ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ବିଦ୍ୟୁତପ୍ରଭା ଦେବୀ
ଅନନ୍ତ ପଟ୍ଟନାୟକ
ତ୍ରିନାଥ ସିଂହ
ରାଜକିଶୋର ରାୟ
କୃଷ୍ଣଚନ୍ଦ୍ର ତ୍ରିପାଠୀ
ସୁରେନ୍ଦ୍ର ମହାନ୍ତି

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ପ୍ରତିବାଦ କର
 |- ବ୍ରଜନାଥ ରଥ
 
 
ତା: ଡିସେମ୍ବର୍ ୮, ୨୦୧୫  
 

ପ୍ରତିବାଦ କର, ପ୍ରତିବାଦ କର ବନ୍ଧୁ !
ଶୟତାନ ପାଇଁ ସ୍ତୁତିଗାନ କର ବନ୍ଦ
ପ୍ରତିବାଦେ ଥରୁ ଉଚ୍ଛଳ ଜନ-ସିନ୍ଧୁ
ପ୍ରତିବାଦ ସିନା ମୁକ୍ତିର ମଧୁଛନ୍ଦ ॥

ଅତ୍ୟାଚାରକୁ ସହିବାର ନାମ ମୃତ୍ୟୁ
ଅନ୍ୟାୟ-ପଦ ବନ୍ଦନା କରେ ମୂର୍ଖ
ମୁକ୍ତିର ପଥେ ପ୍ରତିବାଦ ଚିର ସତ୍ୟ
ଭୀରୁ ମରେ ନୀତି ନ କରି ଯୁକ୍ତି-ତର୍କ॥

ଦୁର୍ବଳ ସହେ ଆତ୍ମାର ଅପମାନ
ନପୁଂସକର ମୁଖେ ଝୁଲୁଥାଏ ଚାବି
କାପୁରୁଷ କରେ କ୍ଷମତାର ଜୟଗାନ
ମୁକ୍ତି ଖୋଜଇ ପାଷଣ୍ଡ-ପଦ ସେବି॥

ପ୍ରତିବାଦ କରି ଜାଣେନାହିଁ ଯେଉଁ ବ୍ୟକ୍ତି
ଆଖି ବୁଜି ଯିଏ ମିଥ୍ୟାକୁ କହେ ସତ୍ୟ
ସେ କାହୁଁ ଜାଣିବ ଆଲୋକର ମହାଶକ୍ତି
ହୀନ-ସ୍ୱାର୍ଥର ସେ’ତ ପଦସେବୀ ଭୃତ୍ୟ ॥

ପ୍ରତିବାଦ ଏକ ଲୋହିତ ଅଗ୍ନିଶିଖା
ଅତ୍ୟାଚାରୀର ଦୁର୍ଗକୁ ପାରେ ଜାଳି
ଅନ୍ଧାରେ ଟାଣେ ମୁକ୍ତି-ଆଲୋକ ରେଖା
ଭଗ୍ନ ହୃଦୟେ ବଜାଏ ବଜ୍ର-ତାଳି ॥

ଦଳିତ-ମଥିତ-ଅତ୍ୟାଚାରିତ ଯେତେ
ଭାଗ୍ୟ ଆଦରି ନୀରବେ ରହିଛ ଶୋଇ
ଝରୁଅଛି ନିତି ବିଶ୍ୱର ପଥେ ପଥେ
ପ୍ରତିବାଦ-ସ୍ୱର କଣ୍ଠେ କି ଫୁଟେନାହିଁ ??

ରକ୍ତ-ଚାବୁକେ ଖାଉଚ ଶକ୍ତ ମାଡ଼
ଶକ୍ତି ନାହିଁକି ଖୋଲିବାକୁ ଟିକେ ପାଟି ?
ନୁହେଁ ନୁହେଁ ଏ’ତ ଜୀବନ ମୁକ୍ତିପଥ
ଏ ଯେ ମରଣର ଦୁର୍ଗମ ଗିରିଘାଟି ॥

ତୁମେକି ଜାଣିନ ବୀରର ମୃତ୍ୟୁ ନାହିଁ
ଦୁର୍ବଳ ନିତି ମରଇ ଲକ୍ଷେ ଥର
ଭୀରୁର ଜୀବନେ-ମରଣେ ତଫାତ୍‌ କାହିଁ ?
ଜୀଇବା ମରିବା ସବୁ ତାର ଏକାକାର ॥

ସ୍ତୁତିଗାନେ କେବେ ଫିଟେନି ମୁକ୍ତିବାଟ
ନୀରବେ ସହିବା ଆତ୍ମଘାତୀର ନୀତି
ଅନ୍ଧରାଜାର ଦରବାରେ ଯେତେ ଭାଟ
ଜାଣିରଖ କେବେ ଚାଟୁରେ ପାହେନା ରାତି ॥

ପ୍ରତିବାଦ କର, ପ୍ରତିବାଦ କର ବନ୍ଧୁ !
ଅନ୍ୟାୟ ଆଗେ ଶାଣିତ ଖଡ଼୍‌ଗ ତୋଳ
ପ୍ରତିବାଦେ ଥରୁ ଉଚ୍ଛଳ ଜନ-ସିନ୍ଧୁ
ଗଣସଂଗ୍ରାମେ ପ୍ରାଣ ହେଉ ଉଦ୍‌ବେଳ ॥

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ବ୍ରଜନାଥ ରଥ
ବ୍ରଜନାଥ ରଥ
ଆଧୁନିକ ଓଡ଼ିଆ କାବ୍ୟଧାରାକୁ ଔପନିବେଶିକ ମାନସିକତାର ଅନ୍ଧଗଳିରୁ ଉଦୀୟମାନ ଅଗ୍ନିଯୁଗର ଉତ୍ତରଣ ପର୍ବରେ ଉପନୀତ କରାଇବା ଦିଗରେ କତିପୟ କାବ୍ୟକାରମାନଙ୍କ ମଧ୍ୟରେ କବି ବ୍ରଜନାଥ ରଥ(୧୯୩୬-୨୦୧୪) ଜଣେ ସାର୍ଥକ ସ୍ରଷ୍ଟା। ଦେଶ, ଜାତି ଓ ସାଧାରଣ ଲୋକମାନଙ୍କ ପାଇଁ ସାଲିସ୍‌ବିହୀନ ସାରସ୍ୱତ ସାଧନା ପାଇଁ ସେ ଚିର ସ୍ମରଣୀୟ। ତାଙ୍କର କବିତା ସଙ୍କଳନ ମଧ୍ୟରେ ‘ମରୁଗୋଲାପ’, ‘ନିଜସ୍ୱ ସଙ୍କଳ୍ପ’ , ‘ମନର ମାନଚିତ୍ର’,‘ଲଘୁ ଶତକ’ , ‘ସମୟର ଶବ୍ଦଲିପି’, ‘ଏକା ଏକା ଏକପଦୀ’ ଆଦି ଅନ୍ୟତମ। ଓଡ଼ିଶା ସାହିତ୍ୟ... [ କ୍ରମେ ସବିଶେଷ ]
 
ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤
 
 
 

♦ ନିକଟରେ ପ୍ରକାଶିତ

♦ ପାଠକୀୟ ମତାମତ

  • ଭାରି ଭଲ ଲାଗିଲା।
    ( ଘନଶ୍ୟାମ ସାହୁ )
  • ଗଳ୍ପଟି ପଢି ଭାରି ଭଲ ଲାଗିଲା। ଅନ୍ୟାନ୍ୟ ଲେଖା ରଖିବାକୁ ଅନୁରୋଧ। ଧନ୍ୟବାଦ।
    ( ଘନଶ୍ୟାମ ସାହୁ )
  • କି ସୁନ୍ଦର ଗପ। ଯେତେଥର ପଢିଲେ ବି ସବୁବେଳେ ସୁନ୍ଦର ଲାଗେ। ଏ ଗପଟି ମୋତେ ମୋ ସନଭଉଣୀ କଥା ମନେ ପକେଇ ଦିଏ। ଓଡ଼ିଆ ସାହିତ୍ୟ.କମ…
    ( Santosh Kumar Mohapatra )