ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ସୁଶାନ୍ତ ଦାଶ
ଭୁବନେଶ୍ବର ବେହେରା
ବୈକୁଣ୍ଠନାଥ ପଟ୍ଟନାୟକ
ସୁବ୍ରତ ପ୍ରିୟବ୍ରତ ମହାନ୍ତି
କିଶୋରୀକିଙ୍କର ଦାସ
ଜଗଦୀଶ ମହାନ୍ତି

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ମିଛକଥା
 |- ଗୋବିନ୍ଦ ତ୍ରିପାଠୀ
 
 
ତା: ମାର୍ଚ୍ଚ୍ ୨୯, ୨୦୧୧  
 

ତେବେ ଆମ୍ଭେମାନେ ଦେଖିଲୁଁ- ଏଇ କଳ୍ପନା, ଅର୍ଥାତ୍‌ ଏଇ ମିଛ ଜୀବନର ଖାଲି ସୁଖ ନୁହେଁ, ଜୀବନର ଏ କାମ କରିବାର ଏକ ବଳ, ଗୋଟାଏ ଉତ୍ସାହ, ଗୋଟାଏ ଚାବୁକ୍‌ ମାଡ଼୤ ଏଇ ଜିନିଷଟାକୁ ବୁଝିବା ପାଇଁ ଶୁଖିଲା ପ୍ରାଣ ମୁନି ଋଷି ଦରକାର ନୁହେଁ୤ ଦରକାର ରସରସିଆ କବି, ସାହିତ୍ୟିକ୤ ଏଇ ଶୁଖିଲା ମୁନି ଋଷିମାନଙ୍କ ପରି ନିମକ୍‌ହାରମ୍‌ ଆଉ କେହି ନାହିଁ୤ ସେମାନେ ଈଶ୍ବର ବୋଲି ଗୋଟାଏ ଶକ୍ତିର କଳ୍ପନାକରି ତାକୁ ପାଇବା ପାଇଁ ବାଘ ଭାଲୁଙ୍କ ସଙ୍ଗେ ରହନ୍ତି୤ କଳ୍ପନାରେ ଦେଖନ୍ତି- ଏପରି ଯୋଗ ସାଧିଲେ ବୈକୁଣ୍ଠକୁ ଯିବେ୤ କ୍ଷୀର ସମୁଦ୍ରରେ ଅନନ୍ତ ଶୟନରେ ମହାପ୍ରଭୁଙ୍କୁ ଦେଖିବେ୤ କେହି କେବେ ଦେଖିନାହିଁ୤ ଈଶ୍ବର ଅଛନ୍ତି ବୋଲି ଯଦି କେହି କେବେ ଅନୁଭବ କରିଥାଏ, ସେ କେବଳ କଳ୍ପନା ବଳରେ୤ ଆମେ ଶୁଣିଚୁ ରାମକୃଷ୍ଣ ପରମହଂସ ବିବେକାନନ୍ଦଙ୍କୁ ଈଶ୍ବରଙ୍କର ଅନୁଭବ କରାଇଥିଲେ୤ ତା’ର କାରଣ ବିବେକାନନ୍ଦଙ୍କର କଳ୍ପନାର ଶକ୍ତି ଥିଲା ବହୁତ୤ ସେ ଧର୍ମର କଳ୍ପନାରେ ଭାସିଯାଇ ନ ଥିଲେ, ଜଣେ ଉଚ୍ଚ ଦରର କବି ବା ଔପନ୍ୟାସିକ୍‌ ହୋଇପାରି ଥାନ୍ତେ୤ କଥାରେ କହନ୍ତି, ଗାଲିଲିଓ ଯେତେବେଳେ କହି ବୁଲିଲେ ପୃଥିବୀ ବୁଲୁଚି, ସୂର୍ଯ୍ୟ ରହିଚି ସ୍ଥିର, ସେତେବେଳେ ସେ କାଳର ସତିଆ ମୁନି ଋଷିମାନେ, ସେ ଅଧର୍ମ କହୁଛନ୍ତି ବୋଲି ତାଙ୍କୁ ନେଇ ବାନ୍ଧି ରଖିଲେ କଏଦୀଖାନାରେ୤ ସେଠାରେ ଜଣେ ପଣ୍ଡିତ ଯାଇଥିଲେ ତାଙ୍କ ସଙ୍ଗେ ଦେଖାକରିବା ପାଇଁ୤ ତାଙ୍କୁ ଗାଲିଲିଓ କହିଥିଲେ- ଏଇ ଦେଖ, ମୁଁ ଅନୁଭବ କରିପାରୁଚି ପୃଥିବୀଟା ବୁଲୁଚି୤ ତାଙ୍କର ସେ ଯେ ଅନୁଭୂତି ସେ କେବଳ କଳ୍ପନା୤ ଆମ ଦେଶରେ ଜଣେ ଋଷି ଦିନେ ଗୋଟାଏ ସଭାରେ କହିଥିଲେ- ମୁଁ….. ଚଢ଼େଇ ଡେଣା ଫଡ଼ ଫଡ଼ ଶୁଣିବାକୁ ପାଇଛି୤ ସେ ମଧ୍ୟ କଳ୍ପନା୤ କଳ୍ପନା ଅର୍ଥାତ୍‌ ମିଛ୤ କିନ୍ତୁ ଏଇ ଋଷିମାନେ ମିଛଟାକୁ ଧରି ଡାକ ପକାନ୍ତି- ସତ୍ୟଂ, ଶିବଂ, ସୁନ୍ଦରଂ୤ ସେଥିପାଇଁ କହିଥିଲି ଏ ମୁନି ଋଷିଗୁଡ଼ାକ ନିମକ୍‌ହାରାମ୍‌୤ ଏମାନେ ଖାଇବେ ମିଛର, କିନ୍ତୁ ଗାଇବେ ସତର୤ ଅବଶ୍ୟ ସେମାନେ ଯେବେ ମାନନ୍ତି ଯେ, କଳ୍ପନା ବଳରେ ଯେ ସତ୍ୟ ମିଳେ, ସେଇ ସତ୍ୟଟା ହିଁ ଭଗବାନ, ତାହେଲେ ମୁଁ ସେମାନଙ୍କର ପାଦ ଚାଟିବାକୁ ରାଜିଅଛି, କାରଣ ଏହି ମିଛ କଳ୍ପନାର ଭିତରେ ଦେଇ ଜୀବନର ନିରାଟ ସତକୁ ପାଇବାକୁ ହେବ୤ ତୁମେ କହିବ, ଜୀବନରେ ନିରାଟ ସତ୍ୟ ଓ ସତ କଥା, ଏହା ମଧ୍ୟରେ ପ୍ରଭେଦ କଣ ? ପ୍ରଭେଦ ଏଇ- ମନୁଷ୍ୟ ଶରୀର ଓ ଆତ୍ମା ମଧ୍ୟରେ ଯେ ପ୍ରଭେଦ, ଚନ୍ଦ୍ରର ଆଲୁଅ ଓ ଚନ୍ଦ୍ର ଉପଗ୍ରହର ମଧ୍ୟରେ ଯେ ପ୍ରଭେଦ, ଫୁଲର ବାସନା ଓ ଫୁଲ ମଧ୍ୟରେ ଯେ ପ୍ରଭେଦ୤ ସତ କଥା ଅର୍ଥାତ୍‌ ଦେଖିବା ସତ ଓ ଜୀବନର ନିରାଟ ସତ୍ୟ – ଅର୍ଥାତ୍‌ ଅନୁଭବଯୋଗ୍ୟ ସତ୍ୟ ମଧ୍ୟରେ ସେଇ ପ୍ରଭେଦ୤ ମୁଁ ମରିକରି ପଡ଼ିଛି, ରାମ ଆସିଲା, ମୋତେ ଦେଖିଲା, ଫେରିଗଲା୤ ଶ୍ୟାମକୁ ଯାଇ କହିଲା – ମୁଁ ଗୋବିନ୍ଦକୁ ଯାଇ ଦେଖି ଆସିଲି୤ ଲୌକିକ ମତରେ ସେ ଅବଶ୍ୟ ସତ କହୁଛି୤ କିନ୍ତୁ ପ୍ରକୃତରେ ସେ କହିଚି ଗୋଟିଏ ମସ୍ତବଡ଼ ଅସତ୍ୟ, କାରଣ ଗୋବିନ୍ଦ କାହିଁ୤

ଆମର କଥାରେ କହନ୍ତି, ସତ୍ୟ ବ୍ରୂୟାତ୍‌, ପ୍ରିୟଂ ବ୍ରୂୟାତ୍‌, ମା ବ୍ରୂୟାତ୍‌ ସତ୍ୟମ ପ୍ରିୟମ୤ ସତରେ କଥା ଯଦି କହିବାକୁ ପଡ଼ିବ, ତା’ହେଲେ ଯେ କଥା କାନକୁ ଓ ମନକୁ ଭଲଲାଗିବ, ସେହିପରି କଥା ସିନା କହିବା ଉଚିତ୍‌୤ ଖାଲି ନିରାଟ ସତ କଥା କହିବାକୁ ଗଲେ ମୁହଁରେ ପାଳଚୁଣ୍ଟା ମାଡ଼ି ବସି ରହିବାକୁ ପଡ଼ିବ, କାରଣ ନିରାଟ ସତ୍ୟ ଏ ସଂସାରେ ଅତି କମ୍‌୤ ଆଉ ଖାଲି ମନବହାଣିଆ ଅସତ କଥା ଗୁଡ଼େ କହିଲେ ଲାଭ ଜୋତା ମାଡ଼, କାରଣ ମୁଁ କହିଛି ଅସତ୍‌ ଅସୁନ୍ଦର୤

ତେବେ ଆମ୍ଭେମାନେ ଦେଖିଲୁଁ ତିନିଟା କଥା – ସତ୍ୟ, ଅସତ୍ୟ ଏବଂ ମିଥ୍ୟା ବା କଳ୍ପନା୤ ମିଛ ସତର ବିପରୀତ ନୁହେଁ୤ ବରଂ ମିଛ ଦେହ, ସତ ପ୍ରାଣ୤ ଏଇ ମିଛକୁ ଭେଦକରି ବା ଏଇ ମିଛର ସାହାଯ୍ୟନେଇ ସତ୍ୟ ଲାଭ କରିବାକୁ ହେବ୤ ଅସତ୍ୟ ହେଲା ସତ୍ୟର ବିପରୀତ୤ ଯେ ସାହିତ୍ୟିକ, ସେ ଏକଥା ବୁଝେ୤ କାରଣ ପ୍ରକୃତ ସାହିତ୍ୟର କାର୍ଯ୍ୟ ହେଲା ସତ୍ୟ, ଅସତ୍ୟ ଏବଂ ମିଛ ମଧ୍ୟରେ ଯଥାଯୋଗ୍ୟ ଆସନ ଦାନ୤ ଖ୍ରୀଷ୍ଟିୟାନ ବାଇବେଲ ଲେଖକ, ଗୀତାକାରକ ବ୍ୟାସକବି, ରାମାୟଣ ଲେଖକ ବାଲ୍ମିକି କବି, ଏମାନେ ହେଲେ ଏହି ମିଛ ଦେବତାଙ୍କର ଆଦି ପୂଜାପଣ୍ଡା୤ ମତେ ଆପଣମାନେ ଠେଙ୍ଗା ଘେନି ମାରିବାକୁ ଗୋଡ଼ାଇ ପାରନ୍ତି ଏକଥା ଶୁଣି୤ ଗୀତାକାରକ ଓ ବାଇବେଲ ଲେଖକ ଠାଏ ନୁହେଁ, ଦିଠା ନୁହେଁ, ହଜାର ଠା କହିଛନ୍ତି- ସତ କହ, ସତ କହ, ମିଛ କହନାହିଁ୤ ଆପଣଙ୍କର ଭୁଲ୤ ସେମାନେ କହିଛନ୍ତି ଅସତ୍ୟ କହନାହିଁ୤ କଥାଟା ଠିକ୍‌ ଆପଣମାନେ ବୁଝି ନ ପାରି ଯଦି ଅସତ୍ୟକୁ ମିଛ ବୋଲି କହିଥାନ୍ତି, ତେବେ ସେ ଆପଣଙ୍କ ବୁଦ୍ଧି ଦୋଷ୤ ଆମର ପୁରୁଣା ଋଷି କବିମାନେ ଏହି ଅସତ୍ୟଟାର ଗନ୍ଧ ପାଇଲେ ମାରଣା ଷଣ୍ଢ ପରି ଡେଇଁ ପଡୁଥିଲେ୤ ପ୍ରକୃତ କବି ପକ୍ଷରେ ମିଛକଥା ଯେପରି ସୁନ୍ଦର, ଅସତ୍ୟ ସେହିପରି କଦର୍ଯ୍ୟ୤ କାହିଁକି ନାଁ, ଯାହା ସତ୍ୟ ତାହା ଅସୁନ୍ଦର, ଆଉ ଯାହା ଅସୁନ୍ଦର ତାହା ଅପ୍ରିୟ୤ ଆମର କଥାରେ କହନ୍ତି, ସତ୍ୟ ବ୍ରୂୟାତ୍‌, ପ୍ରିୟଂ ବ୍ରୂୟାତ୍‌, ମା ବ୍ରୂୟାତ୍‌ ସତ୍ୟମ ପ୍ରିୟମ୤ ସତରେ କଥା ଯଦି କହିବାକୁ ପଡ଼ିବ, ତା’ହେଲେ ଯେ କଥା କାନକୁ ଓ ମନକୁ ଭଲଲାଗିବ, ସେହିପରି କଥା ସିନା କହିବା ଉଚିତ୍‌୤ ଖାଲି ନିରାଟ ସତ କଥା କହିବାକୁ ଗଲେ ମୁହଁରେ ପାଳଚୁଣ୍ଟା ମାଡ଼ି ବସି ରହିବାକୁ ପଡ଼ିବ, କାରଣ ନିରାଟ ସତ୍ୟ ଏ ସଂସାରେ ଅତି କମ୍‌୤ ଆଉ ଖାଲି ମନବହାଣିଆ ଅସତ କଥା ଗୁଡ଼େ କହିଲେ ଲାଭ ଜୋତା ମାଡ଼, କାରଣ ମୁଁ କହିଛି ଅସତ୍‌ ଅସୁନ୍ଦର୤ ଆମେ ସମସ୍ତେ ଜଣେ ଜଣେ କବି୤ କାରଣ ସମସ୍ତେ ସୁନ୍ଦର ଜିନିଷଗୁଡ଼ିକୁ ପାଇବାକୁ ଇଚ୍ଛା କରନ୍ତି୤ ସୁନ୍ଦରୀ ଭାର୍ଯ୍ୟାଟିଏ ହବ, ସୁନ୍ଦର ପିଲାଝିଲା ଗୁଡିଏ ହେବ, ସୁନ୍ଦର ଘରଟି ଥିବ, ସେଥିରେ ସୁନ୍ଦର ପଲଙ୍କ ଉପରେ ସୁନ୍ଦର କଅଁଳ ଶେଯ ପଡ଼ିଥିବ, ସୁନ୍ଦରୀ ପ୍ରିୟା ସୁନ୍ଦର ବେଶ ପିନ୍ଧି ବସିଥିବ, ସୁନ୍ଦର ଜହ୍ନ ପଡ଼ିଥିବ ଇତ୍ୟାଦି……୤

ପୃଷ୍ଠା ସଂଖ୍ୟା : 1 2

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ଗୋବିନ୍ଦ ତ୍ରିପାଠୀ
ଗୋବିନ୍ଦ ତ୍ରିପାଠୀ(୧୮୯୯-୧୯୬୨) ଓଡ଼ିଆ ପ୍ରବନ୍ଧ ସାହିତ୍ୟରେ ଏକ ଉଲ୍ଲେଖଯୋଗ୍ୟ ବ୍ୟକ୍ତିତ୍ବ୤ କେତୋଟି ଉପନ୍ୟାସ ଏବଂ ନାଟକ ଲେଖିଥିଲେ ସୁଦ୍ଧା ବିଭିନ୍ନ ବିଷୟ ଉପରେ ତାଙ୍କ ଦ୍ବାରା ଲିଖିତ ପ୍ରବନ୍ଧଗୁଡ଼ିକ ପାଇଁ ସେ ପ୍ରତିଷ୍ଠା ଲାଭ କରିଥିଲେ୤ ତାଙ୍କ ପ୍ରବନ୍ଧଗୁଡ଼ିକରେ ଓଡ଼ିଆ ଏବଂ ଓଡ଼ିଶାର ସ୍ବାଭିମାନର ଚିତ୍ର ବେଶ୍‌ ବଳିଷ୍ଠ ରୁପରେ ପର୍ଯ୍ୟବେଶିତ୤ ତାଙ୍କ ରଚିତ ପ୍ରବନ୍ଧଗୁଡ଼ିକରେ ଜୀବନ ଓ ସାହିତ୍ୟ ସମେତ ଜାତୀୟତାର ଭାବନା ପ୍ରତିଫଳିତ ହୋଇଥିଲା୤ ସେ ଓଡ଼ିଆ ପ୍ରବନ୍ଧ ସାହିତ୍ୟ ଇତିହାସରେ ଏକ ଅଭିନବ ରୀତି ପ୍ରବର୍ତ୍ତନ କରି ନିଜପାଇଁ... [ କ୍ରମେ ସବିଶେଷ ]
ଗୋବିନ୍ଦ ତ୍ରିପାଠୀଙ୍କ ଅନ୍ୟାନ୍ୟ ଲେଖା →
 

ମତାମତ ସଂଖ୍ୟା - ୪ ଆପଣଙ୍କ ମତାମତ ?

  • ୧. Ramesh Nayak |  ମାର୍ଚ୍ଚ୍ ୩୦, ୨୦୧୧ - ୧:୩୩ ପୂର୍ବାହ୍ନ

    Gobind Tripathy Mohasaya, Apanak Udyam Atti Prasansneya. Khyama Kareby Mu Odiyary Type Kariparuni.Bhagban Karantu Appanka Avilash Purno Hyu.Mu Jane Absar Prapt Jyantri. Mo ro Sabu Chari Pely America o canada re Ruhanti,Mu Brahampur Re.

  • ୨. manoranjan rout |  ମେ ୯, ୨୦୧୧ - ୭:୫୮ ପୂର୍ବାହ୍ନ

    sir bahuta bhala lagila

  • ୩. ଭବାନି ପ୍ରସାଦ ପତି |  ମେ ୨୩, ୨୦୧୧ - ୩:୩୨ ପୂର୍ବାହ୍ନ

    ଭବିଷ୍ୟତ ର ସୁନେଲି କଳ୍ପନା ହି ମଣିଷକୁ ପ୍ରେରିତ କରେ ବର୍ତମାନ ର ପରିସ୍ଥିତି କୁ ସାମ୍ନା କରିବା କୁ । କିନ୍ତୁ ନିରାଟ ସତ, କଥା ଭବିଷ୍ୟତର କଳ୍ପନା ଭବିଷ୍ୟତ ଅପେକ୍ଷା ବେଶି ମଧୁର ହୋଇ୍ଥାଏ ।

  • ୪. ଶ୍ରୀକାନ୍ତ ତ୍ରିପାଠୀ, ସ୍ବାମପାଟଣା, କେନ୍ଦୁଝର, ଓ଼ଡିଶା |  ଅକ୍ଟୋବର୍ ୧୬, ୨୦୧୧ - ୪:୫୩ ପୂର୍ବାହ୍ନ

    ଋଷି ମୁନୀ ମାନଙ୍କୁ ଏମିତି ଗାଳି ଦେବା ଭଲା ଲାଗିଲା ନାହିଁ ୤

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤