ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ସର୍ବମୋଟ ମତଦାନ: ୧୮୨୮ Back to Vote Screen

ଲେଖକ ଓ ଲେଖିକା

ମନୋରଞ୍ଜନ ପାଣିଗ୍ରାହୀ
ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର
ସୁରେନ୍ଦ୍ର ମହାନ୍ତି
ବିପ୍ର ଆଚାର୍ଯ୍ୟ
ଅଶୋକ ଚନ୍ଦ୍ର ମହାପାତ୍ର
ରାଧାନାଥ ରାୟ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ସନ୍ତାନର ଉକ୍ତି
 |- ମଧୁସୂଦନ ଦାସ
 
 
ତା: ଜୁଲାଇ ୨, ୨୦୧୨  
 

ମାଆ ମାଆ ବୋଲି କେତେ ମୁଁ ଖୋଜିଲି
ମାଆକୁ ପାଇଲି ନାହିଁ,
ଭାଇ ଭାଇ ବୋଲି କେତେ ମୁଁ ଡାକିଲି
ନଦେଲେ ଉତ୍ତର କେହି୤

ଖୋଜିଲି ଅରଣ୍ୟେ ଜନସମାଜରେ
ଖୋଜିଲି ବାରିଧି ତଟ,
ସର୍ବତ୍ର ଦେଖିଲି ମାତା ପଦଚିହ୍ନ
ନ ହେଲା ମାତାର ଭେଟ୤

ଭୁବନେଶ୍ବରରେ ପଦଚିହ୍ନ ପରେ
ଲେଖା ଅଛି ରାଜରାଣୀ
ନୀଳାଚଳ ଧାମେ ପୂଜା ହେଉଅଛି
ହିନ୍ଦୁ ଜାତି ମଥା-ମଣି୤

ଶୁଣିଅଛି ଶାସ୍ତ୍ରେ ସତୀ-ଅପମାନେ
ଧରା ହୁଏ ବିଦାରଣ,
ଅପମାନ ହେତୁ ସୀତା ଦେବୀଙ୍କର
ମହୀହୃଦେ ବାସସ୍ଥାନ୤

ଅପମାନ ହେତୁ ଜନନୀ ମୋହର
ଉତ୍କଳ ଭୂମଧ୍ୟବାସୀ
ଉତ୍କଳର ମାଟି ପବିତ୍ର ହୋଇଛି
ସ୍ବର୍ଗାଦପି ଗରୀୟସୀ୤

ଜନନୀର ଦେଖା କରିବାରେ ଇଚ୍ଛା
ଯଦି ହୋଇଥାଏ ମନେ,
ଉତ୍କଳର ମାଟି ଆଲିଙ୍ଗନ କରି
ତା ଧୂଳି ଲେପ ବଦନେ୤

ବୀରପ୍ରସବିନୀ କୋଟି ସୂତ ମାତା
ପାଇବ କି ଦରଶନ ?
ମୋ ଭଳି ନିର୍ଗୁଣ ଧନ-ମାନ-ହୀନ
ସନ୍ତାନ କଲେ କି ରୋଦନ୤

କୋଟିଏ ସନ୍ତାନ ଗୋଟିଏ ସ୍ବରରେ
ଜନନୀ ଜନନୀ ଡାକ,
ତୃଷ୍ଣାରେ କାତର ଗଗନକୁ ଚାହିଁ
ଯେସନେ ଡାକେ ଚାତକ୤

ଧନ ମାନ ଜନ ଯାହା ଉପାର୍ଜନ
କରିଅଛ ଧରାତଳେ,
ହରଷିତ ମନେ କରତବ୍ୟ ଜ୍ଞାନେ
ଆଣିଦିଅ ଯଜ୍ଞେସ୍ଥଳେ୤

ଜାତି-ପ୍ରେମ-ବହ୍ନି ପ୍ରଜ୍ବଳିତ କର
ସ୍ବାର୍ଥକୁ ଦିଅ ଆହୁତି
ସ୍ବାର୍ଥମେଧ ଯଜ୍ଞେ ଚାରିଆଡ଼େ ନାଚ
ଛାତିକୁ ମିଶାଇ ଛାତି୤

ଭୁମିକମ୍ପ ହେବ ଧରଣି ଫାଟିବ
ଉଠିବେ ସହସ୍ରଭୁଜା,
ସେହି ତୋର ମାତା ସେହି ତୋର ତ୍ରାତା
କର ସେହି ପଦପୂଜା୤

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ମଧୁସୂଦନ ଦାସ
ମଧୁସୂଦନ ଦାସ
ଏକାଧାରରେ ଜଣେ ସ୍ବାଧୀନତା ସଂଗ୍ରାମୀ, ସାହିତ୍ୟିକ, ସମାଜ ସୁଧାରକ ଓ ବାରିଷ୍ଟର ଭାବେ ଉତ୍କଳ ଗୌରବ ମଧୁସୂଦନ ଦାସ ବା ମଧୁବାବୁ ଓଡ଼ିଆମାନଙ୍କ ନିକଟରେ ଏକ ପରିଚିତ ନାମ୤ ଓଡ଼ିଆ ଭାଷାକୁ ଏକ ସ୍ବତନ୍ତ୍ର ଭାଷା ରୁପେ ମାନ୍ୟତା ସହିତ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଦିଗରେ ମଧୁବାବୁଙ୍କ ଭୁମିକା ଗୁରୁତ୍ବପୂର୍ଣ୍ଣ ଥିଲା୤ ଓଡ଼ିଆ ଏବଂ ଇଂରାଜୀ ଭାଷାର ଜଣେ ଅସାଧାରଣ ବାଗ୍ମୀ ଭାବେ ମଧୁବାବୁ ତାଙ୍କ ସମୟର ଓଡ଼ିଆମାନଙ୍କ ନିକଟରେ ବେଶ୍‌ ଲୋକପ୍ରିୟ ଥିଲେ୤ ତାଙ୍କ ଲିଖିତ ଉତ୍କଳ ସନ୍ତାନ,... [ କ୍ରମେ ସବିଶେଷ ]
ମଧୁସୂଦନ ଦାସଙ୍କ ଅନ୍ୟାନ୍ୟ ଲେଖା →
 

ମତାମତ ସଂଖ୍ୟା - ୨ ଆପଣଙ୍କ ମତାମତ ?

  • ୧. ବଳଭଦ୍ର କର |  ଜୁଲାଇ ୩, ୨୦୧୨ - ୪:୪୭ ପୂର୍ବାହ୍ନ

    ଏହି ସାଇଟ୍ ରେ ପ୍ରକାଶିତ ଲେଖା ବହୁତ ଭଲ ଲାଗୁଛି ୤ ଏବଂ ଏହି ସାଇଟ୍ ର ପ୍ରସ୍ତୁତି ଉଚ୍ଚକୋଟିର ୤ ଧନ୍ୟବାଦ ୤

  • ୨. sanjay kumar barik, sahapur pirahat tihidi bhadrak |  ଜୁଲାଇ ୨, ୨୦୧୪ - ୮:୫୮ ପୂର୍ବାହ୍ନ

    mote madhu babunkar ‘santanar ukti’ kabitati bahut bhal lagila .jeunthire hrudaybata janmbhumi pain ek kaling putrar manar pragadha premaku kabita aakarare kabi abhibyakta karichhanti taha pratyaksha rupe jana paduchhi……………..

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤
 
 
 

♦ ନିକଟରେ ପ୍ରକାଶିତ

♦ ପାଠକୀୟ ମତାମତ

  • ଭାରି ଭଲ ଲାଗିଲା।
    ( ଘନଶ୍ୟାମ ସାହୁ )
  • ଗଳ୍ପଟି ପଢି ଭାରି ଭଲ ଲାଗିଲା। ଅନ୍ୟାନ୍ୟ ଲେଖା ରଖିବାକୁ ଅନୁରୋଧ। ଧନ୍ୟବାଦ।
    ( ଘନଶ୍ୟାମ ସାହୁ )
  • କି ସୁନ୍ଦର ଗପ। ଯେତେଥର ପଢିଲେ ବି ସବୁବେଳେ ସୁନ୍ଦର ଲାଗେ। ଏ ଗପଟି ମୋତେ ମୋ ସନଭଉଣୀ କଥା ମନେ ପକେଇ ଦିଏ। ଓଡ଼ିଆ ସାହିତ୍ୟ.କମ…
    ( Santosh Kumar Mohapatra )