ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ଅଚ୍ୟୁତାନନ୍ଦ କର
ଜୟନ୍ତ ମହାପାତ୍ର
ମନୋରଞ୍ଜନ ପାଣିଗ୍ରାହୀ
ଦେବପ୍ରିୟ ପ୍ରିୟଦର୍ଶୀ ଚକ୍ର
ଚନ୍ଦ୍ରଶେଖର ରଥ
ସଦାନନ୍ଦ ତ୍ରିପାଠୀ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ନିସ୍ତରଙ୍ଗ
 |- ଆଶୋକ ଚନ୍ଦନ
 
 
ତା: ଅଗଷ୍ଟ୍ ୭, ୨୦୧୫  
 

ଆଜି ମିତା ଆଖିରେ ନିଦ ନାହିଁ। ଜାକିଜୁକି ହୋଇ ତା’ର ଭାଇ ଭଉଣୀମାନେ ସମସ୍ତେ ଶୋଇପଡ଼ିଛନ୍ତି। ଛାତର ଛିଦ୍ରମାନଙ୍କ ଦେଇ ସେ ଚେଷ୍ଟା କରୁଥିଲା ତା’ର ପରିଚିତ ନକ୍ଷତ୍ରକୁ ଖୋଜିବାକୁ। ଅଥଚ ଏ କୋଠରିକୁ ସେ ନକ୍ଷତ୍ର ଦେଖାଯିବ ନାହିଁ। ଅନ୍ୟ କୋଠରିରେ କୁମୁଦ ଭାଇ। ସେଇଠୁ ହୁଏତ ପରିଷ୍କାର ଦିଶିବ ସେ ନକ୍ଷତ୍ରଟି। ହଠାତ୍‌ ମିତା ଚମକି ପଡ଼ିଲା, ପାଖ ଶେଯରେ ତା’ର ବୋଉ। ଏ ଯାଏ ଶୋଇନି। ବୋଉ ଅନ୍ଧାରରେ ହାତ ବଢ଼ାଇ ତା ମୁଣ୍ଡକୁ ସାଉଁଳି ଦେଲା।

ବୋଉ । ଶୋଇନୁ ?
ନା, ନିଦ ନାହିଁ ।
ବୋଉ ପୁଣି ଅନ୍ଧାରେ ନୀରବ ହୋଇଗଲା। ମିତା ମନକୁ ମନ ଭାବିଲା, ତାଙ୍କ ପଡ଼ୋଶୀଙ୍କ ଘର ପରି ଘରଟିଏ ହେଲେ, ସେ କେତେ ସୁନ୍ଦର କରି ସଜାନ୍ତା। ଅଥଚ…. ତା ମୁହଁରୁ ଅଗତ୍ୟା ଖସିପଡ଼ିଲା, ବୋଉ ଆମର ଭଲ ଘରଟିଏ ଦରକାର, ନୁହେଁ ?

ବୋଧହୁଏ ତା ବୋଉ ଚମକି ପଡ଼ିଲେ । ଅନ୍ଧାରରେ ତାଙ୍କର କରୁଣ ହସ। ତୁ ଆଉ ଏ ଘରେ କେତେଦିନ କି’ଲୋ ? ଆମ ସମସ୍ତଙ୍କୁ ଛାଡ଼ି ତୁ ତ ଅନ୍ୟଘରକୁ ଚାଲିଯିବୁ।

ମିତା ଚୁପ୍‌ ହୋଇଗଲା। ଅନ୍ୟଘର, ଅନ୍ୟ ମଣିଷ କଥା ସେ କଳ୍ପନା ବି କରି ନାହିଁ। ଅନ୍ୟଘର – ତାଙ୍କ ପଡ଼ୋଶୀ ଘର ପରି ସଫା ସୁତୁରା ବଗିଚା ଘେରା ଘରଟିଏ ହୋଇଥିବ ଏବଂ ତା’ର ପ୍ରଶସ୍ତ ବାରଣ୍ଡାରେ ଇଜି ଚେୟାରରେ ଝୁଲୁଥିବ ଅନ୍ୟ ମଣିଷଟିଏ, ଯାହା ହାତ ଲାଗିଲେ ଶୁଖିଲା ଗଛରେ ଫୁଲ ଫୁଟି ଉଠିବ। ବୋଉ ମନରେ ଏକ ଅଭୁତ ଶିହରଣ ହେଲା- ହୁଏତ କାନ୍ଦି ପକାଇବ ବା ହସି ଉଠିବ। ବୋଉ ବୋଧହୁଏ ମିଛ କହୁଛି। ଏ ଘରର ଅସନା କାନ୍ଥମାନଙ୍କର ପରିଧିରୁ ମୁକୁଳିବା ଅସମ୍ଭବ। ଏ ଘରର ମଣିଷମାନଙ୍କ ନିଶ୍ୱାସରେ ସେ’ ବି ଜଳିଯିବ।

ଶୋଇପଡ଼ିଲା ମିତା।

ସକାଳୁ ଏତେ କୋଳାହଳ। କୋଳାହଳ ନୁଆ ନୁହେଁ। ତଥାପି ଏ କୋଳାହଳ ଭିନ୍ନ। ସେ ଶେଯ ଛାଡ଼ି ବାହାରକୁ ଦେଖିଲା, ତାଙ୍କ ପଡ଼ୋଶୀ ଘର ସାମ୍ନାରେ ଭୀଷଣ ଭିଡ଼। କେଜାଣି କାହିଁକି ? ମିତା ବୋଉକୁ ଆଶ୍ଚର୍ଯ୍ୟ ହୋଇ ପଚାରିଲା। ବୋଉ ମୁହଁର କୋଣସି ଭାବ ନାହିଁ। ସେ ସାମାନ୍ୟତମ ଆବେଗ ପ୍ରକାଶ ନକରି କହିଲା, ସମୀର ବାବୁ ଆତ୍ମହତ୍ୟା କରିଛନ୍ତି।

ସେ ଘରର ସେଇ ପରିଚିତ ଲୋକ ଆଉ ଏକା ଏକା ଇଜି ଚେୟାରରେ ବସିବେନି। ହୁଏତ ତାଙ୍କ ବଗିଚାରେ ସମସ୍ତ ଫୁଲଗଛ ଧିରେ ଧିରେ ମରିଯିବେ। ସଫା କାନ୍ଥରେ ଶିଉଳି ଲାଗିଯିବ। ମିତା ନିଜ ଆବେଗ ସମ୍ଭାଳି ପାରିଲାନି।

ସେ ମୁହଁ ଟେକି ଆକାଶକୁ ଚାହିଁଲା, କିନ୍ତୁ ତା ଆଖି ସାମ୍ନାରେ ଭିନ୍ନ ଆକାଶଟିଏ। ଗୋଟିଏ ପଟେ ବୋଉ ଓ ଅନ୍ୟପଟେ କୁମୁଦ ଭାଇ ତା ସାମ୍ନାରେ ଖଣ୍ଡିଏ ଦାମୀ ନୀଳ ଶାଢ଼ୀ ଖୋଲି ଧରିଛନ୍ତି। କୁମୁଦ ଭାଇ ନୂଆ ଚାକିରି ପାଇଛନ୍ତି। ମିତା କିନ୍ତୁ ଆଦୌ ଖୁସି ହୋଇପାରୁ ନ ଥିଲା। ହୁଏତ ତା ବୋଉ ଓ କୁମୁଦ ଭାଇ ତାକୁ ଧରିବା ପାଇଁ ନୂଆ ଜାଲଟିଏ ମେଲାଇ ଧରିଛନ୍ତି। କିମ୍ବା ଭିନ୍ନ ଆକାଶଟିଏ, ମିତା ଆଖିରେ ଲୁହ ଭର୍ତ୍ତି ହୋଇ ଯାଇଥିଲା। ହୁଏତ ସେଥିପାଇଁ ସେ ସେହି ଭିନ୍ନ ଆକାଶରୁ ତା’ର ପରିଚିତ ନକ୍ଷତ୍ରକୁ ଖୋଜି ପାଉ ନ ଥିଲା।

ମିତା ସେମିତି ନିର୍ବାକ୍‌। କାହା କଥା ଶୁଣିପାରୁ ନାହିଁ କିମ୍ବା ତା ପାଟିରୁ ଶବ୍ଦଟିଏ ବି ସ୍ଫୁରୁ ନାହିଁ। ଯେମିତି ଅଥର୍ବ, ହୁଏତ ଖୁଣ୍ଟଟିଏ ବା ତା ପାଦରେ ଚେର ଲାଗିଯାଇଛି। ବୋଧହୁଏ ମିତା କାନ୍ଦି ପକାଇବ କିମ୍ବା ହସି ପକାଇବ।

ପୃଷ୍ଠା ସଂଖ୍ୟା : 1 2

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ଆଶୋକ ଚନ୍ଦନ
ବଲାଙ୍ଗୀରର ପାଟଣାଗଡ଼ରେ ଜନ୍ମ ହୋଇଥିବା ଗାଳ୍ପିକ ଅଶୋକ ଚନ୍ଦନ(୧୯୫୨-୧୯୮୪) ଓଡ଼ିଆ ଗଳ୍ପ ଜଗତରେ ଜଣେ ପରିଚିତ ନାମ। ମାତ୍ର ୩୨ ବର୍ଷର ଜୀବନ ମଧ୍ୟରେ ସେ ସୃଷ୍ଟି କରିଥିବା ଗଳ୍ପଗୁଡ଼ିକ ଓଡ଼ିଆ ଗଳ୍ପ ଜଗତରେ ବେଶ୍‌ ବାରି ହୋଇପଡ଼ନ୍ତି। ବିଶେଷ କରି ସାମାଜିକ ବ୍ୟବସ୍ଥା ଭିତରେ ଅଭାବ ଓ ଅସୁବିଧା ମଧ୍ୟରେ ବଞ୍ଚିଥିବା ଚରିତ୍ରମାନଙ୍କର ଭାବନା, ଆଶା ଓ ବେଦନାକୁ ନେଇ ତାଙ୍କର ଗଳ୍ପଗୁଡ଼ିକର ଚରିତ୍ର ପରିପୁଷ୍ଟ। ତାଙ୍କର ପ୍ରକାଶିତ ଗଳ୍ପ ଗ୍ରନ୍ଥ ମଧ୍ୟରେ ‘ଅଶୋକ ଏବଂ ଅଶୋକ’ ଓ... [ କ୍ରମେ ସବିଶେଷ ]
 
ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤