ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର
କିଶୋରୀ ଚରଣ ଦାସ
ନିତ୍ୟାନନ୍ଦ ମହାପାତ୍ର
ବିଜୟ ମିଶ୍ର
ଶାରଦା ପ୍ରସାଦ ମିଶ୍ର
ମୃଣାଳ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ମୋ ଘର ଶ୍ରୀଜଙ୍ଗ
 |- ଡ.ହରେକୃଷ୍ଣ ମହତାବ
 
 
ତା: ଅଗଷ୍ଟ୍ ୩୧, ୨୦୧୩  
ମୂଳ ପୃଷ୍ଠାସ୍ମରଣୀୟ ଲେଖାଗଳ୍ପ
 

‘‘ମୋ ଘର ଶ୍ରୀଜଙ୍ଗ, ଯେଉଁ ଶ୍ରୀଜଙ୍ଗ ଅତ୍ୟାଚାର ସମ୍ବନ୍ଧରେ ଆପଣ କହୁଥିଲେ୤ ଦିନେ ଥିଲେ ଆମେ ସହକର୍ମୀ, ଆଜି ଆପଣ ପ୍ରଭୁ, ମୁଁ ଜଣେ ଚାକର ଶ୍ରେଣୀର୤ ଆଜି ସକାଳେ ଆପଣଙ୍କ ଘରୁ ପୋଲିସ୍‌ ହାତରୁ ମାଡ଼ ଖାଇ ସାରିଛି’’, ଗମ୍ଭୀର ହୋଇ ଲୋକନାଥ ଏତିକି କହିଲେ୤ ବିବ୍ରତ ହୋଇ ଲୋକନାଥଙ୍କୁ ଚାହିଁ ରହିଲେ୤ ସଭାରେ ଅନେକ ଚିତ୍କାର କଲେ ଯେ, ପୋଲିସ୍‌କୁ ଦଣ୍ଡ ଦିଆଯାଉ, କିଏ କହିଲା ‘ମନ୍ତ୍ରୀ ଇସ୍ତଫା ଦିଅନ୍ତୁ’୤ ଲୋକନାଥ କିନ୍ତୁ ନମ୍ର ଭାବରେ କହିଲେ, ‘‘ଆପଣ ଯାଆନ୍ତୁ୤ ସଂଗ୍ରାମର ଦ୍ବିତୀୟ ପର୍ଯ୍ୟାୟ ଆମ୍ଭେମାନେ ଆଲୋଚନା କରୁ୤’’ ହରିମୋହନ ନିତାନ୍ତ ଲଜ୍ଜିତ ହୋଇ ଧୀରେ ଧୀରେ ଗାଡ଼ି ପାଖକୁ ଗଲେ୤ ମନ୍ତ୍ରିତ୍ବର ଗରମ ନାହିଁ, ତାଙ୍କ ପ୍ରତି ସମ୍ମାନସୂଚକ ଦୃଷ୍ଟି ମଧ୍ୟ କାହାରି ନାହିଁ୤

ହରିମୋହନ ବିବଶ ମନରେ ସେକ୍ରେଟେରୀଏଟ୍‌କୁ ଫେରିଗଲେ୤ ଅଫିସ୍‌ରେ ଗୁମ୍‌ ମାରି ବହୁ କ୍ଷଣ ବସି ରହିଲେ, ସ୍ମୃତି ଚାଳନା କରିବାରେ ଲାଗିଲେ ସେ ଶ୍ରୀଜଙ୍ଗ ଲୋକଟିର ନାମ୤ କହିଲା, ‘ଏକ ସଙ୍ଗରେ କାମ କରିଥିଲୁଁ୤ ଏହି ଗତ ଚାଳିଶ ବର୍ଷ ଭିତରେ ସେ ସବୁ ଭୁଲି ଯାଇଛନ୍ତି୤ କେବଳ ମନେଅଛି ଶ୍ରୀଜଙ୍ଗ ଅତ୍ୟାଚାର୤ କେବଳ ଆନୁଷ୍ଠାନିକ ଭାବରେ ସେକଥା କହିବା ଛଡ଼ା ଆଉ କିଛି ତାଙ୍କର ମନେ ପଡ଼ୁନାହିଁ୤ ଟେବୁଲ୍‌ ପାଖରେ ଥିବା ସୁଇଚ୍‌କୁ ଟିପି ନିଜର ପି.ଏ.ଙ୍କୁ ଡାକିଲେ୤ ଅନ୍ୟମନସ୍କ, କ’ଣ କହିବେ କହିବେ ହୋଇ ମନକୁ ମନ କହିଲେ, ‘‘ମୁଁ ସବୁ ଭୁଲିଯାଇଛି’’, ତା’ପରେ ପି.ଏ.ଙ୍କୁ କହିଲେ, ‘‘ତୁମେ ଯାଅ୤ ଯେଉଁଠି ସ୍ବାଧୀନତା ସଂଗ୍ରାମୀଙ୍କ ସମ୍ମିଳନୀ ହେଉଛି, ସେଠାରେ ପଚାରି ବୁଝିବ ଶ୍ରୀଜଙ୍ଗରୁ ଜଣେ ଯେ ସେଠାରେ ବକ୍ତୃତା ଦେଲେ ତାଙ୍କ ନାମ କ’ଣ? ତାଙ୍କୁ ତୁମ ସଙ୍ଗରେ ନେଇ ଆସିବ, ବୁଝିଲ?’’ ପି.ଏ. ଗଲେ ସମ୍ମିଳନୀ ସ୍ଥଳକୁ୤ ସେଠାରେ ଯାଇ ଶୁଣନ୍ତି ହରିମୋହନଙ୍କ ଉପରେ ତିରସ୍କାର ବୃଷ୍ଟି ହେଉଛି୤ ଲୋକନାଥ ସେଦିନକର ସକାଳ ଘଟନା କହିବା ପରେ ସଭା ସରଗରମ ହେଲା, ସେହି କଥା ମୁଖ୍ୟ ଆଲୋଚନାର ବିଷୟ ହେଲା୤ କିଏ କହୁଛି ହରିମୋହନ ସଭାରେ ଆସି କ୍ଷମା ପ୍ରାର୍ଥନା କରନ୍ତୁ, କିଏ କହୁଛି ସେ ଇସ୍ତଫା ଦିଅନ୍ତୁ୤ ଏ ଆଲୋଚନା ଚାଲିଥିବାବେଳେ ଲୋକନାଥ ଆଉ ସଭାରେ ନ ରହି ଚାଲିଗଲେଣି୤ କୁଆଡ଼େ ଗଲେ? ନାମ ଲୋକନାଥ ବୋଲି ଜଣାପଡ଼ିଲା୤ କିନ୍ତୁ ସେ ଗଲେ କୁଆଡ଼େ, କେହି କହିପାରିଲେ ନାହିଁ୤

ପି.ଏ. ବୁଦ୍ଧି ଖର୍ଚ୍ଚ କରି ନିକଟବର୍ତ୍ତୀ ଧର୍ମଶାଳାରେ ଆସି ପଚାରି ବୁଝିଲେ ଶ୍ରୀଜଙ୍ଗର ଜଣେ ଲୋକ ଅଛନ୍ତି୤ ମନ୍ତ୍ରୀଙ୍କ ଗାଡ଼ି ଦେଇ ଆଖପାଖ ଲୋକେ ବିସ୍ମିତ ହେଲେ, ଧର୍ମଶାଳାରେ ମନ୍ତ୍ରୀଙ୍କର କି କାମ୤ ଲୋକନାଥଙ୍କ ନାମ ପଚାରି ବୁଝି ଧର୍ମଶାଳାରେ ପି.ଏ. କହିଲେ,- ‘‘ମନ୍ତ୍ରୀ ଆପଣଙ୍କୁ ଚିହ୍ନି ପାରିଲେ ନାହିଁ୤ ସେ ମୋତେ ପଠାଇଛନ୍ତି ଆପଣଙ୍କୁ ନେଇଯିବା ପାଇଁ… କଅଣ କଥାବର୍ତ୍ତା ହେବେ୤’’ କୌଣସି ପ୍ରକାର ଉତ୍ତେଜନା ଭାବ ପ୍ରକାଶ ନ କରି ଲୋକନାଥ କହିଲେ- ‘‘ମନ୍ତ୍ରୀ ଭୁଲିଯାଇ ଠିକ୍‌ କରିଛନ୍ତି, ମୁଁ ନ ଭୁଲି ଭୁଲ୍‌ କରିଛି୤ ଏ ଭୁଲ୍‌ ପାଇଁ ମୁଁ କ୍ଷମା ମାଗୁଛି କହିବେ୤ ସେ ମୋତେ ଭୁଲିଯାଆନ୍ତୁ ପଛକେ, ସେ ଶ୍ରୀଜଙ୍ଗକୁ ଭୁଲିନାହାନ୍ତି ଆନନ୍ଦର ବିଷୟ୤ ଶ୍ରୀଜଙ୍ଗ କିନ୍ତୁ ତାଙ୍କୁ ସମ୍ପୂର୍ଣ୍ଣ ଭୁଲିଯାଇଛି୤ କାରଣ ସେ ବର୍ତ୍ତମାନ ମନ୍ତ୍ରୀ, ଶ୍ରୀଜଙ୍ଗର ସମସ୍ତ ଗ୍ରାମବାସୀ ପ୍ରଜା୤ ସେ ଗ୍ରାମବାସୀ ସ୍ତରକୁ ଆସି କେବେ ଶ୍ରୀଜଙ୍ଗ ଆସିଲେ ସେଇଠି ମୋର ଦେଖାହେବ୤ ଏଠି ତାଙ୍କଠି ମୋର କିଛି କାମ ନାହିଁ୤ ଅକାରଣ ମୁଁ ଯିବି କାହିଁକି? କହିଦେବ ତାଙ୍କୁ ଶ୍ରୀଜଙ୍ଗ ସ୍ତରକୁ ପୁଣି ଆସିବାକୁ ହେବ୤’’ ପି.ଏ. ମଧ୍ୟ ରାଜନୀତି କିଛି ବୁଝନ୍ତି, କାହିଁକି, ଭଲ ବୁଝନ୍ତି୤ ‘ଥରେ ମନ୍ତ୍ରୀ ହେଲା ପରେ ଆଉ ଯିବେ ଗାଁକୁ୤’ ଏତିକି କହି ସେ ଲୋକନାଥଙ୍କୁ ନମସ୍କାର କରି ଚାଲିଗଲେ୤

ପୃଷ୍ଠା ସଂଖ୍ୟା : 1 2 3

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ଡ.ହରେକୃଷ୍ଣ ମହତାବ
ଡ.ହରେକୃଷ୍ଣ ମହତାବ
ଏକାଧାରରେ ଜଣେ ରାଜନେତା, ନୂତନ ଓଡ଼ିଶାର ନିର୍ମାତା, ସାମ୍ବାଦିକ, ସାହିତ୍ୟିକ ଆଦି ଭାବେ ଡ.ହରେକୃଷ୍ଣ ମହତାବ ଓଡ଼ିଆ ସାହିତ୍ୟରେ ଏକ ପ୍ରତିଷ୍ଠିତ ନାମ। ଜଣେ ପ୍ରାବନ୍ଧିକ, ଔପନ୍ୟାସିକ ତଥା ଗାଳ୍ପିକ ଭାବେ ତାଙ୍କର ଅନେକ ସଙ୍କଳନ ପ୍ରକାଶିତ ହୋଇ ଅଜସ୍ର ପାଠକୀୟ ଆଦୃତି ଲାଭ କରିଛି। ତାଙ୍କ ଦ୍ୱାରା ସ୍ଥାପିତ ଦୈନିକ ସମ୍ପାଦପତ୍ର ‘ପ୍ରଜାତନ୍ତ୍ର’ ସହିତ ଏକାଧିକ ପତ୍ରିକା ଓଡ଼ିଆ ସାହିତ୍ୟକୁ ଏକ ନୂତନ ଦିଗ୍‌ଦର୍ଶନ ଦେଇଥିଲା। ଓଡ଼ିଶାରେ ସାହିତ୍ୟର ପ୍ରଚାର, ପ୍ରସାର ଓ ଆଲୋଚନା ନିମନ୍ତେ ସେ ଆରମ୍ଭ କରିଥିବା ‘ବିଷୁବ... [ କ୍ରମେ ସବିଶେଷ ]
ଡ.ହରେକୃଷ୍ଣ ମହତାବଙ୍କ ଅନ୍ୟାନ୍ୟ ଲେଖା →
 

ମତାମତ ସଂଖ୍ୟା - ୧ ଆପଣଙ୍କ ମତାମତ ?

  • ୧. ରଶ୍ମି |  ସେପ୍ଟେମ୍ବର୍ ୨୯, ୨୦୧୩ - ୬:୫୨ ପୂର୍ବାହ୍ନ

    କେତେ ବାସ୍ତବ ଏ ଗଳ୍ପ, ସେହି ଅଜଣା ଅଶୁଣା ସ୍ୱାଧୀନତା ସଂଗ୍ରାମୀ ମାନଂକୁ କୋଟି ନମସ୍କାର..

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤