ନବ ପ୍ରତିଭା

ବିକ୍ଷିପ୍ତ ଭାବନା
|- ପ୍ରଜ୍ଞା ପାରମିତା ମହାନ୍ତି, ପୁରୀ, ଓଡିଶା
ମନେପଡ଼େ
|- ରାଜେଶ କୁମାର ବାରିକ, ଦେବେନ୍ଦ୍ର ପୁର, ଅଭଣା,ବାଲେଶ୍ୱର
ରଫ୍ ଖାତା
|- ମନ୍ମଥ କୁମାର ଦଳେଇ, କଣିହା, ତାଳଚେର, ଓଡ଼ିଶା

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ରକ୍ତ-ସୂର୍ଯ୍ୟ
 |- ରାମଲକ୍ଷ୍ମଣ ଦାଶ
 
 
ତା: ଅକ୍ଟୋବର୍ ୧୫, ୨୦୧୫  
 

ବିଶ୍ୱ-ପ୍ରାଚୀ-ଗଗନ-କ୍ଷେତ୍ରେ
ରକ୍ତ-ସୂର୍ଯ୍ୟ ଉଠେ
ବିଶ୍ୱ-ଶୋଷିତ-ମନ-ସରୋବରେ
ରକ୍ତ-ପଦ୍ମ ଫୁଟେ।

ମୁକୁଳା-କେଶର-ବିନ୍ୟାସେ ନାରୀ
ରକ୍ତ-ଓଢ଼ଣା ଟାଣି
ରକ୍ତ-ଡାଲାରେ ରକ୍ତ ଗୋଲାପ
ପାରିଜାତ ରଖେ ଆଣି।

ରକ୍ତ-ମାନସେ ହୃଦୟ-ହରଷେ
ରକ୍ତ-ଝୁଣା-ସୁଗନ୍ଧେ
ରକ୍ତ-ପ୍ରଦୀପ ଜଳାଏ ସରାଗେ
ରକ୍ତ-ନୃତ୍ୟ-ଛନ୍ଦେ।

ରକ୍ତ ନୂପୁର ବାଜି ଉଠେ ତାର
ରକ୍ତ-ବାଜଣା ଶୁଣି
ରକ୍ତ-ଲାସ୍ୟେ ରକ୍ତ-ମାନବ
ରକ୍ତ ହୃଦୟ ଝୁଣି ….

ରକ୍ତ-ବିଭୂତି ବୋଳି ସେ ରକ୍ତ
ତାଣ୍ଡବେ-ମାତି ଚଳେ
ରକ୍ତ-ସୂର୍ଯ୍ୟ-ରକ୍ତ ଆଲୋକେ
ରକ୍ତ-ଅଗ୍ନି ଜଳେ ॥

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ରାମଲକ୍ଷ୍ମଣ ଦାଶ
ଜଣେ ବାମପନ୍ଥି ଆଦର୍ଶବାଦୀ ନେତା ସହିତ ସଂଗ୍ରାମୀ କବି ଭାବେ ରାମଲକ୍ଷ୍ମଣ ଦାଶ (୧୯୨୮-୨୦୦୩) ପରିଚିତ ଥିଲେ। ଗରିବ ଓ ସାଧାରଣ ଲୋକମାନଙ୍କର ବିଭିନ୍ନ ସମସ୍ୟାକୁ ନେଇ ସଂଗ୍ରାମ କରିବା ସହିତ ସେମାନଙ୍କ ବାବଦରେ ଲେଖିବା ଶ୍ରୀ ଦାଶଙ୍କ ପ୍ରମୁଖତା ଥିଲା। ପଶ୍ଚିମ ଓଡ଼ିଶାର ଜଣେ ସଂଗ୍ରାମୀ ମଣିଷ ଓ ସୃଜନ ସାଧକଭାବେ ସେ ପରିଚିତ ଥିଲେ।
 
ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤
 
 
 

♦ ନିକଟରେ ପ୍ରକାଶିତ

♦ ପାଠକୀୟ ମତାମତ

  • ସ୍ୱଭାବ କବି ଗଙ୍ଗାଧର ମେହେର ଙ୍କ ର ମାତୃଭୂମି କାବ୍ୟ ଅନନ୍ୟ।ଆଜିର ଓଡ଼ିଆମାନଙ୍କ ମନରେ ଭାଷା ପ୍ରତି ମମତା ଜାଗ୍ରତ କରିବା ର ଉଦାହରଣ।କିଭଳି ନିଷ୍ଠାର ସହ…
    ( ଅଶୋକ ପରିଡା )
  • ହାଇସ୍କୁଲ ରେ ପଢ଼ିଥିଲି l କର୍ମରତ ଜୀବନରେ ସବୁ ଭୁଲି ଯାଉଥିଲି କିନ୍ତୁ ପଡ଼ିଲେଖା ମୋର ସବୁବେଳେ ମନେ ରହୁଥିଲା "ବରଜୀବ ରସେ ଦେଇ......... ହୋଇବ ଗାଈ…
    ( Saidev patel )
  • ଭଲ ଲାଗିଲା । ମନେ ମନେ ଖୋଜୁଥିଲି ଅନେକ ପ୍ରିୟ କବିଙ୍କ କବିତା । ଆଜି ଆପଣଙ୍କ ମାଧ୍ୟମରେ ପ୍ରିୟ କବି ମାୟାଧର ମାନସିଂହଙ୍କ କବିତା ତରୁଣ…
    ( ମହେନ୍ଦ୍ର କୁମାର ପ୍ରଧାନ )