ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର
-ଉତ୍କଳଗୌରବ ମଧୁସୂଦନ ଦାସ
ଏଇ ଦୀର୍ଘ ପଚିଶ ବର୍ଷ ଚାକିରି ମଧ୍ୟରେ ହରିବାବୁ ମାସର ଗୋଟିଏ ଦିନ କେବଳ ଶାନ୍ତିରେ ନିଃଶ୍ବାସ ମାରନ୍ତି ସେ ଦିନଟି ହେଉଛି ମାସର ପହିଲା ତାରିଖ କଚେରି ଫେରନ୍ତି ହରିବାବୁଙ୍କ ମନଟା ଭାରି ଖୁସିଥାଏ ପକେଟ୍ରେ ଭରିଥାଏ ନୋଟ୍ ବିଡ଼ାଟି ବଜାର ବାଟେ ଆସିଲାବେଳେ ସାନପୁଅ ଟୁକୁ ପାଇଁ ବିସ୍କୁଟ ପୁଡ଼ାଟିଏ, ସାନ ଝିଅ କୁନୁ ପାଇଁ ନାଲିଆ ରିବନ୍ ଖଣ୍ଡେ, ମଣ୍ଟୁ ପାଇଁ ପେନ୍ସିଲ୍ଟିଏ, ହେମ ପାଇଁ ଶାଢ଼ୀ ଖଣ୍ଡେ ଏମିତି କିଛି ଜିନିଷ କିଣି ଆଣନ୍ତି ଯଦି ପୂର୍ବ ମାସର ବରାଦ ମନରେ ପଡ଼େ ତ ଗୃହିଣୀଙ୍କ ବରାଦ ଜିନିଷରୁ ମଧ୍ୟ କିଛି କିଛି କିଣି ଥାଆନ୍ତି ଏମିତିକି ଗରଜ ନ ଥିବା ସଉକିନି ଜିନିଷଟାଏ ମଧ୍ୟ କିଣି ଆଣିବାକୁ ଛାଡ଼ନ୍ତି ନାହିଁ କିନ୍ତୁ ତା’ ପରଦିନ ସକାଳକୁ ପୁଣି ପକେଟ ଖାଲି ହୋଇ ଆସେ ମାସର ସାତ ତାରିଖ ନ ହେଉଣୁ ବାବୁଙ୍କ ପକେଟ୍ ବିଲକୁଲ ଖାଲି ତା’ ପରେ ପରେ ଯେତେ କିଛି ବରାଦ ଆସେ ସେସବୁ ପାଇଁ ହରିବାବୁଙ୍କର କେବଳ ଗୋଟେ ଜବାବ- ‘ପହିଲାପରେ’ ଅଜାଣତରେ ମୁହଁରୁ ବାହାରି ପଡ଼େ
ଗୀତା କହେ- ମଣିଷ ଅଭ୍ୟାସର ଜୀବ ବାରମ୍ବାର ଯାହା ଅଭ୍ୟାସରେ ପଡ଼ିଯାଏ, ତାହା ହିଁ ସ୍ବତଃ କାର୍ଯ୍ୟକାରୀ ହୋଇଯାଏ ହରିବାବୁଙ୍କର ଜୀବନ ସେହିପରି ଗୋଟିଏ ଧରାବନ୍ଧା ଗତ ଭିତରେ ଗଡ଼ି ଚାଲେ ଠିକ୍ ଘଣା ବଳଦ ପରି ଗୋଟିଏ ନିର୍ଦ୍ଦିଷ୍ଟ କେନ୍ଦ୍ର ଉପରେ ସେଇ କେନ୍ଦ୍ରଟି ହେଉଛି ମାସର ପହିଲା ମାସର ସାତଦିନ ପର୍ଯ୍ୟନ୍ତ କେନ୍ଦ୍ର ସହିତ ସମ୍ପର୍କ ଥାଏ, ତାପରେ ସମ୍ପର୍କଟି ଦୂରେଇଯାଏ ତାପରେ ହରିବାବୁଙ୍କ ମୁହଁରୁ ସବୁ କଥାରେ ବାହାରିପଡ଼େ- ‘ପହିଲା ପରେ’ ଗୋଟିଏ ଅଭ୍ୟାସଗତ ମାମୁଲି ଜବାବ
ସେଦିନ କଚେରିରୁ ଫେରିଲାବେଳକୁ ଟିକିଏ ବେଶୀ ଡେରି ହୋଇ ଯାଇଥିଲା କାମର ଭିଡ଼ ବି ଥିଲା ଖୁବ୍ ବେଶୀ ସୁତରାଂ ହରିବାବୁ ଘରକୁ ଫେରିଲାବେଳେ ଟିକିଏ ଅନ୍ୟମନସ୍କ ଥିଲେ ବୋଧହୁଏ ସାନ ଝିଅ କୁନୁ ଆସି କହିଲା- ବାପା, ମାଙ୍କୁ ଜ୍ବର ହୋଇଛି; ଉଷୁଦ ଆସିବ ହରିବାବୁ ଚିର ଅଭ୍ୟସ୍ତ ସ୍ବରରେ କହିଲେ- ମା’ଙ୍କୁ କହିଦେ, ପହିଲା ପରେ ଆସିବ
କୁନୁ ପିଲାଲୋକ ସେ କ’ଣ କିଛି ବୁଝିଛି ? ଧାଇଁଯାଇ ଏକା ନିଃଶ୍ବାସରେ ମା’ଙ୍କ ପାଖରେ ହାଜର ମା’ ପଚାରିଲେ- କୁନୁ, ବାପା ଆଇଲେଣି, କହିବୁ ଯା ଉଷୁଦ ଆସିବ କୁନୁ କହିଲା- ବାପାଙ୍କୁ କହିଲି, ବାପା କହିଲେ ‘ପହିଲା ପରେ ଆସିବ’
ମା’ ତ ଏକେ ଜ୍ବରରେ କମ୍ପୁଥିଲେ ତାପରେ କୁନୁ କଥା ଶୁଣି ରାଗରେ ଏକବାର ପଞ୍ଚମକୁ ଉଠିଗଲେ କାନ୍ଦି କାନ୍ଦି କହିଲେ- ସବୁ ତ ପହିଲା ପରେ ହେବ ! ପହିଲା ପର୍ଯ୍ୟନ୍ତ ବଞ୍ଚିଥିଲେ ତ ? ତାପରେ ରୀତିମତ ବାହୁନା ଆରମ୍ଭ କରିଦେଲେ
ଏତେବେଳକୁ ହରିବାବୁଙ୍କର ଚେତା ପଶିଲା ସେ ବୁଝି ପାରିଲେ, କେତେ ବଡ଼ ଭୁଲ୍ଟାଏ କରି ପକାଇଛନ୍ତି ସେ ସେଇଦିନୁ କିନ୍ତୁ ହରିବାବୁଙ୍କର ଜୀବନର ଗତି ଫେରିଗଲା ସେ ଆଉ ଟଙ୍କା ପଇସାର ଧାର ଧରନ୍ତି ନାହିଁ ପହିଲା ଦିନ ଦରମାତକ ପାଇଲେ ସିଧାସିଧି ପଠାଇ ଦିଅନ୍ତି ଗୃହିଣୀଙ୍କ ନିକଟକୁ ଏଣିକି ସେ ପୁରାପୁରି ନିର୍ଲିପ୍ତ ଯେ କେହି ଆସି କିଛି ପଚାରିଲେ ଜବାବ ଦିଅନ୍ତି- ‘ମାଆଙ୍କୁ କହିବୁ ଯା’
ପୃଷ୍ଠା ସଂଖ୍ୟା : 1 2
ମତାମତ ସଂଖ୍ୟା - ୧ ଆପଣଙ୍କ ମତାମତ ?
୧. rasmi parida, Bhubaneshwar | ଫେବୃଆରୀ ୨୧, ୨୦୧୩ - ୫:୧୧ ପୂର୍ବାହ୍ନ
setebelera bastabataa…