ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ସର୍ବମୋଟ ମତଦାନ: ୧୮୧୬ Back to Vote Screen

ଲେଖକ ଓ ଲେଖିକା

କୃଷ୍ଣପ୍ରସାଦ ମିଶ୍ର
ଫନି ମହାନ୍ତି
ଚନ୍ଦ୍ରଶେଖର ରଥ
ଅମରେନ୍ଦ୍ର ଖଟୁଆ
ଶକ୍ତି ମହାନ୍ତି
ଗୋଦାବରୀଶ ମହାପାତ୍ର

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ମୋ ଜୀବନ ପଛେ ନର୍କେ ପଡ଼ିଥାଉ
 |- ସନ୍ଥକବି ଭୀମ ଭୋଇ
 
 
ତା: ସେପ୍ଟେମ୍ବର୍ ୨୭, ୨୦୧୨  
ମୂଳ ପୃଷ୍ଠାସ୍ମରଣୀୟ ଲେଖାକାବ୍ୟ ଓ କବିତା
 

ବଖାଣି ମହିମା ଧୁନିକୁ ସ୍ଥାପିବା ଶ୍ରୀମୁଖରେ ଆଜ୍ଞା ଦେଲେ୤
ଦାସପଣେ କିଣି ଅର୍ଦ୍ଧବାଟେ ଆଣି କିମ୍ପା ଏତେ ସରି କଲେ ୥୧୥

ନାହିଁ ମୋ ଭରସା ଉଡ଼ୁଛି ସହସା କି ବୁଦ୍ଧି କରିବି କହ୤
ଜଗତ ସମ୍ଭାଳି ଭଗତଙ୍କୁ ପାଳି ତୁମ୍ଭ ଭାରା ତୁମ୍ଭେ ବହ ୥୨୥

ଭଗତଙ୍କ ଦୁଃଖ ନିରନ୍ତର ଦେଖ ଲାଗିଲାଟି ପଦାରବିନ୍ଦେ୤
ବାନ୍ଧିଥା ଯୋଗାଡ଼ି ଆଗପଛ କରି ବହିଥାଅ ନିଜ କାନ୍ଧେ ୥୩୥

ସମ୍ପତ୍ତି ବିପତ୍ତି ମୁକତି ଦୁର୍ଗତି ଭିଆଣ କରିଛ ଯୋଡ଼ି୤
ପାପ ଦୁଃଖଭାର କେ ତୁମ୍ଭ ବହିବ ପାଦତଳେ ଥାଉ ପଡ଼ି ୥୪୥

ବିଜେ କରିଅଛ କିମ୍ପା ନବୁଝୁଛ ପଳାଇ ପଶିବି କାହିଁ୤
ଅରଜି ପାପଭାରା କରିବି ପସରା ପାଦତଳେ ଦେବି ଥୋଇ ୥୫୥

ଶରଣ ବାଞ୍ଛିତ କାନ୍ଦି କାନ୍ଦି ଭକ୍ତ ଗଡ଼ିଗଲେଣି ସକଳ୤
ଦୋଷ ଅପରାଧ କ୍ଷମା କରି ଗୁରୁ ଜାଗ୍ରତରେ ପ୍ରତିପାଳ ୥୬୥

ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ ଦେଖୁଦେଖୁ କେବା ସହୁ୤
ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ ୥୭୥

ଜଣାଉଛି ମୁଁ ଯେ ଭକ୍ତି ଭାବରଞ୍ଜେ ଆହେ ଅଣିମା ଅନନ୍ତ୤
ତିନି ବ୍ରହ୍ମାଣ୍ଡରେ ଯେତେ ଜୀବଛନ୍ତି ସମସ୍ତେ ତୁମ୍ଭ ଭଗତ ୥୮୥

ନବଲକ୍ଷ ତାରା ସୁରାଟ ବିରାଟ ଧ୍ରୁବଲୋକ ଆଦି ଯେତେ୤
ସମସ୍ତେ ତୁମ୍ଭ ପାଦତଳେ ଆଶ୍ରିତ ଠୁଳ ଶୂନ୍ୟ ପରିଯନ୍ତେ ୥୯୥

ଠୁଳ ଶୂନ୍ୟଠାରୁ ତହିଁ ଉପରକୁ ଦେଖିଲଇଁ ନାହିଁ କିଛି୤
ଅବିକାର ବ୍ରହ୍ମ ଅନାମ ଅରୂପ ସିନ୍ଧୁ ପ୍ରାୟ ପୂରିଅଛି ୥୧୦୥

କିବା ଦୁଷ୍ଟ ସନ୍ଥ ସେବକ ସାମନ୍ତ କୀଟ ପତଙ୍ଗରେ ପୂରି୤
ତୁମ୍ଭେ ପୂରିଅଛ କାହିଁ ଊଣା ନାହିଁ ସର୍ବଘଟେ ସମସରି ୥୧୧୥

ମେଦିନୀ ପାଷାଣ କାଠ ତରୁ ତୃଣ ନିର୍ଜୀବରେ ଯେହୁ ଗଚ୍ଛି୤
ମୁଁ ଯେ ଜାଣୁଅଛି ମନର ଭିତରେ ଶବ୍ଦବ୍ରହ୍ମ ହେଲେ ଅଛି ୥୧୨୥

ମୁଁ ଯେ ମୂର୍ଖ କବି ଭେଦ ମାର୍ଗେ ଜଗି ତୁମ୍ଭ କରୁଣା ମାତର୤
ସମାନରେ ଦେଖି ସତ୍ୟ ଧର୍ମ ସାକ୍ଷୀ କରି ନପାରେ ଅନ୍ତର ୥୧୩୥

ତ୍ରିପୁର ଜଗତେ ଜୀବଛନ୍ତି ଯେତେ ଅଛି ନାମ କଳା ଚିହ୍ନ୤
ସମସ୍ତେ ସଙ୍ଖୁଳି ଏକ ଆତ୍ମା ବୋଲି ନକରି ହୋ ଆନ ଭିନ୍ନ ୥୧୪୥

କାଠର ଭିତରେ ସୁଢ଼ଳ ଧାତୁରେ ଜଳ ପୂରିଥାଇ ଯେତେ୤
ପ୍ରାଣୀଙ୍କ ଅଙ୍ଗରେ ଜୀବକର୍ମ ରୂପ ଫୁଟି ଦିଶୁଥାଇ ସତେ ୥୧୫୥

ଦୋଷକୃତ ହାନି ଲାଭ ଧରା ମରା ଗାଳି ଦ୍ବନ୍ଦ୍ବ ହୁଅନ୍ତି ଯହିଁ୤
ରୁମ ଚର୍ମ ଭେଦି କାଟେ ଜୀବନକୁ କାତର ମୁଁ ହେଉଥାଇ ୥୧୬୥

ଅଗ୍ନି ଚୁଲା ପରେ ତାରଣ ଭାଣ୍ଡରେ ଯେସନେ ଫୁଟଇ ଅନ୍ନ୤
ତେସନ ପରାଏ ହୃଦେ ଡେଉଁଥାଇ ପଞ୍ଚଭୂତ ଆଜ୍ଞାମାନ ୥୧୭୥

ଏକ ଖଣ୍ଡ ହାଡ଼ ବୁନ୍ଦାଏ ରୁଧିର ଫୁଟେ ମାଉଁସ ଜାଣଇ୤
ତେଣୁକରି ସିନା ପ୍ରାଣୀଙ୍କ ବିକଳ ସହି ନ ପାରିବି ମୁହିଁ ୥୧୮୥

ଏକା ଖଡ଼ଗରେ ଦଶ ପାଞ୍ଚ ମୁଣ୍ଡ ଛିଡ଼ଇ ଭାରତ ଯୁଦ୍ଧେ୤
ଆରେକ ଅଙ୍ଗକୁ ପାଦେ ପ୍ରହାରିଲେ ଏ ଅଙ୍ଗକୁ ମୋର ବାଧେ ୥୧୯୥

ଆତ୍ମା ଭଗତିରେ ଦୋଷାଦୋଷ ହେଲେ ବଜ୍ର ପଡୁ ମୋ ମୁଣ୍ଡକୁ
କହେ ଭୀମ ଭୋଇ ବ୍ରହ୍ମଶାପ ଦେଇ ଜାଳି ଦିଅ ମୋ ପିଣ୍ଡକୁ ୥୨୦୥

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ସନ୍ଥକବି ଭୀମ ଭୋଇ
ସନ୍ଥକବି ଭୀମ ଭୋଇ
ଭୀମ ଭୋଇ (୧୮୫୫-୧୮୯୫) ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଅଞ୍ଚଳରେ ଜନ୍ମଗ୍ରହଣ କରିଥିବାର ଜଣାପଡ଼େ୤ କିମ୍ବଦନ୍ତୀ ଓ ଜନଶ୍ରୁତି ମୁତାବକ ଭୀମ ଭୋଇ ବାଲ୍ୟକାଳରୁ ଅନାଥ ଥିବା ସହିତ ଅନ୍ଧ ମଧ୍ୟ ଥିଲେ ଏବଂ ବଡ଼ ଦୁଃଖ ଓ କଷ୍ଟରେ କାଳାତିପାତ କରୁଥିଲେ୤ ଏହା ସତ୍ତ୍ବେ ମହିମା ଧର୍ମର ପ୍ରଚାର ଓ ପ୍ରସାର ପାଇଁ ତାଙ୍କ ଦ୍ବାରା ରଚିତ ସ୍ତୁତି ଚିନ୍ତାମଣି, ନିର୍ବେଦ ସାଧନା, ଆଦି ଅନ୍ତଗୀତା, ଅନାଦି ସଂହିତା, ଭୀମ ଭୋଇ ମାଳିକା ଆଦି ଗ୍ରନ୍ଥ ଆଜି ମଧ୍ୟ ବେଶ୍‌ ଆଦୃତ ଲାଭ... [ କ୍ରମେ ସବିଶେଷ ]
ସନ୍ଥକବି ଭୀମ ଭୋଇଙ୍କ ଅନ୍ୟାନ୍ୟ ଲେଖା →
 

ମତାମତ ସଂଖ୍ୟା - ୬ ଆପଣଙ୍କ ମତାମତ ?

  • ୧. akshaya kumar rout |  ସେପ୍ଟେମ୍ବର୍ ୨୭, ୨୦୧୨ - ୫:୩୪ ପୂର୍ବାହ୍ନ

    bahuta bhala lagila chautisati padhi
    aneka dinapare ehaku padhi khusi heli

  • ୨. Rajat Kumar Mishra, Jaipur Rajasthan |  ଡିସେମ୍ବର୍ ୧୬, ୨୦୧୨ - ୧:୪୨ ଅପରାହ୍ନ

    Such compositions cant be commented upon. The voice behind these words was from infinity…
    The most humble salutations to the finest and purest soul of Mahagyani, Mahapurusha Bhima Bhoi agyan krupa karibaa heu!
    Rajat

  • ୩. ମୁଁ ନିଜେ ଯଦି କୌଣସି ଲେଖା ପଠାଇବାକୁ ଚାହିଁବି ତେବେ କ’ଣ କରିବାକୁ ପଡିବ ଦୟାକରି କହିବେ |  ଫେବୃଆରୀ ୯, ୨୦୧୫ - ୨:୨୬ ପୂର୍ବାହ୍ନ

    ସମସ୍ତ ଲେଖା ଭଲ ଲାଗୁଛି

  • ୪. ରାହାସ ଚନ୍ଦ୍ର ନାୟକ, reamal,deogarh |  ଜୁଲାଇ ୨୧, ୨୦୧୫ - ୭:୧୫ ପୂର୍ବାହ୍ନ

    ପାର୍ଶ୍ଵ ଦର୍ଶିତ ମଧୁବାବୁଙ୍କର ପଦ “ବିପ୍ଲବ “କୁ “ବିଳ୍ପବ” ଲେଖା ହୋଇଛି | ତାକୁ ସଂଶୋଧନ କରନ୍ତୁ |

  • ୫. Rushinath Mohanta, Retired Headmaster, Angar pada,Mayurbhanj,Odisha |  ଡିସେମ୍ବର୍ ୭, ୨୦୧୫ - ୧୧:୧୮ ଅପରାହ୍ନ

    This peotry is always true. If you read, teach,discuss,write this peotry everybody will be discipline.Peace will come.Non-violence will come. Love will come to each over. Society will become great to live…Rushinath Mohanta, 80years old,retired headmaster.

  • ୬. ashish kumar giri, Balasore |  ମାର୍ଚ୍ଚ୍ ୨୨, ୨୦୧୬ - ୮:୩୦ ଅପରାହ୍ନ

    mun bahuta bhala pae bhima bhoinku

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤
 
 
 

♦ ନିକଟରେ ପ୍ରକାଶିତ

♦ ପାଠକୀୟ ମତାମତ

  • ଭାରି ଭଲ ଲାଗିଲା।
    ( ଘନଶ୍ୟାମ ସାହୁ )
  • ଗଳ୍ପଟି ପଢି ଭାରି ଭଲ ଲାଗିଲା। ଅନ୍ୟାନ୍ୟ ଲେଖା ରଖିବାକୁ ଅନୁରୋଧ। ଧନ୍ୟବାଦ।
    ( ଘନଶ୍ୟାମ ସାହୁ )
  • କି ସୁନ୍ଦର ଗପ। ଯେତେଥର ପଢିଲେ ବି ସବୁବେଳେ ସୁନ୍ଦର ଲାଗେ। ଏ ଗପଟି ମୋତେ ମୋ ସନଭଉଣୀ କଥା ମନେ ପକେଇ ଦିଏ। ଓଡ଼ିଆ ସାହିତ୍ୟ.କମ…
    ( Santosh Kumar Mohapatra )