ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ବିପ୍ର ଆଚାର୍ଯ୍ୟ
କମଳା ଶତପଥି
ଭକ୍ତକବି ମଧୁସୂଦନ ରାଓ
ଅମରେନ୍ଦ୍ର ଖଟୁଆ
ବିଷ୍ଣୁପ୍ରିୟା ମହାପାତ୍ର
ମନମୋହନ ମିଶ୍ର

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ଓଡ଼ିଆ
 |- ବସନ୍ତ ମୁଦୁଲି
 
 
ତା: ଜାନୁଆରୀ ୧୪, ୨୦୧୬  
 

ଧର୍ମର ଭୟ
କ୍ଷମତାର ଭୟ
ଜୀବନର ଭୟ
ପ୍ରତିବାଦର ଭୟ!

ଭୟ! ଭୟ!
ସମଗ୍ର ଜାତିର ରକ୍ତକଣିକା
ଖାଲି ଭୟର ବୀଜାଣୁରେ ଭରପୁର

ଆଃ
କେଡ଼େ ବ୍ୟାଧିଗ୍ରସ୍ତ ଏ ଜାତିଟା
ତା’ର ମାଦଳ ଠାକୁର ପରି,
କେଡ଼େ ନିର୍ବୋଧ ଏ ଲୋକମାନେ
ଭୋକରେ ବି ନିଦ୍ରା ଯାଇପାରନ୍ତି
କର୍ମକୁ ଆଦରି।
ମୁହଁରୁ ଦାନା ଛଡ଼େଇ ନେଇ ଯାଉଥିବା
ନିର୍ଦ୍ଦୟ ବ୍ୟକ୍ତିଟି ସାମ୍‌ନାରେ ବି
ପ୍ରତିବାଦହୀନ ଗୁଡ଼ାଏ ପଥରମୂର୍ତ୍ତି ।

ଉଡ୍‌ଡିୟାନର ଆତ୍ମା
ଏବେ ବି ଶୋଇରହିଛି ଅନ୍ଧାରରେ
ଯେମିତି ଏ ଜାତିର ବୀରତ୍ୱକୁ
ପୋତି ଦିଆଯାଇଛି ନଈବାଲିରେ
କେଉଁ ଜୀବନ ଲୋଭି କବିର
କଲମ ଚାତୁରୀରେ
ଏବଂ ଏ ଜାତିର ଇତିହାସକୁ ବିକଳାଙ୍ଗ କରି
ଉପସ୍ଥାପନ କରାଯାଉଛି ସିଂହ ଶାବକକୁ ।

ଯେଉଁଦିନ ଭୟର ଭୂତ
ହଟି ଯିବ ଆକାଶରୁ
ଆଉ ନଈବାଲିରୁ ପାଇକମାନେ
ଫେରି ଆସିବେ ଆପଣାର ଭୁଲ ବୁଝି
ସେଇ ଦିନ
ମାଦଳ ଠାକୁରର ହାତ ଗୋଡ଼ରେ
କଅଁଳି ଉଠିବ ମାଂସ
ନଇଁଯାଉଥିବା ମେରୁଦଣ୍ଡକୁ ସିଧା କରି
ଠିଆ ହେବ ଏ ଜାତି
ସାମ୍‌ନା କରିବ ସୂର୍ଯ୍ୟକୁ
ବିଶ୍ୱ ଦରବାରରେ
ସଦର୍ପେ ଘୋଷଣା କରି କହିବ
ମୁଁ ଓଡ଼ିଆ ମୁଁ ଓଡ଼ିଆ ।

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ବସନ୍ତ ମୁଦୁଲି
ଓଡ଼ିଆ ସାହିତ୍ୟରେ ଯେଉଁ କେତେଜଣ ଖୁବ୍‌ ଅଳ୍ପବର୍ଷର ଜୀବନ ମଧ୍ୟରେ ନିଜର ଲେଖା ପାଇଁ ସ୍ୱତନ୍ତ୍ର ସ୍ଥାନ ହାସଲ କରିଛନ୍ତି ସେମାନଙ୍କ ମଧ୍ୟରେ କବି ବସନ୍ତ ମୁଦୁଲି(୧୯୫୫-୧୯୮୬) ଅନ୍ୟତମ। ଜଣେ ସ୍ୱାଧୀନଚେତା କବିଭାବେ ମୁଖ୍ୟତଃ ସାମାଜିକ ଅନ୍ୟାୟ ଓ ଅନୀତି ବିରୁଦ୍ଧରେ ସେ କବିତା ରଚନା କରିଥିଲେ। ଅନେକ ପ୍ରକାରର ପ୍ରତିକୂଳ ପରିସ୍ଥିତିର ସାମନା କରି ସେ ରଚନା କରିଯାଇଥିବା କବିତାଗୁଡ଼ିକ ପାଇଁ ସେ ସ୍ମରଣୀୟ ରହିବେ। କବିଙ୍କ ପ୍ରକାଶିତ କବିତା ସଙ୍କଳନ ମଧ୍ୟରେ ରହିଛି ‘ଯିଏ ଯେଉଁଠି ଅଛ’, ‘ବସନ୍ତ... [ କ୍ରମେ ସବିଶେଷ ]
 

ମତାମତ ସଂଖ୍ୟା - ୧ ଆପଣଙ୍କ ମତାମତ ?

  • ୧. ମନ୍ମଥ କୁମାର ଦଳେଇ |  ସେପ୍ଟେମ୍ବର୍ ୧୫, ୨୦୧୬ - ୬:୪୬ ପୂର୍ବାହ୍ନ

    ଅତ୍ୟନ୍ତ ହ୍ରୁଦୟସ୍ପର୍ଶୀ କଥାସବୁ ସୁନ୍ଦର ଭାବରେ ଉପସ୍ଥାପନ କରିଛନ୍ତି । ପଢି ଖୁଶି ଲାଗିଲା ।

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤
 
 
 

♦ ନିକଟରେ ପ୍ରକାଶିତ

♦ ପାଠକୀୟ ମତାମତ

  • ଭାରି ଭଲ ଲାଗିଲା।
    ( ଘନଶ୍ୟାମ ସାହୁ )
  • ଗଳ୍ପଟି ପଢି ଭାରି ଭଲ ଲାଗିଲା। ଅନ୍ୟାନ୍ୟ ଲେଖା ରଖିବାକୁ ଅନୁରୋଧ। ଧନ୍ୟବାଦ।
    ( ଘନଶ୍ୟାମ ସାହୁ )
  • କି ସୁନ୍ଦର ଗପ। ଯେତେଥର ପଢିଲେ ବି ସବୁବେଳେ ସୁନ୍ଦର ଲାଗେ। ଏ ଗପଟି ମୋତେ ମୋ ସନଭଉଣୀ କଥା ମନେ ପକେଇ ଦିଏ। ଓଡ଼ିଆ ସାହିତ୍ୟ.କମ…
    ( Santosh Kumar Mohapatra )