ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ବିପ୍ର ଆଚାର୍ଯ୍ୟ
ଭଗବତୀ ଚରଣ ପାଣିଗ୍ରାହୀ
ଭୂପେନ୍‌ ମହାପାତ୍ର
ଶାରଦା ପ୍ରସାଦ ମିଶ୍ର
କିଶୋରୀକିଙ୍କର ଦାସ
ତରୁଣକାନ୍ତି ମିଶ୍ର

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ମିମିର ସାହିତ୍ୟ ଶିକ୍ଷା
 |- ବାମାଚରଣ ମିତ୍ର
 
 
ତା: ଜୁଲାଇ ୩, ୨୦୧୨  
ମୂଳ ପୃଷ୍ଠାସ୍ମରଣୀୟ ଲେଖାଗଳ୍ପ
 

ଜୀବନବାବୁ ଉତ୍‌କ୍ଷିପ୍ତ ହୋଇ କହିଲେ, ‘କଅଣ ହେଲା, ମୁଁ ପଢ଼େଇ ଜାଣେ ନାହିଁ ? ଘଣ୍ଟାଏ ଧରି ଟିକିନିଖି ବୁଝେଇଲି୤ ସବୁ ବୁଝିଯିବା ଭଳି ମୁଣ୍ଡ ଟୁଙ୍ଗାରିଲା୤ ମୁଁ ଜାଣେ ନାହିଁ ନା, ମାତୃଗୁଣେ ଦୁହିତା ହୋଇଚି ମ ! ଶ୍ୟ, ଗେହ୍ଲା କରି ଝୁଅଟାର ମୁଣ୍ଡ ଖାଇସାରିଲଣି ତମେ୤

ରୋଷେଇଶାଳୁ ପୁଣି ଦୃ‍ଢ଼ କଣ୍ଠରେ ଡାକରା ଆସିଲା, ‘ହଉ ଥାଉ ଆଜି ସେତିକି୤ ଆ ମିମି, ଖାଇବୁ ଆ୤’
ମିମି ଆଣ୍ଠୁ ଟେକୁଥିଲା ଉଠିବାକୁ୤ ଜୀବନବାବୁ ଗର୍ଜନ କରି ଉଠିଲେ, ‘ଖବର୍‌ଦାର, ସେତକ ନ ବୁଝାଇ ତୁ ଆଜି ଯାଇପାରିବୁ ନାହିଁ୤ ବୁଝା, ଭଗବାନ୍‌ କଅଣ ? ଏତେ ବୁଝାଇଲି ମୁଁ, ବୁଝା !’

ସରଳାର୍ଥ ବୁଝାଇବାରେ ଭଗବାନ୍‌ ଆସି ସବୁ ପ୍ରଥମରୁ ଅଡ଼ୁଆ ପୂରାଇ ଦେବାରୁ ମିମି ଲୁହ ପୋଛି ଭଗବାନ୍‌ଙ୍କୁ ଗାଳିଦେଇ ମନେ ମନେ କହିଲା, ଭଲ ଲୋକ ନା ପୋଡ଼ାମୁହଁଟା, ମୋତେ ବାପାଙ୍କଠୁଁ ଏତେ ମାଡ଼ ଖୋଇଲାଣି୤ ଏତେ ଅଡ଼ୁଆକୁ ନ ଯାଇ ଭଗବାନ୍‌ କଥାଟାକୁ ବାଦ୍‌ ଦେଇ ସେ ବୁଝାଇବାକୁ ଯାଉଥିଲା; କିନ୍ତୁ ମନେ ମନେ ପୋଡ଼ାମୁହାଁ ଗାଳି ଦେବା ପରେ ତା’ର ମନେପଡ଼ିଗଲା ପୁରୀ ମନ୍ଦିରରେ ଜଗନ୍ନାଥଙ୍କ କଥା୤ ଜଗନ୍ନାଥଙ୍କୁ ଦେଖି ସେ ଆଈକୁ କାନେ କାନେ ପଚାରିଥିଲା, ‘ଆଈ ମ, ଜଗନ୍ନାଥଙ୍କ ମୁହଁ କଅଣ ପୋଡ଼ା ?’ ନାତୁଣୀର ପ୍ରଶ୍ନରେ ଆଈ ଆଖିରେ ଲୁହ ଝରି ପଡ଼ିଥିଲା୤ ସେ ନାତୁଣୀକୁ ଚୁମ୍ବନ ପରେ ଚୁମ୍ବନ ଦେଇ କହିଥିଲେ, ‘ହଁ, ସେ ପୋଡ଼ାମୁହାଁ ଭଗବାନ୍‌୤’ ସେଇକଥା ମନେ ପଡ଼ିଯିବାରୁ ମିମି ଯେପରି ଅନ୍ଧକାର ମଧ୍ୟରେ ଆଲୋକ ପାଇଲା୤ ଆଖି ତା’ର ଉଜ୍ଜ୍ବଳ ହୋଇଉଠିଲା୤ ଜଗନ୍ନାଥ ଯେପରି ତା’ର ଆଖି ଆଗରେ ଉଭା ହେଲେ୤ ସେ ଭଲକରି ଥରେ ସେ ଚେହେରା ଦେଖିନେଇ କହିଲା, ‘ଭଗବାନ୍‌ ହେଉଛନ୍ତି ଜଗନ୍ନାଥ’ କିନ୍ତୁ ଆଈ କଥା ମନେ ପଡ଼ିଯିବାରୁ ମିମିର ଆଖିଯୋଡ଼ିକ ଛଳଛଳ ହୋଇଗଲା୤ ସେ ସବୁ ଭୁଲିଯାଇ କହିଲା, ‘ବାପା ମ, ବାପା, ଆଈ ମୋତେ ଲେଖିଚି ଗାଁରେ ରହି ତା’ର ମୋ କଥା ମନେପଡ଼ି ମନ ଭାରି ଖରାପ ହେଉଚି୤ ତାକୁ ନେଇ ଆସ ମ ବାପା !’

‘ରଖ୍‌ ତୋ’ ଆଈ୤ ହୁଁ, ଭଗବାନ୍‌ ହେଉଛନ୍ତି ଜଗନ୍ନାଥ୤ ତା’ପରେ କଅଣ ହେଲା ?’

ଆଈ- ବିରହ ବିଧୂରିତ ମନକୁ ପୁଣି ସରଳାର୍ଥକୁ ଫେରାଇ ଆଣିବାକୁ ମିମିର କିଛି ସମୟ ଚାଲିଗଲା୤ ଉଦ୍‌ଗତ ଅଶ୍ରୁରୋଧ କରି ମିମି କହିଲା, ‘କବି ଏଠାରେ କହୁଛନ୍ତି, କହୁଛନ୍ତି… କହୁଛନ୍ତି ଯେ… ଆଈ ମ, ଆଈ ଲୋ… !’ ମିମି ଏଥର ଆଉ ସମ୍ଭାଳି ନ ପାରି ଭେଁ କରି କାନ୍ଦି ପକାଇଲା୤

ଜୀବନବାବୁ ଦୁମ୍‌ଦୁମ୍‌ କରି ତା’ ପିଠିରେ ଦି’ଟା ନଦି ଦେଇ କହିଲେ, ‘ଧେତ୍‌, ମୋ କପାଳରେ, ଦେଖ ୟା’କୁ୤ ଏତେ ବୁଝାଇଲି ଘଣ୍ଟାଏ ଧରି, ସବୁ କୁଆଡ଼େ ଭୁଲିଗଲୁ ? ଇସ୍କୁଲ ମାଷ୍ଟ୍ରେ କାଲି କହୁଥିଲେ ଯେ, ମିମି କ୍ଲାସ୍‌ରେ ମୋଟେ ମନ ଦେଉନାହିଁ୤ ଯେତେ ଅଦ୍ଭୁତ ଉତ୍ତର ଦେଉଛି୤ ହଇ ଲୋ ହେଏ, ବିପରୀତ ଶବ୍ଦମାନେ କଅଣ ? ବିପରୀତ ଶବ୍ଦମାନେ କଅଣ ବା ? କହୁଛି ନା ସକେଇ ହଉଛି ବେହିୟା୤ ଲାଜ ନାହିଁ, କାନ୍ଦୁଚି ପୁଣି ! ଛିଃ, ଛିଃ, ମୋ ଝୁଅ ହେଇ ତୁ ଏଇୟା କହିଲୁ ! ‘ସୁଖ’ର ବିପରୀତ ଶବ୍ଦ ‘ଖସୁ’ ! କାନ୍ଦଣା ରଖି କହ ମୁଁ କଅଣ ବୁଝାଇଲି୤ କବି କହୁଛନ୍ତି ଯେ… ହୁଁ୤’

ମିମି ଲୁହ ପୋଛୁ ପୋଛୁ ପୁଣି କହିବାକୁ ଚେଷ୍ଟା କଲା, ‘କବି କହୁଛନ୍ତି ଯେ…୤’

ଏତିକି କହିବାପରେ ସେ ମନେ ମନେ ପୁଣି ନିଜକୁ ପଚାରିଲା- କବି କିଏ ମ ? ସେ କାହିଁକି କଅଣ କହିବାକୁ ଗଲେଟି ? ସବୁ ତା’ର ପୁଣି ଗୋଳମାଳ ହୋଇଗଲା୤ ଆର ପାଖ ଘରେ ଶଙ୍କି ମ୍ୟାଉଁ ମ୍ୟାଉଁ କରି ଉଚ୍ଛନ୍ନ ଭାବରେ ଡାକିଲାଣି୤ ଇୟାଡ଼େ କବି କିଏ ଆଉ ସେ କଅଣ କହିଲେ ଓ କାହିଁକି କହିବାକୁ ଗଲେ ମିମିର ମନେ ପଡ଼ୁନାହିଁ୤ ମନେ ମନେ ମିମି ଶଙ୍କିକୁ ତାନେ ଗାଳି ଦେବାକୁ ଲାଗିଲା, ପୋଡ଼ାମୁହିଁ, ପଢ଼ା ସରୁ, ଦଉଚି ତତେ ଟାଙ୍କେ ଛେଚି୤ ପଢ଼ା‍ କଅଣ ସରିବ ଆଜି ସତେ ? ହେ ମହାପ୍ରଭୁ, ହେ ଜଗନ୍ନାଥ, ଏ କବି ପୋଡ଼ାମୁହାଁ କଅଣ କହିଚି ମନେ ପକେଇଦିଅ୤

ଏହି ସମୟରେ ବାହାରେ କିଏ ଡାକିଲା- ବାବୁ ଅଛନ୍ତି ? ଜୀବନବାବୁ ଚିଡ଼ିଉଠି ଉତ୍ତର ଦେଲେ, ‘ନାଇଁ ବାବୁ ନାହାଁନ୍ତି୤’ ବାହାରୁ ଉତ୍ତର ଆସିଲା, ‘ବଡ଼ବାବୁ ଡାକୁଚନ୍ତି, ଶୀଘ୍ର ଆସନ୍ତୁ କଚେରି- କଅଣ ଜରୁରି କାମ ଅଛି୤’

ଜୀବନବାବୁ ବିରକ୍ତ ହୋଇ କମିଜ ପିନ୍ଧୁ ପିନ୍ଧୁ କହିଲେ, ‘ମୁଁ ଯାଉଚି, ଅଧଘଣ୍ଟା ଭିତରେ ଫେରିବି୤ ମୁଁ ଯାହା ବୁଝାଇଥିଲି ତାହା ଲେଖିଥିବୁ, ଆଉ ଦ୍ବିତୀୟ ଉଦାହରଣମାଳାର ପାଞ୍ଚ ନମ୍ବର ଅଙ୍କଟି କଷି ରଖିଥିବୁ୤ ଯଦି ନହେଇଚି ଏତିକି ତ ଦେଖିବୁ ମୁଁ ତୋ’ର କି ଅବସ୍ଥା କରିବି୤’

ଜୀବନବାବୁ ତରତର ହୋଇ ଚାଲିଗଲେ୤ କଚେରିରେ ବଢ଼ି ସଙ୍କ୍ରାନ୍ତ ଜରୁରି କାମ କରୁ କରୁ ତାଙ୍କର ଘଣ୍ଟାଏ ଲାଗିଗଲା୤ ଘରର ଦାଣ୍ଡ ଦୁଆରମୁହଁ ପାଖରେ ଧୀରେ ପାଦରୁ ଜୋତା କାଢ଼ି, ହାତରେ ଧରି, ଝରକାବାଟେ ଉଙ୍କିମାରି ଦେଖିଲେ ମିମି ଶୋଇଛି ନା ପାଠ ପଢ଼ୁଚି୤ ଝରକା ବାଟେ ଯାହା ଦେଖିଲେ, ସେଥିରୁ ସେ କିଛି ବୁଝିପାରିଲେ ନାହିଁ୤ ତାଙ୍କର ବଡ଼ଭାଇ ଓ ସାନଭାଇ ଦୁହେଁ ଖାତା ଉପରେ ନଇଁପଡ଼ି କଅଣ ଲେଖି ଚାଲିଛନ୍ତି୤ ଅନେକ ଲେଖି ସାରିଲେଣି୤ ଅନେକ କାଗଜ ଚିରା ହୋଇ ତଳେ ପଡ଼ିଚି୤ ମିମି ଦୁଇ ଗୋଡ଼ ଲମ୍ବେଇଦେଇ ଶଙ୍କିକୁ କୋଳରେ ବସାଇ ତାକୁ ଥାପୁଡ଼ାଇ ଥାପୁଡ଼ାଇ ଗୀତ ଗାଉଚି, ‘ଧୋରେ ବାୟା ଧୋ, ଯେଉଁ କିଆରିରେ ବହଳ ମାଣ୍ଡିଆ ସେଇ କିଆରିରେ ଶୋ୤’

ପୃଷ୍ଠା ସଂଖ୍ୟା : 1 2 3

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ବାମାଚରଣ ମିତ୍ର
ବାମାଚରଣ ମିତ୍ର
ଓଡ଼ିଆ ସାହିତ୍ୟରେ ଜଣେ ଖ୍ୟାତନାମା ଲେଖକ ଭାବେ ବାମାଚରଣ ମିତ୍ର(୧୯୧୫-୧୯୭୫)ବେଶ୍‌ ପରିଚିତ୤ ଜଣେ ଲେଖକ, ଔପନ୍ୟାସିକ ଓ ସମାଲୋଚକ ଭାବେ ଶ୍ରୀ ମିତ୍ରଙ୍କ ଅନେକ ପୁସ୍ତକ ଯଥେଷ୍ଟ ପାଠକୀୟ ସ୍ବୀକୃତି ହାସଲ କରିଛି୤ ତାଙ୍କର ଗଳ୍ପଗ୍ରନ୍ଥ ନରଛଞ୍ଚାଣ, ପରାଗ, ସ୍ବପ୍ନସିଦ୍ଧି, ପାଷାଣର ପ୍ରାଣ ସହିତ ଏଣୁଶ୍ଚ ତେଣୁଶ୍ଚ ଓ ମିତ୍ରକଳ୍ପ ଆଦି ରମ୍ୟ ରଚନା ଏବଂ ଜୀବନ ଓ କଳା ନାମରେ ଏକ ସମାଲୋଚନା ଗ୍ରନ୍ଥ ଆଦି ଅନ୍ୟତମ୤ ରମ୍ୟରଚନା ପାଇଁ ସେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ହାସଲ କରିଥିଲେ୤
 

ମତାମତ ସଂଖ୍ୟା - ୭ ଆପଣଙ୍କ ମତାମତ ?

  • ୧. ପ୍ରଶାନ୍ତ କୁମାର ପାଟଯୋଷୀ |  ଜୁଲାଇ ୯, ୨୦୧୨ - ୧:୪୧ ଅପରାହ୍ନ

    ଧନ୍ୟବାଦ ,ପ୍ରଥମ ଥର ଶିଖିଲି

  • ୨. rasmi |  ଅଗଷ୍ଟ୍ ୭, ୨୦୧୨ - ୧୨:୩୩ ଅପରାହ୍ନ

    ei gapaku aneka thara padhichchi. jetebrle bi padhe mo pilaa dina mane padijaae.
    susahitikya Bsma charana Mitraankara ehaa eka anabadya rachanaa

  • ୩. ଶଶୀ କାନ୍ତ ତ୍ରିପାଠୀ, ଭୁବନେସ୍ବର୍ |  ଅଗଷ୍ଟ୍ ୧୧, ୨୦୧୫ - ୯:୫୯ ପୂର୍ବାହ୍ନ

    ମୁ ଏଥିରେ ଥିବା ଗଣିତଟିର ଉତର କରି ପାରିଛି

  • ୪. ଆଦ୍ୟାଶା, Stuttgart,Germany |  ଏପ୍ରିଲ୍ ୧୯, ୨୦୧୬ - ୧୨:୩୭ ଅପରାହ୍ନ

    ଏ ପୁରୁଣା ଗଲ୍ପ ମାନଙ୍କୁ ସଜିବ କରିବା ପାଇଁ ଧନ୍ୟବାଦ୍ l

  • ୫. sthitapragyan rout, cuttack ,odisha |  ଡିସେମ୍ବର୍ ୧୪, ୨୦୧୬ - ୯:୨୯ ପୂର୍ବାହ୍ନ

    i have learnt many things from this story.

  • ୬. ଲକ୍ଷ୍ମୀ ଚାନ୍ଦ୍, ଭୁବନେଶ୍ବର |  ଜୁନ୍ ୬, ୨୦୧୮ - ୫:୩୮ ପୂର୍ବାହ୍ନ

    ବହୁତ ସୁନ୍ଦର ଗଳ୍ପ । ପଢି ଖୁସି ହେଲି।

  • ୭. Santosh Kumar Mohapatra, Jagiapada ,Sholapur, Athagarh |  ଅଗଷ୍ଟ୍ ୧, ୨୦୧୮ - ୧:୪୧ ଅପରାହ୍ନ

    କି ସୁନ୍ଦର ଗପ। ଯେତେଥର ପଢିଲେ ବି ସବୁବେଳେ ସୁନ୍ଦର ଲାଗେ। ଏ ଗପଟି ମୋତେ ମୋ ସନଭଉଣୀ କଥା ମନେ ପକେଇ ଦିଏ। ଓଡ଼ିଆ ସାହିତ୍ୟ.କମ କୁ ଧନ୍ୟବାଦ ଯାହା ପାଇଁ ଆଜିର ସମୟରେ ଏ ଗପ ପଢିବାକୁ ସହାୟ ହେଇପାରିଛି

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤