ନବ ପ୍ରତିଭା

କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ
କଣ୍ଟା
|- ଶୈଳେନ୍ଦ୍ର କୁମାର ଜେନା

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ଅଶୋକ ଚନ୍ଦ୍ର ମହାପାତ୍ର
ଗୋପୀନାଥ ମହାନ୍ତି
ଭକ୍ତକବି ମଧୁସୂଦନ ରାଓ
ସାର୍‌ ବାସୁଦେବ ସୁଢ଼ଳଦେବ
ନୀଳମଣି ବିଦ୍ୟାରତ୍ନ
ମହାପାତ୍ର ନୀଳମଣି ସାହୁ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ସମତାର ପ୍ରେମମୟ ରସ
 |- ଅଚ୍ୟୁତାନନ୍ଦ କର
 
 
ତା: ଫେବୃଆରୀ ୨୩, ୨୦୧୭  
ମୂଳ ପୃଷ୍ଠାସ୍ମରଣୀୟ ଲେଖାଗଳ୍ପ
 

ଭଗବାନ୍‌ଙ୍କର କୃପା ହିଁ ମଣିଷ ହୃଦୟରେ ଗୋଟିଏ ସୁନ୍ଦର ତରଙ୍ଗ ତିଆରି କରିଛି। ଏଇ ତରଙ୍ଗର ନାମ ପ୍ରେମ। ପ୍ରେମ ଏକ ଶସ୍ତା ବସ୍ତୁ ନୁହେଁ। ପ୍ରେମ କଳଗାଉଣାର ଗୀତ ନୁହେଁ କିମ୍ୱା ବଜାର ଛକରେ ପ୍ରେମ ମିଳୁଥିବାର ବିଷୟ ନୁହେଁ। ସମତାରୁ ଏ ପ୍ରେମ ଜନ୍ମ ନିଏ। ହୃଦୟରେ ଏଇ ସମତା ଭାବ ଆସିଲେ ମଣିଷଠାରେ ଥିବା ବହୁ ବିକାର ନଷ୍ଟ ହୋଇଯାଏ। ତୋର ମୋର ହିଂସା ଭାବ ଉଜୁଡ଼ିପଡ଼େ। ଏ ସମ୍ପର୍କରେ ହିନ୍ଦୀରେ ପ୍ରକାଶ ପାଉଥିବା କଲ୍ୟାଣ ନାମକ ଏକ ପତ୍ରିକାରେ କିଛି ବର୍କ୍ଷ ତଳେ ସୁନ୍ଦର କଥାଟିଏ ପ୍ରକାଶ ପାଇଥିଲା। ବହୁ ସାଧୁସନ୍ଥ ମହାତ୍ମା ଉପଦେଶ ଦେଲାବେଳେ ସେ ସତ୍ୟ କଥାଟିକୁ କହିଥାଆନ୍ତି। ମଣିଷ ଭିତରେ ଥିବା ଭେଦଭାବ ହିଁ ସମତାର ବାଧକ। ଏହାଦ୍ୱାରା ପ୍ରେମର ଅନାବିଳ ରସ ଆମେ ଚାଖି ପାରୁନାହୁଁ। କଲ୍ୟାଣରେ ପ୍ରକାଶିତ ହୋଇଥିବା ସେ ସତ୍ୟ ଘଟଣାଟି ହେଲା, ଜଣେ ମୁସଲମାନର ସ୍ତ୍ରୀ ପୁତ୍ର ସନ୍ତାନଟିଏ ଜନ୍ମ ଦେଲେ। କିନ୍ତୁ ସେମାନେ ଅତ୍ୟନ୍ତ ଗରିବ ଥିଲେ। ଦୁର୍ଭାଗ୍ୟ ବେଳେବେଳେ ମଣିଷକୁ ହଇଚଇ କରିଦିଏ। ଗରିବ ଭାଗ୍ୟରେ ଦୁର୍ଭାଗ୍ୟ ଆସିଗଲେ ସେ କ’ଣ କରିବ ବୋଲି ରାହା ପାଏନାହିଁ। ଦୁର୍ଭାଗ୍ୟ ତ ନିଶ୍ଚୟ ଆସିବ! କାରଣ ଏ ପୃଥିବୀରେ ତିନିଭାଗ ହେଉଛି ଜଳ ମାତ୍ର ଗୋଟିଏ ଭାଗ ହେଉଛି ସ୍ୱଚ୍ଛ। ତେଣୁ ତିନିଭାଗ ଦୁଃଖ ଆମ ପାଇଁ ରହିଛି ଓ ମାତ୍ର ଏକଭାଗ ସୁଖକୁ ନେଇ ଆମକୁ ଚଳିବାକୁ ପଡ଼ିବ।

ଜୀବନର ଅଧିକାଂଶ ଦୁଃଖ ସମୟରେ ବେଳେବେଳେ ଭାଗେ ସୁଖରୁ କିଛି ଅଂଶ ଆମ ପାଖକୁ ଆସିଯାଏ। ଠିକ୍‌ ସେଇଭଳି ଗରିବ ମୁସଲମାନ ଜୀବନରେ ସୁଖର ମୁହୂର୍ତ୍ତଟି ଆସିବାରୁ ପୁତ୍ର ସନ୍ତାନ ଜନ୍ମ ହୋଇଗଲା। ପୁତ୍ର ସନ୍ତାନ ଜନ୍ମ ହେବା ପରେ ପରେ ଯେଉଁ ସୁଖ ହାତକୁ ଆସିଥିଲା, ସେ ସୁଖ ପୁଣି ହାତରୁ ଖସିଗଲା। ଅର୍ଥାତ୍‌ ପୁତ୍ର ଜନ୍ମ ହେବା ପରେ ପରେ ମୁସଲମାନର ପତ୍ନୀ ମରିଗଲା। ଦୁଃଖର ଅନ୍ଧକାର ସେ ଘରର ବାୟୁମଣ୍ଡଳକୁ ହଇଚଇ କରିଦେଲା। ସ୍ତ୍ରୀ ମରିଯିବାରୁ ପୁଅଟିକୁ ମୁସଲମାନ କିଭଳି ପାଳିବ ଚିନ୍ତାରେ ପଡ଼ିଗଲା। ନିଜେ ନ ଖଟିଲେ ନିଜେ ଚଳିପାରିବ ନାହିଁ କି ପିଲାର ଯତ୍ନ ନେଇପାରିବ ନାହିଁ। ଏଣେ ଖଟିବାକୁ ଗଲେ, ପିଲାର ଦାୟିତ୍ୱ କିଏ ନେବ, ସେଥିପାଇଁ ଆଲ୍ଲାଙ୍କ ଦରବାରରେ ଅନବରତ କାନ୍ଦିବାକୁ ଲାଗିଲା।

ଏଇ ମୁସଲମାନଙ୍କ ଘର ନିକଟରେ ଗୋଟିଏ ଗୌଡ଼ଘର ଥିଲା। ଗୋରୁ ପାଳି ନିଜର ପରିବାର ଚଳାଉଥିଲା ସିଏ। ତାଙ୍କରି ଘରେ ପୁଅଟିଏ ଜନ୍ମ ହେଲା। ୟାଙ୍କ ଘରର କୁଆଁ ଶବ୍ଦ ସହିତ ବେଳେବେଳେ ସେ ମୁସଲମାନ ପିଲାର କୁଆଁ ଶବ୍ଦ ଆସି ମିଶିଯାଉଥିଲା। ଅସହାୟ ମୁସଲମାନ ପିଲା ପାଇଁ ହଠାତ୍‌ ଗୋପାଳୁଣୀଙ୍କ ହୃଦୟରେ ପ୍ରେମର ମନ୍ଦାକିନୀ ଚହଟି ଉଠିଲା। ନିଜ ସ୍ୱାମୀଙ୍କୁ ସିଏ କହିଲା, ନିଜ ପୁଅ ସହିତ ସେ ମୁସଲମାନର ପୁଅକୁ ଆଣି ପାଳିବା ନିମନ୍ତେ। ଦୟାଳୁ ଗୋପାଳ ମୁସଲମାନଙ୍କୁ ଏ ବିଷୟ କହିବାରୁ ସେ ଗରିବ ମୁସଲମାନ ଆନନ୍ଦରେ ଗଦ୍‌ଗଦ୍‌ ହୋଇ, ପିଲାଟିକୁ ଗୋପାଳ ଘରେ ଦେଇଦେଲା। ସେ ଗଉଡ଼ଘରେ ମାଆର ମମତା ପାଇ ଉଭୟ ପିଲା ବଢ଼ିବାକୁ ଲାଗିଲେ। ମୁସଲମାନ ପିଲା ଧୀରେ ଧୀରେ ବଡ଼ ହୋଇଯିବାରୁ ପିଲାକୁ ପାଳୁଥିବା ସେଇ ଗୋପାଳ ମୁସଲମାନ ଘରକୁ ଯାଇ ତାକୁ କହିଲା – ‘ ବାବୁ ତୋ ପିଲା ବଡ଼ ହୋଇଗଲାଣି, ଏଥର ତୋ ପିଲାକୁ ନେଇ ଆସିବୁ। ଯାହା ପଢ଼େଇବାର କଥା ତହିଁର ବ୍ୟବସ୍ଥା ତୁ କର୍‌’। ଗୋପାଳ କଥାରେ ମୁସଲମାନ ତା ପିଲାକୁ ନେଇଆସିଲା। ତାକୁ ପାଠ ପଢ଼େଇଲା। ବିଶେଷ ଧନୀ ହୋଇ ନଥିବାରୁ ସେ ମୁସଲମାନ ନିଜ ପୁଅକୁ ଡାକ୍ତର କରି ନପାରି କମ୍ପାଉଣ୍ଡରଟିଏ କଲା, ସେ ପିଲା ସରକାରୀ ଡାକ୍ତରଖାନାରେ ଚାକିରୀଟିଏ ପାଇଲା।

ଏହା କିଛିଦିନ ପରେ ଗୋପାଳର ସ୍ତ୍ରୀ ଦେହ ବେମାର ହୋଇଗଲା। ଗୋପାଳ ସ୍ତ୍ରୀ’ର ସେ ମୁସଲମାନ କଥା ଆଉ ମନେ ନଥିଲା। କାରଣ ମୁସଲମାନ ପିଲା ପାଠ ପଢ଼ିବା ପାଇଁ ତା ବାପା ଦୂର ଜାଗାକୁ ଚାଲିଯାଇଥିଲା। ଏଣେ ଗୋପାଳ ପତ୍ନୀର ଦେହ ସାଂଘାତିକ୍‌ ହେବାରୁ ତାକୁ ଏକ ଡାକ୍ତରଖାନାରେ ଭର୍ତ୍ତି କରାଗଲା। ଡାକ୍ତରଖାନାରେ କେତେଦିନ ରହିବା ପରେ, ଡାକ୍ତର ଗୋପାଳର ପତ୍ନୀ ପାଇଁ ରକ୍ତର ଆବଶ୍ୟକ ବୋଲି ବରାଦଫର୍ଦ୍ଦ ଦେଲେ। କିନ୍ତୁ ଦୁଃଖର କଥା କାହାରି ରକ୍ତ ଏଥିପାଇଁ ଉପଯୁକ୍ତ ହୋଇପାରିଲା ନାହିଁ। ସେଇ ଡାକ୍ତରଖାନାରେ ଥିବା ଜଣେ କମ୍ପାଉଣ୍ଡର ରକ୍ତକୁ ପରୀକ୍ଷା କରିବାରୁ ତାହା ଉପଯୁକ୍ତ ବୋଲି ଜଣାଗଲା। କିନ୍ତୁ କମ୍ପାଉଣ୍ଡର କହିଲା ମୋତେ ଦୁଇଶହ ଟଙ୍କାରୁ ପଇସାଟିଏ କମ୍‌ ଦେଲେ ବି ମୁଁ ରକ୍ତ ଦେବିନାହିଁ। ଗୋପାଳ ବିଚରା ସେତକ ଯୋଗାଡ଼ କରି କମ୍ପାଉଣ୍ଡର ଠାରୁ ରକ୍ତ ଆଣିଲା। ଏ ରକ୍ତ ଦିଆଯିବା ପରେ, ଗୋପାଳର ପତ୍ନୀ ଭଲ ହୋଇ ନିଜ ଘରକୁ ଫେରିଆସିଲା।

ସେଇ ଡାକ୍ତରଖାନାରେ ଥିବା କମ୍ପାଉଣ୍ଡରଙ୍କୁ ଗୋପାଳ କିମ୍ବା ତାଙ୍କ ପତ୍ନୀ ଉଭୟ ଚିହ୍ନି ନଥିଲେ। କିନ୍ତୁ କମ୍ପାଉଣ୍ଡର ଚିହ୍ନିଥିଲା, ଯେଉଁ ନାରୀକୁ ସିଏ ରକ୍ତଦେଲେ ସେ ତାର ଜନ୍ମିତ ମାଆ ନହେଲେ ମଧ୍ୟ କ୍ଷୀର ପାନ କରେଇଥିବା ଜୀବନଦାତ୍ରୀ ମାଆ ବୋଲି। କିଛିଦିନ ପରେ କମ୍ପାଉଣ୍ଡର ଗୋପାଳ ଘରକୁ ଆସିଲା। ସେ ମାଆ ଗୋଡ଼ ତଳେ ଦୁଇହଜାର ଟଙ୍କା ରଖି ପ୍ରଣାମ କଲା। ନିଜର ପରିଚୟ ମଧ୍ୟ ସେମାନଙ୍କୁ ପ୍ରଦାନ କରିଥିଲା। କିନ୍ତୁ ସେ ଦୁଇଶହ ଟଙ୍କା ନେଇଥିବାରୁ ଗୋପାଳର ପତ୍ନୀ ଅଭିମାନରେ ଏ ଟଙ୍କା ନେବାପାଇଁ ମନା କରିଦେଲେ।

ମୁସଲମାନ ଯୁବକ କାନ୍ଦି କହିଲା, ମାଆ ମୁଁ ସେତେବେଳେ ମାଗଣାରେ ରକ୍ତ ଦେଇଥିଲେ ତୁମେ ଆଦୌ ନେଇ ନଥାନ୍ତ, ରକ୍ତ ନ ନେଇଥିଲେ ତୁମର ବଞ୍ଚିବା ଅସମ୍ଭବ ହୋଇପଡ଼ିଥାନ୍ତା। ତୁମକୁ ରକ୍ତ ଦେବା ବାହାନା ପାଇଁ ମୁ କେବଳ ଦୁଇଶହ ଟଙ୍କା ନେଇଥିଲି। ଏ ଦୁଇହଜାର ଟଙ୍କାରେ ମାଆ ସେ ଦୁଇଶହ ଟଙ୍କା ବି ମିଶି ରହିଛି। ଏତିକିରେ ପାଳିତା ମାଆ ମୁସଲମାନ ପୁତ୍ରକୁ ଧରି କଇଁ କଇଁ ହୋଇ କାନ୍ଦିଉଠିଲା। କମ୍ପାଉଣ୍ଡର ଆଖିରୁ ଲୁହ ଝରି ସେ ମାଆର ପଣତ କାନିକୁ ଓଦା କରିଦେଲା।

ଏହାର ନାମ ହିଁ ପ୍ରେମ। ଏ ପ୍ରେମ ସମତାରୁ ଜନ୍ମ ନେଇଛି। ହିନ୍ଦୁ, ମୁସଲମାନ, ଖ୍ରୀଷ୍ଟିୟାନ ଇତ୍ୟାଦି ଭାବ ସମତା ନିକଟରେ ନଥାଏ। ଏଇ ସମତାରେ ଯେଉଁ ବିଶ୍ୱ ଏକତାର ଭାବ ଥାଏ ତାହାହିଁ ଧର୍ମର ଏକ ସାରସ୍ୱତ ମାର୍ଗ। ସେଇ ମାର୍ଗ ହେଉଛି ପ୍ରେମମୟ ମାର୍ଗ, ଯାହାକି ଭଗବାନ୍‌ଙ୍କ କୃପା ବଳରେ ଏ ମଣିଷକୁ ମିଳିଥାଏ। ଯେଉଁମାନେ ଏହାକୁ ହୃଦୟଙ୍ଗମ କରନ୍ତି, ତାଙ୍କ ଭିତରେ ଧର୍ମ ବିଭେଦ ଭାବ ନଥାଏ। ଥାଏ ସମତା। ସମତାରୁ ଆସେ ପ୍ରେମ।

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ଅଚ୍ୟୁତାନନ୍ଦ କର
ଅଚ୍ୟୁତାନନ୍ଦ କର
ସମାଲୋଚନାମୂଳକ ପତ୍ରିକା ‘ଦୁର୍ମୂଖ’ର ସମ୍ପାଦକଭାବେ ପଣ୍ଡିତ ଅଚ୍ୟୁତାନନ୍ଦ କର(୧୯୩୩-୨୦୧୪) ଓଡ଼ିଶାର ବ୍ୟଙ୍ଗ ସାହିତ୍ୟ କ୍ଷେତ୍ରରେ ଏକ ପରିଚିତ ନାମ ଥିଲେ। ତାଙ୍କୁ ଓଡ଼ିଶାର ବ୍ୟଙ୍ଗ ସମ୍ରାଟ ବା ବ୍ୟଙ୍ଗ ମହାସାଗର ବୋଲି କୁହାଯାଏ। ସାହିତ୍ୟ କ୍ଷେତ୍ରରେ ଶ୍ରୀ କରଙ୍କ ରଚନା ଏକ ବ୍ୟତିକ୍ରମ ଓ ବାସ୍ତବବାଦୀ। ବିପ୍ଳବୀଣୀର ଇତିକଥା, ଇଟା ସିମେଣ୍ଟର ପୁଞ୍ଜିବାଦ, ମୋହ ମୁଦ୍‌ଗର, ଯୁଗେ ଯୁଗେ ଧର୍ମ, ଇସ୍ଫୋରଣ, ସଂଗ୍ରାମ ଓ ସଂଘର୍ଷ, ଡାକେ ଦୁର୍ଖୂଖ, ଜୀଅନ୍ତା ମଣିଷର ମୂର୍ତ୍ତି, ବେଆଇନ୍‌ ମଣିଷ ଇତ୍ୟାଦି ପୁସ୍ତକରର ରଚୟିତା ତଥା... [ କ୍ରମେ ସବିଶେଷ ]
 
ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤