ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ସର୍ବମୋଟ ମତଦାନ: ୧୮୨୮

ଲେଖକ ଓ ଲେଖିକା

ସେନାପତି ପ୍ରଦ୍ୟୁମ୍ନ କେଶରୀ
ବାମାଚରଣ ମିତ୍ର
ସାର୍‌ ବାସୁଦେବ ସୁଢ଼ଳଦେବ
ନିତ୍ୟାନନ୍ଦ ମହାପାତ୍ର
କାଳିନ୍ଦି ଚରଣ ପାଣିଗ୍ରାହୀ
ଭୁବନେଶ୍ବର ବେହେରା

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ନାଟର ଗୋବର୍ଦ୍ଧନ
 |- ଭୁବନେଶ୍ବର ବେହେରା
 
 
ତା: ସେପ୍ଟେମ୍ବର୍ ୨୭, ୨୦୧୨  
ମୂଳ ପୃଷ୍ଠାସ୍ମରଣୀୟ ଲେଖାଗଳ୍ପ
 

ତୈଳ ଶିଶି ସବୁ ବାହାର କରାଗଲା, ପ୍ରତ୍ୟେକ ତୈଳର ଗୁଣ ବର୍ଣ୍ଣନା ବି ସଙ୍ଗେ ସଙ୍ଗେ ଚାଲିଥାଏ୤ କେଉଁ ତୈଳ ମର୍ଦ୍ଦନରେ କେଶ ଗୁଚ୍ଛ ଝିଙ୍କ କାଠି ପରି ହେବ ତ କେଉଁଥିରେ ପ୍ରତ୍ୟେକ ବାଳ ଶାଗଗଛ ପରି ମୋଟା ହୋଇ ଶାଖା ପ୍ରଶାଖା ମେଲିଯିବ୤ କେଉଁ ତୈଳର ସାମାନ୍ୟ ମର୍ଦ୍ଦନରେ ରାଜାଙ୍କ କେଶରାଶି ହିମାଳୟର ଚମରୀ ଗାଈ ଲାଞ୍ଜର ଚଅଁର ପରି ହେବ, ସେହିପରି ତୈଳର ଗୋଟିଏ ଶିଶି ରାଜାଙ୍କ ଟେବୁଲ୍‌ ଉପରେ ଥୋଇ ଦେଇ ଡାକ୍ତର ପାନପୁନା ଦେଲେ୤ ଯେ ପ୍ରତ୍ୟେକ ଦିନ ବ୍ରାହ୍ମ ମୁହୂର୍ତ୍ତରେ ରାଜା ଗାଧୋଇବେ, ଆଉ ଗାଧୋଇବା ପୂର୍ବରୁ ବାଁ ହାତ ପାପୁଲିରେ ଆଠ ଅଣି ସାଇଜ୍‌ରେ କିଛି ତେଲ ଢାଳି ନେଇ ମୁଣ୍ଡର ଚନ୍ଦା ଅଂଶରେ ଧୀରେ ଧୀରେ ପାଞ୍ଚମିନିଟ୍‌ କାଳ ଘଷିବେ୤

ରଜାଙ୍କ ମୁହଁରେ ହସର ଢେଉ ଖେଳିଗଲା୤

ବାକ୍ସ ବନ୍ଦକରି ଘରକୁ ଯିବା ବାଟରେ ଡାକ୍ତର ବାବୁ ହଠାତ୍‌ ଚମକି ଉଠିଲେ ଓ ଫେରିଆସି କ୍ଷମାମାଗି ରାଜାଙ୍କୁ କହିଲେ ଯେ ସେ ଗୋଟାଏ ବଡ଼କଥା କହିବାକୁ ଭୁଲି ଯାଇଛନ୍ତି୤ ତେଲ ଲଗାଇଲା ବେଳେ ରାଜା ଯେପରି ତିନୋଟି ଜିନିଷ ମନେ ନ ପକାନ୍ତି- ପଚା ଅଣ୍ଡା, ଛିଣ୍ଡା ଚପଲ ଓ ଖଣ୍ଡିଆ ଝାଡ଼ୁ୤ ଏ ଭିତରେ କୌଣସି ଜିନିଷଟି କେତେବେଳେ ରାଜାଙ୍କର ମନେ ପଡ଼ିଗଲେ ଔଷଧ ଆଉ କାଟୁ କରିବନି୤

ରାଜା ମୁହଁରେ ବିଦ୍ରୂପର ହାସ୍ୟରେଖା ଦେଖାଦେଲା୤ ଯିଏ ହୀରା, ନୀଳା, ମୋତି ମାଣିକ୍ୟକୁ ମଧ୍ୟ ଗଣନା କରନ୍ତିନି ସେ କୁଆଡ଼େ ପଚାଅଣ୍ଡା, ଛିଣ୍ଡା ଚପଲ ଆଉ ଖଣ୍ଡିଆ ଝାଡ଼ୁ କଥା ଭାବିବେ !

ଭୋର ଚଢ଼େଇ ସବୁ ଚିଁ ଚାଁ କଲାବେଳକୁ ରାଜା ପଲଙ୍କରୁ ଉଠି ତେଲଶିଶି ପାଖକୁ ଦୌଡ଼ିଗଲେ୤ ହାତ ପାପୁଲିରେ କିଛି ଢାଳି ମୁଣ୍ଡରେ ଦେବାକୁ ଯାଉଛନ୍ତି ଠିକ୍‌ ସେତିକିବେଳେ ତାଙ୍କର ମନେ ପଡ଼ିଗଲା ଯେ ପଚାଅଣ୍ଡା, ଛିଣ୍ଡା ଚପଲ, ଖଣ୍ଡିଆ ଝାଡୁ ବିଷୟରେ ନ ଭାବିବା କଥା୤ ଆଉ ତୈଳ ମର୍ଦ୍ଦନ ହୋଇ ପାରିଲାନି୤ ତା’ ଆରଦିନ ବି ଠିକ୍‌ ସେମିତି ତେଲ ମୁଣ୍ଡପାଖକୁ ନେଲାବେଳକୁ ସେଇ ଛିଣ୍ଡା ଚପଲ କଥା ମନେ ପଡ଼ିଗଲା୤ ପୁଣି ତହିଁ ଆରଦିନ ସେଇୟା୤ ରଜା ଶେଷରେ ମନ ଦୃଢ଼କଲେ, ପ୍ରତିଜ୍ଞା କଲେ ଯେ ପଚାଅଣ୍ଡା କାହିଁକି, ସେ ସକାଳେ କୌଣସି କଥା ଭାବିବେନି୤

ପାହାନ୍ତିଆ ହେଲା୤ ହାତ ପାପୁଲିରେ ତେଲ ନେଇ ଦାନ୍ତକାମୁଡ଼ି; ଡାହାଣ ହାତର ମୁଠା ଟାଣକରି, ଆଖିବୁଜି କଦାପି କିଛି ଭାବିବେନି ବୋଲି ଦୋହରାଇ ଏକ-ଦୁଇ-ତିନି ପରେ ତେଲ ଯେମିତି ତାଳୁରେ ଥାପୁଡ଼େଇଛନ୍ତି, ସେହି ମୁହୂର୍ତ୍ତରେ ପାଟିରୁ ‘ଛିଣ୍ଡାଚପଲ’ ଶବ୍ଦ ବନ୍ଧୁକର ଗୁଳିପରି ବାହାରି ଆସିଲା୤ ରାଜାଙ୍କର ସବୁ ଆଶା ଭରସା ସେଥିରେ ହିଁ ଶେଷ ହୋଇଗଲା୤ ଏହି ଚଞ୍ଚଳ ମନକୁ ଆକଟ କରିବା ସହଜ ନୁହେଁ୤ ଏହିମନ ଏପରି ପିଚ୍ଛିଳ ଯେ ତାକୁ ସହଜରେ ଧରି ରଖିହୁଏନି୤

କେହି କେହି କହନ୍ତି, ଯେ ଔଷଧଦ୍ବାରା ଏ ମନକୁ ବଶ କରାଯାଇପାରେ୤ ମଣିଷ ବେଳେ ବେଳେ ଅଫିମ ନିଶାରେ ସ୍ବର୍ଗରେ ଖାଲିଥିବା ଇନ୍ଦ୍ରଙ୍କ ଆସନରେ ଯାଇ ବସେ; ଗଞ୍ଜେଇ, ମେରିଜୁଆନା, ଏଲ୍‌.ଏସ୍‌.ଡ଼ି. ନିଶାରେ ଆକାଶରେ ପହଁରି ବୁଲେ୤ ଆଉ କେବେ କେବେ ମଦପିଇ ରାସ୍ତାଘାଟରେ ଛାତିପିଟେ ଓ ନିଶମୋଡ଼ି ବାହାସ୍ଫୋଟ ମାରି ନେପୋଲିୟନ୍‌ ବୋନାପାର୍ଟକୁ କୁସ୍ତି ଆଖଡ଼ାକୁ ଡାକେ୤ ଆମର ମହାନ ସଂସ୍କୃତି କିନ୍ତୁ ଦୃଢ଼ଭାବରେ ଘୋଷଣା କରେ ଯେ ଔଷଧଦ୍ବାରା ମନକୁ ବଶୀଭୂତ କରିବା ଧାରଣା ସମ୍ପୂର୍ଣ୍ଣ ଭ୍ରମପୂର୍ଣ୍ଣ୤ ଔଷଧ ମନକୁ କ୍ଷଣିକ ଉନ୍ମାଦନା ନେଇ ସ୍ବପ୍ନିଳ କରିପାରେ ମାତ୍ର ଅନବରତ ବ୍ୟବହାର ଦ୍ବାରା ମଣିଷ ଶେଷରେ ଔଷଧର ଦାସ ହେବା ସଙ୍ଗେ ସଙ୍ଗେ ନିଜେ ମନର କ୍ରୀତଦାସ ହୋଇଯାଏ୤ ତା’ ପରିବର୍ତ୍ତେ ଏହି ସଂସ୍କୃତି ଶିକ୍ଷାଦିଏ ଯେ କଣ୍ଟାକୁ କଣ୍ଟାରେ ବାହାର କଲାପରି ମନକୁ ବୁଦ୍ଧି ଓ ବିବେକର ଶକ୍ତି ବଳରେ ଦୃଢ଼କରି ସେହି ଦୃଢ଼ମନ ସାହାଯ୍ୟରେ କ୍ରମାଗତ ଅଭ୍ୟାସ ଦ୍ବାରା ଚଞ୍ଚଳ ମନକୁ ଆକଟ କରାଯାଇ ପାରେ୤

ଲକ୍ଷ୍ୟହୀନ ଭାବରେ ଘୁରି ବୁଲୁଥିବା କୁକୁରକୁ ହାଡ଼ ଖଣ୍ଡିଏ ଦେଲେ ସେ ଯେମିତି ହାଡ଼କୁ ରେକେଟି ରେକେଟି ଗୋଟିଏ ଜାଗାରେ ପଡ଼ିରହେ, ଏହି ବାରବୁଲା ମନକୁ ସେପରି ତାର ପ୍ରିୟ ଜିନିଷଟିଏ ଧରାଇ ଦେଲେ କିଛି ସମୟ ପାଇଁ ଧୀରସ୍ଥିର ଓ ଶାନ୍ତ ହୋଇ ରହେ୤ ଛୋଟଛୁଆକୁ ପ୍ରଥମେ ଭାତ ଖୁଆଇଲା ବେଳେ ସେ ଭାତକୁ ଯେମିତି ଜିଭ ଆଗରେ ବାହାରକୁ ଠେଲିଦିଏ କିନ୍ତୁ କ୍ରମେ କ୍ରମେ ସେହି ଭାତରୁ ସ୍ବାଦପାଇ ଖୁସିରେ ଖାଏ, ସେପରି ମନକୁ ମଧ୍ୟ ଧୀରେ ଧୀରେ ତା’ ପ୍ରିୟବସ୍ତୁ ନଦେଇ ଶ୍ରେୟ ଜିନିଷ ଭଲ ପାଇବାକୁ ଶିକ୍ଷା ଦିଆଯାଇ ପାରେ୤ ପାଠପଢ଼ାଠାରୁ ଆରମ୍ଭ କରି ଗବେଷଣା, ସମାଜ ସେବା, ସାହିତ୍ୟ ସେବା, ଦେଶସେବା ପ୍ରଭୃତି ଯେ କୌଣସି ଭଲ କାମରେ ମନକୁ ଏପରି ଭାବରେ ଲଗାଇ ଦେଇ ପାରିଲେ ଘିଅଦ୍ବୀପର ଶିଖାପରି ଊର୍ଦ୍ଧ୍ବଗାମୀ ତଥା ଏକାଗ୍ର ହୋଇ ମନ ଯଥା ସମୟରେ ଶାନ୍ତ ହୋଇଯାଏ୤

ଆମର ଏଇ ସଂସ୍କୃତି ପୁଣି ସାବଧାନ କରିଦିଏ ଯେ ଗୋଟିଏ ସୁସ୍ବାଦୁ ଖାଦ୍ୟର ଆସ୍ବାଦନରେ ମଣା ହୋଇଥିବା ମନ ଆଉ ଗୋଟିଏ ସ୍ବାଦୁ ଖାଦ୍ୟର ସନ୍ଧାନ ପାଇଲେ ପୁଣି ଚଞ୍ଚଳ ଓ ଚପଳ ହୋଇଯାଇ ପାରେ୤ ତେଣୁ ଯେଉଁସୁଖ ଓ ଆନନ୍ଦଠାରୁ ଆଉ ଶ୍ରେଷ୍ଠତର ଆନନ୍ଦ ନାହିଁ ସେପରି ଆନନ୍ଦର ଆସ୍ବାଦନରେ ମନ ସମ୍ପୂର୍ଣ୍ଣ ସ୍ଥିର ହୋଇଯାଏ୤ ଏପରି ଧୀରେ ସ୍ଥିର ଶାନ୍ତମନରେ ଅଧିକାରୀହିଁ ଅମୃତର ସନ୍ତାନ୤

ଏହି ନାଟର ଗୋବର୍ଦ୍ଧନ ଚଞ୍ଚଳମନ ମଣିଷକୁ ବାସନାର ସଂକୀର୍ଣ୍ଣ ଗଳି କନ୍ଦି ଭିତରେ ବାଟ କଢ଼ାଇନେଇ ନରକର ଦ୍ବାର ଉନ୍ମୁକ୍ତ କରି ସେ ଭିତରକୁ ଠେଲିଦିଏ, ଆଉ ସେହି ମନ ଯେତେବେଳେ ମଣ ହୋଇଯାଏ ସେ ହୁଏ ପରମ ଆନନ୍ଦର ସ୍ରଷ୍ଟା୤ ତେଣୁ ଏହି ମନକୁ ଆକଟ କରିବା ସହଜ ସାଧ୍ୟ ନ ହେଲେହେଁ ତାକୁ ସବୁବେଳେ ସତ୍‌ ଚିନ୍ତାରେ ନିୟୋଜିତ କରି କ୍ରମାଗତ ଚେଷ୍ଟା କରିବାହିଁ ପ୍ରତ୍ୟେକ ମଣିଷ ପକ୍ଷରେ ସର୍ବତ୍ର ଭାବେ ବିଧେୟ ବୋଲି ମନେହୁଏ୤

ପୃଷ୍ଠା ସଂଖ୍ୟା : 1 2

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ଭୁବନେଶ୍ବର ବେହେରା
ଭୁବନେଶ୍ବର ବେହେରା
ଏକାଧାରରେ ଜଣେ ଖ୍ୟାତନାମା ଇଞ୍ଜିନିୟର୍‌, ସାହିତ୍ୟିକ, ଶିକ୍ଷାବିତ୍‌ ଓ ପ୍ରଶାସକ ଭାବେ ଭୁବନେଶ୍ବର ବେହେରା (୧୯୧୬-୨୦୦୧) ଏକ ପ୍ରତିଷ୍ଠିତ ନାମ୤ ରାଉରକେଲା ସ୍ଥିତ ଆଞ୍ଚଳିକ ମହାବିଦ୍ୟାଳୟର ପ୍ରଥମ ଅଧ୍ୟକ୍ଷ, ସମ୍ବଲପୁର ବିଶ୍ବବିଦ୍ୟାଳୟର କୁଳପତି ସହିତ ଏକାଧିକ କାର୍ଯ୍ୟରେ ଶ୍ରୀ ବେହେରା ପ୍ରଥମ ବ୍ୟକ୍ତି ଭାବେ ପରିଗଣିତ ହୋଇଥିଲେ୤ ସେହିପରି ହିରାକୁଦ ବନ୍ଧ ନିର୍ମାଣରେ ଜଣେ ପ୍ରମୁଖ ଇଞ୍ଜିନିୟର୍‌ ସହିତ ଓଡ଼ିଶାର ପ୍ରଥମ ସରକାରୀ ଯାନ୍ତ୍ରିକ ମହାବିଦ୍ୟାଳୟଭାବେ ବୁର୍ଲାଠାରେ ୟୁନିଭର୍‌ସିଟି କଲେଜ୍‌ ଅଫ୍‌ ଇଞ୍ଜିନିୟରିଂ ସ୍ଥାପନା କରିବାରେ ସେ ଥିଲେ ପ୍ରମୁଖ ବ୍ୟକ୍ତି୤ ବିଶେଷ... [ କ୍ରମେ ସବିଶେଷ ]
 

ମତାମତ ସଂଖ୍ୟା - ୩ ଆପଣଙ୍କ ମତାମତ ?

  • ୧. akshaya kumar rout |  ସେପ୍ଟେମ୍ବର୍ ୨୭, ୨୦୧୨ - ୫:୩୨ ପୂର୍ବାହ୍ନ

    bhala hoechhi galpati

  • ୨. ରଶ୍ମି ରଞ୍ଜନ ପରିଡା, ତାଳଚେର ଓଡିଶା |  ଅକ୍ଟୋବର୍ ୧୦, ୨୦୧୨ - ୮:୨୭ ପୂର୍ବାହ୍ନ

    ବହୁତ ଖୁସି ଲାଗିଲା ୤ କିନ୍ତୁ ଆପଣ ଡକ୍ଟର ବେହେରାଙ୍କ ବିଷୟରେ ଯେଉଁ ତଥ୍ୟ ଦେଇଛନ୍ତି ସେଥିରେ କିଛିଟା ତ୍ରୁଟି ଅଛି ୤
    ତାଙ୍କର ଆତ୍ମଜୀବନୀ ମୂଳକ ପୁସ୍ତକ ହେଉଛି “ଗାଁର ଡାକ” ୤
    ଅନ୍ୟ ଗୋଟିଏ ପୁସ୍ତକ ହେଉଛି “ପଶ୍ଚିମ ଆଫ୍ରିକାରେ ଓଡିଆ ଢିଙ୍କି” , “ପଶ୍ଚିମ ଓଡ଼ିଶାରେ ଓଡିଆ ଢିଙ୍କି” ନୁହଁ ୤
    ସାର୍ ମଧ୍ୟ ୟୁନିଭର୍ସିଟି କଲେଜ ଅଫ୍ ଇଂଜିନିୟରିଂ ବୁର୍ଲା ର ପ୍ରାଣ ପ୍ରତିଷ୍ଠାତା ଏବଂ ତାହାର ଦ୍ବିତୀୟ ଅଧ୍ୟକ୍ଷ ଅଟନ୍ତି ୤
    ହୀରାକୁଦ ବନ୍ଧ ସ୍ଥାପନା ରେ ତାଙ୍କର ବହୁତ ଅବଦାନ ଅଛି ୤
    ବୁର୍ଲା ଇଂଜିନିୟରିଂ କଲେଜରୁ ବିଦାୟ ନେଇ ସାର୍ ରାଉରକେଲା ଆଞ୍ଚଳିକ ଯାନ୍ତ୍ରିକ ମହାବିଦ୍ୟାଳୟର ପ୍ରଥମ ଅଧ୍ୟକ୍ଷ ହୋଇଥିଲେ, ତାପରେ ସମ୍ବଲପୁର ବିଶ୍ବବିଦ୍ୟାଳୟ କୁ ଆଜିର ସ୍ଥାନରେ ପ୍ରତିଷ୍ଠା କରାଇଥିଲେ ୤

  • ୩. ଡ. ଗଣେଶ ପ୍ରସାଦ ସାହୁ, କେନ୍ଦ୍ରୀୟ୍ ବିଶ୍ବ୍ ବିଦ୍ୟାଳୟ୍ କୋରାପୁଟ |  ମାର୍ଚ୍ଚ୍ ୧୫, ୨୦୧୩ - ୧୨:୦୯ ପୂର୍ବାହ୍ନ

    ଏ ଆଲୋଚନାର ଧାରା ଆମ ପ୍ରଦେଶ ନିମନ୍ତେ ଭଲ..

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤