ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ସର୍ବମୋଟ ମତଦାନ: ୧୮୨୮ Back to Vote Screen

ଲେଖକ ଓ ଲେଖିକା

ଦେବେନ୍ଦ୍ର ମହାନ୍ତି
ବିପ୍ର ଆଚାର୍ଯ୍ୟ
ଗୋପୀନାଥ ମହାନ୍ତି
ଗୋପାଳ ଚନ୍ଦ୍ର ପ୍ରହରାଜ
ଭୁବନେଶ୍ବର ବେହେରା
ଅଖିଳମୋହନ ପଟ୍ଟନାୟକ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ରେଳ ଉପରେ ଚିଲିକା ଦର୍ଶନ
 |- ଉତ୍କଳମଣି ଗୋପବନ୍ଧୁ ଦାସ
 
 
ତା: ମାର୍ଚ୍ଚ୍ ୨୭, ୨୦୧୨  
ମୂଳ ପୃଷ୍ଠାସ୍ମରଣୀୟ ଲେଖାକାବ୍ୟ ଓ କବିତା
 

ରହ ରହ କ୍ଷଣେ ବାଷ୍ପୀୟଶକଟ,
ଦେଖିବି ଚିଲିକା ଚାରୁ ଚିତ୍ରପଟ୤
ଚିତ୍ର ମଣେ ଯେଣୁ ନାହିଁ ଅନୁଭବ,
ବାସ୍ତବ ବିଶ୍ବେ କି ଏ ଛବି ସମ୍ଭବ ?

ନୀଳ ବୀଚିମାଳା ଧୀରେ ଧୀରେ ଯାଏ,
ଲାଗଇ ସ୍ବପନେ ଦେଖିଲା ପରାଏ୤
ସନ୍ତରନ୍ତି ବକ୍ଷେ ପକ୍ଷୀ ଦଳ ଦଳ,
ଓଲଟିଣ ତଳେ ଦିଶନ୍ତି ଯୁଗଳ୤

ଘୋର ନାଦେ ଯହୁଁ ଉଠିଲେ ସେ ନଭେ,
ଉଠେ ଶତ ଖଗ ଚିଲିକା-ଗରଭେ୤
ସତ୍ୟ ବୋଲି ମନେ ନ ହେଉ ପ୍ରତୀତ,
ପଲକେ ସେ ଦୃଶ୍ୟ ହୁଏ ତିରୋହିତ୤

ଦୂରେ ଘେନିଯାଏ ନିଦାରୁଣ ଯାନ,
ଆସେ ପୁଣି ତରୁ ଶିଳା ବ୍ୟବଧାନ୤
ନିମିଷେ ଲୁଚାଏ ନିମିଷେ ଦେଖାଏ,
ସ୍ବପ୍ନଲଭ୍ୟ ପ୍ରିୟ ପ୍ରତିମା ପରାଏ୤

କାହିଁ ଦିଶେ ନୀଳ କାହିଁ ସୁଶ୍ୟାମଳ,
କାହିଁ ବା ଧୂସର କାହିଁବା ଧବଳ୤
ନାନା ସ୍ଥାନେ ନାନା ରଙ୍ଗେ ଦୀର୍ଘକାୟା,
ପ୍ରକାଶି ଚିଲିକା କରୁ କେତେ ମାୟା୤

ଦେବୀ ବୀଣାପାଣି ଶାଶ୍ବତ ସେବକ
କବି ରାଧାନାଥ ସୁଷମା-ଗ୍ରାହକ,
ଭ୍ରମି ବହୁ ସ୍ଥାନ ବିଶାଳ ଭାରତେ,
ବହୁ ନଦୀ ମରୁ କାନନ ପର୍ବତେ,
ଦେଖିଲେ ପ୍ରକୃତି ବିବିଧ ପ୍ରକାଶ
କିନ୍ତୁ ଶୋଭାଲୁବ୍ଧ ଶୁଦ୍ଧ ଅଭିଳାଷ୤

ସୁଖ-ଶାନ୍ତି-ପ୍ରୀତି କାହିଁ ଏକାଧାରେ
ନ ପାଇଲେ ଯଥା ମିଳେ ତୋହଠାରେ୤
ଉତ୍କଳର ତୁହି ସୌନ୍ଦର୍ଯ୍ୟର ଖଣି,
ସାରସ୍ବତ ନେତ୍ରେ ବାଛି ତହୁଁ ମଣି୤

ସୁଦକ୍ଷ ବିନ୍ଧାଣି ରଚି ଯେଉଁ ହାର
ଅର୍ପିଲେ ଉତ୍କଳ ଭାରତୀ ଗଳାର,
ଚିରଦିନ ତାହା ରାଜିବ ରୁଚିର,
ତା ଦେଖି ଭାବୁକେ ଲୋଡ଼ିବେ ତୋ ତୀର୤

ମୁଁ ଅଧମ ମୋର ଭାବୁକତା ନାହିଁ
ତଥାପି ଏ ପ୍ରାଣ କେ ଜାଣେ କିପାଇଁ
ନିରନ୍ତର ଲୋଡ଼େ ସୌନ୍ଦର୍ଯ୍ୟ ବ୍ୟାକୁଳେ,
ତେଣୁ ଭାବିଥିଲି ଆସି ତୋର କୂଳେ
ଦେଖିବି ତୋ ଶୋଭା ଦିନେ ନିକାଞ୍ଚନେ,
କର୍ମ-ବନ୍ଧେ ଥିଲା ମନ କଥା ମନେ,
ଏତେକାଳ ଅନ୍ତେ ପଡ଼ିଥିଲା ଯୋଗ,
ଆହା ସେ ସୁଯୋଗ ହେଲା କାହିଁ ଭୋଗ !

ପୃଷ୍ଠା ସଂଖ୍ୟା : 1 2

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ଉତ୍କଳମଣି ଗୋପବନ୍ଧୁ ଦାସ
ଉତ୍କଳମଣି ଗୋପବନ୍ଧୁ ଦାସ
ଆଚାର୍ଯ୍ୟ ପ୍ରଫୁଲ୍ଲ ଚନ୍ଦ୍ର ରାୟଙ୍କ ଦ୍ବାରା “ଉତ୍କଳମଣି” ଉପାଧିରେ ଭୂଷିତ ଗୋପବନ୍ଧୁ ଦାଶ(୧୮୭୭-୧୯୨୮)ଙ୍କ ମହାପ୍ରୟାଣର ୭୦ ବର୍ଷ ପରେ ମଧ୍ୟ ସେ ଓଡ଼ିଆଙ୍କ ନିକଟରେ ଏକ ପରିଚିତ ନାମ୤ ୧୮୯୪ ମସିହାରୁ ୧୯୨୮ ମସିହା ପର୍ଯ୍ୟନ୍ତ ଗୋପବନ୍ଧୁ ଓଡିଶାର ସାହିତ୍ୟ, ସାମ୍ବାଦିକତା, ରାଜନୀତି, ଶିକ୍ଷାବ୍ୟବସ୍ଥା, ଗଣଆନ୍ଦୋଳନ ସହିତ ସାମଗ୍ରୀକଭାବେ ଓଡିଆ ଜାତିର ଅବଚେତନରେ ଆପଣାର ଅନତିକ୍ରାନ୍ତ ପ୍ରଭାବ ବିସ୍ତାର କରିଥିଲେ, ଯାହା ଆଜି ମଧ୍ୟ ମଳିନ ପଡ଼ିନାହିଁ୤ ଦେବତାର ଛଡାଫୁଲ ଓ ପାଦୁକା ଭକ୍ତ ନିକଟରେ ଯେଭଳି ପବିତ୍ରତମ ବସ୍ତୁ, ସେହିଭଳି ଗୋପବନ୍ଧୁଙ୍କର... [ କ୍ରମେ ସବିଶେଷ ]
ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଅନ୍ୟାନ୍ୟ ଲେଖା →
 

ମତାମତ ସଂଖ୍ୟା - ୧୬ ଆପଣଙ୍କ ମତାମତ ?

  • ୧. ପ୍ରଶ୤ନ୍ତ କୁମ୤ର |  ଏପ୍ରିଲ୍ ୩, ୨୦୧୨ - ୧୨:୫୧ ପୂର୍ବାହ୍ନ

    Ati sundar abm chamatkar barnana. Kabi kalpanara tulana nahi. apananku mora koti namaskar.

  • ୨. ପ୍ରସାନ୍ତ କୁମାର ସ୍ବାଇଁ |  ଏପ୍ରିଲ୍ ୩, ୨୦୧୨ - ୨:୩୧ ପୂର୍ବାହ୍ନ

    ବହୁତ ଦିନପରେ ସୁନ୍ଦର ଓଡିଆ ଭାଷା ପଢି ବହୁତ ଖୁଶି ହେଲି ୤

  • ୩. Aruna Kumar Panigrahi |  ଏପ୍ରିଲ୍ ୧୨, ୨୦୧୨ - ୨:୦୨ ଅପରାହ୍ନ

    Odia bhasa prati aapanankara ae padakshepa atyanta swagatajogya. Odia bhasara uttarotara unnati hin mora ekanta kamya. -Bande Utkala Janani.

  • ୪. ଦୀପକ ରଞ୍ଜନ ମାହାଳିକ |  ଏପ୍ରିଲ୍ ୧୨, ୨୦୧୨ - ୩:୨୮ ଅପରାହ୍ନ

    ଉତ୍କଳମଣି ଗୋପବନ୍ଧୁ ଯେ ଓଡିଆ ଭାଷା ଓ ସାହିତ୍ୟ ପାଇଁ ଚିରପୂଜ୍ୟ ଏଥିଏରେ ଦ୍ଵିମତ ନହିଁ।
    ବହୁ ଧନ୍ୟବାଦ ଆପଣଙ୍କୁ , ତାଙ୍କର ସେଇ ଚେଷ୍ଟା କୁ ଆପଣ ଏକ ନୂତନ ଦିଗ ଦେଇଥିବାରୁ

  • ୫. ଭୂୟାଁଶ୍ରୀ ଭୁବନ ମୋହନ, ରଘୁବଂଶୀ, ଗୌଡ଼ବାଡ଼ ସାହି,ପୁରୀ |  ଏପ୍ରିଲ୍ ୧୫, ୨୦୧୨ - ୩:୧୦ ପୂର୍ବାହ୍ନ

    ଉତ୍କଳମଣି ଙ୍କ ଉକ୍ତ କବିତା ମନପ୍ରାଣରେ ଅପୂର୍ବ ଶୀହରଣ ସୃଷ୍ଟି କରିଥାଏ୤ ସେହି ଯଶ୍ବସୀ କବି ଙ୍କୁ ସଶ୍ରଦ୍ଧ ପ୍ରଣାମ୤

  • ୬. ହରପ୍ରସାଦ |  ଏପ୍ରିଲ୍ ୧୮, ୨୦୧୨ - ୧୨:୧୬ ପୂର୍ବାହ୍ନ

    ପ୍ରିୟ ଓଡିୟାତ୍ମ ଅପ୍ରାନ୍ତ!
    ଓଡିୟା ଭାଷାକୁ ବିଶ୍ବବିଦିତ କରିବାର ଆପଣଙ୍କ ବିପୁଳ ନିରନ୍ତର ପ୍ରଯତ୍ନ ମହାର୍ଘ ଅତୁଲ୍ୟ। ତେବେ ଭାଷା ପରିପ୍ରକାଶରେ କଥନ ଓ ଲିଖନ ସମାନ ଗୁରୁତ୍ବବାହୀ ବୋଲି ମୋ ଅଳ୍ପଜ୍ଞାନରୁ ଧାରଣା: ପଦମାନେ ଶବ୍ଦମାନଙ୍କରୁ ଲିଙ୍ଗ ବଚନ ପୁରୁଷ କାରକ ସମାସାଦି ନିଷ୍ପନ୍ନ। ଶବ୍ଦମାନେ ଧାତୁ ବ୍ୟୁତ୍ପନ୍ନ ପ୍ରତ୍ୟୟାନ୍ତ ଓ/କିମ୍ବା ଉପସର୍ଗାନୁପୂର୍ବ ଆଦି ହୋଇଥାଆନ୍ତି। ଲିଖନରେ ବର୍ଣଶୁଦ୍ଧି ତଥା ଉଚ୍ଚାରଣରେ ହ୍ରସ୍ବ ଦୀର୍ଘ, ଗୁରୁ ଲଘୁ, ଅଜନ୍ତ ହଳନ୍ତ, ସଂହିତା(ଏକପଦତ୍ବ) ବ୍ୟବଧାନ(ପଦାନ୍ତର), ଅକ୍ଷର(syllable)ଶୁଦ୍ଧି ଆଦି ବ୍ୟାକରଣପ୍ରୟୋଗ ବାଞ୍ଛନୀୟମାତ୍ର ନୁହେଁ; ଅପରିହାର୍ଯ। ଏ ଦିଗରେ ଦୃଷ୍ଟି ଦେଲେ ଲେଖା ସୁଷ୍ଟୁତର ହେବ ବୋଲି ବିଶ୍ବାସ। ‘ନିମିଶ’ ପୂର୍ଣଚନ୍ଦ୍ରରୁ ବା ବାଚସ୍ପତ୍ୟ(ଆମ ମୂଳବାକ୍ ‘ସଂସ୍କୃତ’) ବା ମୂଳଛପାରୁ ମିଳିଲାନି। ‘ନିଦାରଣ’ (ବିଦାରିବା ଚିରିଦେବା ଫାଡ଼ିଦେବା) ମୂଳଛପାରେ ବି ନାହିଁ। ନିମିଷ ଏବଂ ନିଦାରୁଣ ଅଛି ଏବଂ ମୁଁ ବୁଝିବାରେ ଠିକ ମଣୁଛି।
    ତ୍ରୁଟି ଦୋଷ ମହତ୍ ଗୁଣେ ମାର୍ଜିବେ। ଇତିଶମ୍।
    ଆପଣଙ୍କ ବ୍ରତାଭିଭୂତ ସ୍ନେହାସ୍ପଦ
    ହରପ୍ରସାଦ

  • ୭. kanha |  ଏପ୍ରିଲ୍ ୨୨, ୨୦୧୨ - ୧୦:୫୬ ପୂର୍ବାହ୍ନ

    ଗ୍ରେଅତ୍

  • ୮. ଦାମୋଦର ବେହେରା, ଗୋହିରିବାଡ଼ି,ଗଂଜାମ |  ନଭେମ୍ବର୍ ୮, ୨୦୧୩ - ୨:୫୧ ପୂର୍ବାହ୍ନ

    ଭଲ

  • ୯. Deepak kumar samantaray, Ranpur,Nayagarh |  ଡିସେମ୍ବର୍ ୨୭, ୨୦୧୩ - ୧୧:୩୩ ଅପରାହ୍ନ

    gopabandhu nka lekha mote bahuta bhala lage

  • ୧୦. ଉପନନ୍ଦ ପୁରୋହିତ, ରାମଜୀନଗର ସୋନପୁର,ଡାକ ଘର/ ଥାନା /ଜି: ସୋନପୁର  |  ମେ ୨୮, ୨୦୧୪ - ୮:୨୬ ଅପରାହ୍ନ

    ନମସ୍କାର୍, ଆପଣଙ୍କ ଉଦ୍ୟମ ଭାଷାର ଉନ୍ନତି ପାଇଁ ଚିର ସ୍ମରଣୀୟ ହେବ! କେହିବି ସାଧୁବାଦ ନଦେଇ ରହି ପାରିବ ନାହିଁ!

  • ୧୧. ପ୍ରଶାନ୍ତ କୁମାର ପତି, ଗୁଡାରି, ଜିଲ୍ଲା-ରାୟଗଡା |  ନଭେମ୍ବର୍ ୧୫, ୨୦୧୪ - ୧୧:୪୫ ପୂର୍ବାହ୍ନ

    ଲେଖା ଗୁଡିକ ପଢି ବହୁତ ଭଲ ଲାଗୁଛି ୤ ସ୍କୁଲ ସମୟର କଥା ମନେ ପଡୁଛି ୤ ଉତ୍କଳମଣିଙ୍କ ଲେଖା ଗୁଡିକ ଚିର ଦିନ ଅମର ହୋଇ ରହିବ ୤

  • ୧୨. ସ୍ୱରୂପ ଚନ୍ଦ୍ର ବାରିକ୍, କେନ୍ଦୁଝରଗଡ଼, କେନ୍ଦୁଝର, ଓଡ଼ିଶା |  ଫେବୃଆରୀ ୧୫, ୨୦୧୬ - ୮:୨୦ ପୂର୍ବାହ୍ନ

    ଅତି ସୁନ୍ଦର ଏବଂ ଦୃଦୟସ୍ପର୍ଶୀ କବିତା । ଯାହାକି ଆଜିମଧ୍ୟ ପ୍ରତିଟି ଓଡ଼ିଆ ପାଠକ ପ୍ରାଣରେ ଭରି ଦିଏ ଏକ ଅପୂର୍ବ ଶିହରଣ ।

  • ୧୩. ଅକ୍ଷୟ କୁମାର ରଥ, ଗୁଣପୁର, ଜିଲ୍ଲା- ରାୟଗଡ, ଓଡିଶା |  ଫେବୃଆରୀ ୧୭, ୨୦୧୬ - ୧୨:୫୬ ଅପରାହ୍ନ

    ଜାଗ୍ରତ ବିଜ୍ଞାନୀ ଉତ୍କଳ ସନ୍ତାନ
    ରଖ ପ୍ରାଣପଣେ ପ୍ରକୃତି ଅମ୍ଳାନ ॥
    ନହେଉ ଚିଲିକା ଧ୍ୱଂସ ସ୍ତୂପମାନ
    ଖଡ୍ଗ ଧରି ମୁଖେ ରୋକ ତା’ପତନ ॥
    ମୋହିନୀର ହସ୍ତେ ଅମୃତ ଯେସନ
    ତା’ ବିଶାଳ ବକ୍ଷେ ବିହଙ୍ଗ ବାସନ ॥
    ଚୀରଞ୍ଜିବୀ ରହୁ ଏ ଜାତିର ପ୍ରାଣ
    ସଂକଳ୍ପିତ ହୁଅ ଗୋପବନ୍ଧୁ ଜନ ॥

  • ୧୪. SANGRAM SAHU, DHENKANAL  |  ଡିସେମ୍ବର୍ ୧୦, ୨୦୧୬ - ୫:୦୧ ପୂର୍ବାହ୍ନ

    ଲେଖା ଗୁଡିକ ପଢି ବହୁତ ଭଲ ଲାଗୁଛି। ମନେ ପଡ଼ିଯାଏ କଲେଜରେ କହିଥିବା ଅସିତ ସାରଙ୍କ ଦ୍ଵାରା ଉତ୍କଳମଣି ଗୋପବନ୍ଧୁ ଦାସଙ୍କ କବିତା।

  • ୧୫. Rajesh Kumar Sahu, Baghadi,Polasara,Ganjam |  ମେ ୧୪, ୨୦୧୭ - ୨:୦୩ ଅପରାହ୍ନ

    Bahut bhala lagila. Ahuri bhala lagiba jadi
    aapan ahuri kabita prakash karibe. Gopabandhu das nka Karagara Kabya, Madhusudan nka uthare uthare utkal santan au Khadyotara kheda. Please add karibe. Eha mora binamra anurodh

  • ୧୬. ରଘୁନାଥ ପ୍ରଧାନ, ବୌଦ୍ଧ,ଓଡିଶା  |  ମାର୍ଚ୍ଚ୍ ୧୮, ୨୦୧୮ - ୧୦:୩୯ ଅପରାହ୍ନ

    ମୁଁ ଏହି କବିତାଟି ପଢିବା ପାଇଁ ଆକୃଷ୍ଟ ଥିବାରୁ ବହୁତ ଖୁସି ଲାଗିଲା ।
    ଯାହାଙ୍କ ପାଇଁ ମୁଁ କବିତା ଟି ପାଠ କରିପାରିଛି ତାଙ୍କୁ ଆନ୍ତରିକତାର ସହ ଧନ୍ଯବାଦ୍ ଜଣାଉଛି ।
    କବିତା ଟି ଖୁବ୍ ମନଛୁଅଁଆ ଥିଲା

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤
 
 
 

♦ ନିକଟରେ ପ୍ରକାଶିତ

♦ ପାଠକୀୟ ମତାମତ

  • ଭାରି ଭଲ ଲାଗିଲା।
    ( ଘନଶ୍ୟାମ ସାହୁ )
  • ଗଳ୍ପଟି ପଢି ଭାରି ଭଲ ଲାଗିଲା। ଅନ୍ୟାନ୍ୟ ଲେଖା ରଖିବାକୁ ଅନୁରୋଧ। ଧନ୍ୟବାଦ।
    ( ଘନଶ୍ୟାମ ସାହୁ )
  • କି ସୁନ୍ଦର ଗପ। ଯେତେଥର ପଢିଲେ ବି ସବୁବେଳେ ସୁନ୍ଦର ଲାଗେ। ଏ ଗପଟି ମୋତେ ମୋ ସନଭଉଣୀ କଥା ମନେ ପକେଇ ଦିଏ। ଓଡ଼ିଆ ସାହିତ୍ୟ.କମ…
    ( Santosh Kumar Mohapatra )