ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

କନକଲତା ସାହୁ
ସାର୍‌ ବାସୁଦେବ ସୁଢ଼ଳଦେବ
ଅମରେନ୍ଦ୍ର ଖଟୁଆ
ଡକ୍ଟର ମାୟାଧର ମାନସିଂହ
ସୁଶାନ୍ତ ଦାଶ
ଦୟାନିଧି ମିଶ୍ର

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ସପନ
 |- ଅଖିଳମୋହନ ପଟ୍ଟନାୟକ
 
 
ତା: ଫେବୃଆରୀ ୨୦, ୨୦୧୧  
 

ସେ ରିକ୍‌ସା ଟାଣେ୤ ଲୋକଟା ଦେଖିବାକୁ ବେଶ୍‌ମଜବୁତିଆ୤ ଦିହଟି ଗୋଲଗାଲ୤ ଦାଢିଗୁଡାକ ଟିକିଏ ବେଶୀ ବଢିଯାଇଥିଲା ପରି ମନେ ହୁଏ୤ କେଉଁ କାଳର ଖଣ୍ଡେ ମସିଆ ଲୁଗା ଦିହରେ ଗୁଡାଇ ହୋଇ ପଡିଥାଏ୤ ଗୋଡରେ ହଳେ ଛିଣ୍ଡା ତାଳିପକା ଚପଲ୤ ଖଣ୍ଡେ ଚିରା କନା ମୁଣ୍ଡରେ ଗୁଡାଇ ଦେଇଥାଏ୤ ତା ଭିତରୁ ତାର କୁଞ୍ଚୁକୁଞ୍ଚିଆ ନୁଖୁରା ବାଳ ଗୁଡାକ ବେଶ୍‌ଦେଖାଯାଏ୤

ସପନ ହେଉଛି ଲବ୍ଧପ୍ରତିଷ୍ଠ କଥାଶିଳ୍ପୀ ଅଖିଳମୋହନ ପଟ୍ଟନାୟକଙ୍କ ପ୍ରଥମ ଗଳ୍ପ୤ ଏହା ୧୯୪୬ ମସିହାରେ ‘ଶଙ୍ଖ’ ପତ୍ରିକାରେ ପ୍ରକାଶ ପାଇଥିଲା୤

କେବେ ଯଦି କେହି କଲେଜ ପିଲା ସିନେମା ଯିବାକୁ ରିକ୍‌ସା, ଖୋଜେ ବନ୍ଧୁଆ ରିକ୍‌ସାଟାକୁ ଧରି ଆଗ ଠିଆ ହୋଇପଡେ, ବାବୁମାନେ ଦର ବୁଝିବାକୁ ଅଟକି ଯାନ୍ତି୤ ବନ୍ଧୁଆ ହସି କହେ, ”ଠାକୁର ଆପଣମାନଙ୍କୁ ବଡଲୋକ କରିଛନ୍ତି-କଅଣ ଗରିବ ପେଟ ବୁଝିବେ ନାହିଁ ଯେ !” ବାବୁ ବସିପଡନ୍ତି୤
ବନ୍ଧୁଆ ଆଗକୁ ଚାଲେ ଲୋକ ପରେ ଲୋକ କଟେଇ ନେଇ୤ ରାଣୀହାଟ ଛକ ପାଖେ ବନ୍ଧୁଆ ବାଙ୍କିଯାଏ୤

ବାବୁ ପଚାରନ୍ତି, ”କିରେ-ଏପଟେ ଯେ୤”

ବନ୍ଧୁଆ ଧଇଁସଇଁ ହୋଇ କହେ, ”ବାବୁ, ସେପଟେ ସଇନ ମଟରର ସବୁବେଳେ ଯିବା ଆସିବା, ଏପଟଟା ଟିକିଏ ନିରୋଳା୤
ବନ୍ଧୁଆର ସଇନ ମଟରକୁ ଭାରି ଡର୤

ସିନେମା ପାଖେ ଯାଇ ପଇସା ନିଏ୤ ମୁଣ୍ଡ ଆଉଁସି ଥରେ ଦି ପଇସା ମାଗେ୤ ଦେଲେ ଖୁସି ନଦେଲେ ଖୁସି୤

ବନ୍ଧୁଆ ଦିନଯାକ ଦିହ ଲଗେଇ ଗାଡି ଟାଣେ୤ ସଞ୍ଜ ହେଲେ ମୁନିସିପାଲଟି ଆଲୁଅ ଲାଗିଲେ ତା ଭଙ୍ଗା କୁଡିଆ କାନ୍ଥରେ ଆଉଜି ପଡେ୤ ଦିନଯାକ ଗଳିଗଳି ପିଚୁରାସ୍ତା ଉପରେ ବୁଲିବୁଲି ତାର ଗୋଡ ଥକି ଯାଇଥାଏ୤ ଟିକିଏ ରାତି ବଳି ପଡିଲେ ସେ ପଶିଯାଏ ପାଖ ଗୋଟାଏ ଗୁଲି ଖଟିକୁ, ସେ ଗୁଲି ଖାଏ, ମନଇଚ୍ଛା ଗୁଲି ଖାଏ୤ ସାରାଦିନର ଝାଳବୁହା ପଇସାକୁ ସେ ଗୁଲି ଖାଇବାରେ ଉଡାଇଦେଇ ଫତୁଆ ହୋଇ ଘରକୁ ଫେରେ୤ ସେହି ଫତୁର ହେବାରେ ସେ ଗୋଟାଏ ଆନନ୍ଦ ପାଏ୤

ବନ୍ଧୁଆର କେହି ନାହିଁ୤ ବାପ ମା’ଙ୍କର ମୁହଁ ତାର ମନେ ନାହିଁ୤ ସେ ନିହାତି ଏକା୤ ଯେତେବେଳେ ସେ ଦଶ ବାର ବରଷର ପିଲା, ଗଳି ଗଳି ସେ ମାଗି ବୁଲୁଥିଲା; ଏବେ ଛଅ ବରଷ ହେବ ରିକ୍‌ସା ଟାଣୁଛି୤

ତାର ପାଶୋରା ଦିନର କଥାଗୁଡା ମନେ ପକାଇଲେ ସେ କାହାକୁ ମନେ କରି ପାରେନା ଯେ କି ତା ପାଇଁ ଜୀବନରେ କେବେ ”ଆହା” କରିଚି୤ ତେବେ ତା’ର ମନେପଡେ ତା ସାଙ୍ଗ କଥା, ତାର ଗୁଲିଖିଆ ସାଙ୍ଗ୤

ସେ ତିନି ଚାରି ବରଷ ତଳର କଥା୤

ପ୍ରଭାତ ସିନେମା ତଳକୁ ଗଡି ପଡିଲେ ଛୋଟ କୁଡିଆଟିଏ୤ ବନ୍ଧୁଆ ସେଇଠିକି ବରାବର ଯିବା ଆସିବା କରେ, ସେ କୁଡିଆର ଲୋକ ଭିତରେ ରାମାବୋଉ, ରାମା ଓ ତାର ଭଉଣୀ-ଚମ୍ପା୤ ସେଇ ଛୋଟ ସଂସାରଟି ଏଇ ତିନିଟି ପ୍ରାଣୀଙ୍କୁ ନେଇ ଚଳେ୤ ରାମା, ବନ୍ଧୁଆ ସାଙ୍ଗର କୋଡିଏ ବର୍ଷର ଭେଣ୍ଡା୤ ବେକାର ବସିରହିଚି୤ ରାମାବୋଉ ଚକୁଳି କରେ୤ ବେଳ ରତରତ ହେଲାବେଳକୁ ଚମ୍ପା ପିଠଉ ବାଟି ଦେଇଥାଏ୤ ରାତିରେ ବୁଢୀ ଚୁଲି ଜାଳିଦେଇ ଚକୁଳି ତିଆରି କରିବସେ୤ ବୁଢୀ ହୋଇ ଗଲାଣି, ଆଖିକି ଭଲ ଦିଶୁନି-ତେବେ ବି ଘୁସୁରି ଘୁସୁରି କାମ କରେ ପେଟ ଚାଖଣ୍ଡକ ପାଇଁ୤ ଆଉ ଚମ୍ପା; ଏଇ ମଗୁଶିରକୁ ଷୋହଳ ଯାଇ ସତର ପଶିବ୤ ଗୋରା ଦିହଟି-ଧୀର ଶାନ୍ତ ଆଖି ଦୁଇଟି୤ ଗରିବ ହେଲେବି ନାରୀ ସୁଲଭ ସୌନ୍ଦର୍ଯ୍ୟ ଫୁଟିଉଠିଚି୤ ପାଇଟିପତ୍ରରେ ବୁଢୀ ମା’କୁ କେତେବେଳେ କିମିତି ଟିକିଏ ଅଣ୍ଟେଇ ଦିଏ୤ ଛୋଟକୁଡିଆର ସଂସାର ଏୟା୤
ବେଳ ରତରତ ହେଲେ ବନ୍ଧୁଆ ନୁଆଁଣିଆ ଚାଳିଟି ଭିତରକୁ ପଶିଆସି କହେ ”ମାଉସୀ, କଅଣ ହୋଇଚି ଦବୁଟି୤” ତେଣେ ପୁଣି ଗାଡିବାଲା ଜରିମାନା କରିବ୤ ବୁଢୀ ଦିଖଣ୍ଡ ଚକୁଳି କରି ବନ୍ଧୁକୁ ଥୋଇଦିଏ୤ ବନ୍ଧୁଆ ତାର କଳା ମଚ୍‌ମଚ୍‌ ହାତଟାକୁ ଗୁଡବଣା ଭିତରକୁ ପୂରାଇ ଦେଇ ବିଶି ଆଙ୍ଗୁଳିରେ ଟିକିଏ ଗୁଡ କାଢି ଆଣେ୤
( ପରବର୍ତ୍ତୀ ପୃଷ୍ଠା ଦେଖନ୍ତୁ → )

ପୃଷ୍ଠା ସଂଖ୍ୟା : 1 2 3 4

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ଅଖିଳମୋହନ ପଟ୍ଟନାୟକ
ଅଖିଳମୋହନ ପଟ୍ଟନାୟକ
ଓଡ଼ିଆ କଥା ସାହିତ୍ୟ ଜଗତର ଜଣେ ନିଆରା କଥାକାର ଥିଲେ ଅଖିଳମୋହନ ପଟ୍ଟନାୟକ୤ ୧୯୨୭ ମସିହା ଡିସେମ୍ବର ୧୮ ତାରିଖରେ ଖୋର୍ଦ୍ଧାରେ ଜନ୍ମିତ ଅଖିଳମୋହନ ଥିଲେ ବୃତ୍ତିରେ ଆଇନଜୀବି ଆଉ ପ୍ରବୃତ୍ତିରେ ବିଦଗ୍ଧ ସାହିତ୍ୟ ଶିଳ୍ପୀ୤ ୧୯୮୧ ମସିହାରେ ତାଙ୍କର କ୍ଷୁଦ୍ରଗଳ୍ପ ସଞ୍ଚୟନ “ଓ ଅନ୍ଧଗଳି” ପାଇଁ ସେ କେନ୍ଦ୍ର ସାହିତ୍ୟ ଏକାଡମୀ ପୁରସ୍କାରରେ ସମ୍ମାନିତ ହୋଇଥିଲେ୤ ୧୯୮୨ ମସିହା ନଭେମ୍ବର ୨୯ ତାରିଖ ଦିନ ଏହି ମହାନ କଥାଶିଳ୍ପୀଙ୍କର ପରଲୋକପ୍ରାପ୍ତି ଘଟିଥିଲା୤
ଅଖିଳମୋହନ ପଟ୍ଟନାୟକଙ୍କ ଅନ୍ୟାନ୍ୟ ଲେଖା →
 

ମତାମତ ସଂଖ୍ୟା - ୬ ଆପଣଙ୍କ ମତାମତ ?

  • ୧. Manas |  ମାର୍ଚ୍ଚ୍ ୧୧, ୨୦୧୧ - ୨:୧୬ ଅପରାହ୍ନ

    Though the story might be reflecting todays incidence but we should find out some positive sense, hope, happiness from these mud.

  • ୨. ଜ୍ଞାନରଞ୍ଜନ ସ୍ବାଇଁ |  ମାର୍ଚ୍ଚ୍ ୧୭, ୨୦୧୧ - ୧୧:୦୭ ପୂର୍ବାହ୍ନ

    ବହୁତ ଭଲ ହୋଇଛି ଲେଖାଟି| ଧନ୍ୟବାଦ|

  • ୩. Manoj |  ଏପ୍ରିଲ୍ ୧୯, ୨୦୧୧ - ୬:୧୩ ପୂର୍ବାହ୍ନ

    Bahut Badhia heichhi
    Dhanyabad.

  • ୪. BISIKESAN NAYAK |  ଏପ୍ରିଲ୍ ୨୩, ୨୦୧୧ - ୫:୪୩ ପୂର୍ବାହ୍ନ

    ଭାରୀ ଚମତକାର୍,ଭାରି ସୁନ୍ଦର୍ ହୋଇଛି

  • ୫. ପ୍ରତାପ ଚନ୍ଦ୍ର ଭଞ୍ଜ, ଖୋର୍ଦ୍ଧା |  ନଭେମ୍ବର୍ ୩, ୨୦୧୧ - ୮:୧୪ ପୂର୍ବାହ୍ନ

    ଏ କାହାଣୀକୁ ନେଇ ଗୋଟେ ବଢିଆ ନାଟକ ବା ଚଳଚ୍ଚିତ୍ର ତିଆରି କରିହେବ ୤ ଓଡିଶାର ଚଳଚ୍ଚିତ୍ର ନିର୍ଦ୍ଦେଶକମାନେ ଖାଲି ଅନ୍ଧ ଭାବରେ ଅନ୍ୟ ଭାଷାକୁ ଅନୁକରଣ କରିଚାଲିଛନ୍ତି ୤

  • ୬. ଘନଶ୍ୟାମ ସାହୁ, ବ୍ରହ୍ମପୁର, ଓଡ଼ିଶା |  ଅଗଷ୍ଟ୍ ୧୫, ୨୦୧୮ - ୧୦:୩୪ ଅପରାହ୍ନ

    ଗଳ୍ପଟି ପଢି ଭାରି ଭଲ ଲାଗିଲା। ଅନ୍ୟାନ୍ୟ ଲେଖା ରଖିବାକୁ ଅନୁରୋଧ। ଧନ୍ୟବାଦ।

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤