ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ସର୍ବମୋଟ ମତଦାନ: ୧୮୪୭ Back to Vote Screen

ଲେଖକ ଓ ଲେଖିକା

ଗୋପୀନାଥ ମହାନ୍ତି
ଗନ୍ତାୟତ ଶିବପ୍ରସାଦ
କୁନ୍ତଳା କୁମାରୀ ସାବତ
ମନମୋହନ ମିଶ୍ର
ସୁବ୍ରତ ପ୍ରିୟବ୍ରତ ମହାନ୍ତି
ସେନାପତି ପ୍ରଦ୍ୟୁମ୍ନ କେଶରୀ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ମିମିର ସାହିତ୍ୟ ଶିକ୍ଷା
 |- ବାମାଚରଣ ମିତ୍ର
 
 
ତା: ଜୁଲାଇ ୩, ୨୦୧୨  
ମୂଳ ପୃଷ୍ଠାସ୍ମରଣୀୟ ଲେଖାଗଳ୍ପ
 

ଘର ଭିତରକୁ ପଶିଆସି ଜୀବନବାବୁ ପଚାରିଲେ- ମିମି ତୋ’ର ଏଇ ପଢ଼ା ହଉଚି ?

ମିମି ଚମକିପଡ଼ି ବାପାଙ୍କୁ ଚାହିଁ ଶଙ୍କିକୁ ଛାଟିଦେଲା୤ ଭୟରେ ମୁହଁ ତା’ର ଏତେ ଟିକିଏ ହୋଇଗଲା, କଳାକାଠ ପଡ଼ିଗଲା୤
‘ଇୟେ କଅଣ ହେଉଚି ଭାଇ ?’ ଜୀବନବାବୁ ଆଶ୍ଚର୍ଯ୍ୟ ହୋଇ ପଚାରିଲେ୤
‘ଅଙ୍କ କଷୁଚୁ ଆବେ୤ ଛି, ଛି, ଏଇ ଟିକେ ପିଲାକୁ ଏମିତିକା ଅଙ୍କ ?’
‘ସରଳ ଗଣିତ’ ଇୟା ନା ? ଲେଖକ ନିଜର ପାଣ୍ଡିତ୍ୟ ଦେଖେଇଚି ନା ପିଲାର ବୁଦ୍ଧି କେତେ ବିବେଚନା କରିଚି ଟିକିଏ ? ଦେଇତ ଗଲୁ ଅଙ୍କ, କଲୁ ତୁ ନିଜେ ଏକୁ ?’
ଜୀବନବାବୁ ଅଙ୍କ ଖଣ୍ଡକ ପଢ଼ିଲେ… ମୁଁ ମୋ ଘରୁ ଡେଲାଙ୍ଗର ଗୋଟିଏ ସଭାକୁ ପାଦରେ ଚାଲି ଯିବି୤ ସଭାରେ ସନ୍ଧ୍ୟା ୭ଟା ବେଳେ ପହଞ୍ଚିବାର କଥା୤ ମୁଁ ଯଦି ଘଣ୍ଟାକୁ ତିନି ମାଇଲ ବେଗରେ ଯାଏଁ ତେବେ ଠିକ୍‌ ସମୟର ଅଧଘଣ୍ଟାଏ ଆଗରୁ ପହଞ୍ଚିବି୤ ଯଦି ଘଣ୍ଟାକୁ ଦୁଇ ମାଇଲ ବେଗରେ ଯାଏ ତେବେ ଠିକ୍‌ ସମୟର ଘଣ୍ଟାକ ପରେ ପହଞ୍ଚିବି୤ ତେବେ ମୋ ଘରୁ ସଭାସ୍ଥାନ କେତେ ଦୂର ? ଅଙ୍କଟି ପଢ଼ି ଜୀବନବାବୁ ବଙ୍କେଇ ତେଢ଼େଇ ଦୁଇ ତିନି ଥର ଅଙ୍କଟିକୁ ଚାହିଁଲେ୤ କେମିତି ଭାବରେ ଆରମ୍ଭ କରିବେ କିଛି ବୁଝି ପାରିଲେ ନାହିଁ୤ ବଡ଼ଭାଇ କହିଲେ, ‘ଆରେ ଅଙ୍କ ତ କଷିବା ଦୂରେ ଥାଉ, ମିମି ଆଗେ ପଚାରି ବସିଲା ସଭା କଅଣ ? ସେଠାକୁ ନ ଗଲେ କଅଣ ଚଳନ୍ତା ନାହିଁ ? ବୁଝା, ସଭା କଅଣ ବୁଝା୤ କୌଣସିମତେ ସଭା କଅଣ ବୁଝାଇଲୁ ଆମେ୤ ମିମି ପୁଣି ପଚାରିଲା, ହଉ ହେଲା, ଟିକିଏ ଆଗରୁ ବା ପରେ ପହଞ୍ଚିଲେ ଦୋଷ କଅଣ ଯେ ଏଣୁ ଭାଳେଣି କାହିଁକି ? ଏସବୁ ଗୋଳମାଳିଆ ପ୍ରଶ୍ନର ଉତ୍ତର ଦେଉଁ ଦେଉଁ ତ ଗଲା ଅଧଘଣ୍ଟାଏ୤ ତା’ପରେ ଅଙ୍କ ଧରି ତ ଆମେ ଦୁହେଁ ବସିଚୁ୤ ମିମିର ଦେଢ଼ଖଣ୍ଡ ଖାତା ଶେଷ ହେବାକୁ ବସିଚି୤
ସମସ୍ତେ ହସିଲେ୤ ଜୀବନବାବୁ କହିଲେ, ‘ହଉ ଥାଉ, ଅଙ୍କ ଥାଉ୤ ମିମି, ଏ ମିମି, ସାହିତ୍ୟ ହେଇଚି ?’
‘ନା, ମୁଁ ଅଙ୍କ କରୁଥିଲି୤ ବଡ଼ବାପା ଓ ସାନବାପା ମୋତେ ଖାଇବାକୁ ଡାକିଲେ୤ ମୁଁ କହିଲି- ପଢ଼ା ନ ସାରି ଯିବିନାହିଁ- ପଢ଼ା ନ କଲେ ଭଗବାନ୍‌ ରାଗିବେ୤ ସେଇଠୁ ସେମାନେ ଅଙ୍କ ଦେଖି କଷିବାକୁ ବସିଲେ, ମୁଁ…୤’
‘ତୁ ଶଙ୍କିକୁ ଶୋଇଦେବାକୁ ବସିଲୁ୤ ନାଃ, ତୋ’ ଦେଇ ହବ ନାହିଁ; କିନ୍ତୁ ତୋତେ ଆଜି ନ କୁହାଇ ମୁଁ ଛାଡ଼ିବି ନାହିଁ୤ କହ, ‘ଏ ହୃଦୟ ମୋର ଢାଳିଦେଲି ଆଜି ତୁମରି ପାଦେ ହେ ନାଥ’ ଏହାର ସରଳାର୍ଥ କହ୤’ ମିମି ଏଥର ସାହସ ଭରି କହିଲା, ‘ନାଥ ବୋଇଲେ ଜଗନ୍ନାଥ, ଯାହାଙ୍କର ମୁହଁଟି କାଳିଆ, ବଡ଼ ବଡ଼ ଆଖି, ନେଫଡ଼ା ମୁହଁ…୤’

ଜୀବନବାବୁ କଟମଟ କରି ଚାହିଁଲେ ମିମିକୁ୤ କିନ୍ତୁ ବଡ଼ଭାଇ ଥିବାରୁ ସେ ତାଙ୍କ ଭୟରେ ମିମିକୁ କିଛି କହି ପାରିଲେ ନାହିଁ୤
କିନ୍ତୁ ବାପାଙ୍କର ବଡ଼ ବଡ଼ ଆଖି ଦେଖି ମିମିର ମୁହଁଟି ଶୁଖିଗଲା୤ ସବୁ ଉତ୍ସାହ ତା’ର ମରିଗଲା୤
ବଡ଼ଭାଇ ବୁଝିପାରି କହିଲେ, ‘ହଁ ଲୋ ମା’, ତୁ ଠିକ୍‌ କହିଚୁ୤ ବାଃ, ବେଶ୍‌ ସୁନ୍ଦର ବୁଝିଚି୤ ହଁ, ତା’ପରେ-୤’

‘ତା’ପରେ, ସେଇ ଜଗନ୍ନାଥଙ୍କୁ ଚାହିଁ କବି ବୋଲି ଜଣେ ଲୋକ କହିଲେ, କହିଲେ…୤’

ହଁ, ହଁ, କହିଲେ… ବଡ଼ଭାଇ ଉତ୍ସାହ ଦେଇ ପଚାରିଲେ୤ ମିମି ସାହସ ପାଇ ତା’ର ବଡ଼ବାପାର କାନେ କାନେ କହିଲା, ‘ଜଗନ୍ନାଥଙ୍କର ପାଦ ନାହିଁ ମୁଁ ଦେଖିଚି୤ ଆଉ ହୃଦୟଟାକୁ କବିଟା ଢାଳିଦେଲା୤ ତା’ ବାପା ଗାଳିଦେଲେ୤ ଆଚ୍ଛା ବଡ଼ବାପା, ହୃଦୟ ଢାଳିଲା କେମିତି ?’

ବଡ଼ଭାଇ ମିମିକୁ କୋଳକୁ ଆଉଜାଇ ନେଇ କହିଲେ, ‘ମା’, ତୋ’ ପଢ଼ା ସେତିକି ଥାଉ ଆଜି୤ ତୁ ଯାହା ପଚାରିଲୁ ତୋତେ ସେକଥା କେହି ବୁଝାଇ ଦେଇପାରିବେ ନାହିଁ୤ ହୃଦୟକୁ କେମିତି ଢାଳନ୍ତି ସେକଥା ମୁଁ ଏପର୍ଯ୍ୟନ୍ତ ବୁଝିପାରିନାହିଁ, ତୋତେ କଅଣ ବୁଝାଇବି ! ଆଉ ସେ କବିଟା ବୁଝିଚି ବୋଲି ମଁ ଭାବୁନାହିଁ୤’

ପୃଷ୍ଠା ସଂଖ୍ୟା : 1 2 3

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ବାମାଚରଣ ମିତ୍ର
ବାମାଚରଣ ମିତ୍ର
ଓଡ଼ିଆ ସାହିତ୍ୟରେ ଜଣେ ଖ୍ୟାତନାମା ଲେଖକ ଭାବେ ବାମାଚରଣ ମିତ୍ର(୧୯୧୫-୧୯୭୫)ବେଶ୍‌ ପରିଚିତ୤ ଜଣେ ଲେଖକ, ଔପନ୍ୟାସିକ ଓ ସମାଲୋଚକ ଭାବେ ଶ୍ରୀ ମିତ୍ରଙ୍କ ଅନେକ ପୁସ୍ତକ ଯଥେଷ୍ଟ ପାଠକୀୟ ସ୍ବୀକୃତି ହାସଲ କରିଛି୤ ତାଙ୍କର ଗଳ୍ପଗ୍ରନ୍ଥ ନରଛଞ୍ଚାଣ, ପରାଗ, ସ୍ବପ୍ନସିଦ୍ଧି, ପାଷାଣର ପ୍ରାଣ ସହିତ ଏଣୁଶ୍ଚ ତେଣୁଶ୍ଚ ଓ ମିତ୍ରକଳ୍ପ ଆଦି ରମ୍ୟ ରଚନା ଏବଂ ଜୀବନ ଓ କଳା ନାମରେ ଏକ ସମାଲୋଚନା ଗ୍ରନ୍ଥ ଆଦି ଅନ୍ୟତମ୤ ରମ୍ୟରଚନା ପାଇଁ ସେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ହାସଲ କରିଥିଲେ୤
 

ମତାମତ ସଂଖ୍ୟା - ୧୦ ଆପଣଙ୍କ ମତାମତ ?

  • ୧. ପ୍ରଶାନ୍ତ କୁମାର ପାଟଯୋଷୀ |  ଜୁଲାଇ ୯, ୨୦୧୨ - ୧:୪୧ ଅପରାହ୍ନ

    ଧନ୍ୟବାଦ ,ପ୍ରଥମ ଥର ଶିଖିଲି

  • ୨. rasmi |  ଅଗଷ୍ଟ୍ ୭, ୨୦୧୨ - ୧୨:୩୩ ଅପରାହ୍ନ

    ei gapaku aneka thara padhichchi. jetebrle bi padhe mo pilaa dina mane padijaae.
    susahitikya Bsma charana Mitraankara ehaa eka anabadya rachanaa

  • ୩. ଶଶୀ କାନ୍ତ ତ୍ରିପାଠୀ, ଭୁବନେସ୍ବର୍ |  ଅଗଷ୍ଟ୍ ୧୧, ୨୦୧୫ - ୯:୫୯ ପୂର୍ବାହ୍ନ

    ମୁ ଏଥିରେ ଥିବା ଗଣିତଟିର ଉତର କରି ପାରିଛି

  • ୪. ଆଦ୍ୟାଶା, Stuttgart,Germany |  ଏପ୍ରିଲ୍ ୧୯, ୨୦୧୬ - ୧୨:୩୭ ଅପରାହ୍ନ

    ଏ ପୁରୁଣା ଗଲ୍ପ ମାନଙ୍କୁ ସଜିବ କରିବା ପାଇଁ ଧନ୍ୟବାଦ୍ l

  • ୫. sthitapragyan rout, cuttack ,odisha |  ଡିସେମ୍ବର୍ ୧୪, ୨୦୧୬ - ୯:୨୯ ପୂର୍ବାହ୍ନ

    i have learnt many things from this story.

  • ୬. ଲକ୍ଷ୍ମୀ ଚାନ୍ଦ୍, ଭୁବନେଶ୍ବର |  ଜୁନ୍ ୬, ୨୦୧୮ - ୫:୩୮ ପୂର୍ବାହ୍ନ

    ବହୁତ ସୁନ୍ଦର ଗଳ୍ପ । ପଢି ଖୁସି ହେଲି।

  • ୭. Santosh Kumar Mohapatra, Jagiapada ,Sholapur, Athagarh |  ଅଗଷ୍ଟ୍ ୧, ୨୦୧୮ - ୧:୪୧ ଅପରାହ୍ନ

    କି ସୁନ୍ଦର ଗପ। ଯେତେଥର ପଢିଲେ ବି ସବୁବେଳେ ସୁନ୍ଦର ଲାଗେ। ଏ ଗପଟି ମୋତେ ମୋ ସନଭଉଣୀ କଥା ମନେ ପକେଇ ଦିଏ। ଓଡ଼ିଆ ସାହିତ୍ୟ.କମ କୁ ଧନ୍ୟବାଦ ଯାହା ପାଇଁ ଆଜିର ସମୟରେ ଏ ଗପ ପଢିବାକୁ ସହାୟ ହେଇପାରିଛି

  • ୮. Pratik Dash, Munich, Germany |  ଅକ୍ଟୋବର୍ ୯, ୨୦୧୮ - ୫:୨୪ ଅପରାହ୍ନ

    ଏ ଗଳ୍ପଟିକୁ ଯୋଗାଇଥିବାରୁ ଆପଣଙ୍କୁ ଅଶେଷ ଧନ୍ୟବାଦ। ଏହା ମାଧ୍ୟମରେ ସ୍କୁଲ ବେଳର ବିଗତ ଦିନଗୁଡିକର ସ୍ମୃତି ପୁନର୍ବାର ଜୀବନ୍ତ ହୋଇଉଠିଛି। ଆହୁରି ମଧ୍ୟ ଆଜି କାଲି ସମାଜରୁ ଲୁପ୍ତ ହୋଇଯାଉଥିବା ଯୌଥ ପରିବାରଵର୍ଗ ମାନଙ୍କ ମଧ୍ୟରେ ଥିବା ନିଵିଡତାକୁ ଏହା ସ୍ମରଣ କରାଇ ଦେଉଛି।

  • ୯. ସୁଶାନ୍ତ କୁମାର ନାୟକ, ନୂଆ ଦିଲ୍ଲୀ |  ଡିସେମ୍ବର୍ ୧, ୨୦୧୮ - ୬:୫୭ ପୂର୍ବାହ୍ନ

    ସ୍କୁଲ ବେଳର ଗପଟି ପଢ଼ି ଖୁସି ଲାଗିଲା..
    ମୋର ଗୋଟିଏ ପ୍ରଶ୍ନ – ଅନ୍ୟ ଲେଖକଙ୍କର ଲେଖା ଆମେ ପୋଷ୍ଟିଂ କରିପାରିବୁ କି?

  • ୧୦. Shelly Pal, Bhubaneswar |  ଜାନୁଆରୀ ୧୩, ୨୦୧୯ - ୮:୪୬ ଅପରାହ୍ନ

    This story mesmerises my school days.. I miss those days. After a long time,I read it and I loved it a lot.

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤