ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ସର୍ବମୋଟ ମତଦାନ: ୧୮୧୬ Back to Vote Screen

ଲେଖକ ଓ ଲେଖିକା

ଗୋପୀନାଥ ମହାନ୍ତି
ମନୋରଞ୍ଜନ ପାଣିଗ୍ରାହୀ
କାଳିନ୍ଦି ଚରଣ ପାଣିଗ୍ରାହୀ
କାମାକ୍ଷୀ ପ୍ରସାଦ ଦାଶ
ଡକ୍ଟର ମାୟାଧର ମାନସିଂହ
ବିଷ୍ଣୁପ୍ରିୟା ମହାପାତ୍ର

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ନେତାଙ୍କ ହାଟ
 |- ବରେନ୍ଦ୍ର କୃଷ୍ଣ ଧଳ
 
 
ତା: ନଭେମ୍ବର୍ ୧୪, ୨୦୧୬  
 

ବିନା ପଇସାରେ ତୀର୍ଥ ଭ୍ରମଣ, ଆଉ ଦଶଲକ୍ଷ ନଗଦ ନାରାୟଣ!
ପ୍ରସ୍ତାବଟା ଶୁଣି ଚତୁର୍ଦ୍ଧାମୂର୍ତ୍ତିଙ୍କ ଆଖି ଡୋଳା ଗୋଲ୍‌ ଗୋଲ୍‌ ଦହିବରା!
ସେମାନେ ବାହାରିଗଲେ ତୀର୍ଥ ଦେଖି।
ନବକୋଶଳ ରାଜ୍ୟରେ ଲୋକପ୍ରିୟ ସରକାର ସ୍ଥାପନା କରିବା ପାଇଁ ଶାଳମଞ୍ଜି, କେନ୍ଦୁପତ୍ର ଠିକାଦାର, ଇଷ୍ଟେଟ୍‌ ବିଲଡ଼ର୍ସମାନେ ନୋଟ୍‌ ଭରି ସୁଟ୍‌କେଶ୍‌ମାନ ଧରି ରାଜଧାନୀର ତାରକାଖଚିତ ହୋଟେଲ ସବୁ ଦଖଲ କରିନେଲେ। ଜନ୍ମେଜୟ ବାବୁ ଓ ସନାତନ ବାବୁ ଏମ୍‌.ଏଲ୍‌.ଏ ଧରିବା ପାଇଁ ଚାରିଆଡ଼େ ଚାର ପଠାଇଲେ। କିନ୍ତୁ କାହାନ୍ତି ସେ ଚତୁର୍ଦ୍ଧାମୂର୍ତ୍ତି ; ତାଙ୍କର ନେତା ପଦ୍ମନାଭ ନାଏକ!

ପୁରୀ-ତିରୁପତି ଦର୍ଶନ ସାରି ଗଦାଧର-ହଳଧର-ବାଇଧର-ବୀରବର ଗୋଟିଏ ଛୋଟ ହୋଟେଲରେ ମାଲ୍‌ ପିଇ ଆରାମ କରୁଥିଲେ। ପଦ୍ମନାଭ… ଟେଲିଫୋନରେ ସନାତନ ଆଉ ଜନ୍ମେଜୟଙ୍କ ସହିତ ଏମ୍‌.ଏଲ୍‌.ଏଙ୍କ ଦର କଷାକଷି କରିବାକୁ …।

ଏଇ ସମୟରେ ଏକ ଅଘଟଣ ଘଟିଗଲା। ହଠାତ୍‌ ପୋଲିସ୍‌ ସେ ଛୋଟ ହୋଟେଲ ଉପରେ ଚଢ଼ାଉ କରି ବେଶ୍ୟାବୃତ୍ତି କରୁଥିବା କେତେଜଣ ବାରାଙ୍ଗନାଙ୍କ ସହିତ ନିଶାଗ୍ରସ୍ତ ଚାରିଜଣଙ୍କୁ ଧରି ଥାନାକୁ ନେଇଗଲା। ସେମାନେ ବାହାର ଝିଅମାନଙ୍କୁ ହୋଟେଲକୁ ନେଇ ସମ୍ଭୋଗରେ ମାତିଥିଲେ ବୋଲି ଥାନାରେ ଗୋଟେ ଅଭିଯୋଗ ଦାଏର୍‌ ହୋଇଗଲା।
ପଦ୍ମନାଭ ଖବର ପାଇ ଆସି ଥାନାବାବୁଙ୍କ ଉପରେ ଖୁବ୍‌ ତୁମ୍ବି ତୋଫାନ ଗଲା। ଚାରିଜଣ ଧୃତ ବ୍ୟକ୍ତି ଏମ୍‌.ଏଲ୍‌.ଏ ବୋଲି ପରିଚୟ ଦେଇ କହିଲା- ଏ ଚାରିଜଣ ନବକୋଶଳ ରାଜ୍ୟ ନୂତନ ମନ୍ତ୍ରିମଣ୍ଡଳର ଭାଗ୍ୟବିଧାତା। ରାଜ୍ୟପାଳ ଆସନ୍ତା ସୋମବାର ଦିନ ବିଧାନସଭା ଅଧିବେଶନ ଡାକିଛନ୍ତି। ସେଠାରେ ଗଣକଂଗ୍ରେସ ଓ ଜନସଂକେତ ଦଳର ଶକ୍ତି ପରୀକ୍ଷା ହେବ। ଯେଉଁ ଦଳର ପ୍ରାର୍ଥୀ ବାଚସ୍ପତି ନିର୍ବାଚିତ ହେବେ, ସେଇ ଦଳ ନେତାଙ୍କୁ ରାଜ୍ୟପାଳ ମନ୍ତ୍ରିମଣ୍ଡଳ ଗଠନ କିରବାକୁ ଡାକିବେ, ଆଉ ସେ ଭାଗ୍ୟ ନିଷ୍ପତ୍ତି କରିବ। ତେଣୁ ନୂତନ ମନ୍ତ୍ରିମଣ୍ଡଳର ଭାଗ୍ୟବିଧାତାଙ୍କୁ ତୁରନ୍ତ ଖଲାସ କର, ତା ନହେଲେ ମନ୍ଦ ଫଳ ଭୋଗିବ।

ନିଶୁଆ ଥାନାବାବୁ ନିଶରେ ହାତ ମାରି ଉତ୍ତର ଦେଲେ-ଏମ୍‌.ଏଲ୍‌.ଏ ବୋଲି ପ୍ରମାଣ କାହିଁ ?
ପଦ୍ମନାଭର ହଂସା ଉଡ଼ିଗଲା। ନିର୍ବାଚନ ଫଳାଫଳ ଘୋଷିତ ହେବାମାତ୍ରେ କାଳେ କିଏ ଏ ଚାରିଜଣଙ୍କୁ ନିଜ ଗୁହାଳକୁ ଆଡ଼େଇ ନେବ-ସେଥିପାଇଁ ଏମ୍‌.ଏଲ୍‌.ଏ ଆଇଡ଼େଣ୍ଟିଟି କାର୍ଡ଼ ଆଣିପାରି ନାହାନ୍ତି। ନିଶୁଆ ଥାନାବାବୁଙ୍କୁ ପ୍ରମାଣ ଦେଖାଇବେ କ’ଣ ?

ଏ ଚାରିଜଣଙ୍କୁ କେବଳ ଭାରପ୍ରାପ୍ତ ମୁଖ୍ୟମନ୍ତ୍ରୀ ଜନ୍ମେଜୟ ସାହାଯ୍ୟ କରିପାରନ୍ତି। ସେ ଗୋଟାଏ ଥର ଫୋନ୍‌ କଲେ କାମ ହୋଇଯିବ।
ପଦ୍ମନାଭ ଜନ୍ମେଜୟଙ୍କୁ ଗୋଟାଏ କଲ୍‌ ବୁକ୍‌ କଲେ। ଆରପଟୁ କେୟାରଟେକର ମୁଖ୍ୟମନ୍ତ୍ରୀଙ୍କ କଣ୍ଠସ୍ୱର ଭାସି ଆସିଲା- କିଏ ପଦ୍ମନାଭ? କ’ଣ ଘଟଣା? ସେ ଚାରିଜଣ କାହାନ୍ତି। ସେମାନେ ଯଦି ମୋତେ ସମର୍ଥନ ନ କରିବେ ତାହା ହେଲେ ଆଉ ଥରେ ନିର୍ବାଚନ କରେଇବି। ସେ ଚାରିଜଣ ଶିଶୁପାଳ ହେବେ। ବୁଝିଲ ନା ନାହିଁ? ଠିକ୍‌ ଅଛି। ମୁଁ ପୋଲିସ୍‌ ଗାଡ଼ି ପଠାଉଛି, ସେ ଚାରିଜଣଙ୍କୁ ଉଦ୍ଧାର କରି ମୋ କୋଠୀକୁ ନେଇ ଆସିବ।

ମୁଖ୍ୟମନ୍ତ୍ରୀଙ୍କ ପ୍ରେରିତ ପୋଲିସ୍‌ ଭ୍ୟାନ୍‌ ଆସି ପହଞ୍ଚିବା ମାତ୍ରେ ଗଦାଧର, ବୀରବର, ହଳଧର ଆଉ ବାଇଧରଙ୍କୁ ଥାନାବାବୁ ଗାଡ଼ିରେ ଚଢ଼ାଇ ଦେଇ ସାଲ୍ୟୁଟ୍‌ ପକାଇଲେ।
ସେମାନଙ୍କ ସହିତ ଗାଡ଼ିରେ ଯିବା ପାଇଁ ପଦ୍ମନାଭ ଉଠୁଥିଲା। ଡ୍ରାଇଭର ତାକୁ ଯୋର୍‌ କରି ଓହ୍ଲାଇ ଦେଲା। କହିଲା-ଏମ୍‌.ଏଲ୍‌.ଏ ବାବୁମାନେ ମାମୁଁ ଘରକୁ ନଯାଇ କାଲି ସକାଳୁ ରାଜଭବନରେ ପ୍ୟାରେଡ଼ରେ ଯୋଗ ଦେବେ। ଆପଣ ସେମାନଙ୍କ ସହିତ ଯିବା ପାଇଁ ଅର୍ଡ଼ର ନାହିଁ।
ଧୂଆଁ ଉଡ଼ାଇ ଗଣତନ୍ତ୍ରର ଗାଡ଼ି ଚାଲିଗଲା। ଗୋରୁମାନେ ଗୁହାଳକୁ ଚାଲିଗଲେ।

ଗାଈଆଳ ପଦ୍ମନାଭ ନାଏକ ଫେରି ଆସିଲେ, ସେଇ ଛୋଟ ଦୁର୍ନୀତିଗ୍ରସ୍ତ ହୋଟେଲକୁ। ଚକେଗଲେ ବାରହାତ। ଆଉ କେବେ ଭୋଟ ହେବ କେଜାଣି ?

ପୃଷ୍ଠା ସଂଖ୍ୟା : 1 2

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ବରେନ୍ଦ୍ର କୃଷ୍ଣ ଧଳ
ବରେନ୍ଦ୍ର କୃଷ୍ଣ ଧଳ
ଏକାଧାରରେ ଜଣେ ସାମ୍ବାଦିକ, ସ୍ତମ୍ଭକାର ଓ ସାହିତ୍ୟିକଭାବେ ବରେନ୍ଦ୍ରକୃଷ୍ଣ ଧଳ( ୧୯୩୯-୨୦୧୬) ପ୍ରତିଷ୍ଠାଲାଭ କରିଥିଲେ। ଏହା ସହିତ ଓଡ଼ିଶା ଲେଖକ ସାମୁଖ୍ୟ ଏବଂ ଭୁବନେଶ୍ୱର ପୁସ୍ତକ ମେଳା କମିଟି ପରିଚାଳନା ଆଦି କାର୍ଯ୍ୟକୁ ସଫଳତାର ସହିତ ସମ୍ପାଦନ କରି ସେ ଜଣେ ଉତ୍ତମ ସଙ୍ଗଠକଭାବେ ମଧ୍ୟ ପ୍ରତିଷ୍ଠା ଅର୍ଜନ କରିଥିଲେ। ତାଙ୍କର ପ୍ରକାଶିତ ଗ୍ରନ୍ଥ ମଧ୍ୟରେ ‘ସନ୍ଧ୍ୟାର ମୂକୁର’, ‘ବିଦଗ୍ଧ ବିହଙ୍ଗୀ’, ‘କବଚ’, ‘ନାୟିକା’ - ଉପନ୍ୟାସ, ‘ପାଣିଗାର’ , ଏକାକୀ ଅଭିମନ୍ୟୁ’ - ଗଳ୍ପ ସଙ୍କଳନ, ‘ମୁକ୍ତ ... [ କ୍ରମେ ସବିଶେଷ ]
 
ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤