ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ଅଚ୍ୟୁତାନନ୍ଦ କର
ଫତୁରାନନ୍ଦ
ଦୀପକ ମିଶ୍ର
ଗୋପାଳ ଚନ୍ଦ୍ର ପ୍ରହରାଜ
ସେନାପତି ପ୍ରଦ୍ୟୁମ୍ନ କେଶରୀ
ସାର୍‌ ବାସୁଦେବ ସୁଢ଼ଳଦେବ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ପ୍ରତିଭା ପୂଜା
 |- ନୀଳମଣି ବିଦ୍ୟାରତ୍ନ
 
 
ତା: ଜାନୁଆରୀ ୩୧, ୨୦୧୩  
 

ସାମନ୍ତଙ୍କ ସମାଦର ସକାଶେ ସହସ୍ର ସହସ୍ର ମୁଦ୍ରା ଆବଶ୍ୟକ୤ ସେଥିରେ ଅପାରଗ ବା ଅକୃତକାର୍ଯ୍ୟ ହେଇ, ହେଉଁ; କିନ୍ତୁ ତଦପେକ୍ଷା ସାମାନ୍ୟ ସାହାଯ୍ୟରେ ଯାହା ହୋଇପାରେ, ତାହା କି ଆମ୍ଭେମାନେ କରୁଅଛୁଁ ? ଉତ୍କଳର ପ୍ରଧାନ କବି ରାଧାନାଥ, ମଧୁସୂଦନ, ରାମଶଙ୍କର ପ୍ରଭୃତି ନବୀନ କବି ନନ୍ଦକିଶୋର ଓ ସୁଲେଖକ ବିଶ୍ବନାଥ ପ୍ରଭୃତିଙ୍କ ସମ୍ବନ୍ଧରେ ଆମ୍ଭେମାନେ କଅଣ କରୁଅଛୁଁ ? ସେମାନେ ଗ୍ରନ୍ଥ ପ୍ରଣୟନ କରି ବିଲାତି ଗ୍ରନ୍ଥକାରମାନଙ୍କ ପରି ଧନକୁବେର ହେବା ତେଣେ ଥାଉ, ଅନେକଙ୍କୁ ମୁଦ୍ରଣବ୍ୟୟ ନିର୍ବାହାର୍ଥ ଋଣଗ୍ରହଣ କରିବାକୁ ପଡ଼ିଅଛି୤ ଶକ୍ତିକ୍ଷୟ, ଧନବ୍ୟୟ କରି ଯାହା ମୁଦ୍ରିତ କଲେ ତାହା ଗ୍ରହଣ କଲେ କେତେ ଜଣ ?

ଯେଉଁମାନେ ପଢ଼ିବାକୁ ଉପଯୁକ୍ତ, ସେମାନେ ଓଡ଼ିଆ ପୁସ୍ତକ କ୍ରୟ କରିବାରେ ପଇସା, ଅଧ୍ୟୟନ କରିବାରେ ସମୟ ବ୍ୟୟ କରିବା, ଅପବ୍ୟୟ ଓ ମୂର୍ଖତା ମନେକରି କେବଳ ଉପହାର ପ୍ରତ୍ୟାଶୀ ହେଲେ୤ ଉପହାର ପାଇଲେ ପ୍ରାପ୍ତିସ୍ବୀକାର କରିବାକୁ କୁଣ୍ଠିତ, ଅଥଚ ମନରେ ସଭ୍ୟତାଭିମାନ ଭାରୀ ଟାଣ୤ ଭିକ୍ଷାଦାନ ଓ ଉପହାରରେ ସାଧାରଣତଃ ଶତାଧିକ ଖଣ୍ଡ ଯାଇ ବାକି ପୁସ୍ତକ ନିମନ୍ତେ ଆଲମାରୀ ଖୋଜ୤ ଦଶବର୍ଷରେ ଛାପା ଖର୍ଚ୍ଚ ତେଣେ ଥାଉ, ଘରଭଡ଼ା, ଆଲମାରୀ ମୂଲ୍ୟ ଉଠିବା ଅସମ୍ଭବ୤ ଏହା ଅତିରଞ୍ଜିତ ନୁହେଁ, ସତ୍ୟକଥା- ଏଥିରେ ଜାତୀୟ ସାହିତ୍ୟର ଉନ୍ନତି! ଦେଶରେ ପ୍ରତିଭାଶାଳୀ ଲୋକର ଅଭ୍ୟୁତ୍‌ଥାନ ଆଶାକରିବା ପୂର୍ଣ୍ଣ ବାତୁଳତା ବ୍ୟତୀତ ଆଉ କଅଣ ବୋଲାଯିବ ?

ପ୍ରଧାନତଃ ପ୍ରତିଭାଶାଳୀ ଲେଖକମାନଙ୍କ ପ୍ରତି ଲକ୍ଷ୍ୟ ରଖି ଏ ପ୍ରବନ୍ଧ ଲିଖିତ ହେଲା; କିନ୍ତୁ କେବଳ ପ୍ରତିଭାଶାଳୀ ଲେଖକ ନୁହନ୍ତି, ପ୍ରତ୍ୟେକ ବିଭାଗର ପ୍ରତିଭାଶାଳୀମାନଙ୍କର ସମାଦର କରିବା ଏବଂ ସେମାନଙ୍କ ପ୍ରତିଭାର କ୍ରମୋନ୍ନତି ଚେଷ୍ଟା କରିବାରେ ଅଭ୍ୟସ୍ତ ହେବା ପ୍ରତ୍ୟେକ ମାନବର କର୍ତ୍ତବ୍ୟ୤ ଏହା ଜାତୀୟ ସର୍ବବିଧି ଉନ୍ନତିର ମୂଳମନ୍ତ୍ର୤ ସୁଖର ବିଷୟ, ଗତ ଗଞ୍ଜାମ ଜାତୀୟ ସମିତିରେ ଏହି ମହତ୍ତ୍ବ ପ୍ରସ୍ତାବର ଆଲୋଚନା ହୋଇ ପ୍ରାଚୀନ ଓ ଆଧୁନିକ ପ୍ରତିଭାଶାଳୀ ଲେଖକମାନଙ୍କର ସମାଦର ଓ ସ୍ମୃତି ରକ୍ଷାର ଚେଷ୍ଟା କରାହେବ ବୋଲି ସ୍ଥିର କରାହୋଇଅଛି୤ ସମସ୍ତେ ପରମ ଆଗ୍ରହର ସହିତ ଏହି ପ୍ରସ୍ତାବ ଅନୁମୋଦନ କରିଅଛନ୍ତି; କିନ୍ତୁ କଥା ଓ କାର୍ଯ୍ୟରେ ଆକାଶପାତାଳ ପ୍ରଭେଦ ! ସଭାରେ ବସି ପ୍ରସ୍ତାବ ଅନୁମୋଦନ କରିବା ଯେପରି ସହଜ, ପାଳନ କରିବା ସେପରି ନୁହେଁ୤ ଗଞ୍ଜାମବାସୀମାନେ ଏହି ପ୍ରସ୍ତାବକୁ କେତେଦୂର କାର୍ଯ୍ୟରେ ପରିଣତ କରିବେ, ଫଳରେ ଦେଖାଦେବ୤

ଗଞ୍ଜାମ କବି-ଜନନୀ୤ ଏହି ଗଞ୍ଜାମର ଅମର କବିମାନଙ୍କ ବିସ୍ତୃତ ଜୀବନ ଚରିତ, କାବ୍ୟାବଳୀ ସଂଗ୍ରହ କରିବା ସକାଶେ ବହୁଦର୍ଶୀ ପ୍ରବୀଣ ବ୍ୟକ୍ତିଙ୍କୁ ନିଯୁକ୍ତ କରିବା ଉଚିତ୍‌୤ ସଂଗ୍ରାହକମାନେ ବ୍ୟସ୍ତ ନ ହୋଇ ଗଞ୍ଜାମର ନାନା ସ୍ଥାନ ଭ୍ରମଣ କରି ସେମାନଙ୍କ ସମ୍ବନ୍ଧୀୟ ନାନା କଥା ସଂଗ୍ରହ କରନ୍ତୁ୤ ସଂଗୃହୀତ କାର୍ଯ୍ୟାବଳୀ ବହୁ ପୁସ୍ତକର ସାହାଯ୍ୟରେ ପରିଶୋଧିତ ହୋଇ ମୁଦ୍ରିତ ହେଉ ଏବଂ ଯଥା ସମ୍ଭବ ସୁଲଭ ମୂଲ୍ୟରେ ପ୍ରଚାରିତ ହେଉ୤ ନବୀନ କବି ଓ ଲେଖକମାନଙ୍କ କାବ୍ୟକବିତା ଗୃହେ ଗୃହେ ରକ୍ଷିତ ହେଉ ଓ ପଠିତ ହେଉ୤ ଦରିଦ୍ର ଗ୍ରନ୍ଥକାରମାନଙ୍କ ଗ୍ରନ୍ଥପ୍ରକାଶର ସଦୁପାୟ କରାହେଉ୤ ସଭାସମିତିରେ ସୁଲେଖନ ଓ ସୁକବିମାନଙ୍କୁ ଧନ୍ୟବାଦ ପାରିତୋଷିକ ଦିଆହେଉ୤ ଗଞ୍ଜାମର ଏହି ସଦୃଷ୍ଟାନ୍ତ ଅନ୍ୟ ଜିଲ୍ଲାର ଲୋକମାନେ ଅନୁକରଣ କରନ୍ତୁ୤ ଦେଖିବେ, ଅଚିରେ ଉତ୍କଳରେ ଯୁଗାନ୍ତର ଉପସ୍ଥିତ ହେବ୤ ଶତ ଶତ ସୁଲେଖକଙ୍କର ଆବିର୍ଭାବ ହୋଇ ସାହିତ୍ୟ ଭଣ୍ଡାର ପୂର୍ଣ୍ଣ ହୋଇଯିବ୤ ଓଡ଼ିଆମାନେ ଗୋଟିଏ ଉନ୍ନତ ଜାତି ବୋଲି ପରିଗଣିତ ହେବେ୤

ପୃଷ୍ଠା ସଂଖ୍ୟା : 1 2

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ନୀଳମଣି ବିଦ୍ୟାରତ୍ନ
ନୀଳମଣି ବିଦ୍ୟାରତ୍ନ
ଆଧୁନିକ ଓଡ଼ିଶାର ବିନ୍ଧାଣୀମାନଙ୍କ ମଧ୍ୟରୁ ପଣ୍ଡିତ ନୀଳମଣି ମିଶ୍ର (୧୮୬୭-୧୯୨୩) ଏକ ପରିଚିତ ନାମ୤ ବାମଣ୍ଡାର ରାଜା ସାର୍‌ ସୁଢଳ ଦେବଙ୍କ ଦ୍ବାରା ବିଦ୍ୟାରତ୍ନ ଉପାଧିପ୍ରାପ୍ତ ହେବା ପରେ ତାଙ୍କ ନାମ ନୀଳମଣି ବିଦ୍ୟାରତ୍ନ ହୋଇଥିଲା୤ ସାହିତ୍ୟ ପତ୍ରିକା ମାଧ୍ୟମରେ ଓଡ଼ିଆ ଭାଷାର ପ୍ରଚାର ଓ ପ୍ରସାର ପାଇଁ ପଣ୍ଡିତ ନୀଳମଣିଙ୍କ ନାମ କାଳ କାଳକୁ ଅମର ରହିଥିବ୤ ସ୍ବାଧୀନତା ପୂର୍ବବର୍ତ୍ତୀ ଓଡ଼ିଶାରେ ତାଙ୍କ ସମ୍ପାଦନାରେ ପ୍ରକାଶ ପାଇଥିବା ‘ସମ୍ବଲପୁର ହିତୈଷିଣୀ’, ‘ପ୍ରଜାବନ୍ଧୁ’ ଓ ‘ଉତ୍କଳ ଦୀପିକା’ ଆଦି... [ କ୍ରମେ ସବିଶେଷ ]
 
ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤