ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ଅମରେଶ ବିଶ୍ବାଳ
ବରେନ୍ଦ୍ର କୃଷ୍ଣ ଧଳ
କୃଷ୍ଣଚନ୍ଦ୍ର ତ୍ରିପାଠୀ
ଭଗବତୀ ଚରଣ ପାଣିଗ୍ରାହୀ
ଅନନ୍ତ ପଟ୍ଟନାୟକ
ଭୁବନେଶ୍ବର ବେହେରା

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ସପନ
 |- ଅଖିଳମୋହନ ପଟ୍ଟନାୟକ
 
 
ତା: ଫେବୃଆରୀ ୨୦, ୨୦୧୧  
 

ଆଜିକାଲି ବନ୍ଧୁଆ ସେ ଛୋଟ ପରିବାରର ଜଣେ ନିଜ ମଣିଷ ହୋଇଯାଇଚି୤ କେତେ ରିକ୍‌ସାବାଲା ଆସନ୍ତି ଯାଆନ୍ତି ଖାଇସାରି, ତେବେ ବନ୍ଧୁଆର ମମତା କାହିଁକି ସେ ଦୁସ୍ଥପରିବାର ପ୍ରତି ଟିକିଏ ବେଶୀ୤ ରାମା ମରିଯିବାପରେ ତାହା ଟିକିଏ ଘନେଇ ଉଠିଛି ଯାହା୤ ଦିନ କାହାକୁ ଅନେଇ ବସେନି୤ ଚମ୍ପାର ବୟସ ହୋଇଗଲାଣି୤ ହାତକୁ ଦି’ହାତ ହେବ୤ ଚମ୍ପାର ଅଳସ ଅଙ୍ଗଭଙ୍ଗୀରେ , ଘୂମନ୍ତ ଭୃଳତାର ଗମ୍ଭୀର ଚଳନରେ ବନ୍ଧୁଆ ମୁଗ୍‌ଧ ହୁଏ୤ ସେ ଅନାଇ ରହେ ଲୋଲୁପ ରୂପପିପାସୁ ପରି କେତେବେଳେକେ, ଆଖି ଫେରେଇ ଆଣେ କଅଣ ଭାବି୤ ବୁଢୀ କେତେଥର କହିଲାଣି, ”ବନ୍ଧୁ, ଝିଅ ଘିଅ, ଘରେ ରହିଲେ ଗନ୍ଧେଇଯାଏ୤” ଚମ୍ପା କପାଳରେ କ’ଣ ଶାଶୁଘର ନାହିଁ ?” ଚମ୍ପା ପାଖରେ ଥିଲେ ଦୂରକୁ ଉଠି ପଳାଏ ଲାଜରା ହୋଇ୤ ବନ୍ଧୁଆ ସପନ ଦେଖିଲା ପରି ଅନେଇ ରହେ୤

ଦିନ ଚାଲିଗଲାଣି, କେତେଦିନ ତଳେ ଯେ ଖାନନଗରର କେଉଁ କଣରେ ଦୁକୁଦୁକୁ ଚିତାଟିଏ ନିଭି ଯାଇଥିଲା, ତାର ହିସାବ ରଖିଛି କିଏ ? ଖାଲି ବନ୍ଧୁଆ ଛାତିରେ କେବେ କେବେ କିପରି ଝଟ୍‌କା ଲାଗେ୤ ତା ଆଖିପତା ଓଦା ହୋଇଆସେ୤ ସେ ମସିଆ ଗାମୁଚ୍ଛାରେ ସେଗୁଡାକ ପୋଛିପକାଏ୤ ଆଜିକାଲି ସେ ବଡ ଗମ୍ଭୀର୤ ସାଥୀ ଲୋକଙ୍କ ସାଙ୍ଗେ ବେଶୀ କଥାବାର୍ତ୍ତା କରେନି୤ କେବେ କେହି କିଛି ପଚାରିଲେ ଛୋଟ ‘ହଁ’ଟିଏ ମାରି ନୀରବ ରହେ୤

ସାଙ୍ଗ ମେଳରେ କେହି କେବେ ତାକୁ ଇଙ୍ଗିତ କରି କହିଥିଲା, ”ବନ୍ଧୁଆ ଭାଇକୁ କଅଣ ସେମତି କରି ପାଇଚକି ? ସେ ବୁଡିବୁଡି ପାଣି ପିଏ୤ ମୂଳରୁ ପରା ଚମ୍ପାକୁ ସାଇତିଛି୤” ବନ୍ଧୁଆ ରାଗିଯାଇ ନାଲି ଆଖି ଦେଖେଇ ଥିଲା୤ ସେହି ଦିନଠାରୁ କେହି କେବେ ତା’ ସଙ୍ଗେ ଥଟ୍ଟା କରେନି୤

ବୁଢୀମା’ ଏବେ ଆଉ ପାରୁନି୤ ଚମ୍ପା ସବୁ ନିଜ ହାତରେ କରୁଚି୤ ବୁଢୀ କଣରେ ପଡିରହି ଏଇଟା କର ସେଇଟା କର ପାଟି କରି ବତେଇ ଦେଉଚି୤ ଆଜିକାଲି ପାଖ ହମିଦ ମିଆଁ ଦୋକାନରେ ଯେଉଁମାନେ ପକୋଡି ମାଉଁସ ଖାଉଥିଲେ ସେମାନେ ଏଠି ଆସି ଜୁଟିଲେଣି୤ କିଏ ନଚାହେଁ କଅଁଳ ହାତର ପରଶା ମିଠା କଥା, ବଅସ ଥିଲା ଟୋକାଗୁଡାକ ନା ଆଉ କଣ ?

ବନ୍ଧୁଆ ଆଜିକାଲି ବେଶୀ ସମୟ ସେମାନଙ୍କ ପାଖେ କଟାଏ, ତାଙ୍କରି ଘରେ ଶୋଇପଡେ୤ ତାର ଭୟହୁଏ, କାଳେ ଚମ୍ପା କାନ୍ଦିବ୤ ବୁଢୀ ମା’ ସେ କଣରୁ ସକେଇ ସକେଇ କହେ, ”ବନ୍ଧୁ, ପୋଡିଗଲା ତିଅଣରେ କଣ ସୁଆଦ ଥାଏ୤ ମୋର ସବୁ ଯାଇଚି, ଖାଲି ଏଇଟା ଯୋଗୁ ସିନା ପଡିରହିଚି୤” ବୁଢୀ ଆଉ କହି ପାରେନି୤ ବନ୍ଧୁଆ ତା’ କୋହ ଚାପିରଖି କହେ,” ହଁ ମାଉସୀ, ସେଗୁଡାକ ଭାବି ଆଉ କଅଣ ହବ ? ଯେ ଯାଇଚି ଆଉ କଅଣ ଫେରିବ ?” ତାପରେ ସବୁ ନୀରବ୤ ଚୁଲିଟା ସେଁ ସେଁ ହୋଇ ଜଳୁଥାଏ୤ ଡିବିରୀର ଥରିଲା ଆଲୁଅରେ ବନ୍ଧୁଆ ଅନେଇ ରହେ ଚମ୍ପା ମୁହଁକୁ୤ ତା ମନରେ କେତେ କଣ ଆସେ, ଚମ୍ପା ତା ଭଉଣୀ, ସେ ତାକୂ ହାତକୁ ଦି’ହାତ କରିବ୤ ସେଥିପାଇଁ କିଛି ପଇସା ବି ଜମେଇଛି୤ ଭଗବାନଙ୍କ ଉଦ୍ଦେଶ୍ୟରେ ତାର ହାତ ଦୁଇଟା ଉପରକୁ ଉଠିଯାଏ୤

ଡିବିରୀଟାକୁ ସାଙ୍ଗରେ ନେଇ ସେ ଘର କଣର ଖଣ୍ଡେ ମାଙ୍କଡା ପଥର ଟେକିଦିଏ୤ ତା’ତଳେ ଅଣି , ଦୋ’ଣି , ସୁକି ଟଙ୍କା କେତେ କଣ ସେ ସାଇତି ଥାଏ୤ ସେ ଏତେ ଟଙ୍କା ଜୀବନରେ ଦେଖିବା ପ୍ରଥମ୤ ସିଏ ଚମ୍ପା ବାହାଘର କରିବ୤ ଚମ୍ପା ଦଉଡି ଆସି କହେ, ”ଏଁ, ସତେ କେତେ ପଇସା ବନ୍ଧୁଭାଇ ଜମେଇଲେଣି ଲୋ ମା’୤”
ବନ୍ଧୁଆ ହସି ଦେଇ କହେ ତୋ’ ବାହାଘର ହବ କିମିତି୤” ଚମ୍ପା ଲାଜରା ହୋଇ କହେ, ”ହେ”, ଝଳକାଏ ଥଣ୍ଡା ପବନ ମୁମୂର୍ଷ ଡିବିରୀଟାକୁ ଲିଭେଇ ଦେଇ ଯାଏ୤ ବୁଢୀ ହେଂସଟାକୁ ଉପରକୁ ଟାଣି ନେଇ କହେ, ”ଜଳାକବାଟିଟା ଆଉଜାଇ ଆଣିବୁଟି ଲୋ ଝିଅ”୤ ସେଇ ଅନ୍ଧାର ଭିତରେ ଦୁଇଟା ରାତି ସପନ ଦେଖେ-ଜଣେ ବାହା ହେବ, ଆଉ ଜଣେ ତା’ ଭଉଣୀକୁ ବାହା ଦେବ୤

ସଂଜ ହେଲେ ରିକ୍‌ସାବାଲା ସବୁ ଆସି ଗୋଟି ଗୋଟି କରି ଜୁଟନ୍ତି୤ ସେମାନେ ବନ୍ଧୁଆର ଚମ୍ପା ସାଙ୍ଗରେ ମିଳାମିଶାଟାକୁ ସହି ପାରନ୍ତିନି୤ ମଣିଷ ଛାତି ତ’ କେତେ ସହିବ ? ବନ୍ଧୁଆ ଫେରେ ବଢିଲା ଝିଅଟାକୁ ଗେଲ କରିବ୤ ତାଙ୍କ ଘରେ ଶୋଇବ୤ ଏ ଦୁହିଁଙ୍କର ଚରିତ୍ର ବିଷୟରେ ଧୀରେ ଧୀରେ ଟୁପ୍‌ଟାପ୍‌ଚାଲିଲା୤ ଚମ୍ପା ବାସନା ପାଇ ବନ୍ଧୁଆକୁ ନାହିଁ କରେ ଆସିବାକୁ୤ ବନ୍ଧୁଆ କହେ, ”ଲୋକେ କହିଲେ ବୋଲି କଣ ଭାଇ ତା ଭଉଣୀକୁ ଛାଡି ପଳେଇବ୤” ବନ୍ଧୁଆର ନୈତିକ ସାହାସ ଦେଖି ତା ଆଗରେ ମୁହଁକୁ ମୁହଁ କେହି କଥାବାର୍ତ୍ତା କରିପାରନ୍ତି ନାହିଁ, –ଯାହା କହନ୍ତି ପଛରେ୤

ଆଜିକାଲି ବେଳ ଦେଖି କିଏ କେମିତି ଚମ୍ପାକୁ ଟାହୁଲି ଟାପରା କଲେଣି୤ କିଏ କହେ, ”ହଁ ଲୋ ଚମ୍ପା, ତୋ’ ହାତ ଚକୁଳି କାହିଁକି ମିଠା ନାଗୁଛି ମ ?” ଆଉ କିଏ କହେ, ହଇଲୋ, ବୁଢୀ ଏତେ ଦିନକେ ତୋ ହାତକୁ ରସ ବଟଫଳ ଦିଖଣ୍ଡ କରେଇ ଦେଇଚି-ସେ ତ ବନ୍ଧୁଆ ବନ୍ଧୂଆ ହୋଇ ମଲା, ବନ୍ଧୁଆ କଣ କମ ତରକା କି ?”
ଚମ୍ପା ବନ୍ଧୁଆର ନିନ୍ଦା ସହିପାରେ ନି୤ ମୁହଁ ଛିଞ୍ଚାଡି କହେ, କାହିଁକି ମ ବନ୍ଧୁଆ କଅଣ ଆମର ଖାଇଗଲା କି ?
( ପରବର୍ତ୍ତୀ ପୃଷ୍ଠା ଦେଖନ୍ତୁ → )

ପୃଷ୍ଠା ସଂଖ୍ୟା : 1 2 3 4

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ଅଖିଳମୋହନ ପଟ୍ଟନାୟକ
ଅଖିଳମୋହନ ପଟ୍ଟନାୟକ
ଓଡ଼ିଆ କଥା ସାହିତ୍ୟ ଜଗତର ଜଣେ ନିଆରା କଥାକାର ଥିଲେ ଅଖିଳମୋହନ ପଟ୍ଟନାୟକ୤ ୧୯୨୭ ମସିହା ଡିସେମ୍ବର ୧୮ ତାରିଖରେ ଖୋର୍ଦ୍ଧାରେ ଜନ୍ମିତ ଅଖିଳମୋହନ ଥିଲେ ବୃତ୍ତିରେ ଆଇନଜୀବି ଆଉ ପ୍ରବୃତ୍ତିରେ ବିଦଗ୍ଧ ସାହିତ୍ୟ ଶିଳ୍ପୀ୤ ୧୯୮୧ ମସିହାରେ ତାଙ୍କର କ୍ଷୁଦ୍ରଗଳ୍ପ ସଞ୍ଚୟନ “ଓ ଅନ୍ଧଗଳି” ପାଇଁ ସେ କେନ୍ଦ୍ର ସାହିତ୍ୟ ଏକାଡମୀ ପୁରସ୍କାରରେ ସମ୍ମାନିତ ହୋଇଥିଲେ୤ ୧୯୮୨ ମସିହା ନଭେମ୍ବର ୨୯ ତାରିଖ ଦିନ ଏହି ମହାନ କଥାଶିଳ୍ପୀଙ୍କର ପରଲୋକପ୍ରାପ୍ତି ଘଟିଥିଲା୤
ଅଖିଳମୋହନ ପଟ୍ଟନାୟକଙ୍କ ଅନ୍ୟାନ୍ୟ ଲେଖା →
 

ମତାମତ ସଂଖ୍ୟା - ୬ ଆପଣଙ୍କ ମତାମତ ?

  • ୧. Manas |  ମାର୍ଚ୍ଚ୍ ୧୧, ୨୦୧୧ - ୨:୧୬ ଅପରାହ୍ନ

    Though the story might be reflecting todays incidence but we should find out some positive sense, hope, happiness from these mud.

  • ୨. ଜ୍ଞାନରଞ୍ଜନ ସ୍ବାଇଁ |  ମାର୍ଚ୍ଚ୍ ୧୭, ୨୦୧୧ - ୧୧:୦୭ ପୂର୍ବାହ୍ନ

    ବହୁତ ଭଲ ହୋଇଛି ଲେଖାଟି| ଧନ୍ୟବାଦ|

  • ୩. Manoj |  ଏପ୍ରିଲ୍ ୧୯, ୨୦୧୧ - ୬:୧୩ ପୂର୍ବାହ୍ନ

    Bahut Badhia heichhi
    Dhanyabad.

  • ୪. BISIKESAN NAYAK |  ଏପ୍ରିଲ୍ ୨୩, ୨୦୧୧ - ୫:୪୩ ପୂର୍ବାହ୍ନ

    ଭାରୀ ଚମତକାର୍,ଭାରି ସୁନ୍ଦର୍ ହୋଇଛି

  • ୫. ପ୍ରତାପ ଚନ୍ଦ୍ର ଭଞ୍ଜ, ଖୋର୍ଦ୍ଧା |  ନଭେମ୍ବର୍ ୩, ୨୦୧୧ - ୮:୧୪ ପୂର୍ବାହ୍ନ

    ଏ କାହାଣୀକୁ ନେଇ ଗୋଟେ ବଢିଆ ନାଟକ ବା ଚଳଚ୍ଚିତ୍ର ତିଆରି କରିହେବ ୤ ଓଡିଶାର ଚଳଚ୍ଚିତ୍ର ନିର୍ଦ୍ଦେଶକମାନେ ଖାଲି ଅନ୍ଧ ଭାବରେ ଅନ୍ୟ ଭାଷାକୁ ଅନୁକରଣ କରିଚାଲିଛନ୍ତି ୤

  • ୬. ଘନଶ୍ୟାମ ସାହୁ, ବ୍ରହ୍ମପୁର, ଓଡ଼ିଶା |  ଅଗଷ୍ଟ୍ ୧୫, ୨୦୧୮ - ୧୦:୩୪ ଅପରାହ୍ନ

    ଗଳ୍ପଟି ପଢି ଭାରି ଭଲ ଲାଗିଲା। ଅନ୍ୟାନ୍ୟ ଲେଖା ରଖିବାକୁ ଅନୁରୋଧ। ଧନ୍ୟବାଦ।

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤