ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର
-ଉତ୍କଳଗୌରବ ମଧୁସୂଦନ ଦାସ
ଗାଁ ମଝିରେ ରାଧାର ଛୋଟ କୁଡ଼ିଆଟି ଦୂରେଇ ଦୂରେଇ ଗୋଟି ଗୋଟିକା ଅନେକ ଘର ତେଣିକି ଗାଁ ଦାଣ୍ଡ ଛୋଟ ଗାଁଟିର ନାମ ବିକ୍ରମପୁର ବାହୁଦା ନଈର କୂଳରେ ଗାଁ ମଝିରେ ମାନ୍ଦ୍ରାଜ ଓ ଓଡ଼ିଶାର ସୀମା ଇଚ୍ଛାପୁରକୁ ବାଟ ତିନି କୋଶ ହେବ କି ନାହିଁ?
ରାଜନୀତି ସେ ବୁଝେ ନାହିଁ ଇଚ୍ଛାପୁର କି ବିଜୟନଗର ଓଡ଼ିଶାରେ ମିଶିବା ଉଚିତ୍ କି ନୁହେଁ, ବ୍ରହ୍ମପୁର କି କଟକ ଆନ୍ଧ୍ର ପ୍ରଦେଶରେ ମିଶିବି କି ନାହିଁ ସେ କଥା ସେ କେବେ ବିଚାର କରି ନାହିଁ ସେ ଜାଣେ, ସେ ଇଚ୍ଛାପୁରର ଝିଅ, ବିକ୍ରମପୁରର ବୋହୂ ଇଚ୍ଛାପୁର ତା’ର ଜନ୍ମଭୂମି ବିକ୍ରମପୁର ତା’ର କର୍ମଭୂମି ପୂରା ପଚିଶଟି ବର୍ଷ କଟିଗଲା ଘର ଆଗରେ ରାସ୍ତା କଡ଼ରେ ଯେଉଁ ମୁଣ୍ଡି ସାହାଡ଼ା ଗଛ, ସେଇ ତା’ର ସାକ୍ଷୀ ବାହୁଦା ନଈର ବାଲି, ନଈ ସେପାରି ପାହାଡ଼ ଧାଡ଼ି, ଆଉ ଶେଷକୁ ତା’ର ଆଖି ଦୁଇଟା-ଏମାନେ ବି ତା’ର ସାକ୍ଷୀ
ଚଷାଘରର ଝିଅ ବୋହୂ ହୋଇ ଯେତେବେଳେ ପନ୍ଦର ବର୍ଷର ଝିଅ ବିକ୍ରମପୁରରେ ଗୋଡ଼ ଦେଲା, ସେତେବେଳେ ଗାଁ ମଝିରେ ତା’ର ଦରଭଙ୍ଗା କୁଡ଼ିଆ ନଥିଲା ଶାଶୁ ଶଶୁର, ଗେରସ୍ତ ଦିଅର ନଣନ୍ଦ ସମସ୍ତେ ଥିଲେ ହଳ, ବଳଦ, ଗାଈ ମଇଁଷି, ଛେଳି, କୁକୁର ସମସ୍ତେ ସେ ଘରେ ଆଶ୍ରା ନେଇଥିଲେ ଜମି ବାଡ଼ି ଧାନ ଅମାର
ରାଧାକୁ ଦେଖି ସମସ୍ତେ ଭାରି ଖୁସି ହୋଇଥିଲେ ତା’ର ରୂପରେ କିଛି ବିଶେଷତ୍ବ ନ ଥିଲା, ଢଙ୍ଗରେ ବି ଶ୍ୟାମଳ ବର୍ଣ୍ଣ- ପୁରପଲ୍ଲୀର ଶହ ଶହ ଝିଅ ବୋହୂଙ୍କ ପରି ସ୍ବାସ୍ଥ୍ୟଟି ଭଲ ଘରକାମ କରିବାରେ ନିପୁଣ କ୍ଲାନ୍ତି ଜାଣେ ନାହିଁ ଖିଆ ପିଆରେ ଆପତ୍ତି ଓଜର ନ ଥାଏ ଘରର ବୋହୂ, ପେଜ ପାଣି ଯାହା ମିଳେ ଖାଇଦେଇ ସମସ୍ତଙ୍କ ସଙ୍ଗେ ଯୋଗ ଦେଇ କାମ କରେ- ଘରର ମଙ୍ଗଳ ପାଇଁ
ଘର ଆଗରେ ସେ ଯେଉଁ ମୁଣ୍ଡି ସାହାଡ଼ା- ବଢ଼େ ନାହିଁ କି ଛିଡ଼େ ନାହିଁ ପୁରୁଷେ ଉଞ୍ଚା ଝଙ୍କାଳିଆ ଟିକି ଟିକି ପତର ତା’ରି ଗଣ୍ଡିର ଗୋଟିଏ ଜାଗାରେ ସିନ୍ଦୂର ଲାଗିଛି ସେଇ ଗଛରେ ଠାକୁରାଣୀ ଆଶ୍ରା କରିଛନ୍ତି ଗଛ ପଛକୁ ତିନି ଶାଖିଆ ହୁଙ୍କା ଛଅ ମାସ ସେ ବଢ଼ି ବଢ଼ି ଉପରକୁ ଉଠେ ମୁଣ୍ଡି-ସାହାଡ଼ାର ମଥା ଛୁଏଁ ବର୍ଷା କାଳରେ ପୁଣି ଛିଡ଼ି ଛିଡ଼ି ଯାଏ ମୁଣ୍ଡି ସାହାଡ଼ର ଅଧାଯାଏ ଖସି ଆସେ ହୁଙ୍କା ମୂଳରେ ଗାଡ଼ ବେଳେ ବେଳେ ନାଗସାପ ବାହାରି ଠାକୁରାଣୀଙ୍କୁ ପ୍ରଦକ୍ଷିଣ କରେ ପୁଣି ଗାଡ଼ରେ ପଶେ
ବାସୁକିର ପ୍ର-ପଣ-ନାତି ସେ ଶିବଙ୍କର ପଇତା ମୁଣ୍ଡିସାହାଡ଼ାରେ ହରପ୍ରିୟା ଠାକୁରାଣୀ କି ତାଙ୍କର କେଉଁ ପୋଇଲି-ପରିବାରର ଅଂଶ ବିରାଜମାନ ତାଙ୍କର ଦେହ-ରକ୍ଷୀ ରୂପେ ଶିବଙ୍କ ନାଗର ଚାକର ବାକର କେଉଁ ହରିଜନ-ନାଗ ପିଲାର ନାତି-ପଣନାତି ନାଗ ବଚ୍ଚା ଠାକୁରାଣୀଙ୍କୁ ଜଗି ରହିଛି ପଛରେ ପୁଣି କୈଳାସପର୍ବତର ନମୂନା
ରାଧା ଯେଉଁଦିନ ବୋହୂ ହୋଇ ଆସିଥିଲା, ମୁଣ୍ଡି-ସାହାଡ଼ାକୁ ପ୍ରଣାମ କରିଥିଲା ଠାକୁରାଣୀଙ୍କ ପାଖରେ ପୂଜା, ବାଜା, ଭୋଗରାଗ ମଧ୍ୟ ହୋଇଥିଲା ପଚିଶ ବର୍ଷ କାଳ ସେ ଏଇଆ ଦେଖି ଆସିଛି ଭଲ ମନ୍ଦ ସବୁ କାମରେ ହିସାବ କଲେ ଜଣା ପଡ଼ିବ-କେତେ ଛେଳି, ମେଣ୍ଢା, କୁକୁଡ଼ାର ରକ୍ତ ମୁଣ୍ଡି-ସାହାଡ଼ା ତଳେ ଢଳା ହୋଇଛି ଠାକୁରାଣୀଙ୍କୁ ସନ୍ତୋଷ କରା ହୋଇଚି ଗଛରେ ଯେତେ ପତର ସେତିକି ଆତ୍ମା ସେଥିରେ ଆଶ୍ରା ନେଇଛନ୍ତି ସମସ୍ତେ କଲ୍ୟାଣ କରୁଛନ୍ତି-ବିକ୍ରମପୁରର ମଙ୍ଗଳ ହେଉ
କାହାର କ’ଣ ମଙ୍ଗଳ ହୋଇଛି କି ନାହିଁ; ରାଧିର ମଙ୍ଗଳ ତା’ର ଖଣ୍ଡିଆ କୁଡ଼ିଆରୁ ଜଣାଯାଏ ମୁଣ୍ଡରେ କେରା କେରା ବାଳ ପାଚିଲାଣି ଦାନ୍ତ କେତୋଟି ହଲିଲାଣି ଦେହ ହେଲାଣି ପଥୁରିଆ ମନ ହେଲାଣି ଟାଣ-ଠିକ୍ ଯେମିତି ନଈ ସେପାରୀ ପାହାଡ଼ ଉପରର ପଥର ଜୀବନଟା ଏଇ ବାହୁଦା ନଈର ରୁକ୍ଷ ବାଲି ପନ୍ତାର ପରି ନିରସ, ଅନୁର୍ବର, ଅନାବଶ୍ୟକ
ପଚିଶି ବର୍ଷର ଇତିହାସ-ଆଜି ରାଧିକୁ କରିଛି ମୂଲିଆଣୀ ସେ ବି ହୋଇଛି ଠିକ୍ ଏଇ ମୁଣ୍ଡି-ସାହାଡ଼ା ପରି ଦୁଇ କୂଳରେ ତା’ର ଆଉ କେହି ନାହିଁ ସବୁ ସେ ସହିଛି ତଥାପି ସେ ବଞ୍ଚିଛି ବଞ୍ଚିବା ପାଇଁ ମୁଲ ଲାଗୁଛି ଭବିଷ୍ୟତ ପାଇଁ ପୁଣି ସଞ୍ଚି ରଖୁଛି ଭବିଷ୍ୟତ ଆହୁରି ତହିଁରେ ଆସ୍ଥା
ପଚିଶ ବର୍ଷର କରୁଣ ଇତିହାସ ସମସ୍ତେ ତା’ର ମରି ହଜିଗଲେ ଗୋଟିକ ପରେ ଗୋଟିଏ ଠାକୁରାଣୀଙ୍କୁ ସନ୍ତୋଷ କରିବାକୁ ଜଣକର ମରଣ ପରେ ସେଇ ମୁଣ୍ଡି-ସାହାଡ଼ା ତଳେ ବୋଦା ରକ୍ତ ଢାଳିଛି କାକୁତି ମିନତି ହୋଇ ଆଖିର ଲୁହ ନିଗାଡ଼ିଛି ତଥାପି ଦେବତା ଶୁଣିନାହିଁ କିଏ ଆଗରେ ଗଲା କିଏ କାହା ପଛରେ କ’ଣ ହୋଇଥିଲା, କାହିଁରେ ଗଲେ, ଏସବୁ ବର୍ଣ୍ଣନା କରି ଲାଭ ନାହିଁ ସମସ୍ତେ ଗଲେ ଦଶବର୍ଷ ତଳେ ସେଇ ଅଲକ୍ଷଣୀ ଘରେ ରହିଗଲେ ଦିଓଟି ବିଧବା-ରାଧା ଓ ତା’ର ଜା’ ମୋତି ସତର ବର୍ଷର ଟୋକୀ
ସେଇ ବର୍ଷ ବିକ୍ରମପୁରରେ ଲାଗିଲା ନିଆଁ ଅନେକ ଘର ପୋଡ଼ି ଜଳି ପାଉଁଶ ହେଲା ରାଧିର ଘର ବି ସମସ୍ତେ ଭଲ ଘର ତୋଳିଲେ ରାଧି ତୋଳିଲା ଦୁଇବଖରା କୁଡ଼ିଆ ବଡ଼ଘର ତା’ର ହେବ କ’ଣ ? କିଏ ଭୋଗ କରିବେ ? ଶଶୁର ଇପାରି କୃଷ୍ଣମୂର୍ତ୍ତ କୁମୁଟି ଠାରୁ କରଜ ଆଣି ଦୁଇ ପୁଅଙ୍କର ବାହାଘର କରିଥିଲେ ଗେରସ୍ତ ଓ ଦିଅର ବିଶି ପାତ୍ରଠାରୁ କରଜ ଆଣି ବାପ ମା’ଙ୍କର ଶୁଦ୍ଧି ଓ ଭଉଣୀର ବାହାଘର କଲେ ସ୍ବାମୀ ଓ ଦିଅରଙ୍କର ଚିକିତ୍ସା ପାଇଁ ଓ ପୁଣି ପ୍ରେତ କ୍ରିୟା ପାଇଁ ରାମ ପଟ୍ଟନାୟକ ଘରେ କାଗଜ ସନ୍ତକ କରି ରାଧି ଓ ମୋତି ଟଙ୍କା ଆଣିଥିଲେ
କୁମୁଟି, ବ୍ରାହ୍ମଣ ଓ କରଣ ତିନିହେଁ ବିଚାର କରି ରାଧି ମୋତିଙ୍କର ସମ୍ପତ୍ତି ବାଡ଼ି ବଣ୍ଟାବଣ୍ଟି କରି ନେଲେ ଖାଲି ଘର ଡିହ ଓ ଏଇ ଦରଭଙ୍ଗା କୁଡ଼ିଆ ଖଣ୍ଡ ଛାଡ଼ି ଦେଲେ ଭବିଷ୍ୟତରେ ନେବେ ବୋଲି ଆଶା ଥାଏ ସବୁ ଦଶବରଷ ତଳର ଘଟଣା
ଦିନେ ରାତିରେ-
ସେଇ କୁଡ଼ିଆ ଘରେ ମୋତିର ମୁଣ୍ଡକୁ କୋଳରେ ପୁରେଇ ରାଧା ଶୋଇ ସପନ ଦେଖୁଛି ସବୁ ଦୁଃଖର ସପନ ଅଙ୍ଗେ ନିଭେଇଲା କଥା ନିଦ ଭାଙ୍ଗିଲା ଆଖିରୁ ଗଡ଼ି ଆସୁଥିବା ଲୁହ ପୋଛିଲା ଅନ୍ଧାରରେ ମୋତିର ମୁଣ୍ଡ ଆଉଁଷିଲା
ମୋତିର ନିଦ ଭାଙ୍ଗିଲା ପଚାରିଲା, କ’ଣ ଅପା ?
ପୃଷ୍ଠା ସଂଖ୍ୟା : 1 2