ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ଡ.ହରେକୃଷ୍ଣ ମହତାବ
ଶୈଳେନ୍ଦ୍ର କୁମାର ଜେନା
ଭୂପେନ୍‌ ମହାପାତ୍ର
ପ୍ରଦୀପ ନାୟକ
ଗଣେଶ୍ୱର ମିଶ୍ର
ରବି ଶତପଥୀ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ନାୟଗ୍ରା ଓ ଦେବଯାନୀ
 |- କୃଷ୍ଣପ୍ରସାଦ ମିଶ୍ର
 
 
ତା: ନଭେମ୍ବର୍ ୨୮, ୨୦୧୨  
ମୂଳ ପୃଷ୍ଠାସ୍ମରଣୀୟ ଲେଖାଗଳ୍ପ
 

ଦେବଯାନୀ ସେହି ବର୍ଷଠୁ ଆଉ କେବେ ମୋର ଅବାଧ୍ୟ ହୋଇନାହିଁ୤ କାରଣ ସେହି ବର୍ଷ ସେହି ଜନ୍ମଦିନ ପରେ ସେ ମୋତେ ଓ ନଚିକେତାକୁ ଛାଡ଼ି ଚାଲିଯାଇଛି୤ ବାଧ୍ୟ ଅବାଧ୍ୟରେ ସେ ଅତୀତ ହୋଇଯାଇଛି୤ ମୁଁ ଯଦି ଜାଣିଥାନ୍ତି ଆମର କଳହ ଶେଷରେ ଏହିପରି ଭାବେ ଶେଷ ହେବ, ତାହାହେଲେ ମୁଁ ଆଗରୁ ସାବଧାନ ହୋଇଥାଆନ୍ତି ନିଶ୍ଚୟ୤ ହେଲା ନାହିଁ, ଉତ୍ସାହ ଆବେଗରେ ମୁଁ ଭୁଲିଗଲି ଯେ ଦୁଇ ତିନି ଦିନ ହେଲା ଦେବଯାନୀକୁ ଥଣ୍ଡା ହୋଇଛି, କାଶ ବି ହୋଇଛି୤ ତା’ ସତ୍ତ୍ବେ ସେ ନଚିକେତାର ଜନ୍ମଦିନ ବୋଲି ସକାଳୁ ସକାଳୁ କେଶ ଧୋଇ ଖୁବ୍‌ ଗୁଡ଼ାଏ ଗାଧୋଇଛି୤

ଦେବଯାନୀ ମୋତେ ଛାଡ଼ି ଚାଲିଗଲା୤ ତେଣୁ ମୁଁ ତା’ର ଦେଶ ଛାଡ଼ି ଦେଇଛି୤ ତା’ର ମୃତ୍ୟୁ ହିଁ ମୋର ଯାଯାବର ଜୀବନର କାରଣ୤ ଇମିଗ୍ରାଣ୍ଟର ଜୀବନ ମୋର ସେହିଦିନୁ୤ ମୋ ସହିତ ନଚିକେତା୤ ଦେବଯାନୀକୁ ପୂରା ଛାଡ଼ନ୍ତି କିପରି୤

ଦେବଯାନୀ ଯିବା ପରେ ନଚିକେତା ପାଇଁ ଆଉ କେହି ମନ୍ଦିର ଖୋଜିନାହାନ୍ତି, ତେଣୁ ନଚିକେତାର ଜନ୍ମଦିନ ପାଳିବାରେ କେବେ ଅସୁବିଧା ହୋଇନାହିଁ୤ ସ୍ବିଜର୍‌ଲାଣ୍ଡର ଆଲ୍‌ପ୍ସ୍‌ ପର୍ବତମାଳା, ଫ୍ରାନ୍ସର ରାଇନ୍‌ ନଦୀ, ବିକ୍ଷୁବ୍‌ଧ ପ୍ରଶାନ୍ତ ମହାସାଗର, ସମୟ ସମୟରେ ମହାଶୂନ୍ୟ ଆକାଶ, ସବୁଠି ଆମେ ଈଶ୍ବରଙ୍କୁ ଦେଖିଛୁ, ନଚିକେତାର ଜନ୍ମଦିନ ଉପଲକ୍ଷେ ଦେବତାର ଅଶିଷ ମାଗିଛୁ୤ ତାଙ୍କର ବନ୍ଦନା ଗାଇଛୁ୤

ଆଜି ପୁଣି ନଚିକେତାର ଜନ୍ମଦିନ ଆସିଛି୤
ଟରଣ୍ଟୋଠୁ ନାୟଗ୍ରା ଖୁବ୍‌ ପାଖ୤ ନିଜର କାର୍‌ ଥିଲେ ଜମାରୁ ଘଣ୍ଟାଏ ଦେଢ଼ଘଣ୍ଟାର ଯାତ୍ରା୤

ପବନ ତା’ର ଦିଗ ପରିବର୍ତ୍ତନ କରିଛି୤ ମୁଁ ଜଳକଣାର ସ୍ପର୍ଶ ପାଇ ଶୀତ ଅନୁଭବ କଲି୤ କେତେବେଳେ ସନ୍ଧ୍ୟା ଆସିଯାଇଛି୤ ନାୟଗ୍ରା ବନାରସୀ ଶାଢ଼ୀ ପିନ୍ଧିଥିଲା ଯେପରି୤ ନଚିକେତାକୁ ସମ୍ବୋଧନ କରି ସେ ବସିଥିବା ସ୍ଥାନକୁ ଚାହିଁଲି, ସ୍ଥାନ ତା’ର ଶୂନ୍ୟ ପଡ଼ିଥିଲା୤ କୁଆଡ଼େ ଗଲା ସେ ? ମୋତେ ଭାବନାମଗ୍ନ ଦେଖି କେତେବେଳେ ସେ ଉଠି ଚାଲିଯାଇଛି୤ ଚିନ୍ତିତ ହୋଇ ଏଣେତେଣେ ଚାହିଁଲି୤ ଟୁରିଷ୍ଟ୍‌ମାନଙ୍କ ସଂଖ୍ୟା ବଢ଼ିଯାଇଥିବା ପରି ଲାଗିଲା୤ ନଚିକେତା କାହିଁ ? ଦେଖିଲି, ଦୁଇଜଣ ପାଖ ରେସ୍ତୋରାଁରୁ ମୋ ପାଖକୁ ଦଉଡ଼ି ଆସୁଥିଲେ୤ ଦଉଡ଼ୁଥିବା ଅବସ୍ଥାରେ ବି ଦୁହିଁଙ୍କ ହାତ ଛନ୍ଦାଛନ୍ଦି ହୋଇଥିଲା୤ ଆଲୋକରେ ଦେଖିଲି, ନଚିକେତା ଜଣେ ପିଙ୍ଗଳକେଶା ସୁନ୍ଦରୀ ବାଳିକା ସହିତ ମୋ ଆଡ଼କୁ ଦଉଡ଼ି ଆସୁଛି୤ ଦୁହିଁଙ୍କ ପଦପାତରେ ଜାଗ୍ରତ ହୋଇ ଆସୁଥିବା ଯୌବନର ଶକ୍ତି, ମୁଖମଣ୍ଡଳରେ ଆହ୍ଲାଦ ଓ ପରମ ଲାବଣ୍ୟ୤ ନଚିକେତା ଉପରେ ବିରକ୍ତ ହେବାକୁ ପ୍ରଥମେ ଇଚ୍ଛା ହୋଇଥିଲା, କିନ୍ତୁ ଦେବଯାନୀର ସ୍ମୃତି ମୋତେ ସଂଯତ କଲା୤ ବୋଧେ ଅସୀମ ସହିତ ମାନବ ମନର ତୃପ୍ତି ପାଇଁ ସସୀମର ଉପସ୍ଥିତି ମଧ୍ୟ ଆବଶ୍ୟକ ପଡ଼େ୤ ବୋଧେ କେତେକଙ୍କ ପାଇଁ ଈଶ୍ବର ମନ୍ଦିର ଭିତରେ ଇ ପ୍ରକାଶିତ ହୁଅନ୍ତି୤

ମୋ ପାଖରେ ପହଁଚିବା ପରେ ନଚିକେତା କହିଲା, ସେ ମୋର ଗାର୍ଲଫ୍ରେଣ୍ଡ୍‌ ଡାଡ଼ି୤ ଯାହା କଥା କହୁଥିଲି୤ ସେମାନେ ଇଂଲଣ୍ଡ୍‌ରୁ ଆସିଛନ୍ତି୤

ବାଳିକାଟି ମୋତେ ଚାହିଁ ମୋର ମନକଥା କିଛି ଜାଣିବାକୁ ଯେପରି ଚେଷ୍ଟା କରୁଥିଲା୤ ମୋର ପ୍ରଲମ୍ବିତ ଶ୍ମଶ୍ରୁ ଉପରେ ତା’ର ଦୃଷ୍ଟି ନିବଦ୍ଧ ରହିଗଲା୤ ମୁଁ ହସି ବାଳିକାଟି ସହିତ କରମର୍ଦ୍ଦନ କଲି୤ କହିଲି- ସୁଜେନ ମେନାଡ଼୤ ଠିକ୍‌ ମନେ ରଖିଛି ନା ?

ମୋ ଆଡ଼କୁ ପ୍ରଶଂସାମାନ ଦୃଷ୍ଟିରେ ଚାହିଁ ସୁଜେନ କହିଲା – ଆପଣଙ୍କ ପେଣ୍ଟିଂଗୁଡ଼ାକ କାଲିଠୁ ଟରଣ୍ଟୋ ଆର୍ଟ ଗ୍ୟାଲେରିରେ ମାସକ ପାଇଁ ପ୍ରଦର୍ଶନ କରାଯାଉଛି୤
ମୁଁ ହସି କହିଲି – ହଁ୤
ମୋର ଡାଡ଼ି, ମମି ଓ ମୁଁ ଆପଣଙ୍କ ପେଣ୍ଟିଂରେ ଭାରି ଆଗ୍ରହାନ୍ବିତ୤ ଆମେ କାଲି ପାଇଁ ଟିକଟ୍‌ ବି କିଣିସାରିଛୁ୤ ଡାଡ଼ି କହୁଥିଲେ ଆପଣ ଭାରତବର୍ଷର ପୌରାଣିକ ଚରିତ୍ରମାନଙ୍କୁ ପ୍ରାକୃତିକ ଦୃଶ୍ୟ ସହିତ ଅଭିନ୍ନାତ୍ମକ କରି ସେମାନଙ୍କୁ ନୂତନ ରୂପ ଦେଇଛନ୍ତି୤

ମୋର ଦୃଷ୍ଟି ନାୟଗ୍ରା ଆଡ଼କୁ ଚାଲିଗଲା୤ ବନାରସୀ ଶାଢ଼ୀ ଛାଡ଼ି ସେ ଗାଢ଼ ନୀଳରଙ୍ଗର କାଶ୍ମୀରୀ ସିଲ୍‌କ ଶାଢ଼ୀ ପିନ୍ଧୁଥିଲା୤ ମୁଁ ସୁଜେନ୍‌ ପ୍ରଶ୍ନର କ’ଣ ଉତ୍ତର ଦେବି ଠିକ୍‌ କରି ନ ପାରି ଚୁପ୍‌ ରହିଗଲି୤

ପୃଷ୍ଠା ସଂଖ୍ୟା : 1 2 3

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
କୃଷ୍ଣପ୍ରସାଦ ମିଶ୍ର
କୃଷ୍ଣପ୍ରସାଦ ମିଶ୍ର
କ୍ଷୁଦ୍ରତମ ଅନୁଭୂତି ମାଧ୍ୟମରେ ଗୋଟିଏ ବୃହତ୍ତର ଚିନ୍ତାରାଜ୍ୟର ଖୋରାକ ଯୋଗାଇବା ଦିଗରେ କୃଷ୍ଣପ୍ରସାଦ ମିଶ୍ର (୧୯୩୩-୧୯୯୪) ସୁପରିଚିତ୤ ସୂକ୍ଷ୍ମ ମନୋବୃତ୍ତିକୁ ଅଦ୍ଭୂତପୂର୍ବ ଭାବେ ଉପସ୍ଥାପନା କରିବା ତାଙ୍କ ଦୃଷ୍ଟିର ବିଶେଷତ୍ବ୤ ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାରପ୍ରାପ୍ତ ଶ୍ରୀ ମିଶ୍ର ବିଶେଷ କରି ଜଣେ ଗାଳ୍ପିକ ଭାବେ ପରିଚିତ ଥିଲେ୤ ତାଙ୍କର ଗଳ୍ପଗ୍ରନ୍ଥ ମଧ୍ୟରେ ‘କ୍ରୀତଦାସର କାବ୍ୟ’, ‘ ନାୟଗ୍ରା ଓ ଦେବଯାନୀ’, ‘ ଚିତ୍ରିତ ଚାଦର’ ଆଦି ଅନ୍ୟତମ୤ ଏହା ବ୍ୟତୀତ ତାଙ୍କ ଲିଖିତ ଉପନ୍ୟାସ ମଧ୍ୟରେ ‘ମୃଗତୃଷ୍ଣା’, ‘ ସିଂହକଟୀ’... [ କ୍ରମେ ସବିଶେଷ ]
 

ମତାମତ ସଂଖ୍ୟା - ୧ ଆପଣଙ୍କ ମତାମତ ?

  • ୧. rasmi parda, odisha |  ଫେବୃଆରୀ ୧୧, ୨୦୧୩ - ୩:୩୭ ପୂର୍ବାହ୍ନ

    Uttama

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤