ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ସର୍ବମୋଟ ମତଦାନ: ୧୮୨୮ Back to Vote Screen

ଲେଖକ ଓ ଲେଖିକା

ଗଣେଶ୍ୱର ମିଶ୍ର
କେ.ଶ୍ୟାମବାବୁ ଦୋରା
ଗୋଦାବରିଶ ମିଶ୍ର
ନନ୍ଦ କିଶୋର ବଳ
କିଶୋରୀକିଙ୍କର ଦାସ
କୁନ୍ତଳା କୁମାରୀ ସାବତ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ସପନ
 |- ଅଖିଳମୋହନ ପଟ୍ଟନାୟକ
 
 
ତା: ଫେବୃଆରୀ ୨୦, ୨୦୧୧  
 

ବନ୍ଧୁଆ ଧଇଁସଇଁ ହୋଇ ଖାଉ ଖାଉ କହେ, ”ମାଉସୀ ଗୁଡ ତ ଆସି ସରିଲାଣି୤” ବୁଢୀ ଚୁଲ୍ଲୀରେ କାଠ ଦଉ ଦଉ ଥଙ୍ଗେଇ ଥଙ୍ଗେଇ କହେ, ”ଆଜିକି ହେଲା ସଂକ୍ରାନ୍ତିକୁ ସଂକ୍ରାନ୍ତି ମାସେ-ଗରାଖ ତ ଆଜିକାଲି ଟିକିଏ ବେଶି ହେଲେଣି, ଆଉ ଆସନ୍ତା କୁଆଡୁ୤ ଗୁଡ ଦର ତ ଆଜିକାଲି ଯାହା ହେଲାଣି୤ ରାମାକୁ କାନେ କାନେ କହିଲି ଯେ ସେ ଟିକିଏ କାନେଇଲାନି୤ ତୁମେ ଏତେ ଆଡେ ବୁଲୁଚ, ଟିକିଏ ସୁବିଧା ଦର ଦେଖି କୋ’ଠୁ ବଣାଟାଏ ଆଣି ଦିଅନ୍ତନି ?” ବନ୍ଧୁଆ କିଛି କହେନି୤ ଦି ଦଫାରେ ସାରି ଦେଇ ହାତ ଧୋଇବାକୁ ଦଉଡିଯାଏ୤ ବୁଢୀ ବି ଚୁପ୍‌ରହେ୤ ସେ ଜାଣେ ସେଇତକ ଯଥେଷ୍ଟ, କେତେବେଳେ ହେଲେ ବି ବନ୍ଧୁ ଗୁଡବଣାଟାଏ ଦେଇଯିବ୤ ବନ୍ଧୁଆ ହାତ ଧୋଇବାକୁ ଚମ୍ପା ପାଣି ଢାଳେ ଥୋଇଦିଏ୤ ବନ୍ଧୁଆ ଚମ୍ପାର ଲଙ୍ଗଳା ହାତକୁ ଅନାଇ କହେ ”କିଲୋ ଅଥରପି, କାଚ ଦି’ପଟ ଭାଙ୍ଗିସାରିଲୁଣି୤”

-”ହୁଁ, ପିଠଉ ବାଟୁବାଟୁ ଭାଙ୍ଗିଗଲା, ମୁଁ କଅଣ କରିବି ?” ଚମ୍ପା ଅନ୍ୟମନସ୍କ ଭାବରେ ଉତ୍ତର ଦିଏ୤

ବନ୍ଧୁଆ ଦଦରା କୁଡିଆ ଖଣ୍ଡକରୁ ବାହାରିଯାଏ୤

ବୁଢୀକୁ ବନ୍ଧୁଆ ପୁଅ ପରି ଦିଶେ୤ ନିଜ ପୁଅ ହେଲେ କଣ ହେବ, ରାମାଟା ନିହାତି ବୋକା୤ ସେ ବନ୍ଧୁଆକୁ ରାମା ଅପେକ୍ଷା ବେଶୀ ପସନ୍ଦ କରେ୤ ବେଳ ଅବେଳ ପଡିଲେ ସେ ବନ୍ଧୁଆକୁ ପଚାରେ୤ ବୁଝେ୤ ରାମାକୁ କିଛି କହେନି, ସେ ଜାଣେ ରାମାଟା ନିକର୍ମା୤ – ଲାଗି ଖାଇବନି୤ ଆଉ କେତେ ବଜର ବଜର ହେବ ସେଇ କଥାକୁ୤
ଏମିତି ଦିନ କଟିଯାଏ୤

ରାମା ଦିନସାରା ଫୁଙ୍ଗୁଳା ହୋଇ ବଜାରୀଙ୍କ ସାଙ୍ଗେ ବୁଲୁଥାଏ୤ ରାତି ହେଲେ ଗୁଲି ଖଟିକୁ ପଶିଯାଏ ଗୁଲି ଖାଇବାକୁ ୤ କିଛି ଦିନ ତଳ କଥା୤ ରାମା ଯେତେବେଳେ ନୁଆ ନୁଆ ଗୁଲି ଖାଏ୤ ବନ୍ଧୁଆ ତାକୁ ବହୁତ ବୁଝେଇଚି୤ ତା କାନେ କାନେ କହିଛି, ”ରାମା, ଗୁଲି ଖାଇଲେ ଅଣ୍ଟାରେ ପଇସା ରହେନି-ପାଣିପରି କୁଆଡେ ଉଭେଇଯାଏ୤”ତାର ଛୋଟ ମୁଣ୍ଡରେ ସେ ତା’ ଭିତରେ ଆଉ ରାମା ଭିତରେ ଗୋଟାଏ ତଫାତ୍‌କୁ ସ୍ପଷ୍ଟ କରିଦିଏ୤ ତାର କେହି ନାହିଁ୤ ରିକ୍‌ସା ଟାଣୁଟାଣୁ ଦିନେ ସେ ରାସ୍ତା କରରେ କେଉଁଠି ଟଳିପଡିବ୤ ରାମାର ମା’ ଅଛି, ଭଉଣୀ ଅଛି୤ ମା’କୁ ପୋଷିବ, ଭଉଣୀ ହାତକୁ ଦି’ହାତ କରିବ୤ ରାମାକୁ ଏ କଥାଗୁଡା ପସନ୍ଦ ଆସେନି-ଏ କାନରେ ପଶି ସେକାନରେ ବାହାରିଯାଏ, ତେବେ ତାର ସାହାସ ହୁଏନି ଏତେଗୁଡାଏ ନିରାଟ ସତ କଥାକୁ ଫୁତ୍‌କାରରେ ଉଡେଇ ଦବାକୁ୤ ସେ ବୋକାଙ୍କ ପରି ଗୋଟାଏ ଜାଗାକୁ ଅନେଇରହି କହେ ”ହୁଁ”୤ ବନ୍ଧୁଆ ଖୁସି ହୁଏ୤ ଭଗବାନଙ୍କ ପାଖେ ରାମାପାଇଁ ମୁଣ୍ଡିଆ ମାରେ୤ କିନ୍ତୁ କାଇଁ ତା’ ପରଦିନ ରାମାର ତ ପରିବର୍ତ୍ତନ ହୁଏନି୤ ସେ ହତାଶ ହୁଏ୤ ଦିନ ପରେ ଦିନ ବିତିଚାଲେ୤ ବନ୍ଧୁଆ ନିତି ବୁଝାଏ୤ ହତାଶ ହୁଏ୤ ଦିନେ ବୁଝିଲା, ସେ ଯାହା ଆଶା କରିଚି ଖାଲି ସପନ ସିଏ୤ ଥରେ ଗୁଲି ଖାଇଲେ ଆଉ କି ଛାଡି ହୁଏ ?

ଦିନକର କଥା ମନେ ପକାଇ ଏବେ ବି ବନ୍ଧୁଆ ଆଖିରେ ଲୁହ ଆସେ୤ ସେ ହେଉଛି ଫଗୁଣର ଗୋଟାଏ ରାତି୤ ରାମା ଆଉ ବନ୍ଧୁଆ ଦୁହେଁ ଖଟିରୁ ଫେରୁଥିଲେ୤ ରାତି ପ୍ରାୟ ଏଗାରଟା ହେବ୤ ସଡକଟା ଶୂନ୍‌ଶାନ୍‌ପ୍ରାୟ୤ ଦୂରରୁ ସଇନ ମଟରର ଆଲୁଅ ଆଖିକୁ ଜଳକା କରି ଦଉଚି୤ ମଟର, ପାଖକୁ ଆସୁଚି, ଖୁବ୍‌ପାଖକୁ୤ ରାମା ଗୁଲି ନିଶାରେ ଟେର୍‌ହୋଇ ଗୋଟାଏ ଟେକା ଝୁଣ୍ଟି ସଡକ ଉପରକୁ ଫୋପାଡି ହୋଇ ପଡିଲା୤ ବନ୍ଧୁଆ ଚମକି ଅନାଇଲା୤ ତା’ ଆଖି ଆଗରେ ବିରାଟଯନ୍ତ୍ର ଦାନବଟା ରାମା ଦିହକୁ ମାଡି ଦେଇ ଆଗେଇ ଚାଲିଗଲା୤ ବନ୍ଧୁଆ ବହୁ ସମୟ ପରେ ସେ ଅନ୍ଧାରରେ ରାମାକୁ ପାଇଲା୤ ‘ରାମା, ରାମା’ ବୋଲି ସେ ଦୁଇଥର ଚିତ୍କାର କଲା ସେ ନିଶୁନ ରାତିରେ୤ ତାର ମନେ ହେଲା ଯେପରି ରାମାର ପ୍ରେତ ତାର ପ୍ରତ୍ୟୁତ୍ତର ଦେଉଚି୤ ତା ମୁଣ୍ଡର ସବୁ ଭାବନା ଗୁଡାକ ଗୋଳମାଳ ହୋଇଯାଉଥାଏ୤ ସେ ରାମାକୁ କାନ୍ଧେଇ ଆଗକୁ ଚାଲିଲା ଧୀରେ ଧୀରେ୤ ଶବଟାକୁ ରିକ୍‌ସାରେ ଥୋଇ, ଥରେ ଆଲୁଅରେ ତା ମୁହଁ ଦେଖିନେଲା ମୁହଁଟା ଚେପ୍‌ଟା ହୋଇଯାଇଛି୤ ଚିହ୍ନି ହେଉନାହିଁ୤ ସେଇ ଅନ୍ଧାର ରାତିରେ ବନ୍ଧୁଆ ରିକ୍‌ସା ଟାଣି ଟାଣି ଖାନନଗର ପାଖେ ପହଞ୍ଚିଲା୤

ବାତାହତ ଚିତାଟିଏ ଦୁକୁଦୁକୁ ହୋଇ ଲିଭି ଆସୁଥିଲା୤ ବନ୍ଧୁଆ ତା ଉଦ୍ଦେଶ୍ୟରେ ପ୍ରଣାମ କରି ମଠେଇ ଫେରିଲା ଘରକୁ୤
( ପରବର୍ତ୍ତୀ ପୃଷ୍ଠା ଦେଖନ୍ତୁ → )

ପୃଷ୍ଠା ସଂଖ୍ୟା : 1 2 3 4

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ଅଖିଳମୋହନ ପଟ୍ଟନାୟକ
ଅଖିଳମୋହନ ପଟ୍ଟନାୟକ
ଓଡ଼ିଆ କଥା ସାହିତ୍ୟ ଜଗତର ଜଣେ ନିଆରା କଥାକାର ଥିଲେ ଅଖିଳମୋହନ ପଟ୍ଟନାୟକ୤ ୧୯୨୭ ମସିହା ଡିସେମ୍ବର ୧୮ ତାରିଖରେ ଖୋର୍ଦ୍ଧାରେ ଜନ୍ମିତ ଅଖିଳମୋହନ ଥିଲେ ବୃତ୍ତିରେ ଆଇନଜୀବି ଆଉ ପ୍ରବୃତ୍ତିରେ ବିଦଗ୍ଧ ସାହିତ୍ୟ ଶିଳ୍ପୀ୤ ୧୯୮୧ ମସିହାରେ ତାଙ୍କର କ୍ଷୁଦ୍ରଗଳ୍ପ ସଞ୍ଚୟନ “ଓ ଅନ୍ଧଗଳି” ପାଇଁ ସେ କେନ୍ଦ୍ର ସାହିତ୍ୟ ଏକାଡମୀ ପୁରସ୍କାରରେ ସମ୍ମାନିତ ହୋଇଥିଲେ୤ ୧୯୮୨ ମସିହା ନଭେମ୍ବର ୨୯ ତାରିଖ ଦିନ ଏହି ମହାନ କଥାଶିଳ୍ପୀଙ୍କର ପରଲୋକପ୍ରାପ୍ତି ଘଟିଥିଲା୤
ଅଖିଳମୋହନ ପଟ୍ଟନାୟକଙ୍କ ଅନ୍ୟାନ୍ୟ ଲେଖା →
 

ମତାମତ ସଂଖ୍ୟା - ୬ ଆପଣଙ୍କ ମତାମତ ?

  • ୧. Manas |  ମାର୍ଚ୍ଚ୍ ୧୧, ୨୦୧୧ - ୨:୧୬ ଅପରାହ୍ନ

    Though the story might be reflecting todays incidence but we should find out some positive sense, hope, happiness from these mud.

  • ୨. ଜ୍ଞାନରଞ୍ଜନ ସ୍ବାଇଁ |  ମାର୍ଚ୍ଚ୍ ୧୭, ୨୦୧୧ - ୧୧:୦୭ ପୂର୍ବାହ୍ନ

    ବହୁତ ଭଲ ହୋଇଛି ଲେଖାଟି| ଧନ୍ୟବାଦ|

  • ୩. Manoj |  ଏପ୍ରିଲ୍ ୧୯, ୨୦୧୧ - ୬:୧୩ ପୂର୍ବାହ୍ନ

    Bahut Badhia heichhi
    Dhanyabad.

  • ୪. BISIKESAN NAYAK |  ଏପ୍ରିଲ୍ ୨୩, ୨୦୧୧ - ୫:୪୩ ପୂର୍ବାହ୍ନ

    ଭାରୀ ଚମତକାର୍,ଭାରି ସୁନ୍ଦର୍ ହୋଇଛି

  • ୫. ପ୍ରତାପ ଚନ୍ଦ୍ର ଭଞ୍ଜ, ଖୋର୍ଦ୍ଧା |  ନଭେମ୍ବର୍ ୩, ୨୦୧୧ - ୮:୧୪ ପୂର୍ବାହ୍ନ

    ଏ କାହାଣୀକୁ ନେଇ ଗୋଟେ ବଢିଆ ନାଟକ ବା ଚଳଚ୍ଚିତ୍ର ତିଆରି କରିହେବ ୤ ଓଡିଶାର ଚଳଚ୍ଚିତ୍ର ନିର୍ଦ୍ଦେଶକମାନେ ଖାଲି ଅନ୍ଧ ଭାବରେ ଅନ୍ୟ ଭାଷାକୁ ଅନୁକରଣ କରିଚାଲିଛନ୍ତି ୤

  • ୬. ଘନଶ୍ୟାମ ସାହୁ, ବ୍ରହ୍ମପୁର, ଓଡ଼ିଶା |  ଅଗଷ୍ଟ୍ ୧୫, ୨୦୧୮ - ୧୦:୩୪ ଅପରାହ୍ନ

    ଗଳ୍ପଟି ପଢି ଭାରି ଭଲ ଲାଗିଲା। ଅନ୍ୟାନ୍ୟ ଲେଖା ରଖିବାକୁ ଅନୁରୋଧ। ଧନ୍ୟବାଦ।

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤