ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ସର୍ବମୋଟ ମତଦାନ: ୧୮୨୮

ଲେଖକ ଓ ଲେଖିକା

ବିପ୍ର ଆଚାର୍ଯ୍ୟ
କାହ୍ନୁଚରଣ ମହାନ୍ତି
ଦୟାନିଧି ମିଶ୍ର
ସନ୍ୟାସୀ ନାୟକ
ମନୋରଞ୍ଜନ ପାଣିଗ୍ରାହୀ
ରମେଶ ଚନ୍ଦ୍ର ଦାସ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ମୁଣ୍ଡି ସାହାଡ଼ା
 |- କାହ୍ନୁଚରଣ ମହାନ୍ତି
 
 
ତା: ଅକ୍ଟୋବର୍ ୨୯, ୨୦୧୨  
ମୂଳ ପୃଷ୍ଠାସ୍ମରଣୀୟ ଲେଖାଗଳ୍ପ
 

ରାଧା ତା’ର ହାତଧରି ଥଙ୍ଗେଇ ଥଙ୍ଗେଇ କହିଲା, ମୋତି ଲୋ, ଅବିଗୁଣ ପାଇବୁ ନାହିଁ୤ ତୋ’ରି କଥା ଭାବୁଥିଲି୤ ସବୁତ ଗଲା୤ ସାହା ସମ୍ବଳ କିଛି ନାହିଁ୤ ଟୋକୀ ବୟସ ତୋ’ର୤ ତୁ ଦୁତିଆ ହୋଇ ଯା୤

ମୋତି ଚମକି ଉଠିଲା୤ ରାଧି ହାତରୁ ହାତ ଟାଣି ନେଲା୤

ରାଧା ତା’ମନ କଥା ବୁଝିଲା୤ କହିଲା ରାଗିଲୁ କି ? ରାଗନା ମୋତି୤ ତୋର ଭଲକୁ କହୁଛି୤ ଲୋକେ ପଙ୍କକୁ ସିନା ଠେଲି ଦେବେ, ବୁଡ଼ିଗଲା ମଣିଷକୁ ଉଧାରିବାକୁ କେହି ହାତ ବଢ଼େଇବେ ନାହିଁ୤ କୃଷ୍ଣମୂର୍ତ୍ତି ଅନ୍ଧାରରେ ଆସି ଅନ୍ଧାରରେ ଯାଉଛି ସିନା, ହିନୀମାନିଆଁ କପାଳକୁ କିଛି ଅଛପା ରହିବ ନାହିଁ୤

ସାପ ପରି ଫଁ ଫଁ ହେଲା ମୋତି୤ ତିହିଁକା ଛାତିରେ ହାତ ଚାପି କହିଲା, ଭାରି ସତୀ ସୁଲକ୍ଷଣୀଟା ତ !

ତା’ପାଟିରେ ହାତଦେଇ ରାଧା କହିଲା, ପାଟି କର ନାଁ୤ ଚିଡ଼ି ମାଡ଼ୁଛି ଯଦି ମୋ’ ପିଠିରେ ଦି’ପୁଞ୍ଜା ବସେଇ ଦେ୤ ତୋର ଦୋଷ ମୁଁ ଦଉ ନାହିଁ୤ ନିଜକୁ ସତୀ ସୁଲକ୍ଷଣୀ ବୋଲି କହୁନାହିଁ, ଅଙ୍ଗେ ଯାହା ନିଭେଇଛି, ସେଇ କଥା ତତେ କହୁଛି୤ ମୋ’ ସାନ କୁହା ମାନ୤ ମୋ କଥାରେ ହଁ ଭର୤ ମା’ ହେବାକୁ ସମସ୍ତଙ୍କ ମନ ହୁଏ୤ ମା’ ହେବାକୁ ଦଶଦିଗ ଅନ୍ଧାର ଦିଶେ ଲୋ ମୋତି୤ ତୋ’ ଦୋଷ ଦଉ ନାହିଁ କି ମୋର ଚହଲା ମନ ପାଇଁ ମୋ’ ଦୋଷ ମୁଁ ଦେଉ ନାହିଁ୤ ତୋ’ର ବୟସ ଅଛି୤ ତୋ’ ପାଇଁ ମୁଁ ଅଛି୤ ଦୂରରେ ଥାଇ ହେଲେ, ତୋରି ସୁଖ ଟିକେ ଦେଖେଁ୤
ମୋତି ଲୋ-
ରାଧା ତୁନି ହେଲା୤
ମୋତି ଥକ୍କା ହୋଇ ଭାବିଲା୤
ଖରାଦିନ୤ ବାହାରେ ଉଜ୍ଜ୍ବଳ ଜହ୍ନ ଆଲୁଅ୤ ନିଶବଦ ରାତି୤ କୁଡ଼ିଆ କଡ଼ ଆମ୍ବ ଗଛ ଛାଇ ଆଡୁ ଖଣ୍ଡିକାଶ ଶୁଭିଲା୤

ମୋତି ଚମକି ଉଠିଲା୤ ରାଧାର ବେକ କୁଣ୍ଢେଇ ଧରି କାନ୍ଧ ଉପରେ ମୁଣ୍ଡ ନଦି ଦେଲା୤ ଗୋଟା ଛାଏଁ ଥରୁ ଥାଏ୤
ଆମ୍ବଗଛ ଛାଇ ତଳୁ ତାଳି ଶବ୍ଦ୤
ମୋତି କିଟି ମିଟି କରି କୁଣ୍ଢେଇ ଧରିଲା ରାଧାକୁ୤ ଥରିଲା ଗଲାରେ କହିଲା, ତୋ ଇଚ୍ଛା-
ମୋତି ଦୁତିଆ ହୋଇଗଲା ନୂଆପଡ଼ା୤ ରାଧା ଘର ଢିଅ ବନ୍ଧା ପକେଇଲା୤ ମୋତିର ହେଲା ପୁଅ୤ ସାତ ବର୍ଷ ତାକୁ ପୁରିଲା୤

ରାଧା କେବେ ମୋତି ଘରକୁ ଯାଇ ନାହିଁ୤ ସେ ଜାଣେ, ତା’ର ଖର ନିଶ୍ବାସରେ ସବୁ ଜଳି ଯାଇଛି୤ ମୋତି ପୁଅ ଗେରସ୍ତ ନେଇ ସୁଖରେ ରହୁ୤ ଆଇଷ ପାଇ ସଂସାରରେ ବଞ୍ଚି ରହନ୍ତୁ୤ ମୋତି ଖବର ପଠାଏ୤ ରାଧା ମନା କରେ୤

ରାଧା ଯାଇଥିଲା ନୂଆପଡ଼ା୤ ଆଠ ବର୍ଷ ପରେ ମୋତି ସଙ୍ଗେ ଦେଖା୤ ଦୁଇ ଜା’ଙ୍କର ଆଖିରୁ ଝରିଲା ଲୁହ୤ ସାତ ବର୍ଷର ପୁଅ ଜଟିଆ ମୁଣ୍ଡରେ ହାତ ବୁଲେଇଲା ରାଧା୤ ଆଠ ବର୍ଷର ସଞ୍ଚିତ ଧନ ଟଙ୍କା କେଇଟି ମୋତି ହାତରେ ଦେଇ ଆସିଲା୤

ପନ୍ଦର ଦିନ ପରେ-
ସଞ୍ଜବେଳେ ମୋତି ଘରୁ ଲୋକ ଖବର ନେଇ ଆସିଲା ଜଟିଆର ଦେହ ବଡ଼ ଖରାପ୤ ଜର୤ ଆଖି ଫିଟୁନାହିଁ୤ ହତଜ୍ଞାନ ହୋଇ ପଡ଼ିଛି୤ ମୋତି ତାକୁ ଥରେ ଯିବାକୁ ଖବର ପଠେଇଛି୤

ରାଧା ମନା କରି ପଠେଇଲା୤ ଖବର ଦେଲା, କୋଉ ଠାକୁର ନାମରେ ପାଣି ଛଡ଼େଇ ଦେ୤ ମୁଁ ଯିବିନାହିଁ୤
ଲୋକଟି ଫେରିଗଲା ରାତିରେ୤
ସେଇ ଅନ୍ଧାର ରାତିରେ-
ରାତି ଅଧ୤ ଆକାଶ ମେଘାଚ୍ଛନ୍ନ୤ ଗୋଟିଏ ହୋଇ ନକ୍ଷତ୍ର ଦିଶୁନାହିଁ୤ ନିଥର ପ୍ରକୃତି୤ ପବନର ହିଲ୍ଲୋଳ ନାହିଁ୤ ନିଶବ୍ଦ୤

ରାଧାର ଆଖିକୁ ନିଦ ନାହିଁ୤ ଯନ୍ତ୍ରଣାରେ ଛଟପଟ ମନ୤ କେଡ଼େ ଭୁଲ୍‌ ସେ ନ କଲା ସତେ୤ ମନ ମାରି ଏତେ ଦିନ ତ ସେ ରହିଥିଲା୤ କାହିଁକି ବାଆଁରେଇ ହୋଇ ଗଲା ସେ ମୋତି ଘରକୁ୤ କାହିଁକି ତା’ର ପୁଅ ଜଟିଆର ମୁଣ୍ଡରେ ହାତ ବୁଲେଇଲା ? ଦୁନିଆରେ ଜନ୍ମ ହୋଇ କାହାରିକୁ ସ୍ନେହ କରିବାର ଅଧିକାର ତା’ର ନାହିଁ୤ ଯାହାକୁ ସେ ସ୍ନେହ କରିଛି ତା’ର ହୋଇଛି ଅମଙ୍ଗଳ୤

ସତେ କ’ଣ ଜଟିଆ ବଞ୍ଚିବ ? ଜଟିଆକୁ ସେ ସ୍ନେହ ଭରା ଆଖିରେ ଚାହିଁଥିଲା୤ ତାକୁ ସେ ଆଦର କରିଥିଲା୤ ପେଟ ତାର ପୁରି ଉଠିଥିଲା୤ ଦଇବ କ’ଣ ସହିବ ? ଠାକୁର ଠାକୁରାଣୀଙ୍କୁ ସେ ଆଉ ଡାକିବ ନାହିଁ୤ କେତେ ତ ଡାକିଛି୤ କେହି କେବେତ ଶୁଣି ନାହାଁନ୍ତି୤ ମୁଣ୍ଡି ସାହାଡ଼ା ତଳେ ଉପାଧିଆ ପଡ଼ି ରାତି ରାତି କଟେଇଛି୤ ତଳେ ମୁଣ୍ଡ କୋଡ଼ି ରକ୍ତ ବାହାର କରିଛି୤ ତଥାପି ଠାକୁରାଣୀ ଶୁଣି ନାହାଁନ୍ତି୤

ରାତି ପାହିଲେ ଅଶୁଭ ଖବର ଆସିବ୤ କେତେ ଅଶୁଭ ଖବର ତ ତା’ ମନରେ ଭେଦିଛି୤ ଜଟିଆର ମରଣ ଖବର ବି ସେମିତି ତା’ କାନରେ ବାଜିବ୤ ମନରେ ପଶିବ୤ ହୁଏତ ଥକ୍‌କା ହୋଇ ଘଣ୍ଟାଏ ବସିବ୤ ଆଖିରୁ ଲୁହ ଗଡ଼େଇବ୤ ପେଟ ତାତିଲେ ସବୁ ଦୁଃଖ ଛାତି ତଳେ ଛପେଇ ଗଲା କଥା ପଛକୁ ପକାଇ ପୁଣି ବାହାରି ପଡ଼ିବ ସେ ମୂଲ ଲାଗିବାକୁ୤

ମନର କୋହ ରାଧା ସହି ପାରିଲା ନାହିଁ୤ ଦେବତାକୁ ସେ ଆଉ ପୂଜା କରିବ ନାହିଁ୤ ଦେବତା କେବେ ମଣିଷର କଥା ଭାବେ ନାହିଁ୤ ଏଇ ଯେଉଁ ମୁଣ୍ଡି-ସାହାଡ଼ା, ଯାହାର ମୂଳରେ ମଣିଷ ତା’ର ଭକ୍ତି ଅଜାଡ଼ି ଦେଇ ଗୁହାରି କରିଛି୤ ତାହାରି ଦେହରେ ଠାକୁରାଣୀ ବିଜେ କରିଛନ୍ତି, ଜୁଳୁଜୁଳୁ କରି ସବୁ ଦେଖୁଛି୤ କାହିଁକି ସେ ରହିବ ? ପୂଜା ପାଣି ପାଇବ ? ସବୁ ତ ଗଲା୤ ସେ ବି ଯାଉ୤ ଠାକୁରାଣୀ ତା’ର ସର୍ବନାଶ କରିଛି୤ ସେ ତା’କୁ ଛାଡ଼ିବ କାହିଁକି ? ରାଧା ମନ ଉଲ୍ଲାସରେ ହସିଲା୤ ସେ ଦୁର୍ବଳ ମଣିଷ ଉପରେ ଦାଉ ସାଧି ପାରିବ ନାହିଁ୤ ଦେବତାକୁ ନିଜର କରାମତି ଦେଖାଇବ୤ ଲୋକେ ତା’ର ଯାହା କରିବାର କରନ୍ତୁ୤

ରାଧା ଉଠିଲା୤ ଅନ୍ଧାରରେ ଦରାଣ୍ଡି ଦରାଣ୍ଡି କ’ଣ ଖୋଜିଲା୤
ରାତି ପହିଲା୤
ମୁଣ୍ଡି ସାହାଡ଼ା ମୂଳରେ ଲୋକ ଜମା ହୋଇଛନ୍ତି୤ ରାଧା ଜିଭ କାମୁଡ଼ି ପଡ଼ିଛି୤ ଦୂରରେ ଛିରିକି ପଡ଼ିଛି ଟାଙ୍ଗିଆ ଖଣ୍ଡେ୤ ମୁଣ୍ଡି ସାହାଡ଼ା ମୂଳରେ ଦି’ ଚାରି ଚୋଟ କୁରାଢ଼ି ଦାଗ, କ୍ଷୀର ନିଗିଡ଼ି ପଡୁଛି୤

ରାଧାର ପାଦ ଉପରେ ନାଗ ଦଂଶନର ଚିହ୍ନ୤ ଛୋଟ ଛୋଟ ଦିଓଟି ଦାଗ୤
ଠାକୁରାଣୀର ପ୍ରତାପ !

ପୃଷ୍ଠା ସଂଖ୍ୟା : 1 2

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
କାହ୍ନୁଚରଣ ମହାନ୍ତି
କାହ୍ନୁଚରଣ ମହାନ୍ତି
କାହ୍ନୁଚରଣ ମହାନ୍ତିଙ୍କୁ(୧୯୦୬-୧୯୯୪) ଓଡ଼ିଆ ଉପନ୍ୟାସ ସାହିତ୍ୟର ଜନକ ବୋଲି ବିଚାର କରାଯାଏ୤ ସ୍ବାଧୀନତା ପୂର୍ବବର୍ତ୍ତୀ ସମୟରୁ ସେ ଉପନ୍ୟାସ ଓ କ୍ଷୁଦ୍ରଗଳ୍ପ ଲେଖା ଆରମ୍ଭ କରି ୮୦ ଦଶକର ଶେଷ ପର୍ଯ୍ୟନ୍ତ ଲେଖନୀ ଚାଳନା ଜାରି ରଖିଥିଲେ୤ ତାଙ୍କର ଅନେକ ଲେଖା ମୁଖ୍ୟତଃ ସେତେବେଳର ଉପକୂଳ ଓଡ଼ିଶାର ମଧ୍ୟବିତ୍ତ ପରିବାରର ସାମାଜିକ ଜୀବନ ଉପରେ ଆଧାରିତ୤ ବୋଧହୁଏ ସେ ହେଉଛନ୍ତି ଏକମାତ୍ର ସାହିତ୍ୟିକ ଯାହାଙ୍କ ଲେଖାଗୁଡ଼ିକୁ ନେଇ ସର୍ବାଧିକ ଓଡ଼ିଆ ଚଳଚ୍ଚିତ୍ର ନିର୍ମାଣ କରାଯାଇଛି୤ ସେ ତାଙ୍କ ସମୟର ଜଣେ ପରିଚିତ ଏବଂ... [ କ୍ରମେ ସବିଶେଷ ]
କାହ୍ନୁଚରଣ ମହାନ୍ତିଙ୍କ ଅନ୍ୟାନ୍ୟ ଲେଖା →
 
ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤