଲା ସନିଆକୁ ଧରି ପକେଇ କହିଲା, ”କିରେ, ମଗରା ହେଲୁଣିକି, ଅଣ୍ଟାରେ ତ ବଡ ପଇସା ଜୋର ହେଲାଣି, ” ସନିଆ ଦବି ଯାଇଥିଲା, ବନ୍ଧୁଆ କହି ଚାଲିଲା ”କିରେ , ଏ ହାତରେ କେତେ ରୋଜଗାର କରିଚି ତୁ କ’ଣ ଆଜି ବାରଅଣା ପଇସାରେ ମୋ ଭଉଣୀ ଆଗରେ ନାଗର ହଉଚୁ ଆଉ ଥରେ ସେମିତି କଲେ ଦେଖିଥା”
ସନିଆ ଚାଲିଗଲା ମନେମନେ ଗୁଣି ହେଲା, ”ଓହୋରେ ଭାଇ , ଏକା ମା’ ପେଟର ହୋଇତ ଏତେ ସିନିହ ଦେଖା ନାହିଁ” କେତେକ ଅହନ୍ତା ରଖିଲେ, ”ହଁ, ଦେଖିଲା କାମ କରି ଦବାନି”- ବେଳ ଗଡିଯିବା ସାଥିରେ ସେଇ ଅହନ୍ତା ରୂପନେଲା
ଦିନକର କଥା, ରାତି ପ୍ରାୟ ଏଗାରଟା ହେବ, ମେଲ୍ରୁ ସବାର ନେଇ ରିକ୍ସାବାଲା ସବୁ ଫେରି ନାହାନ୍ତି ଚମ୍ପା ଦୋକାନ ଖୋଲା ରଖି ବସିଚି ଗରାଖ ଫେରିଲେ ଖାଇବେ ଡିବିରିଟା ମିଞ୍ଜିମିଞ୍ଜି ହୋଇ ଜଳୁଛି ଚମ୍ପା, ଆଉଜି ପଡିଚି ଛିଣ୍ଡା ହେଂସ ଖଣ୍ଡକ ଉପରେ-ଅନେଇ ସପନ ଦେଖୁଚି ଚୋରଙ୍କ ପରି ଦୁଇଟା ଲୋକ ଭିତରକୁ ପଶିଆସିଲେ ଚମ୍ପା ନୀରବରେ ସେମାନଙ୍କ ପାଇଁ ଖାଇବାକୁ ଥୋଇଦେଲା ସନିଆ କହିଲା, ”ଆମେ ଖାଇବାକୁ ଆସିନୁ ଲୋ ଚମ୍ପା, ଖାଇବାକୁ ଆସିନୁ” ଚମ୍ପା ଜଳ ଜଳ କରି ଅନାଇ ରହିଲା ତା ମନରେ ପାପ ଛୁଇଁଲା ପାଖରେ ତ କେହି ନାହିଁ, ଡାକିବ କାହାକୁ ?
ସନିଆର ପିଶାଚର ଆଖି ଦୁଇଟା ତାକୁ ଭୟ ଦେଲା ସେ ଅନାଇ ପାରିଲା ନାହିଁ, ରହି ରହି କହିଲା, ”ଆଉ ମୋଠିଁ କଅଣ କାମ ?”
ବହୁତ ଅଛିଲୋ ଟୋକି-ବହୁତ ଅଛି, ଆଜିଯାଏ ଠକି ଠକି ଆସିଚୁ, ଆଉ କେତେଦିନ ଠକିବୁ ସବୁ ଦିନ ତ ବନ୍ଧୁଆ ପାଖରେ ନଥିବ” ସନିଆ ଗୁଲି ନିଶାରେ କହିଲା
ବାହାର କବାଟରେ ଠକ୍ଠକ୍ଶୁଣାଗଲା-ଏମାନେ ଟିକିଏ ସଂଯତ ହେଲେ, ଚମ୍ପା ଯାଇ କବାଟ ଖୋଲିଲା ବନ୍ଧୁଆ ଚମ୍ପା ପିଣ୍ଡରେ ପ୍ରାଣ ପଶିଲା, ବନ୍ଧୁଆ ଆସିବାରୁ ଚମ୍ପା ବନ୍ଧୁଆ ଆଡକୁ ଆଡ ହୋଇଗଲା, ”କିବେ ସନିଆ, ଫେର୍ତୁ ଏଠି” ବନ୍ଧୁଆ ଆରମ୍ଭ କଲା ”ମୁଁ କାହାର ବୋପା ପଇସାରେ ଖାଇବାକୁ ଆସିନି” ସନିଆ ଜବାବ ଦେଲା
ପଛପଟୁ ବନ୍ଧୁଆ ମୁଣ୍ଡ ଉପରେ ଏକ ଶକ୍ତ ପାହାର ବସିଲା ବନ୍ଧୁଆ ମାଟି ଉପରେ ଢଳି ପଡିଲା ତା ସାଙ୍ଗେ ସାଙ୍ଗେ ନଇଁ ଆସିଲା ଚମ୍ପାର ବିରସ ମୁର୍ତ୍ତିଟି ବନ୍ଧୁଆ ମୁଣ୍ଡ ଉପରକୁ ଚମ୍ପାର ସେତେବେଳକୁ ଆଉ ଜ୍ଞାନ ନଥିଲା କେବଳ ଯାହା ସେ ଦୁଇଟା ଶକ୍ତ ହାତର ସ୍ପର୍ଶ ଅନୁଭବ କଲା ତାକୁ ଯେପରି କିଏ ବଳ ପ୍ରୟୋଗକରି ନେଇଯାଉଚି ତାର ଶେଷ ଅସ୍ଫୁଟ ଚିତ୍କାର ‘ବନ୍ଧୁ ଭାଇ’ ବାୟୁମଣ୍ଡଳରେ ଯାହା ଟିକିଏ ସ୍ପନ୍ଦନ ଆଣିଲା
ବନ୍ଧୁଆ ସ୍ବପ୍ନରୁ ଉଠିଲା ପରି ଦେଖିଲା, ସେ ରହିଚି ଗୋଟାଏ ହାସପାତାଳରେ ନାଲିପଗଡିଆ ତାଠୁ ଜମାନବନ୍ଦୀ ନବାକୁ ଚେଷ୍ଟା କରିଥିଲେ ସେ ଦେଲା ନାହିଁ, ଖାଲି ବଲବଲ କରି ଅନାଇ ରହିଲା ତା କାନ ପାଖକୁ ଝୁଙ୍କିପଡି ନାଲିଆ ପଗଡିଆ ଟିକେ ଜୋରରେ କହିଲା ”ତୋ ମୁଣ୍ଡ ଫାଟି ଯାଇଥିଲା ଆସିଥିଲୁ ଭଲ ହେବାକୁ”
ଗୋଧୂଳିର ଅନ୍ଧାରେ ଗୋଟିଏ ଲୋକ ପହଞ୍ଚିଲା ଚମ୍ପା କୁଡିଆ ପାଖରେ ଦାଢି ଗୁଡାକ ବଢି ଯାଇଚି ମନେ ହୁଏ କ୍ଳାନ୍ତ ଅବସନ୍ନ ଶରୀର, ଫୁଙ୍କି ଦେଲେ ପଡିଯିବ ସେ ଘର ଭିତରେ କାହାକୁ ଖୋଜୁଥିଲା
ଚମ୍ପା ନାହିଁ ତାର ବୁଢୀ ମା’ ନାହିଁ, ଘର ଦେଖିଲେ ମନେ ହେଉଚି ଯେପରି କିଛି ଦିନ ହେଲା କେହି ଏଠାରେ ନାହିଁ ଠାଏ ଠାଏ ଚାଳ କଣା ହୋଇ ଯାଇଛି ହନୁ ଡେଇଁ ସଞ୍ଜ ପବନରେ ଦଦରା ବାଉଁଶଗୁଡାକ ବଇଁଶୀ ବଜାଉଛନ୍ତି ଦୂରରୁ ଘର୍ଘର୍କରି ସଇନ ମଟରଟାଏ ଆସୁଥିଲା ସେ, ପାଖ ଲାଇଟ ଖୁଣ୍ଟଟାକୁ ଧରି ସଂଧ୍ୟାର ଶିଉଳିରେ ମିଶିଗଲା ତାର ବୋଧେ ମନେ ପଡୁଥିଲା, ”ରାମା ଏଇ ମଟର ତଳେ ଚାପା ପଡି ମରିଥିଲା-ଆଉ ଚମ୍ପା…
ମତାମତ ସଂଖ୍ୟା - ୬ ଆପଣଙ୍କ ମତାମତ ?
୧. Manas | ମାର୍ଚ୍ଚ୍ ୧୧, ୨୦୧୧ - ୨:୧୬ ଅପରାହ୍ନ
Though the story might be reflecting todays incidence but we should find out some positive sense, hope, happiness from these mud.
୨. ଜ୍ଞାନରଞ୍ଜନ ସ୍ବାଇଁ | ମାର୍ଚ୍ଚ୍ ୧୭, ୨୦୧୧ - ୧୧:୦୭ ପୂର୍ବାହ୍ନ
ବହୁତ ଭଲ ହୋଇଛି ଲେଖାଟି| ଧନ୍ୟବାଦ|
୩. Manoj | ଏପ୍ରିଲ୍ ୧୯, ୨୦୧୧ - ୬:୧୩ ପୂର୍ବାହ୍ନ
Bahut Badhia heichhi
Dhanyabad.
୪. BISIKESAN NAYAK | ଏପ୍ରିଲ୍ ୨୩, ୨୦୧୧ - ୫:୪୩ ପୂର୍ବାହ୍ନ
ଭାରୀ ଚମତକାର୍,ଭାରି ସୁନ୍ଦର୍ ହୋଇଛି
୫. ପ୍ରତାପ ଚନ୍ଦ୍ର ଭଞ୍ଜ, ଖୋର୍ଦ୍ଧା | ନଭେମ୍ବର୍ ୩, ୨୦୧୧ - ୮:୧୪ ପୂର୍ବାହ୍ନ
ଏ କାହାଣୀକୁ ନେଇ ଗୋଟେ ବଢିଆ ନାଟକ ବା ଚଳଚ୍ଚିତ୍ର ତିଆରି କରିହେବ ଓଡିଶାର ଚଳଚ୍ଚିତ୍ର ନିର୍ଦ୍ଦେଶକମାନେ ଖାଲି ଅନ୍ଧ ଭାବରେ ଅନ୍ୟ ଭାଷାକୁ ଅନୁକରଣ କରିଚାଲିଛନ୍ତି
୬. ଘନଶ୍ୟାମ ସାହୁ, ବ୍ରହ୍ମପୁର, ଓଡ଼ିଶା | ଅଗଷ୍ଟ୍ ୧୫, ୨୦୧୮ - ୧୦:୩୪ ଅପରାହ୍ନ
ଗଳ୍ପଟି ପଢି ଭାରି ଭଲ ଲାଗିଲା। ଅନ୍ୟାନ୍ୟ ଲେଖା ରଖିବାକୁ ଅନୁରୋଧ। ଧନ୍ୟବାଦ।